ହଷ୍ଟେଲରେ ବ୍ୟାପିଲା ଜ୍ୱର: ୨୮ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ମେଡିକାଲରେ ଭର୍ତ୍ତି

କେନ୍ଦୁଝର,୧୪ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟରେ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନରେ ପରିଚାଳିତ ଅନ୍ବେଷା ହଷ୍ଟେଲରେ ରହୁଥିବା ୨୮ ଛାତ୍ରୀଛାତ୍ର ଭୂତାଣୁ ଜନିତ ଜ୍ୱରରେ ଆକ୍ରାନ୍ତ ହୋଇ ଧରଣୀଧର ମେଡିକାଲ କଲେଜ ହସ୍ପିଟାଲର ଶିଶୁ ଓ୍ବାର୍ଡରେ ଚିକିତ୍ସିତ ହେଉଛନ୍ତି। ଶନିବାର ହଷ୍ଟେଲରେ ଅନ୍ୟ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବଂ ହଷ୍ଟେଲର ସ୍ବାସ୍ଥ୍ୟ ଓ ପରିବେଶ ଅବସ୍ଥା ନିରୀକ୍ଷଣ କରିବାକୁ ସିଡିଏମ୍‌ଓ କେନ୍ଦୁଝରଙ୍କ ନେତୃତ୍ୱରେ ଏକ ସ୍ବାସ୍ଥ୍ୟ ଦଳ ଉକ୍ତ ହଷ୍ଟେଲକୁ ଯାଇଥିଲେ।

ପ୍ରକାଶ ଯେ, ଉକ୍ତ ହଷ୍ଟେଲରେ ସମୁଦାୟ ୪୬୦ ଛାତ୍ରୀଛାତ୍ର ମାଗଣାରେ ରହୁଥିବା ବେଳେ ବିଭିନ୍ନ ପବ୍ଲିକ ସ୍କୁଲରେ ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ ସ୍କୁଲ ନେବା ଆଣିବା କରିବା ପାଇଁ ମାଗଣାରେ ବସ୍‌ ବ୍ୟବସ୍ଥା କରାଯାଇଛି।

ସବୁଦିନ ଭଳି ବ୍ରେଡ୍‌ ଓ ଜାମ୍‌ ଖାଇ ୧୯୦ ଜଣ ପିଲା ପଳାଶପଙ୍ଗାସ୍ଥିତ ଗ୍ରୀନ୍‌ ଫିଲ୍ଡ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ। ପ୍ରାର୍ଥନା ସମୟରେ ହଠାତ ୧୮ ଜଣ ପିଲା ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କେନ୍ଦୁଝର ଆଣି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ରାତିରେ ଆଉ ୧୦ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ପରୀକ୍ଷା ବେଳେ ସେମାନେ ଭୂତାଣୁ ଜନିତ ଜ୍ୱରରେ ଆକ୍ରାନ୍ତ ହୋଇଥିବ ଜଣାପଡ଼ିଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି।

ଏନେଇ ହଷ୍ଟେଲ ପରିଚାଳକ ସନ୍ତୋଷ ସାହୁ କହିଛନ୍ତି, ସେମାନେ ସମସ୍ତେ ସକାଳେ ବ୍ରେଡ୍‌ ଓ ଜାମ୍‌ ଖାଇ ଯାଇଥିଲେ। ମଧ୍ୟାହ୍ନଭୋଜନ କରିବାକୁ ଭାତ ଓ ତରକାରୀ ପଠାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ କିଛି ପିଲା ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଆଜି ଡାକ୍ତରୀଦଳ ଆସି ପରିସ୍ଥିତି ଅନୁଧ୍ୟାନ କରିଯାଇଛନ୍ତି। ପିଇବା ପାଣି ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।

ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କେ.ସି.ପୃଷ୍ଟି କହିଛନ୍ତି, ପିଲାମାନଙ୍କୁ ଜ୍ୱର ହୋଇଥିବା ବେଳେ କେତେକଙ୍କୁ ଝାଡ଼ା ହେଉଛି। ପିଲାମାନଙ୍କ ଚିକିତ୍ସା କରାଯାଉଛି ଏବଂ ଅବସ୍ଥା ଭଲ ରହିଛି। ଭୂତାଣୁ ଜନିତ ଜ୍ୱର ହୋଇଥିବା ଆଶଙ୍କା କରାଯାଉଛି। କାରଣ ଅନୁଧ୍ୟାନ କରିବାକୁ ଏକ ଟିମ୍‌ ସହିତ ହଷ୍ଟେଲକୁ ଯାଇଥିଲୁ। ଅନ୍ୟମାନଙ୍କ ଅବସ୍ଥା ଭଲ ଅଛି। ଜ୍ୱର ହେଲେ ମେଡିକାଲକୁ ପିଲାମାନଙ୍କୁ ଆଣିବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ମା’ ଠାକୁରାଣୀଙ୍କ ଯାତ୍ରାରେ ନବମ ଦିନରେ ପ୍ରକମ୍ପିତ ଗୌଡ଼ ସାହି

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମା’ ଠାକୁରାଣୀଙ୍କ ଯାତ୍ରା ୯ମ ଦିନରେ ପହଞ୍ଚିଛି। ଏହି ୯ଦିନ ଧରି ଦାରିଙ୍ଗବାଡ଼ିି ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରତିଦିନ...

ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ

ଫୁଲନଖରା,୧ା୫(ସତ୍ୟ ରଞ୍ଜନ ଦାସମହାପାତ୍ର): ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ କଟକ ସଦର ଥାନା ପୋଲିସ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଜିଲାରେ ହେବ ଭୋଟ୍‌ ଗ୍ରହଣ। ଏଥି ନିମନ୍ତେ ବୁଧବାର ଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସ। ଏହି...

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା...

ଅତାବିରା ଆସନ ପାଇଁ ଜୟକ୍ରିଷ୍ଣାଙ୍କ ନାମାଙ୍କନପତ୍ର ଦାଖଲ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ବୁଧବାର...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri