୧୫ ଆଇନଜୀବୀ ଜେଲ ଗଲେ

ସମ୍ବଲପୁର,୧୪ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁର ଜିଲାରେ ଚାଲିଥିବା ଆନ୍ଦୋଳନକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ପରେ ସୋମବାର ଏହା ଉଗ୍ରରୂପ ନେଇଥିଲା। ୧୪୪ ଧାରା ଲାଗୁ ସତ୍ତ୍ବେ ଓକିଲମାନେ କୋର୍ଟ ପରିସରକୁ ଧସେଇ ପଶି ଭଙ୍ଗାରୁଜା, ଗାଳିଗୁଲଜ, ଗଣ୍ଡଗୋଳ କରିବା ଘଟଣାରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଏହି ଘଟଣାରେ ୧୫ ଜଣ ଓକିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଙ୍ଗଳବାର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। କେସ୍‌ ନଂ. ୪୭୯ ଓ ୪୮୦/୨୨ରେ ଦଫା ୧୪୭, ୩୪୧, ୩୨୩, ୩୫୩, ୩୩୨, ୫୦୬, ୧୮୬, ୧୮୮,୧୪୯, ୩୫୪ରେ ମାମଲା ରୁଜୁ ହୋଇଛି। ସୋମବାର ବିଳମ୍ବିତ ରାତିରେ କ୍ଷେତରାଜପୁରର ପ୍ରମୋଦ ସରାଫ, ଧନୁପାଲିର ପ୍ରଦ୍ୟୁତ କୁମାର ଶର୍ମା, ମହମ୍ମଦ ମୁସ୍ତାକ ଅନ୍‌ସାରି, ବିଜୟ କୁମାର ପ୍ରଧାନ, ଅଇଁଠାପାଲିର ଦୀପକ କୁମାର କୁଅଁର, ମହାଦେବ ବଢ଼େଇ, ସାକ୍ଷୀପଡ଼ାର ପ୍ରବୀଣ କୁମାର ସିଂଦେଓ, ପଟ୍ଟନାୟକପଡ଼ାର ବିମଳକାନ୍ତ ମହାପାତ୍ର, ଶାସନର ରତନଲାଲା ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଥିଲା। ମଙ୍ଗଳବାର ସୁରଜ ବିଶ୍ୱାଳ, ଆସଫ ଅର୍ଜୁନ, ମଧୁସୂଦନ ମିତ୍ର, ଶଶାଙ୍କ ଷଡ଼ଙ୍ଗୀ, ବିଦ୍ୟାଧର ପଣ୍ଡାଙ୍କ ସମେତ ମହିଳା ଓକିଲ ସୁରଞ୍ଜିନୀ ବାରିକଙ୍କୁ ଗିରଫ କରାଯାଇଛି।
ମଙ୍ଗଳବାର କଡ଼ା ସୁରକ୍ଷା ବଳୟରେ କୋର୍ଟ କାର୍ଯ୍ୟ ଚାଲିଥିଲା। କଚେରି ଛକରୁ କୋର୍ଟ ପର୍ଯ୍ୟନ୍ତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଥିଲା। ୧୪୪ ଧାରା ଲାଗୁ କରାଯାଇଥିଲା। ନିକଟସ୍ଥ ଫ୍ଲାଇ ଓଭରବ୍ରିଜ୍‌କୁ ମଧ୍ୟ ପୋଲିସ ସିଲ୍‌ କରି ଦେଇଥିଲା। ସୁରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତାୟନ ରହିଛନ୍ତି। ଇତିମଧ୍ୟରେ ଜିଲା ଓକିଲ ସଂଘ ୨୯ ଜଣ ଓକିଲଙ୍କ ଲାଇସେନ୍ସ ୧୮ ମାସ ପର୍ଯ୍ୟନ୍ତ ବାତିଲ କରିବା ସହ ବାର୍‌ର ସମସ୍ତ ଆଇନଜୀବୀଙ୍କୁ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଲମ୍ବନ କରିଛି।
ସୋମବାର କଚେରି ଛକରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ହୋଇଥିଲା। ୫ ହଜାରରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀ ଏଥିରେ ସାମିଲ ହୋଇଥିଲେ। ପୋଲିସ ନିଜ ହେପାଜତରେ ବିଚାରପତିମାନଙ୍କୁ କୋର୍ଟ ଭିତରେ ପ୍ରବେଶ କରାଇ ଦେଇଥିଲା। ଏହା ଜାଣିବା ପରେ ଆନ୍ଦୋଳନକାରୀମାନେ କୋର୍ଟ ପରିସରକୁ ଧସେଇ ପଶିଥିଲେ। ଫଳରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିସହିତ କୋର୍ଟ ଭିତରକୁ ପଶି ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିବା, ଗାଳିଗୁଲଜ କରିବା ସହ ବିଚାରପତିମାନଙ୍କୁ କୋର୍ଟ ଭିତରୁ ବାହାର କରି ଦେଇଥିଲେ। କୋର୍ଟ ବାହାରେ ହାଇକୋର୍ଟ ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ରାଜ୍ୟ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ବୁଧବାର ଭିଡିଓ କନ୍‌ଫରେନ୍ସ ଜରିଆରେ ସୁପ୍ରିମକୋର୍ଟରେ ହାଜର ହୋଇ ତଥ୍ୟ ଦେବାକୁ ଡିଜିପି, ସମ୍ବଲପୁର ଏସ୍‌ପି ଓ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ଜିଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ପ୍ରଦୀପ ବହିଦାର କହିଛନ୍ତି, ସୋମବାର ଯାହା ଘଟିଲା ସେଥିପାଇଁ ପୋଲିସ ଦାୟୀ। ପୋଲିସ ପ୍ରତିକ୍ରିୟାଶୀଳର ଏହା ପ୍ରତିଫଳନ। ଏଥିପାଇଁ ଦୁଃଖ ପ୍ରକାଶ କରୁଛି ସଂଘ। ବିଶୃଙ୍ଖଳିତ ଆଚରଣକୁ ଓକିଲ ସଂଘ ପ୍ରଶ୍ରୟ ଦିଏ ନାହିଁ। ବୁଧବାର ଆନ୍ଦୋଳନ ସ୍ଥଗିତ କରାଯାଇଛି। ପୁଣି ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସୁପ୍ରିମକୋର୍ଟଙ୍କ ନିକଟରେ ହାଇକୋର୍ଟ ଆଡଭୋକେଟ ଜେନେରାଲ ଏକତରଫା ଭାବେ ପକ୍ଷ ରଖିଥିଲେ, ଯାହାକି ନ୍ୟାୟସଙ୍ଗତ ନୁହେଁ ବୋଲି ବହିଦାର କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri