Posted inଖେଳ

ଫିଫା ର଼୍ୟାଙ୍କିଙ୍ଗ୍ସରେ ଭାରତ ଦୁଇ ସ୍ଥାନ ଉପରକୁ ଉଠିଲା

ନୂଆଦିଲ୍ଲୀ,୨୩।୬: ଏସିଆନ୍‌ କପ୍‌ କ୍ୱାଲିଫିକେଶନ ରାଉଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଫିଫା ବିଶ୍ୱ ର଼୍ୟାଙ୍କିଙ୍ଗ୍ସରେ ଭାରତ ଉପରକୁ ଉଠିଛି। ପୂର୍ବରୁ ୧୦୬ତମ ସ୍ଥାନରେ ଥିବା ଭାରତ ଦୁଇଟି ସ୍ଥାନ ଉପରକୁ ଉଠିଥିବା ଫିଫା ପକ୍ଷରୁ ଗୁରୁବାର ପ୍ରକାଶ କରାଯାଇଥିବା ର଼୍ୟାଙ୍କିଙ୍ଗ୍ସରେ ଦର୍ଶାଯାଇଛି। ଫିଫା ର଼୍ୟାଙ୍କିଙ୍ଗ୍ସରେ ଏଭଳି ପରିବର୍ତ୍ତନ ସତ୍ତ୍ୱେ ଏସିଆନ୍‌ ଫୁଟବଲ କନ୍‌ଫେଡେରେଶନ ସଦସ୍ୟଙ୍କ ମଧ୍ୟରେ ଭାରତୀୟ ଦଳ ୧୯ତମ ସ୍ଥାନରେ ରହିଛି। ଏଏଫ୍‌ସି ଦେଶମାନଙ୍କ ମଧ୍ୟରେ ଇରାନ(୨୩ତମ) ଶୀର୍ଷରେ ଅଛି।

ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏସିଆନ୍‌ କପ୍‌ କ୍ୱାଲିଫିକେଶନ ରାଉଣ୍ଡରେ ଗ୍ରୁପ୍‌ ଡି’ରେ ସମସ୍ତ ୩ ମ୍ୟାଚ୍‌ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏଥିସହିତ ୨୦୨୩ରେ ୨୪ ଦଳକୁ ନେଇ ହେବାକୁ ଥିବା ଇଭେଣ୍ଟରେ ସ୍ଥାନ ପକ୍କା କରିଛି। ଫିଫା ର଼୍ୟାଙ୍କିଙ୍ଗ୍ସ ଟପ୍‌-୩ରେ ପରିବର୍ତ୍ତନ ପରିଲଖିତ ହୋଇଛି। ବ୍ରାଜିଲ ପୂର୍ବଭଳି ଶୀର୍ଷରେ ଥିବା ବେଳେ ବେଲଜିୟମ ତା’ର ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। କିନ୍ତୁ ଆର୍ଜେଣ୍ଟିନା ଫ୍ରାନ୍ସ(ଚତୁର୍ଥ)କୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉନ୍ନୀତ ହେଇଛି। ଇଂଲଣ୍ଡ, ସ୍ପେନ, ଇଟାଲି, ନେଦରଲାଣ୍ଡ୍ସ, ପର୍ତ୍ତୁଗାଲ ଓ ଡେନମାର୍କ ଟପ୍‌-୧୦ରେ ରହିଛନ୍ତି। ପରବର୍ତ୍ତୀ ଫିଫା ର଼୍ୟାଙ୍କିଙ୍ଗ୍‌ ଅଗଷ୍ଟ ୨୫ ତାରିଖରେ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଭ୍ୟାସ ପାଇଁ ସମୟ ନ ଥିବାରୁ ଚିନ୍ତିତ ନୁହେଁ : କୋହଲି

ମୁମ୍ବାଇ,୨।୬ : ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ। ଏଥି ପୂର୍ବରୁ ଅଭ୍ୟାସ...

ମହିଳା ଆଇପିଏଲ୍‌ ନେଇ ଗାଙ୍ଗୁଲିଙ୍କ ଘୋଷଣା

ନୂଆଦିଲ୍ଳୀ,୨।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମହିଳା ସଂସ୍କରଣ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି...

ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା

ଜୋହାନ୍ସବର୍ଗ,୨୧।୧୨: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା ଲାଗିଛି। ଦଳର ପେସର ଅନରିଚ ନର୍ଟଜେ ପୂରା...

ଦ୍ୱିତୀୟ ଅନ୍‌ଅଫିସିଆଲ ଦିନିକିଆ : ଭାରତ ଏ’ ବିଜୟୀ

ଥିରୁବନନ୍ତପୁରମ,୩୧।୮(ପି.ଟି.)- ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ମନୀଷ ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତ ଏ’ ଗୋଟିଏ...

ବ୍ରିଜ୍‌ ଭୂଷଣଙ୍କ ଘନିଷ୍ଠ ସଞ୍ଜୟ ସଭାପତି ପ୍ରାର୍ଥୀ

ନୂଆଦିଲ୍ଲୀ, ୧ା୮:ସ୍ଥାନୀୟ ଅଲିମ୍ପିକ ଭବନରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ର ବିଭିନ୍ନ ପଦବୀ ପାଇଁ ସୋମବାର ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସ ରହିଥିଲା। ସଭାପତି...

ଇଂଲଣ୍ଡ ଆୟୋଜନ କରିପାରେ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ

ଲଣ୍ଡନ,୯।୫(ପି.ଟି.): ଇଂଲିଶ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଏବେ ଇଂଲଣ୍ଡରେ ଆୟୋଜନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତୁର୍କୀ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଇଂଲଣ୍ଡକୁ ରେଡ୍‌...

‘ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଗୋଲ ସ୍ବପ୍ନିଳ ଅନୁଭବ’

ନୂଆଦିଲ୍ଲୀ, ୧୨।୧୧(ପି.ଟି.)-୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଆମେରିକା ବିପକ୍ଷ କ୍ୱାଲିଫାୟର୍ସରେ ଭାରତୀୟ ଅଧିନାୟିକା ରାଣୀ ରାମପାଲଙ୍କ ଗୋଲ ନିର୍ଣ୍ଣାୟକ ସାବ୍ୟସ୍ତ...

ସ୍କୁଲ ସ୍ତରରୁ ଫୁଟ୍‌ବଲର ବିକାଶ ପାଇଁ ଉଦ୍ୟମ

ଭୁବନେଶ୍ୱର, ୨୪।୧୧ (କ୍ରୀଡ଼ା ପ୍ରତିନିଧି): କାତାରରେ ଚାଲିଛି ଫିଫା ବିଶ୍ୱକପ୍‌। ତେଣୁ ସ୍ବାଭାବିକ ଭାବେ କ୍ରୀଡ଼ା ଜଗତରେ ଏବେ ଫୁଟ୍‌ବଲକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ୟୁନିଟ-୬...

Advertisement
Archives

Model This Week