ଚିଠି ଲଢ଼େଇ

Dillip Cherian

ଅମଲାତନ୍ତ୍ରୀମାନେ ଚାକିରିରେ ଥିବାବେଳେ ସେବା ନିୟମଗୁଡ଼ିକ ଯୋଗୁ ସାଧାରଣରେ ମତ ଦେବା ବନ୍ଦ କରିଦେଇଥାନ୍ତି। କିନ୍ତୁ ଅବସର ପରେ ଏମାନେ ଆଉ ସେହି ନିୟମଗୁଡ଼ିକୁ ମାନିବାକୁ ବାଧ୍ୟ ନୁହନ୍ତି । ଏଥିପାଇଁ ଅମଲାତନ୍ତ୍ରୀମାନେ ସ୍ବାଧୀନ ଭାବେ ମତ ଦେଇ ସରକାରଙ୍କ ସପକ୍ଷବାଦୀ ଓ ସରକାରଙ୍କ ବିପକ୍ଷବାଦୀ ଗୋଷ୍ଠୀ ଭାବେ ପରସ୍ପର ମଧ୍ୟରେ ଲଢ଼େଇ ଆରମ୍ଭ କରିଦିଅନ୍ତି। ନିକଟରେ ଉତ୍ତରପ୍ରଦେଶରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ସେଠାରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱାରା ଅଣାଯାଇଥିବା ‘ଲଭ୍‌ ଜିହାଦ’ ଆଇନକୁ ନେଇ ରାଜ୍ୟ ସରକାରଙ୍କ ସପକ୍ଷରେ ଯୁକ୍ତି ଦର୍ଶାଉଥିତ୍ବା ଏବଂ ଏହାକୁ ସମାଲୋଚନା କରୁଥିବା ଅବସରପ୍ରାପ୍ତ ଅମଲାତନ୍ତ୍ରୀଙ୍କ ମଧ୍ୟରେ ‘ଚିଠି ଲଢ଼େଇ’ ଆରମ୍ଭ ହୋଇଯାଇଛି। ଏହି ଯୁଦ୍ଧରେ ଏମାନଙ୍କ ସହ ଅବସରପ୍ରାପ୍ତ ସେନା ଅଧିକାରୀ , ନ୍ୟାୟପାଳିକାର ସଦସ୍ୟ ଓ ଅନ୍ୟମାନେ ମଧ୍ୟ ଯୋଗ ଦେବାରେ ଲାଗିଛନ୍ତି। ପ୍ରଥମେ ୧୦୪ ଜଣ ଅବସରପ୍ରାପ୍ତ ଅମଲାତନ୍ତ୍ରୀଙ୍କର ଏକ ଗୋଷ୍ଠୀ ‘ଲଭ୍‌ ଜିହାଦ’ ଆଇନର କାର୍ଯ୍ୟକାରିତାକୁ ନେଇ ଅସନ୍ତୋଷ ପ୍ରକାଶ କରି ଏହା ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ଚିଠି ଲେଖିଥିଲେ। ଏହି ଚିଠିରେ ଦସ୍ତଖତ କରିଥିବା ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ନ୍ୟାଶନାଲ ସିକ୍ୟୁରିଟି ଆଡ୍‌ଭାଇଜର ଶିବ ଶଙ୍କର ମେନନ୍‌, ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବି୍ବିଙ୍ଗ (ଆରଆଣ୍ଡ୍‌ଏଡବ୍ଲ୍ୟୁ)ର ପୂର୍ବତନ ମୁଖ୍ୟ ଏ.ଏସ୍‌.ଦୁଲତ,ପୂର୍ବତନ ମୁଖ୍ୟ ସୂଚନା କମିଶନର ଓ୍ବାଜହତ ହବିବୁଲ୍ଲା, ପୂର୍ବତନ ପ୍ରମୁଖ ସଚିବ( ପିଏମ୍‌ଓ) ଟି.କେ.ଏ.ନାୟାର ଏବଂ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କେ.ସୁଜାତା ରାଓ। ଏବେ ୨୫୦ରୁ ଊର୍ଦ୍ଧ୍ୱ ଅବସରପ୍ରାପ୍ତ ବାବୁ ଓ ସେନା ଅଧିକାରୀମାନଙ୍କୁ ନେଇ ଗଠିତ ମଞ୍ଚ ‘ଫୋରମ ଅଫ୍‌ କନସର୍ନଡ ସିଟିଜେନ’ ବି ଉତ୍ତରପ୍ରଦେଶ ପ୍ରୋହିବିଶନ ଅଫ୍‌ ଅନ୍‌ଲଫୁଲ କନ୍‌ଭର୍ସେଶନ ଅଫ୍‌ ରିଲିଜିଅନ ଅର୍ଡିନାନ୍ସ୨୦୨୦’କୁ ସମର୍ଥନ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହି ସପକ୍ଷବାଦୀ ଗୋଷ୍ଠୀ ‘ଲଭ୍‌ ଜିହାଦ’ଆଇନ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବାବୁମାନଙ୍କୁ ‘ପଲିଟିକାଲି ମୋଟିଭେଟେଡ ପ୍ରେସର-ଗ୍ରୁପ୍‌’ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।
କ୍ୟାଡର୍‌ ମିଶ୍ରଣ
୩୭୦ ଧାରାରେ ଜମ୍ମୁ-କଶ୍ମୀର ସ୍ବାୟତ୍ତତା ଉପଭୋଗ କରୁଥିଲା। କେନ୍ଦ୍ର ଏହି ଧାରାକୁ ଉଚ୍ଛେଦ କରି ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ (ୟୁଟି) କରିବା ପରେ ବର୍ଷକରୁ ଅଧିକ ସମୟ ବିତିଗଲାଣି। ଏବେ ଏଠାରେ ପ୍ରଶାସନିକ କାର୍ଯ୍ୟରେ ଉନ୍ନତି ଆଣିବା ଲାଗି କେନ୍ଦ୍ର ଜମ୍ମୁ-କଶ୍ମୀର କ୍ୟାଡର୍‌ର ଆଇଏଏସ୍‌. ଆଇପିଏସ୍‌ ଏବଂ ଆଇଏଫ୍‌ଓଏସ୍‌କୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ ୟୁନିୟନ ଟେରିଟୋରି (ଏଜିଏମ୍‌ୟୁଟି) କ୍ୟାଡର୍‌ ସହ ମିଶାଇ ଦେଇଛନ୍ତି। ଏହାଦ୍ୱାରା ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଯୁକ୍ତି ପାଇଥିବା ଅଧିକାରୀମାନେ ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରିପାରିବେ ଏବଂ ଜମ୍ମୁ-କଶ୍ମୀରର ଅଧିତ୍କାରୀମାନେ ବି ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କାର୍ଯ୍ୟକରିବେ। କେନ୍ଦ୍ର ଦ୍ୱାରା ଉକ୍ତ କ୍ୟାଡର ଆବଣ୍ଟନ ନିୟମରେ ଆବଶ୍ୟକ ସଂଶୋଧନ କରାଯାଇପାରେ। ତେବେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ଯେ,ଏଜିଏମ୍‌ୟୁଟି କ୍ୟାଡରକୁ ଦିଆଯାଇଥିବା ଅଧିକାରୀମାନେ କେନ୍ଦ୍ରର ନିୟମ ମାନି କାର୍ଯ୍ୟ କରିବେ। ଏହି ପଦକ୍ଷେପକୁ କେନ୍ଦ୍ର ସହ ଜମ୍ମୁ-କଶ୍ମୀରର ସମ୍ପୂର୍ଣ୍ଣ ମିଶ୍ରଣର ଏକ ବାର୍ତ୍ତା ଭାବେ ପର୍ଯ୍ୟବେକ୍ଷକମାନେ ବିବେଚନା କରୁଛନ୍ତିି। ଜମ୍ମୁ-କଶ୍ମୀର କ୍ୟାଡର୍‌ ଅଧିତ୍କାରୀମାନେ ଲଦାଖରେ କାର୍ଯ୍ୟକରିବା ପାଇଁ ଅମଙ୍ଗ ହେବା କେନ୍ଦ୍ର ପାଇଁ ଏକ ସମସ୍ୟା ଥିତ୍ଲା। ସରକାରଙ୍କ କ୍ୟାଡର ମିଶ୍ରଣ ପଦକ୍ଷେପ ଏବେ ୟୁଟି କ୍ୟାଡର୍‌ ଅଧିକାରୀମାନଙ୍କ ପାଇଁ ଏକ ବଡ କ୍ଷ୍ରେତ୍ର ପ୍ରସ୍ତୁତ କରିଥିବାରୁ ଏହି ସମସ୍ୟା ସମାଧାନ ହୋଇଯିବ। ପର୍ଯ୍ୟବେକ୍ଷକମାନେ କହନ୍ତି ଯେ, ଲଦାଖରେ ଅଧିକାରୀମାନଙ୍କର ଅଭାବ ଥାଏ। ଲଦାଖର ପ୍ରତିକୂଳ ଜଳବାୟୁ ଯୋଗୁ ସେଠାରେ କାର୍ଯ୍ୟ କରିବାକୁ ଏମାନେ ବିମୁଖ। କିନ୍ତୁ ଚାଇନା ପକ୍ଷରୁ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ଲଦାଖ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଣୁ କେନ୍ଦ୍ରର ପ୍ରଶାସନିକ ପଦକ୍ଷେପ ରୂପରେ ଏକ ରାଜନୈତିକ ପଦକ୍ଷେପ ନେଉଥିବା ସ୍ପଷ୍ଟ ଜଣାପଡୁଛି।
ନିର୍ବାଚନ ପୂର୍ବରୁ ପଦୋନ୍ନତି
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୧ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ସଚିବ ଏବଂ ଯୁଗ୍ମ ସଚିବ ଭାବେ ପଦୋନ୍ନତି ଦେଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପ୍ରଶାସନକୁ ଅଧିକ ମଜଭୁତ କରି ଆଗକୁ ବଢିବା ପାଇଁ ସେ ଏଭଳି ପଦୋନ୍ନତି ଦେଇଛନ୍ତି। ମମତାଙ୍କର ପଶ୍ଚିମବଙ୍ଗରେ ଥିବା ମଜଭୁତ ସ୍ଥିତିକୁ ଭାଙ୍ଗି ଦେବାକୁ ଭାଜପା ଶପଥ କିରିବା ଯୋଗୁ ଟିଏମ୍‌ସି ନେତ୍ରୀ ମମତା ପ୍ରଶାସନିକ କାର୍ଯ୍ୟକୁ ସୁଦୃଢ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛିି। ସଚିବ ଭାବେ ପଦୋନ୍ନତି ପାଇଥିବା ୧୯ ଜଣ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ଯୁଗ୍ମ ସଚିବ ସ୍ମିତା ପାଣ୍ଡେ, ବିଜୟ ଭାରତୀ, ଶୁଭଞ୍ଜନ ଦାସ,ସମୀର କୁମାର ଭଟ୍ଟାଚାର୍ଯ୍ୟ, ସି.ସି.ଗୁହା, ରଜତ ବୋଷ, କୌଶିକ ହଳଧର, ଏନ.ସି.ସରାର ଏବଂ ଟି.କେ.ରୁଦ୍ର ପ୍ରମୁଖ। ନୂଆ ଯୁଗ୍ମ ସଚିବ ପଦକୁ ପଦୋନ୍ନତି ପାଇଥିତ୍ବା ଅଧିକାରୀମାନେ ହେଉଛନ୍ତି ଭି. ଲଳିତଲକ୍ଷ୍ମୀ, ସୌରଭ ପହାରି, ମୁକ୍ତା ଆର୍ଯ୍ୟ, ଦେବୀ ପ୍ରସାଦ କରନମ୍‌, ସକିଲ ଅହମ୍ମଦ, ଉତ୍ତମ ପାତ୍ର, ଶାନ୍ତନୁ ଶାହା, ନିର୍ମାଲ୍ୟ ଘୋଷ, ଅନିନ୍ଦୟ ନାରାୟଣ ବିଶ୍ୱାସ ଏବଂ ଦୀପଙ୍କର ଚୌଧୁରୀ। ନିର୍ବାଚନ ପ୍ରଚାର ପୂର୍ବର ବାବୁମାନଙ୍କୁ ମମତା ଏହି ପଦୋନ୍ନତି ଦେଇ ପଶ୍ଚିମବଙ୍ଗରୁ ତାଙ୍କ ଦଳକୁ କ୍ଷମତାରୁ ହଟାଇବା ପାଇଁ ଭାଜପାର ତୀବ୍ର ଆକ୍ରମଣକୁ ପ୍ରତିହତ କରିବାକୁ ପାଇଁ ମମତା ଚାହର୍ଁୁଛନ୍ତି। ଏଣୁ ପ୍ରଶାସନରେ ପୁନର୍ବାର ପରିବର୍ତ୍ତନର ସମ୍ଭାବନାକୁ ଅସ୍ବୀକାର କରାଯାଇ ନ ପାରେ। ଏଠି ଆଉ କ’ଣ ନୂଆ ହେଉଛି ତାହା ଲକ୍ଷ୍ୟ କରନ୍ତୁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?