୧୭ ବର୍ଷ ହେଲା ପିଲାଙ୍କ ପାଇଁ ସଂଘର୍ଷ

ସମ୍ବଲପୁର,୯ା୧୨ (ଭବାନୀ ଶଙ୍କର ଭୋଇ): ବହୁ ଅସୁବିଧା ସତ୍ତ୍ୱେ ସେ ହାର ମାନିନାହାନ୍ତି। ଦୀର୍ଘ ୧୭ବର୍ଷ ହେବ ନିଜ ପିଲାଙ୍କ ପାଇଁ ସଂଘର୍ଷ ଚଳାଇଛନ୍ତି। ଏପରି ଜଣେ ମହିଳା ହେଉଛନ୍ତି ସମ୍ବଲପୁର ସିନ୍ଦୂରପଙ୍କର ବାସନ୍ତୀ ବେହେରା। ବରଗଡ଼ ଜିଲା ବରପାଲିରେ ଜନ୍ମିତ ବାସନ୍ତୀ ୨୮ବର୍ଷ ତଳେ ସିନ୍ଦୂରପଙ୍କ ନିକଟ ପଦର ବାସିନ୍ଦା ଜଗନ୍ନାଥ ବେହେରାଙ୍କୁ ବିବାହ କରିଥିଲେ। ୧୦ବର୍ଷ ପର୍ଯ୍ୟନ୍ତ ପିଲାଛୁଆ ନ ହେବାରୁ ଅନେକ ପୂଜାପାଠ କରିଥିଲେ। ପରେ ଦୁଇ ଝିଅର ମାଆ ହେବାର ସୌଭାଗ୍ୟ ପାଇଲେ ସେ। ହେଲେ ବଡଝିଅକୁ ଦୁଇବର୍ଷ ପୂରିବା ବେଳକୁ ସ୍ବାମୀଙ୍କ ପରଲୋକ ହୋଇଯାଇଥିଲା। ସେତେବେଳକୁ ସାନଝିଅକୁ ମାତ୍ର କେଇମାସ ହୋଇଥିଲା। ସ୍ବାମୀ ପାଖ ପଥର ଖାଦାନରେ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ସେ ଚାଲିଯିବା ପରେ ପରିବାରର ଆର୍ଥତ୍କ ସ୍ଥିତି ଦୋହଲି ଯାଇଥିଲା। ଏପରି କି ପିଲାଙ୍କ ମୁହଁରେ ଦାନା ଦେବାକୁ ବାସନ୍ତୀ ଅସମର୍ଥ ହୋଇପଡିଲେ। ଶେଷରେ ସେ ବାଧ୍ୟହୋଇ ପଦାକୁ ଗୋଡ଼ କାଢିଲେ। ସ୍ବାମୀ କାମ କରୁଥିବା ଖାଦାନରେ ପଥର ଫଟାଇବା କାମକଲେ। ଦୁଇଛୁଆଙ୍କୁ ଘରେ ଛାଡି ଯିବା ସମ୍ଭବ ନ ଥିବାରୁ ସେମାନଙ୍କୁ ସାଙ୍ଗରେ ଧରି ପଥର ଖାଦାନକୁ ଗଲେ। ପଥର ଫଟାଉଥିବା ଜାଗାରେ ଗଛତଳେ ଦୁଇଛୁଆଙ୍କୁ ଛାଡି ସେ କାମରେ ଲାଗୁଥିଲେ। ମଝିରେ ଆସି ଛୁଆଙ୍କୁ ଦେଖୁଥିଲେ। ଭୋର ୫ଟାରୁ ଘରୁ ବାହାରି ଦିନ ୧୧ଟା ପର୍ଯ୍ୟନ୍ତ କାମ ସାରି ଘରକୁ ଫେରୁଥିଲେ। ଘରେ ରନ୍ଧାବଢା କରି ପୁଣି ୩ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖାଦାନରେ କାମ କରୁଥିଲେ। ପିଲା ବଡ ହେବା ପରେ ସ୍କୁଲରେ ନାମ ଲେଖାଇ ସେମାନଙ୍କ ପାଠ ପଢା ବ୍ୟବସ୍ଥା କରିଥିଲେ। ଦୀର୍ଘ ୧୫ବର୍ଷ ଧରି ପଥର ଖାଦାନରେ ଶ୍ରମିକ ଭାବେ କାମ କରି ପିଲାଙ୍କୁ ମଣିଷ କରିବାକୁ ସଂଘର୍ଷ ଚଳାଇଥିବା ବେଳେ କରୋନା ସମୟରେ ସବୁକିଛି ବନ୍ଦ ହୋଇଗଲା। ପୁଣିଥରେ ବଞ୍ଚତ୍ବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡିଲା। ତେବେ ଇଡ୍‌ଲି ଦୋକାନ କରି ପରିବାର ଚଳାଇବାକୁ ଚିନ୍ତା କଲେ। ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା ଧାର ଆଣି ସିନ୍ଦୂରପଙ୍କ ଛକରେ ଏକ ଛୋଟ ଦୋକାନ ଭଡାରେ ନେଇ ଇଡ୍‌ଲି ବ୍ୟବସାୟ ଆରମ୍ଭ କଲେ। ଏବେ ସେ ପ୍ରତ୍ୟହ ଭୋର ୪ଟାରୁ ଉଠି ସବୁ ସାମଗ୍ରୀ ଯୋଗାଡ କରିବା ପରେ ଦୋକାନ ଖୋଲି ଇଡ୍‌ଲି ପ୍ରସ୍ତୁତ କରୁଛନ୍ତି। ଦୁଇବର୍ଷ ହେବ ଏହି ବ୍ୟବସାୟ ଦ୍ୱାରା ନିଜେ ସ୍ବାବଲମ୍ବୀ ହେବା ସହ ସୁଷମା ପାଣ୍ଡେ ନାମ୍ନୀ ମହିଳାଙ୍କୁ ମଧ୍ୟ ରୋଜଗାର ଦେଇପାରିଛନ୍ତି। ବାସନ୍ତୀ ବାପଘର ବରପାଲିରେ ରହୁଥିବା ସମୟରେ ତାମିଲ, ତେଲୁଗୁ ପରିବାର ସଦସ୍ୟଙ୍କଠାରୁ ତାମିଲ, ତେଲୁଗୁ ଭାଷା ଶିଖିଛନ୍ତି। ଏଥିଯୋଗୁ ଗ୍ରାହକଙ୍କ ସହ ତାମିଲ, ତେଲୁଗୁ, ଓଡ଼ିଆ, ହିନ୍ଦୀ ଓ ସମ୍ବଲପୁରୀ ଭାଷାରେ ସେ କଥା ହୋଇ ସେମାନଙ୍କ ମନ ଜିଣି ପାରୁଛନ୍ତି। ନିଜେ ଅଧିକ ପାଠ ପଢିପାରି ନ ଥିବାବେଳେ ନିଜର ଦୁଇଝିଅଙ୍କୁ ଏବେ କଲେଜରେ ପାଠ ପଢାଉଛନ୍ତି। ଦିନସାରା ପରିଶ୍ରମ କରି ଯାହା ରୋଜଗାର ହେଉଛି ସେଥିରେ ଦୋକାନ ଭଡା, ସହଯୋଗୀଙ୍କ ଦରମା, ଯା’ଆସ ପାଇଁ ଅଟୋଭଡା ଆଦି ଖର୍ଚ୍ଚ ପରେ ଯାହା ବଳୁଛି ପିଲାଙ୍କ ପାଠପଢାରେ ଖର୍ଚ୍ଚ ହେଉଛି। ତେବେ ସେ ରହୁଥିବା ଘର ସରକାରୀ ଜମିରେ ଥିବାରୁ ତାଙ୍କୁ ପକ୍କାଘର ଖଣ୍ଡେ ମିଳିପାରି ନାହିଁ। ଏହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ତଥାପି ନିଜ ପରିଶ୍ରମକୁ ନେଇ ସେ ଖୁସିରେ ଅଛନ୍ତି। ତେବେ ପିଲାଙ୍କୁ ମଣିଷ କରିବାକୁ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରି ଆଗକୁ ବଢୁଥିବା ବାସନ୍ତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?