Posted inଖେଳ

ଫିଫା ବିଶ୍ୱକପ-୨୦୨୬: ଯୋଜନାରେ ପରିବର୍ତ୍ତନ, ୪-୪ ଟିମର ୧୨ ଗ୍ରୁପ୍‌ ରହିବେ…

ଓ୍ବାଶିଂଟନ,୧୫।୩ : ଉତ୍ତର ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ-୨୦୨୬ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆସନ୍ତା ବିଶ୍ୱକପରେ ୪-୪ ଟିମର ୧୨ ଟି ଗ୍ରୁପ୍‌ ହେବ ବୋଲି ଫିଫା ଏକ ବିବୃତ୍ତିରେ କହିଛି। ପୂର୍ବରୁ ୩-୩ ଟିମର ୧୬ ଟି ଗ୍ରୁପ୍‌ ଗଠନ କରିବାର ଯୋଜନା ଥିଲା। ଫିଫା ବିବୃତ୍ତିରେ କହିଛି, ନୂଆ ଫର୍ମାଟ ନିଶ୍ଚିତ କରେ ଯେ ପ୍ରତ୍ୟେକ ଦଳ ବିଶ୍ୱକପରେ ଅତି କମରେ ତିନିଟି ମ୍ୟାଚ ଖେଳିବାର ସୁଯୋଗ ପାଇବେ ଏବଂ ଏହି ମ୍ୟାଚ ଗୁଡିକ ଯଥେଷ୍ଟ ବ୍ରେକ ସହିତ ଖେଳାଯିବ।

ଉଲ୍ଲେଖନୀୟ କଥା ହେଉଛି, ଫିଫା ବିଶ୍ୱକପ ୨୦୨୬ ରେ ପ୍ରଥମ ଥର ପାଇଁ ୪୮ ଟି ଦଳ ଅଂଶଗ୍ରହଣ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୩୨ ଟି ଦଳ କ୍ରୀଡ଼ା ଜଗତର ଏହି ବୃହତ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିଲେ। ସେମାନଙ୍କୁ ୮ ଟି ଗ୍ରୁପରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଗ୍ରୁପ୍‌ରେ ଚାରୋଟି ଦଳ ରହିଥିଲେ ଏବଂ ଦଳର ଶ୍ରେଷ୍ଠ ଦୁଇ ଦଳ ନକ ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ ।

ଆମେରିକା, କାନାଡା ଏବଂ ମେକ୍ସିକୋରେ ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଫିଫା ପ୍ରଥମେ ୩-୩ ଟିମର ଗ୍ରୁପ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା। ସେଥିମଧ୍ୟରୁ ପ୍ରତ୍ୟେକ ଗ୍ରୁପ୍‌ ର ଦୁଇଟି ଦଳ ନକ ଆଉଟ ପର୍ଯ୍ୟାୟରେ ପହଞ୍ଚିବେ। ରୁୱାଣ୍ଡାର ରାଜଧାନୀ କିଗାଲୀରେ ଅନୁଷ୍ଠିତ ବୈଠକ ପରେ ୪-୪ ଟିମକୁ ଗ୍ରୁପରେ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଭଳି ପରିସ୍ଥିତିରେ, ଟପ-୨ ଦଳ ସହିତ ଶ୍ରେଷ୍ଠ-୮ ତୃତୀୟ ସ୍ଥାନ ଦଳ ଶେଷ-୩୨ ରାଉଣ୍ଡରେ ପହଞ୍ଚିବେ, ଯେଉଁଠାରୁ ନକ ଆଉଟ ପର୍ଯ୍ୟାୟ ଆରମ୍ଭ ହେବ ।

ନୂତନ ଫର୍ମାଟ ଅନୁଯାୟୀ ବର୍ତ୍ତମାନ ଫିଫା ବିଶ୍ୱକପରେ ମୋଟ ୧୦୪ ଟି ମ୍ୟାଚ ଖେଳାଯିବ। ଯେଉଁ ଦଳ ସେମିଫାଇନାଲ ଏବଂ ଫାଇନାଲରେ ପହଞ୍ଚିବା ଟିମ୍‌ ୮-୮ ମ୍ୟାଚ ଖେଳିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଫିଫା ବିଶ୍ୱକପରେ ୬୪ ଟି ମ୍ୟାଚ ଖେଳାଯାଉଥିଲା। ୧୯୯୮ ପରଠାରୁ, ୩୨ ଟି ଦଳ ଏହି ଟୁର୍ନାମେଣ୍ଟରେ ଭାଗ ନେଉଥିଲେ। ୧୯୯୮ ପୂର୍ବରୁ, ୨୪ ଟି ଦଳ ଫିଫା ବିଶ୍ୱକପରେ ଅଂଶଗ୍ରହଣ କରୁଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?