ଶେଷରେ ମାନିଲା ଚାଇନା: ଗଲଓ୍ବାନ ଘାଟି ସଂଘର୍ଷର ମୃତ ସୈନ୍ୟଙ୍କୁ ପ୍ରଦାନ କଲା ବୀର ପଦକ…

ବେଜିଂ,୧।୬: ପୂର୍ବ ଲଦାଖରେ ଗଲଓ୍ବାନ ଘାଟିରେ ଭାରତୀୟ ସେନା ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ଘଟିଥିବା ହିଂସ୍ର ସଂଘର୍ଷରେ ଏବେ ନୂଅ୍ରା ମୋଡ଼ ଆସିଛି। ପୂର୍ବରୁ ନିଜ ସୈନ୍ୟଙ୍କ ମୃତ୍ୟୁକୁ ନେଇ ଚାଇନା ମିଥ୍ୟା କହୁଥିବାବେଳେ ଏବେ ମାନିବାକୁ ବାଧ୍ୟ ହୋଇଛି। ଚାଇନା ସରକାର ଗଲଓ୍ବାନ ଘାଟି ସଂଘର୍ଷର ମୃତ ସୈନ୍ୟଙ୍କୁ ମରଣୋତ୍ତର ବୀର ପଦକ ପ୍ରଦାନ କରିଛି। ଏହାଦ୍ୱାରା ପ୍ରମାଣିତ ହୋଇଛି ଯେ, ସଂଘର୍ଷରେ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ଗଲଓ୍ବାନ ଘାଟିରେ ୨୦୨୦ ଜୁନ୍‌ ୧୫-୧୬ରେ ଦୁଇପକ୍ଷଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ସୈନ୍ୟ ଶହୀଦ୍‌ ହୋଇଥିଲେ। ତେବେ ଚାଇନାର ୪୫ ସୈନ୍ୟଙ୍କର ମୃତ୍ୟୁ ଏହି ସଂଘର୍ଷରେ ଘଟିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା। ଶୁକ୍ରବାର ଚାଇନାର ସେଣ୍ଟ୍ରାଲ ମିଲିଟ୍ରି କମିଶନ ପକ୍ଷରୁ ୨୯ ଜଣ ସୈନ୍ୟଙ୍କୁ ବୀର ସମ୍ମାନରେ ସମ୍ମାନୀତ କରାଯାଇଛି। ଏହି ସଂଘର୍ଷରେ ଚାଇନାର ୪ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଥିବା ସେଣ୍ଟ୍ରାଲ ମିଲିଟ୍ରି କମିଶନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କ୍ଷେପଣାସ୍ତ୍ର ପାଲଟିଲା ବୁମେରାଂ

ଇସଲାମାବାଦ୍‌, ୨୧।୧: ପାକିସ୍ତାନ ପକ୍ଷରୁ ଶାହିନ୍‌-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ତେବେ ଏହା ବୁମେରାଂ ପାଲଟିଛି। କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ବହୁ ଲୋକ ଆହତ...

ସମଗ୍ର ବିଶ୍ୱ ପାଇଁ ଚାଇନା ଏକ ନମ୍ବର ବିପଦ: ସୁନକ

ଲଣ୍ଡନ,୨୫।୭: ବ୍ରିଟେନର ପ୍ରଧାନମନ୍ତ୍ରୀ ରେସ୍‌ରେ ଥିବା ଋଷି ସୁନକ ଚାଇନା ଉପରେ କଠୋର ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୁଅନ୍ତି,...

‘ଆମେ ରୁଷିଆର ୮୦୦ ସୈନିକଙ୍କୁ ମାରିଛୁ’

କିଭ୍‌,୫ା୧: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ଏହି ସମୟରେ ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ମଧ୍ୟରେ...

ସୁରିନାମ୍‌ ରାଷ୍ଟ୍ରପତିଙ୍କୁ ୨୦ ବର୍ଷ ଜେଲ୍‌

ପାରାମାରିବୋ,୧ା୧୨(ଏଏଫ୍‌ପି): ସୁରିନାମ୍‌ର ଏକ ସାମରିକ ଅଦାଲତ ରାଷ୍ଟ୍ରପତି ଡେସି ବୌଟେର୍ସେଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଶୀ ଦଶକରେ ବୌଟେର୍ସେ ଦକ୍ଷିଣ ଆମେରିକୀୟ ଦେଶର...

ତହଉର ରାଣା ପ୍ରତ୍ୟର୍ପଣ ମାମଲା ଶୁଣାଣି ଫେବୃୟାରୀ ୧୨ରେ

ଓ୍ବାଶିଂଟନ୍‌, ୧।୧୨(ପି.ଟି.): ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ସମ୍ପୃକ୍ତ ପାକିସ୍ତାନୀ ବଂଶୋଦ୍ଭବ କାନାଡ଼ା ବ୍ୟବସାୟୀ ତହଉର ରାଣା ପ୍ରତ୍ୟର୍ପଣ ମାମଲାର ଶୁଣାଣି ଫେବୃୟାରୀ ୧୨ରେ...

କରୋନା ସମୟରେ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ!

ଭର୍ମୋଣ୍ଟ,୪ ।୭: ଆମେରିକାର ଏକ ରାଜ୍ୟ ହେଉଛି ଭର୍ମୋଣ୍ଟ । ନ୍ୟୁ ଇଂଲଣ୍ଡ ଅଞ୍ଚଳରେ ଥିବା ଏହି ରାଜ୍ୟ ବର୍ନି ରେଣ୍ଡର୍ସ, ମ୍ୟାପଲ ସିରପ, ଓ...

କୋଭିଡ୍‌ ପରିଚାଳନାରେ ବିଫଳତା ନେଲାଣି ୮ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପଦ

ନୂଆଦିଲ୍ଲୀ,୨।୬: କୋଭିଡ୍‌ ପରିଚାଳନା ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ବିଭିନ୍ନ ଦେଶର ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବ୍ରାଜିଲରେ କୋଭିଡ୍‌ ପରିଚାଳନାରେ ବିଫଳତାକୁ...

ଚିନ୍ତାବ୍ୟକ୍ତ କଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧।୭: କେନ୍ଦ୍ର ସରକାର ଦେଶରେ ଚାଇନା ଭିଡିଓ ଆପ୍‌ ଟିକ୍‌ଟକ୍‌ ସମେତ ୫୯ଟି ଆପ୍ଲିକେଶନ ଉପରେ ସୋମବାର କଟକଣା ଜାରି କରିଛନ୍ତି। ଟିକ୍‌ଟକ୍‌କୁ ଗୁଗଲ ପ୍ଲେ...

Advertisement
Archives

Model This Week