ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ ହେବେ ପରବର୍ତ୍ତୀ ଡିଜିପି, ତାହାକୁ ନେଇ ରାଜ୍ୟ ଓ କେନ୍ଦ୍ରର କ୍ଷମତା କେନ୍ଦ୍ରରେ ଅଙ୍କକଷା ଚାଲିଛି। ଆସନ୍ତା ମାସ ୭ ତାରିଖରେ ନୂଆ ଡିଜିପି ନେଇ ସ୍ପଷ୍ଟ ହେବ। କିନ୍ତୁ ଏହା ପୂର୍ବରୁ ପୋଲିସ ବିଭାଗରେ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ଧରିଥିବାବେଳେ ଭିତିରି ଲବି ମଧ୍ୟ ଆରମ୍ଭ ହୋଇଛି। ବରିଷ୍ଠତା ଦୃଷ୍ଟିରୁ ୩ଜଣଙ୍କ ନାମ ଚର୍ଚ୍ଚାରେ ରହିଛି। ଏମାନଙ୍କ ମଧ୍ୟରେ ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚ୍‌ର ଜେଲ ଡିଜି ସୁଶାନ୍ତ ନାଥ ଓ ଗୋଇନ୍ଦା ଡିଜି ଆର୍‌ପି କୋଚେ। ହେଲେ ରାଜ୍ୟ ସରକାର ନୂଆମୁହଁ ଦେଇ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାଳନ୍ତି ବୋଲି ଆଶା କରାଯାଉଛି।
ଓଡ଼ିଶାର ନୂଆ ପୋଲିସ ଡିଜି ଚୟନ ନିମନ୍ତେ ଅଗଷ୍ଟ ୭ରେ ନୂଆଦିଲ୍ଲୀରେ ୟୁପିଏସ୍‌ସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ପ୍ରଥମ ତଥା ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହେବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କ ସମେତ ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗ ଓ ପୋଲିସ ଡିଜି ଖୁରାନିଆ ମଧ୍ୟ ସଦସ୍ୟ ଭାବେ ଯୋଗଦେବେ। ନୂଆ ପୋଲିସ ଡିଜି ନିମନ୍ତେ ରାଜ୍ୟ ସରକାର ଗତ ମେ ୧୪ରେ ୧୧ଜଣ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ନାମ ନିର୍ଦ୍ଧାରିତ ଫର୍ମାଟରେ ୟୁପିଏସ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିସାରିଛନ୍ତି। ସେମାନେ ହେଲେ ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଜେଲ ଡିଜି ସୁଶାନ୍ତ ନାଥ, ଗୋଇନ୍ଦା ଡିଜି ଆର୍‌ପି କୋଚେ, ୧୯୯୪ ବ୍ୟାଚ୍‌ର ସଞ୍ଜୀବ ପଣ୍ଡା, ଯଶବନ୍ତ ଜେଠୱା, ୧୯୯୫ ବ୍ୟାଚ୍‌ର ରୀତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ପିଏସ୍‌ ରଣପିସେ, ସନ୍ତୋଷ ବାଲା ଏବଂ ୧୯୯୬ ବ୍ୟାଚ୍‌ର ଅରୁଣ ବୋଥ୍ରା ଓ ସୁନୀତା କାକରନ। ତେବେ ଏମାନଙ୍କ ମଧ୍ୟରୁ ଆଇପିଏସ୍‌ ରୀତୁ ଅରୋରା, ପିଏସ୍‌ ରଣପିସେ ଓ ସୁନୀତା କାକରନ ଏବେ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ୟୁପିଏସ୍‌ସି କର୍ତ୍ତୃପକ୍ଷ ବରିଷ୍ଠତା ଆଧାରରେ ୩ଜଣ ଆଇପିଏସ୍‌ ଅଧିକାରୀଙ୍କ ନାମ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ। ହେଲେ କିଏ ଓଡ଼ିଶା ପୋଲିସ ଡିଜି ଚୌକିରେ ବସିବେ ତାହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି।
ଆଇନ ଶୃଙ୍ଖଳା, ପଞ୍ଚାୟତ ନିର୍ବାଚନ ଚ୍ୟାଲେଞ୍ଜ ହେବ
ଅଗଷ୍ଟ ୧୬ରେ ହିଁ ନୂଆ ଡିଜିପି ଦାୟିତ୍ୱ ଗ୍ରହଣ କରିବେ। ବଡ଼ କଥା ହେଲା ନୂଆ ଡିଜିପିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଚ ହେବ ରାଜ୍ୟର ଆଇନ ଶୃଙ୍ଖଳା। ପୋଲିସ ନିଯୁକ୍ତି କେଳେଙ୍କାରୀଠାରୁ ଆରମ୍ଭ କରି ବାଲିଅନ୍ତାରେ ପୋଲିସ ଉପସ୍ଥିତିରେ ଜିଆର୍‌ପି କନ୍‌ଷ୍ଟେବଲଙ୍କୁ ଲୋକେ ପିଟି ହତ୍ୟା ମାମଲା ଭଳି ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି, ରଥଯାତ୍ରା ଅଘଟଣ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଏଥିପାଇଁ ଉଭୟ ଓଡ଼ିଶା ପୋଲିସ ଓ ରାଜ୍ୟ ସରକାର ବଦ୍‌ନାମ ହୋଇଛନ୍ତି। ଏଥିସହ ଗବେଷଣା ପାଇଁ ଦିଲ୍ଲୀରୁ ଆସିଥିବା ଜଣେ ଯୁବତୀଙ୍କୁ ରାୟଗଡ଼ାରେ ପିଲା ଚୋରି ସନ୍ଦେହରେ ସ୍ଥାନୀୟ ଲୋକେ ତାଙ୍କ ପୋଷାକ ଚିରି ମାଡ଼ ମାରିବା ଭଳି ଘଟଣା ମଧ୍ୟ ଓଡ଼ିଶା ପୋଲିସକୁ ଜାତୀୟସ୍ତରରେ ନିନ୍ଦିତ କରିଛି। ଏପରିସ୍ଥିତିରେ ୨୦୨୭ରେ ପଞ୍ଚାୟତ ନିର୍ବାଚନ ଏବଂ ମୁନିସିପାଲିଟି ନିର୍ବାଚନ ରହିଥିବାରୁ ରାଜ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ନୂଆ ଡିଜିପିଙ୍କ ପାଇଁ ଆହ୍ବାନ ହେବ ବୋଲି ଆଶଙ୍କା କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri