Posted inଖେଳ

ଫିଫା ବିଶ୍ୱକପ୍‌ କ୍ୱାଲିଫାଇଂ: ବ୍ରାଜିଲ, ଆର୍ଜେଣ୍ଟିନା ଅଗ୍ରଣୀ

ସାଓ ପାଓଲୋ,୧୫।୧୦(ଏପି): ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରେ ନେମାରଙ୍କ ବ୍ରାଜିଲ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଭଲ ପ୍ରଦର୍ଶନ କରି ଅଗ୍ରଣୀ ବଜାୟ ରଖିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନେମାରଙ୍କ ହ୍ୟାଟ୍ରିକ ଗୋଲ ଜରିଆରେ ବ୍ରାଜିଲ ପେରୁକୁ ୪-୨ ଗୋଲରେ ପରାସ୍ତ କରିଛି। ଏଥିସହ ନେମାର ବ୍ରାଜିଲର ଦ୍ୱିତୀୟ ସର୍ବାଧିକ ଗୋଲ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ୨୦୧୦ରେ ବ୍ରାଜିଲ ପାଇଁ ପଦାର୍ପଣ କରିଥିବା ନେମାର ୧୦୩ଟି ମ୍ୟାଚ୍‌ ଖେଳି ମୋଟ ଉପରେ ୬୪ଟି ଗୋଲ ସ୍କୋର କରି ରୋନାଲ୍ଡୋଙ୍କୁ ପଛରେ ପକାଇଛନ୍ତି। ତେବେ ସେ କିମ୍ବଦନ୍ତୀ ଫୁଟବଲ ପେଲେଙ୍କଠାରୁ ଆହୁରି ୧୩ଟି ଗୋଲ ଦୂରରେ ରହିଛନ୍ତି। ନେମାର ରୋନାଲ୍ଡୋଙ୍କଠାରୁ ୨ଟି ଅଧିକ ଗୋଲ ସ୍କୋର କରିଛନ୍ତି। ସେହିପରି ଆର୍ଜେଣ୍ଟିନା ୨-୧ ଗୋଲରେ ବଲିଭିଆକୁ ପରାସ୍ତ କରିଛି। ଏଥିସହ ରାଉଣ୍ଡ- ରବିନ ଗ୍ରୁପ୍‌ ପର୍ଯ୍ୟାୟରେ ଦୁଇ ଦେଶ ଦୁଇଟି ମ୍ୟାଚ୍‌ ଖେଳି ୨ଟି ବିଜୟ ସହ ୬ ଲେଖାଏ ପଏଣ୍ଟ ହାସଲ କରଛନ୍ତି। ଗୋଲ ବ୍ୟବଧାନରେ ଆଗରେ ରହି ବ୍ରାଜିଲ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିବା ବେଳେ ଆର୍ଜେଣ୍ଟିନା ଦ୍ୱିତୀୟ ସ୍ଥାନରେ ରହିଛି। ଗତ ସପ୍ତାହରେ ବ୍ରାଜିଲ ୫-୦ ଗୋଲରେ ବଲିଭିଆକୁ ପରାସ୍ତ କରିଥିଲେ। ଫଳରେ ଗୋଲ ବ୍ୟବଧାନ ଦୃଷ୍ଟିକୋଣରୁ ବ୍ରାଜିଲ ଅନ୍ୟଦେଶଗୁଡିକୁ ପଛରେ ପକାଇଛି।
ମଙ୍ଗଳବାର ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ଗୁଡିକରେ ଇକ୍ୟୁଡର ୪-୨ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି। ସେହିପରି ପାରାଗୁଏ ୧-୦ ଗୋଲରେ ଭେନେଜୁଏଲାକୁ ହରାଇଛି। ତେବେ କଲମ୍ବିଆ- ଚିଲି ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ରହିଛି। ଏବେ ଦକ୍ଷିଣ ଆଫ୍ରିକାରେ ପରବର୍ତ୍ତୀ କ୍ୱାଲିଫାୟର ନଭେମ୍ବର ମାସରେ ଖେଳାଯିବ। କାତାରରେ ଖେଳାଯିବାକୁ ଥିବା ୨୦୨୨ ଫିଫା ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆଫ୍ରିକାରୁ ୪ଟି ଦେଶ ସିଧାସଳଖ ଯୋଗ୍ୟତା ହାସଲ କରିବେ। ତେବେ ଏହି ମହାଦେଶର ଶ୍ରେଷ୍ଠ ପଞ୍ଚମ ଦେଶ ଏକ ଇଣ୍ଟରକଣ୍ଟିନେଣ୍ଟାଲ ପ୍ଲେଅଫ୍‌ ଦ୍ୱାରା ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟାତା ହାସଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାର୍ଟ ଅପରେଶନ କରିବେ ଲେହମ୍ୟାନ

ସିଡ୍‌ନୀ, ୫।୨ (ଏଏଫ୍‌ପି): ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର୍‌ ତଥା କୋଚ୍‌ ଡାରେନ ଲେହମ୍ୟାନ ହାର୍ଟ ବାଇପାସ ଅପରେସନ କରିବେ। ବୁଧବାର ଛାତିରେ କଷ୍ଟ ଅନୁଭବ କରିବା...

ପାକିସ୍ତାନ ଖେଳାଳୀଙ୍କୁ ଉପହାର ଦେଲେ ଧୋନି

ନୂଆଦିଲ୍ଲୀ,୮ ।୧: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ସର୍ବଦା ତାଙ୍କ ସରଳତାକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ଆଜି ସେ କ୍ରିକେଟରୁ...

‘ତୁମେ କେତେ ସୁନ୍ଦର, ମୁଁ ତୁମକୁ ସ୍ପର୍ଶ କରିପାରିବି କି’

ହରାରେ,୨୧।୮: ଆଘାତ ପରେ ଦୀପକ ଚହର ଅନ୍ତର୍ଜାତୀୟ କ୍ରିକେଟରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଛଅ ମାସର ଆଘାତ ପରେ ଜିମ୍ବାୱେ ବିପକ୍ଷ ପ୍ରଥମ ଦିନିକିଆରେ...

ହକିର ପୁରୁଣା ଗଡ଼ ଉପରେ ଦିଲୀପଙ୍କ ନଜର

ଭୁବନେଶ୍ୱର, ୨୬ା୯(କ୍ରୀଡ଼ା ପ୍ରତିନିଧି) ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଅଲିମ୍ପିଆନ ଦିଲୀପ ତିର୍କୀଙ୍କୁ ରବିବାର ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।...

ବିଶ୍ୱରେକର୍ଡ କଲା ନ୍ୟୁଜିଲାଣ୍ଡ

ଡବଲିନ୍‌,୧୧।୭: ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ନ୍ୟୁଜିଲାଣ୍ଡ ଦଳ ଏକ ବିଶ୍ୱରେକର୍ଡ ହାସଲ କରିଛି। ଟାର୍ଗେଟ୍‌କୁ ପିଛା କରି ଶେଷ ଓଭରରେ ସର୍ବାଧିକ ରନ ସ୍କୋର କରିବାର...

ଇତିହାସ ରଚିଲେ ଧୋନୀ

ମୁମ୍ବାଇ,୧।୪: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ରେ ଇତିହାସ ରଚିଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ମାତ୍ର ୧୬...

ଭାରତ- ଇଂଲଣ୍ଡ ସିରିଜ୍‌ ଫଳାଫଳରେ ଖୁସି ଅଛନ୍ତି ଏହି ୪ ଆଇପିଏଲ ଟିମ୍‌

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗତ ୫୨ ଦିନ ମଧ୍ୟରେ ୪ଟି ଟେଷ୍ଟ, ପାଞ୍ଚଟି ଟି-୨୦ ଏବଂ ତିନୋଟି ଏକଦିବସୀୟ ମ୍ୟାଚ୍‌ ଖେଳାଯାଇଥିଲା। ଟିମ...

ମୁମ୍ବାଇକୁ ହରାଇବା ପରେ ଏହି ବଡ଼ ରେକର୍ଡର ଅଧିକାରୀ ହେବେ ଧୋନୀ

ଆବୁଧାବି, ୧୯।୯: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ର ୧୩ତମ ସଂସ୍କରଣ। ଚଳିତ ବର୍ଷ କରୋନା ମହାମାରୀ ଲାଗି...

Advertisement
Archives

Model This Week