ଭାକ୍ସିନ୍‌ର ଗୋଟିଏ ଡୋଜ୍‌ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ପାଇଁ ପର୍ଯ୍ୟାପ୍ତ !…

ନୂଆଦିଲ୍ଲୀ,୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏ ରିସ୍ଥଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଭାକ୍ସିନ୍‌ର ଗୋଟିଏ ଡୋଜ୍‌ ଶରୀରରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ପ୍ରର୍ଯ୍ୟାପ୍ତ। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କେବଳ ଥରେ ଡୋଜ୍‌ ନେଲେ ଆବଶ୍ୟକ ଆଣ୍ଟିବଡ଼ି ସୃଷ୍ଟି ହୋଇପାରିଥାଏ ବୋଲି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହାକୁ ନେଇ କେତେକ ବିଶେଷଜ୍ଞ ତର୍କ କରିଛନ୍ତି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଗବେଷକ ୨୦ ଜଣ ଲୋକଙ୍କ ଉପରେ ଅଧ୍ୟୟନ କରି ଏହା ଜାଣିପାରିଛନ୍ତି। ଏବେ ଏହାର ରିପୋର୍ଟକୁ ପ୍ରକାଶ କରିବା ଲାଗି ପଠାଯାଇଛି। ଗବେଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଖକୁ ଏହି ରିପୋର୍ଟ ପଠାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କୁ ଗୋଟିଏ ଡୋଜ୍‌ ପ୍ରଦାନ କଲେ ଦେଖାଦେଇଥିବା ଭାକ୍ସିନ୍‌ର ଅଭାବ ପୂରଣ ହୋଇପାରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟକୁ ନେଇ ବୈଜ୍ଞାନିକ ପ୍ରଫେସର ଗରିଧର ବାବୁ ପ୍ରଶ୍ନ ଉଠାଇଛନ୍ତି। ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇରେ ଏଭଳି ରିପୋର୍ଟ ଆଧାରରେ ଟିକାକରଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଶ୍ଚାତ୍ୟ-ମଧ୍ୟପ୍ରାଚ୍ୟ ସଙ୍କଟ: ଭାରତ ଶାନ୍ତି ପ୍ରସ୍ତାବ ଦେଲେ ସ୍ବାଗତ କରିବ ଇରାନ

ନୂଆଦିଲ୍ଲୀ,୮।୧: ପାଶ୍ଚାତ୍ୟ ମଧ୍ୟପ୍ରାଚ୍ୟ ମଧ୍ୟରେ ସଙ୍କଟ ବଢ଼ିଚାଲିଛି। ଆମେରିକା ବାଗଦାଦ୍‌ ଉପରେ କରିଥିବା ଆକ୍ରମଣର ଜବାବ୍‌ ଇରାନ୍‌ ବୁଧବାର ଦେଇଛି। ଇରାନ୍‌ର କ୍ଷେପଣାସ୍ତ୍ର ମାଡ଼ରେ ପଶ୍ଚିମ...

କଂଗ୍ରେସକୁ ଯୁବ ଅଧ୍ୟକ୍ଷ ଦରକାର: ଅମରିନ୍ଦର

ନୂଆଦିଲ୍ଲୀ,୬।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ନିଜ ମତ ରଖିଛନ୍ତି। କଂଗ୍ରେସର ବୁଡ଼ିଯାଉଥିବା...

CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୩୬୩୧ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩।୯(ବ୍ୟୁରୋ): ରାଜ୍ୟରେ ପୁଣି ୩୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨୧୪ କ୍ୱରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୧୭ ଜଣ ଲୋକାଲ କେସ୍‌...

ବିବାହ ଉତ୍ସବରେ ସାମିଲ ହେବେ ମାତ୍ର ଶହେ ଜଣ: ବ୍ୟାଣ୍ଡବାଜା, ଡିଜେ ଉପରେ ଲାଗିଲା ପ୍ରତିବନ୍ଧକ

ଲକ୍ଷ୍ନୌ,୨୩।୧୧: ଦେଶରେ କରୋନା ଭାଇରସ୍‌ ମହାମାରୀ ଆତଙ୍କ ଜାରି ରହିଛି। ଦିଲ୍ଲୀ, ଗୁଜରାଟ ସମେତ କେତେକ ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍‌ ବୃଦ୍ଧି ପାଇବାରେ...

ନିର୍ବାଚନ ଲଢିବେନି ମାୟାବତୀ

ଲକ୍ଷ୍ନୌ,୧୧।୧: ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନରେ ବିଏସପି ସୁପ୍ରିମୋ ମାୟାବତୀ ଏଥର ନିର୍ବାଚନ ଲଢିବେ ନାହିଁ। ବିଏସପି ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ମଙ୍ଗଳବାର...

କିରଣ ବେଦୀଙ୍କୁ ରାକ୍ଷସ ବୋଲି କହିଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୧।୧୧: ଯେବେଠାରୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଭି. ନାରାୟଣସ୍ବାମୀ ଶାସନ ଭାର ଗ୍ରହଣ କଲେଣି ସେବେଠାରୁ ପୁଡୁଚେରୀ ଉପରାଜ୍ୟପାଳ ଥିବା କିରଣ ବେଦୀଙ୍କ ସହ ତାଙ୍କର...

ଦେଶରେ ୫ ଦିନରେ ୪ ଗୁଣା ବୃଦ୍ଧି ହେଲାଣି ଓମିକ୍ରନ୍ ସଂକ୍ରମଣ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୬

ନୂଆଦିଲ୍ଲୀ,୨୨ ।୧୨: ବିଶ୍ୱର ଅଧିକାଂଶ ଦେଶରେ ଓମିକ୍ରନ୍ ସଂକ୍ରମଣ ଦେଖା ଦେଇଥିବା ବେଳେ ଭାରତ ବି ଏଥିରୁ ବାଦ୍ ଯାଇନାହିଁ । ଦେଶରେ ୫ ଦିନ...

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୧୯।୬: କୁପୱାରା ଏବଂ କୁଲଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ରବିବାର ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ, ରବିବାର...

Advertisement
Archives

Model This Week