ନିର୍ବାଚନ ପୂର୍ବରୁ ଲଢ଼େଇ

Dillip Cherian

ଆଗକୁ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । କିନ୍ତୁ ତାକୁ କେନ୍ଦ୍ର କରି ଏବେଠୁ ଲଢ଼େଇ ଆରମ୍ଭ ହୋଇଗଲାଣି। ପଶ୍ଚିମବଙ୍ଗରେ ଭାଜପା ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଗାଡ଼ି ଉପରେ ଆକ୍ରମଣ ପରେ ଟିଏମ୍‌ସି ସରକାର ଉପରେ କେନ୍ଦ୍ର ପ୍ରତି ଆକ୍ରମଣ କରିଛି। ୩ ଜଣ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ର ଡେପୁଟେଶନରେ ଡକାଇଛି। ପୁନଶ୍ଚ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଳ୍ପନ ବନ୍ଦ୍ୟୋପାଧ୍ୟାୟ ଏବଂ ପୋଲିସ ମହାନିର୍ଦ୍ଦେଶକ ବୀରେନ୍ଦ୍ରଙ୍କୁ ସମନ ଜାରି କରି ଦିଲ୍ଲୀରେ ହାଜର ହୋଇ ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ଲାଗି କହିଛି। ଜଣେ ବିଦ୍ରୋହୀ ନେତ୍ରୀ ଭାବେ ଜଣାଶୁଣା ପଶ୍ଚମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସମନକୁ ପାଳନ କରିବା ଲାଗି ମନା କରିଦେଇଛନ୍ତି। ସେ ମଧ୍ୟ ୩ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ଡେପୁଟେଶନରେ ପଠାଇବା ଲାଗି କେନ୍ଦ୍ରର ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏହି ୩ ଆଇପିଏସ୍‌ ଅଧିକାରୀମାନେ ହେଲେ-ଭୋଳାନାଥ ପାଣ୍ଡେ,ରାଜୀବ ମିଶ୍ର ଏବଂ ପ୍ରବୀଣ କୁମାର ତ୍ରିପାଠୀ। ରାଜ୍ୟରେ ଦକ୍ଷ ଅଧିକାରୀଙ୍କ ଅଭାବ ରହିଛି ଏବଂ ରାଜ୍ୟ ଏହି ତିନିଜଣ ଅଧିକାରୀଙ୍କୁ ଛାଡ଼ିପାରିବ ନାହିଁ ିବୋଲି କହିଛନ୍ତି ମମତା। ପୂର୍ବରୁ ବି ଏମିତି ଏକ ଉଦାହରଣ ରହିଛି। ୧୯୯୧ରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିଥା ସମାନ ଢଙ୍ଗରେ କେନ୍ଦ୍ରକୁ ଡେପୁଟେଶନରେ ପଠାଇବା ଲାଗି ମନା କରିଦେଇଥିଲେ। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ନେତା ଏମ. କରୁଣାନିଧିଙ୍କ ଘର ଉପରେ ରାଜ୍ୟ ପୋଲିସ ଚଢାଉ କରିବା ସମୟରେ ଏଭଳି ଘଟଣା ଘଟିଥିଲା। ଯେଉଁ ତିନି ଜଣ ପୋଲିସ ଅଧିକାରୀ ଏହି କାର୍ଯ୍ୟାନୁଷ୍ଠାନରେ ଜଡିତ ଥିଲେ ସେମାନଙ୍କୁ ଡେପୁଟେଶନରେ ପଠାଇବା ଲାଗି କେନ୍ଦ୍ର କହିଥିଲା। ଠିକ୍‌ ମମତାଙ୍କ ଭଳି ସେତେବେଳେ ଏହି ଅଧିକାରୀମାନଙ୍କୁ ଜୟଲଳିଥା କେନ୍ଦ୍ରକୁ ପଠାଇବା ଲାଗି ମନା କରିଦେଇଥିଲେ। ରାଜ୍ୟ ସରକାରଙ୍କ ଅଧୀନରେ ଯେଉଁ ସିଭିଲ ସର୍ଭିିସ ଅଧିକାରୀମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ବିରୋଧରେ କେନ୍ଦ୍ର ଏକତରଫା ପଦକ୍ଷେପ ନେଇପାରିବ ନାହିଁ। କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ଏକମତ ହେବାକୁ ପଡିବ।
ସେବାରେ ବିଦ୍ରୋହ
ସିଭିଲ ସର୍ଭିସ ପ୍ରତିବାଦ ବଦଳରେ ଆଜ୍ଞାକାରିତାରେ ଚାଲିଥାଏ। କିନ୍ତୁ ବେଳେବେଳେ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକରେ କୌଣସି ଏକ କାରଣକୁ ନେଇ ବିଦ୍ରୋହ ପ୍ରକାଶ ପାଏ। ପଞ୍ଜାବ ଡିଆଇଜି(ଜେଲ) ଲାକ୍ଷ୍‌ମିନ୍ଦର ସିଂ ଜାଖର ତିନୋଟି ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀରେ ହେଉଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଚାକିରିରୁ ଇସ୍ତଫା ଦେଇଛନ୍ତି। ରାଜନେତା,କ୍ରୀଡାବିତ ଏପରି କି ପୂର୍ବତନ ସେନା ଅଧିକାରୀମାନେ ଏହାର ପ୍ରତିବାଦରେ ସେମାନଙ୍କ ପୁରସ୍କାର ଓ ପଦକ ଫେରାଇବା ଲାଗି ଘୋଷଣା କରିଛନ୍ତି। କିନ୍ତୁ କୃଷକଙ୍କ ଆନ୍ଦୋଳନକୁ କେନ୍ଦ୍ର କରି ଜଣେ ଆଇପିଏସ୍‌ ଅଧିକାରୀ ଇସ୍ତଫା ଦେବା ପଞ୍ଜାବରେ ପ୍ରଥମ ଘଟଣା। ଅବଶ୍ୟ ଏହା ପୂର୍ବରୁ ଆଇଏଏସ୍‌ ଅଧିକାରୀ କାନନ ଗୋପୀନାଥନ ଜମ୍ମୁ-କଶ୍ମୀରରୁ ୩୦୭ ଧାରା ଉଚ୍ଛେଦ ପରେ ଲାଗୁ କରାଯାଇଥିବା କଟକଣା ପ୍ରତିବାଦରେ ଇସ୍ତଫା ଦେଇଥିଲେ। ସେଠାରେ ମଧ୍ୟ ଯୁବ ଆଇଏଏସ୍‌ ଅଧିକାରୀ ଶାହା ଫୈସଲ ଏକ ରାଜନୈତିକ ଦଳ ଗଢିବା ଲାଗି ୨୦୧୯ରେ ଚାକରିରୁ ଇସ୍ତଫା ଦେଇଥିଲେ। କିଛି ମାସ ପୂର୍ବରୁ ବିହାରର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଇଚ୍ଛାଧୀନ ଅବସର ନେବାକୁ ଚାହଁିଥିଲେ। ଏବେ ବି ତାଙ୍କ ପଦ ଖାଲି ରହିଛି। କିନ୍ତୁ ଜନସାଧାରଣଙ୍କ ଘଟଣାକୁ କେନ୍ଦ୍ର କରି ଏହି ଘଟଣା ଘଟି ନ ଥିଲା। ଜାଖର ସେନାରେ ଚାକିରି କରିବା ପରେ ୧୯୯୪ ବ୍ୟାଚ ଅଧିକାରୀ ଭାବେ ଆଇପିଏସ୍‌ରେ ଯୋଗ ଦେଇଥିଲେ। ତାଙ୍କର ଅଗଷ୍ଟ ୨୦୨୨ରେ ସେବାନିବୃତ୍ତ ହେବାର ଥିଲା। ମଜାକଥା ହେଉଛି, ଚଳିତ ବର୍ଷ ମେ’ପ୍ରାରମ୍ଭରେ ଦୁର୍ନୀତି ଅଭିଯୋଗରେ ଜାଖରଙ୍କୁ ନିଲମ୍ବନ କରାଯାଇଥିଲା ଏବଂ ମାସେ ଭିତରେ ତାଙ୍କୁ ପୁଣି ଅବସ୍ଥାପିତ କରାଯାଇଥିଲା।
ମୁଖ୍ୟ ସଚିବଙ୍କୁ ଛାଡୁନି ତାମିଲନାଡୁ
ତାମିଲନାଡୁ ମୁଖ୍ୟ ଶାସନ ସଚିବ କେ.ଷନ୍ମୁୁଗମଙ୍କ କାର୍ଯ୍ୟକାଳ ପୁଣି ବଢାଇବାକୁ ରାଜ୍ୟ ସରକାର ଚାହିଁଛନ୍ତିି। ଷଣ୍ମୁଗମଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ମାନେ ମୁଖ୍ୟ ସଚିବ ପଦବୀରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ତାମିଲନାଡୁ କ୍ୟାଡରର ବହୁ ବରିଷ୍ଠ ଅଧିତ୍କାରୀମାନେ ସେମାନଙ୍କ ସୁଯୋଗ ହରାଇବେ। ସୂତ୍ରରୁ ପ୍ରକାଶ ଯେ,୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଷନ୍ମୁୁଗମଙ୍କ ଚାକିରି କାଳ ପୂର୍ବରୁ ଦୁଇ ଥର ସମ୍ପ୍ରସାରିତ ହୋଇ ସାରିଛି। ଏବେ କେନ୍ଦ୍ରରେ ସଚିବ ପଦରେ ରହିଥିବା ୪ ଜଣ ଅଧିକାରୀଙ୍କ ସମେତ ତାମିଲନାଡୁରେ ଅତିରିକ୍ତ ସଚିବ ସ୍ତରର ୩୦ ଜଣ ଆଇଏଏସ୍‌ ଅଧିକାରୀ ରହିଛନ୍ତି। ତୃତୀୟ ଥର ପାଇଁ ଷନ୍ମୁୁଗମଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ସୂଚାଇ ଦେଉଛି କି ମୁଖ୍ୟ ସଚିବ ପଦ ସମ୍ଭାଳିବାରେ ଏହି ଅଧିକାରୀମାନଙ୍କ ଦକ୍ଷତା ଉପରେ ରାଜ୍ୟ ସରକାରଙ୍କ ସନ୍ଦେହ ରହିଛି। ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏଦାପଦି କେ.ପାଲାନିସ୍ବାମୀ ଯେତେବେଳେ ପ୍ରଥମେ ଷନ୍ମୁୁଗମଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବଢାଇବାକୁ ଚାହିଁଥିଲେ ସେତେବେଳେ କେନ୍ଦ୍ର ତିନିମାସ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲା। ଦ୍ୱତୀୟ ସମ୍ପ୍ରସାରଣ ଆଉ ତିନିମାସ ପାଇଁ ହୋଇଥିଲା। କିନ୍ତୁ ଏବେ ରାଜ୍ୟ ସରକାର ଷନ୍ମୁୁଗମଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଏହି ବାବୁ ଜଣକ ରାଜ୍ୟରେ କୋଭିଡ୍‌ ପରିଚାଳନାରେ ପ୍ରମୁଖ ଭୂମିକା ନିଭାଉଛନ୍ତି। ତେବେ କେନ୍ଦ୍ର ପୁୁଣି ଅନୁଗ୍ରହ ପ୍ରଦର୍ଶନ କରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?