ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି। ଏକ ଅନିଶ୍ଚିତତା ଓ ଆଉ ଏକ ସମ୍ଭାବ୍ୟ ବିଶ୍ବଯୁଦ୍ଧ ସଙ୍କଟ ଭିତରକୁ ବିଶ୍ବ ଠେଲି ହୋଇ ଚାଲିଛି। ଶାନ୍ତି ପାଇଁ ଯୁଦ୍ଧ ବିକଳ୍ପ ନୁହେଁ ଏହା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜାପାନ ଉପରେ ଆମେରିକା ପକାଇଥିବା ପରମାଣୁ ବୋମାର ପରିଣାମ ବୁଝାଇ ସାରିଥିବା ବେଳେ ବର୍ତ୍ତମାନର ବିଶ୍ବରେ କିନ୍ତୁ ତଥା କଥିତ ବଡ଼ପଣ୍ଡାମାନେ ଏହାକୁ ଅଣଦେଖା କରି ନିଜର ସ୍ବାର୍ଥ ହାସଲ ପାଇଁ ଅନ୍ୟ ଉପରେ ଯୁଦ୍ଧ ଲଦି ଦେଉଛନ୍ତି। ସେମାନେ ଏକଚ୍ଛତ୍ରବାଦୀ ଶାସକ ହୁଅନ୍ତୁ ବା ନିର୍ବାଚିତ ରାଷ୍ଟ୍ରମୁଖ୍ୟ, ଜିଦ୍‌ ଆଗରେ ଫିକା ପଡିଯାଉଛି କୋଟିକୋଟି ମଣିଷଙ୍କ ବହୁମୂଲ୍ୟ ଜୀବନ। ୫ବର୍ଷ ହେଲା ଚାଲିଛି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ। ଧ୍ବଂସସ୍ତୂପ ୟୁକ୍ରେନ୍‌। ଦେଶର ଭବିଷ୍ୟତ ରସାତଳକୁ ଚାଲିଯାଇଛି। ହଜାର ହଜାର ଜନତା ପ୍ରାଣ ହରାଇଛନ୍ତି। ରୁଷିଆରେ ମଧ୍ୟ ସମାନ ସ୍ଥିତି। ଇସ୍ରାଏଲ ପକ୍ଷରୁ ଗାଜାରେ ହମାସ୍‌ ନିପାତ ଅଭିଯାନକୁ ୩ ବର୍ଷରୁ ଅଧିକ ସମୟ ହେଲାଣି। ଗାଜା ଛାରଖାର, ଭିଟାମାଟି ହରାଇଛନ୍ତି ଲକ୍ଷଲକ୍ଷ ଗାଜାବାସୀ କିନ୍ତୁ ଏହାର କୌଣସି ସମାଧାନ ନାହିଁ। ଏସବୁ ଭିତରେ ବର୍ତ୍ତମାନ ଚାଲିଛି ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ। ସମସ୍ତ ମଧ୍ୟପାଚ୍ୟକୁ ଛିନ୍ନଛତ୍ର କରିସାରିଲାଣି। ତୈଳ ଭିତ୍ତିଭୂମି, ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ସବୁଠି ଧ୍ବଂସର ପାଦଚିହ୍ନ।
ଏଭଳି ଯୁଦ୍ଧ ପ୍ରତିଯୋଗିତା ଏବେ ବିଶ୍ବ ଭୂରାଜନୈତିକ ପରିସ୍ଥିତିକୁ ସଂକ୍ରମଣ କରିସାରିଲାଣି। କେବଳ ଆମେରିକା, ରୁଷିଆ, ଚାଇନା କିମ୍ବା ନର୍ଥ କୋରିଆର ରାଷ୍ଟ୍ରନେତା ନୁହନ୍ତି ଏଭଳି ଆତ୍ମବଡ଼ିମା ମୋହ ଅନେକ ଦେଶକୁ ଗ୍ରାସ କରିଛି। ୟୁକ୍ରେନ୍‌ ଓ ଇରାନ ବିରୋଧରେ ଯୁଦ୍ଧ ଜାରି ରହିଛି। ଭେନେଜୁଏଲାର ରାଷ୍ଟ୍ରପତିଙ୍କୁ ବଳ ଦେଖାଇ ବାନ୍ଧି ଆଣିଛି ଆମେରିକା, ଦକ୍ଷିଣ ଚାଇନା ସାଗରରେ ନିଜର ବିସ୍ତାରବାଦ ଜାରି ରଖିଛି ଚାଇନା, ୟୁକ୍ରେନ୍‌କୁ ସ୍ବାଧୀନ ଭାବେ ବଞ୍ଚତ୍ବାକୁ ଦେଉନି ରୁଷିଆ, ଆଉ ବିଶ୍ବ ନିୟମକୁ ଫୁ କରି ନିଜ ଇଚ୍ଛାରେ ଦେଶ ଚଳାଉଛନ୍ତି ଉତ୍ତର କୋରିଆ ଶାସକ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ବି ଯୁଦ୍ଧ କରୁଛନ୍ତି, ପୁଟିନ୍‌ ବି ଯୁଦ୍ଧ କରୁଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଇରାନ ଓ ଲେବାନନକୁ ଧ୍ବଂସ କରିବାକୁ ପ୍ରତିଜ୍ଞା କରିଛନ୍ତି। ସମସ୍ତେ ଯେମିତି ଜଙ୍ଗଲ ଭିତରେ ନିଜ ଶିକାର ପାଇଁ ପ୍ରତିଯୋଗିତା କରୁଛନ୍ତି। କିନ୍ତୁ ଏହି ସବୁ ଦେଶରେ ଥିବା ଜନତାଙ୍କ କଥା କେହି ଦିନେ ଭାବୁନାହାନ୍ତି। ସେମାନଙ୍କର ଦୋଷ କ’ଣ, କାହିଁକି ସେମାନଙ୍କ ଉପରେ ଯୁଦ୍ଧ ଲଦି ଦିଆଯାଉଛି। ବିଶ୍ବରେ ଆଧିପତ୍ୟ ରାଜନୀତି ଶେଷ ହେବା ଜରୁରୀ ବୋଲି ସମସ୍ତେ କହୁଛନ୍ତି। କିନ୍ତୁ ନିଜେ ଆଧିପତ୍ୟ ବିସ୍ତାର ପାଇଁ ରଣନୀତି ରଚୁଛନ୍ତି। ବିକଶିତ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଇରାନ ଯୁଦ୍ଧ ପାଇଁ ନିଜ ଦେଶ ଭିତରେ ପ୍ରବଳ ବିରୋଧ ହେଉଛି। କିନ୍ତୁ ଟ୍ରମ୍ପ୍‌ ଯୁଦ୍ଧରୁ ଓହରୁ ନାହାନ୍ତି। ଇରାନ ବିରୋଧରେ ଯୁଦ୍ଧ ବନ୍ଦ ହେବ କ’ଣ ଏହାକୁ ଅତି ପ୍ରଚଣ୍ଡ କରିଛନ୍ତି ଟ୍ରମ୍ପ୍‌ ପ୍ରଶାସନ। ଯୁଦ୍ଧ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କିଛି ନିଷ୍ପତ୍ତି ନେବା ଆଗରୁ ପ୍ରତ୍ୟେକ ଦେଶର କିଛି ନୀତି-ନିୟମ ରହିଥିବା ବେଳେ ଟ୍ରମ୍ପ୍‌ଙ୍କ ଲଗାମଛଡ଼ା ଯୁଦ୍ଧଖୋର ମନୋଭାବ ପଦାରେ ପଡିଯାଇଛି। ବିଲ୍‌ କ୍ଲିଣ୍ଟନ୍‌, ଜର୍ଜ ଡବ୍ଲ୍ୟୁ ବୁଶ୍‌, ବାରାକ୍‌ ଓବାମା ଏବଂ ଜୋ-ବାଇଡେନଙ୍କ ଭଳି ୪ ଜଣ ପୂର୍ବତନ ରାଷ୍ଟ୍ରପତି ଏବେ ଜୀବିତ ଅଛନ୍ତି। ତେଣୁ ଇରାନ ସହ ଯୁଦ୍ଧ ନେଇ ଟ୍ରମ୍ପ୍‌ ସେମାନଙ୍କ ମତ ଲୋଡ଼ି ନ ଥିଲେ କାହିଁକି? ବଡ଼ କଥା ହେଲା ଯୁଦ୍ଧ ବନ୍ଦ ପାଇଁ ଆମେରିକା କଂଗ୍ରେସରେ ପ୍ରସ୍ତାବ ପାରିତ ପରେ ବି ଟ୍ରମ୍ପ୍‌ ଯୁଦ୍ଧ ବନ୍ଦ କରୁନାହାନ୍ତି ।
ବିଶ୍ବର ୩ ସୁପର ପାଓ୍ବାର ରୁଷିଆ- ଆମେରିକା- ଚାଇନା ଗୋଟିଏ ମାସରେ ବେଜିଂରେ ଏକାଠି ହୋଇ ଶାନ୍ତି ପାଇଁ ଯୁକ୍ତି ବାଢ଼ିଛନ୍ତି। କିନ୍ତୁ କୂଟନୈତିକ ଯୁଦ୍ଧ ବନ୍ଦ ହୋଇନି। ଚାଇନା ଇରାନର ସମର୍ଥକ ରହିଛି। ରୁଷିଆ ମଧ୍ୟ ଇରାନକୁ ଯୁଦ୍ଧରେ ପରୋକ୍ଷ ସହଯୋଗ କରୁଛି। ସେପଟେ ୟୁକ୍ରେନ୍‌କୁ ବଳ ଦେଉଛି ନାଟୋ। ମସ୍କୋ ଉପରେ ନାଟୋ ସହାୟତାରେ କ୍ଷେପଣାସ୍ତ୍ର ମାଡ କରୁଛି ୟୁକ୍ରେନ୍‌। ଯାହାର ଜବାବ ବାଲିଷ୍ଟିକ ମିସାଇଲରେ ଦେଇଛି ରୁଷିଆ। ଇରାନ ଆମେରିକା ଶାନ୍ତିରାଜିନାମାର ମଧ୍ୟସ୍ଥ ସାଜିଥିବା କତାର ମଧ୍ୟ ଇରାନ ଆକ୍ରମଣରୁ ବାଦ୍‌ ପଡୁନି।
ଏସବୁ ଭିତରେ ଚଳିତ ମାସଠାରୁ ୟୁକ୍ରେନ୍‌ ଓ ରୁଷିଆ ଯୁଦ୍ଧ ଅଧିକ ଭୟଙ୍କର ସ୍ଥିତିକୁ ଚାଲି ଗଲାଣି। ଆଗକୁ କ’ଣ ହେବ ଏହି ଯୁଦ୍ଧକୁ ନେଇ ବିଶ୍ବର ସ୍ଥିତି ।
ଯୁଦ୍ଧ ଲମ୍ବିବ ନା ଥମିବ। କିମ୍ବା ବିଶ୍ବର ଏହି ଯୁଦ୍ଧ ସ୍ଥିତି ଆଉ ଏକ ମହାଯୁଦ୍ଧରେ ରୂପାନ୍ତର ହେବ। ବିଶ୍ବକୁ ଅଶାନ୍ତ ଓ ଜଙ୍ଗଲରାଜ ସୃଷ୍ଟି ପଛରେ କାହାର ହାତ ଏହା ଘଣ୍ଟି ବାଡେଇ କହିବା ଆବଶ୍ୟକ ନାହିଁ।
ବିଶ୍ବବାସୀ ଠିକ୍‌ ବୁଝିଛନ୍ତି ଜଙ୍ଗଲରାଜ ପଛରେ କେବଳ ଆତ୍ମ ବଡିମା ଓ ପାଗଳାମୀ ବିଶ୍ବକୁ ଧ୍ବଂସମୁହଁା କରାଇଛି। ବିଶ୍ବ ଏକ ଲଗାମଛଡା ସ୍ଥିତି ଭିତରକୁ ଠେଲି ହୋଇଯାଇଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଖାଦ୍ୟ, ପାନୀୟ ଓ ତୈଳ ସଂକଟ ଆଗରୁ ଏକ ବୃହତ୍‌ ଚିନ୍ତାର ବିଷୟ ହୋଇଛି। ତେଣୁ ବିଶାଳ ଜିଡିପିର ଗଣ୍ଡି ଭିତରେ ଯୁଦ୍ଧକୁ ଉପଭୋଗ କରୁଥିବା ବିକଶିତ ଦେଶର ରାଷ୍ଟ୍ରମୁଖ୍ୟମାନେ ନିଜେ ବଞ୍ଚତ୍ବା ସହ ଅନ୍ୟମାନଙ୍କୁ ବଞ୍ଚତ୍ବାର ଅଧିକାର ଦେବା ଜରୁରୀ ହୋଇଛି।

ଲଳିତେନ୍ଦୁ ପଲାଉରୀ

ବାଲିପନ୍ତାଳ, ନଗର ଅସ୍ତରଙ୍ଗ, ପୁରୀ
ମୋ: ୯୭୭୮୬୯୭୦୩୬

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri