Posted inଜାତୀୟ

ରାମଦେବ ଭର୍ସେସ ଡାକ୍ତର: ବେକରେ ପୋଷ୍ଟର-ପିପିଇ କିଟ୍‌ ପିନ୍ଧି ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୧।୬: ଏଲୋପାଥି ଚିକିତ୍ସା ଓ ଡାକ୍ତରଙ୍କୁ ନେଇ ଯୋଗଗୁରୁ ବାବା ରାମଦେବ ଦେଇଥିବା ବୟାନର ବିବାଦ ଥମିବାର ନା ନେଉନି। ଏହି ମାମଲାରେ ବାବା ରାମଦେବ ନିଜର ସଫେଇ ରଖିଥିଲେ ମଧ୍ୟ ଏଥିରେ ଡାକ୍ତର ଅସନ୍ତୁଷ୍ଟ ଅଛନ୍ତି। ଏଥିପାଇଁ ମଙ୍ଗଳବାର ସାରା ଦେଶରେ ଏଲୋପାଥିକ ଡାକ୍ତରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ଏମ୍ସ ସମେତ ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ କଳାପଟି ବାନ୍ଧିବା ସହ ବ୍ଲାକ୍‌ ଡେ ପାଳନ କରିଛନ୍ତି। ଏଥିସହ ଆଉ କେହି ଡାକ୍ତର ବେକରେ ବାବାଙ୍କ ପୋଷ୍ଟର ଲଗାଇଥିବା ବେଳେ ଆଉ କେହି ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେବଳ ସେତିକି ନୁହେଁ ଆଉ କିଛି ଡାକ୍ତରମାନେ ପିପିଇ କିଟ୍‌ରେ ବ୍ଲାକ୍‌ ପଟି ବାନ୍ଧି ପିନ୍ଧି ନିଜର କାର୍ଯ୍ୟ ଜାରି ରଖିବା ସହ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ସମୟରେ ରୋଗୀଙ୍କ ଚିକିତ୍ସାରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ଫେଡେରେଶନ୍‌ ଅଫ୍‌ ରେସିଡେଣ୍ଟ ଡାକ୍ତର ଆସୋସିଏସନ ଇଣ୍ଡିଆ(ଏଫ୍‌ଓଆରଡିଏ) ଘୋଷଣା କରିଛି। ତେବେ କରୋନା ମହାମାରୀ ମଧ୍ୟରେ ଏହି ବିବାଦ ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କଲେ ରାଜ୍ୟପାଳ ଆରିଫ୍‌ ମହମ୍ମଦ

ଥିରୁଭାନନ୍ତପୁରମ୍‌,୧୨।୪: କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାଁ ସାବରିମାଳାରେ ପହଞ୍ଚି ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କରିଛନ୍ତି। ରବିବାର ସନ୍ଧ୍ୟାରେ ସାନ ପୁଅ...

ନୀତିଶଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ୧୭ ମନ୍ତ୍ରୀ ନେଲେ ଶପଥ

ପାଟନା,୯।୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ମଙ୍ଗଳବାର ୧୭ ଜଣ ମନ୍ତ୍ରୀ ନୀତିଶଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇଛନ୍ତି। ସେଥିମଧ୍ୟରେ ଭାଜପାର ୯...

ଦେଶବାସୀଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛନ୍ତି ମୋଦି: ସୋନିଆ…

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧୀ ଘେରିବାରେ ଲାଗିଛନ୍ତିି। ପୂର୍ବରୁ ଜାରି ହୋଇଥିତ୍ବା ସତର୍କ ସୂଚନାକୁ ଅଣଦେଖା...

କଂଗ୍ରେସର ୯୭ ପ୍ରତିଶତ-ବିଏସ୍‌ପିର ୭୨ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଲେ…

ଲକ୍ଷ୍ନୌ, ୧୨।୩ : ଉତ୍ତରପ୍ରଦେଶରେ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି, ସମାଜବାଦୀ ପାର୍ଟି ଏହାକୁ ପ୍ରତ୍ୟେକ ଆସନରେ କଡ଼ା ମୁକାବିଲା...

କେନ୍ଦ୍ର ସରକାରଙ୍କୁ ବିତର୍କ ଲାଗି ଚ୍ୟାଲେଞ୍ଜ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୧୨: ମାସେରୁ ଅଧିକ ଦିନ ହେଲା ହଜାର ହଜାର କୃଷକମାନେ ଆନ୍ଦୋଳନ କରୁଥିବା ସିଙ୍ଘୁସୀମା ପରିଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦକେନ୍ଦ୍ର ସରକାରଙ୍କୁ ବିତର୍କ ଲାଗି...

କଂଗ୍ରେସର ଝୁମ୍ପୁଡ଼ି ବସ୍ତି ରାଜନୀତି

ନୂଆଦିଲ୍ଲୀ, ୮।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟିବା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି...

ମୁକୁଳିବେ ନଜରବନ୍ଦୀ ଥିବା ଜମ୍ମୁ-କଶ୍ମୀରର ୩ ନେତା

ନୂଆଦିଲ୍ଲୀ,୧୦।୧୦: ବିଭିନ୍ନ ସର୍ତ୍ତ ଆଧାରରେ ଜମ୍ମୁ-କଶ୍ମୀରରେ ନଜରବନ୍ଦୀ ଥିବା ୩ ନେତା ଗୁରୁବାର ମୁକୁଳିବେ ବୋଲି ଜଣାପଡିଛି। ବୁଧବାର ଏସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।...

ଭାଜପା ଏମ୍‌ପିଙ୍କ ‘ପାଠଶାଳା’ରେ କାହିଁକି ପଛରେ ବସିଲେ ମୋଦି

ନୂଆଦିଲ୍ଲୀ,୩।୮: ଭାଜପା ଏମ୍‌ପିଙ୍କ ପାଇଁ ଶନିବାର ଆୟୋଜିତ ପାଠଶାଳା ବା ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମରେ ରାଜ୍ୟ ସଭା ଓ ଲୋକ ସଭାର ପ୍ରାୟ ସମସ୍ତ ଏମ୍‌ପି...

Advertisement
Archives

Model This Week