୧୫ ଆଇନଜୀବୀ ଜେଲ ଗଲେ

ସମ୍ବଲପୁର,୧୪ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁର ଜିଲାରେ ଚାଲିଥିବା ଆନ୍ଦୋଳନକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ପରେ ସୋମବାର ଏହା ଉଗ୍ରରୂପ ନେଇଥିଲା। ୧୪୪ ଧାରା ଲାଗୁ ସତ୍ତ୍ବେ ଓକିଲମାନେ କୋର୍ଟ ପରିସରକୁ ଧସେଇ ପଶି ଭଙ୍ଗାରୁଜା, ଗାଳିଗୁଲଜ, ଗଣ୍ଡଗୋଳ କରିବା ଘଟଣାରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଏହି ଘଟଣାରେ ୧୫ ଜଣ ଓକିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଙ୍ଗଳବାର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। କେସ୍‌ ନଂ. ୪୭୯ ଓ ୪୮୦/୨୨ରେ ଦଫା ୧୪୭, ୩୪୧, ୩୨୩, ୩୫୩, ୩୩୨, ୫୦୬, ୧୮୬, ୧୮୮,୧୪୯, ୩୫୪ରେ ମାମଲା ରୁଜୁ ହୋଇଛି। ସୋମବାର ବିଳମ୍ବିତ ରାତିରେ କ୍ଷେତରାଜପୁରର ପ୍ରମୋଦ ସରାଫ, ଧନୁପାଲିର ପ୍ରଦ୍ୟୁତ କୁମାର ଶର୍ମା, ମହମ୍ମଦ ମୁସ୍ତାକ ଅନ୍‌ସାରି, ବିଜୟ କୁମାର ପ୍ରଧାନ, ଅଇଁଠାପାଲିର ଦୀପକ କୁମାର କୁଅଁର, ମହାଦେବ ବଢ଼େଇ, ସାକ୍ଷୀପଡ଼ାର ପ୍ରବୀଣ କୁମାର ସିଂଦେଓ, ପଟ୍ଟନାୟକପଡ଼ାର ବିମଳକାନ୍ତ ମହାପାତ୍ର, ଶାସନର ରତନଲାଲା ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଥିଲା। ମଙ୍ଗଳବାର ସୁରଜ ବିଶ୍ୱାଳ, ଆସଫ ଅର୍ଜୁନ, ମଧୁସୂଦନ ମିତ୍ର, ଶଶାଙ୍କ ଷଡ଼ଙ୍ଗୀ, ବିଦ୍ୟାଧର ପଣ୍ଡାଙ୍କ ସମେତ ମହିଳା ଓକିଲ ସୁରଞ୍ଜିନୀ ବାରିକଙ୍କୁ ଗିରଫ କରାଯାଇଛି।
ମଙ୍ଗଳବାର କଡ଼ା ସୁରକ୍ଷା ବଳୟରେ କୋର୍ଟ କାର୍ଯ୍ୟ ଚାଲିଥିଲା। କଚେରି ଛକରୁ କୋର୍ଟ ପର୍ଯ୍ୟନ୍ତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଥିଲା। ୧୪୪ ଧାରା ଲାଗୁ କରାଯାଇଥିଲା। ନିକଟସ୍ଥ ଫ୍ଲାଇ ଓଭରବ୍ରିଜ୍‌କୁ ମଧ୍ୟ ପୋଲିସ ସିଲ୍‌ କରି ଦେଇଥିଲା। ସୁରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତାୟନ ରହିଛନ୍ତି। ଇତିମଧ୍ୟରେ ଜିଲା ଓକିଲ ସଂଘ ୨୯ ଜଣ ଓକିଲଙ୍କ ଲାଇସେନ୍ସ ୧୮ ମାସ ପର୍ଯ୍ୟନ୍ତ ବାତିଲ କରିବା ସହ ବାର୍‌ର ସମସ୍ତ ଆଇନଜୀବୀଙ୍କୁ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଲମ୍ବନ କରିଛି।
ସୋମବାର କଚେରି ଛକରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ହୋଇଥିଲା। ୫ ହଜାରରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀ ଏଥିରେ ସାମିଲ ହୋଇଥିଲେ। ପୋଲିସ ନିଜ ହେପାଜତରେ ବିଚାରପତିମାନଙ୍କୁ କୋର୍ଟ ଭିତରେ ପ୍ରବେଶ କରାଇ ଦେଇଥିଲା। ଏହା ଜାଣିବା ପରେ ଆନ୍ଦୋଳନକାରୀମାନେ କୋର୍ଟ ପରିସରକୁ ଧସେଇ ପଶିଥିଲେ। ଫଳରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିସହିତ କୋର୍ଟ ଭିତରକୁ ପଶି ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିବା, ଗାଳିଗୁଲଜ କରିବା ସହ ବିଚାରପତିମାନଙ୍କୁ କୋର୍ଟ ଭିତରୁ ବାହାର କରି ଦେଇଥିଲେ। କୋର୍ଟ ବାହାରେ ହାଇକୋର୍ଟ ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ରାଜ୍ୟ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ବୁଧବାର ଭିଡିଓ କନ୍‌ଫରେନ୍ସ ଜରିଆରେ ସୁପ୍ରିମକୋର୍ଟରେ ହାଜର ହୋଇ ତଥ୍ୟ ଦେବାକୁ ଡିଜିପି, ସମ୍ବଲପୁର ଏସ୍‌ପି ଓ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ଜିଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ପ୍ରଦୀପ ବହିଦାର କହିଛନ୍ତି, ସୋମବାର ଯାହା ଘଟିଲା ସେଥିପାଇଁ ପୋଲିସ ଦାୟୀ। ପୋଲିସ ପ୍ରତିକ୍ରିୟାଶୀଳର ଏହା ପ୍ରତିଫଳନ। ଏଥିପାଇଁ ଦୁଃଖ ପ୍ରକାଶ କରୁଛି ସଂଘ। ବିଶୃଙ୍ଖଳିତ ଆଚରଣକୁ ଓକିଲ ସଂଘ ପ୍ରଶ୍ରୟ ଦିଏ ନାହିଁ। ବୁଧବାର ଆନ୍ଦୋଳନ ସ୍ଥଗିତ କରାଯାଇଛି। ପୁଣି ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସୁପ୍ରିମକୋର୍ଟଙ୍କ ନିକଟରେ ହାଇକୋର୍ଟ ଆଡଭୋକେଟ ଜେନେରାଲ ଏକତରଫା ଭାବେ ପକ୍ଷ ରଖିଥିଲେ, ଯାହାକି ନ୍ୟାୟସଙ୍ଗତ ନୁହେଁ ବୋଲି ବହିଦାର କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଗୁଡାରିରେ ଅଖଚକ ସବୁ ଜାମ୍

ଗୁଡାରି,୮।୧୦(ପ୍ରମୋଦ କୁମାର ପତି): ଗୁରୁବାର ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ଡାକରା ପ୍ରଭାବ ଗୁଡାରି ସହରରେ ଦେଖିବାକୁ ମିଳିଛି । ସହରର ସମସ୍ତ ସରକାରୀ ଓ ବେସରକାରୀ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?