ହଷ୍ଟେଲରେ ବ୍ୟାପିଲା ଜ୍ୱର: ୨୮ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ମେଡିକାଲରେ ଭର୍ତ୍ତି

କେନ୍ଦୁଝର,୧୪ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟରେ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନରେ ପରିଚାଳିତ ଅନ୍ବେଷା ହଷ୍ଟେଲରେ ରହୁଥିବା ୨୮ ଛାତ୍ରୀଛାତ୍ର ଭୂତାଣୁ ଜନିତ ଜ୍ୱରରେ ଆକ୍ରାନ୍ତ ହୋଇ ଧରଣୀଧର ମେଡିକାଲ କଲେଜ ହସ୍ପିଟାଲର ଶିଶୁ ଓ୍ବାର୍ଡରେ ଚିକିତ୍ସିତ ହେଉଛନ୍ତି। ଶନିବାର ହଷ୍ଟେଲରେ ଅନ୍ୟ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବଂ ହଷ୍ଟେଲର ସ୍ବାସ୍ଥ୍ୟ ଓ ପରିବେଶ ଅବସ୍ଥା ନିରୀକ୍ଷଣ କରିବାକୁ ସିଡିଏମ୍‌ଓ କେନ୍ଦୁଝରଙ୍କ ନେତୃତ୍ୱରେ ଏକ ସ୍ବାସ୍ଥ୍ୟ ଦଳ ଉକ୍ତ ହଷ୍ଟେଲକୁ ଯାଇଥିଲେ।

ପ୍ରକାଶ ଯେ, ଉକ୍ତ ହଷ୍ଟେଲରେ ସମୁଦାୟ ୪୬୦ ଛାତ୍ରୀଛାତ୍ର ମାଗଣାରେ ରହୁଥିବା ବେଳେ ବିଭିନ୍ନ ପବ୍ଲିକ ସ୍କୁଲରେ ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ ସ୍କୁଲ ନେବା ଆଣିବା କରିବା ପାଇଁ ମାଗଣାରେ ବସ୍‌ ବ୍ୟବସ୍ଥା କରାଯାଇଛି।

ସବୁଦିନ ଭଳି ବ୍ରେଡ୍‌ ଓ ଜାମ୍‌ ଖାଇ ୧୯୦ ଜଣ ପିଲା ପଳାଶପଙ୍ଗାସ୍ଥିତ ଗ୍ରୀନ୍‌ ଫିଲ୍ଡ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ। ପ୍ରାର୍ଥନା ସମୟରେ ହଠାତ ୧୮ ଜଣ ପିଲା ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କେନ୍ଦୁଝର ଆଣି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ରାତିରେ ଆଉ ୧୦ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ପରୀକ୍ଷା ବେଳେ ସେମାନେ ଭୂତାଣୁ ଜନିତ ଜ୍ୱରରେ ଆକ୍ରାନ୍ତ ହୋଇଥିବ ଜଣାପଡ଼ିଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି।

ଏନେଇ ହଷ୍ଟେଲ ପରିଚାଳକ ସନ୍ତୋଷ ସାହୁ କହିଛନ୍ତି, ସେମାନେ ସମସ୍ତେ ସକାଳେ ବ୍ରେଡ୍‌ ଓ ଜାମ୍‌ ଖାଇ ଯାଇଥିଲେ। ମଧ୍ୟାହ୍ନଭୋଜନ କରିବାକୁ ଭାତ ଓ ତରକାରୀ ପଠାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ କିଛି ପିଲା ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଆଜି ଡାକ୍ତରୀଦଳ ଆସି ପରିସ୍ଥିତି ଅନୁଧ୍ୟାନ କରିଯାଇଛନ୍ତି। ପିଇବା ପାଣି ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।

ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କେ.ସି.ପୃଷ୍ଟି କହିଛନ୍ତି, ପିଲାମାନଙ୍କୁ ଜ୍ୱର ହୋଇଥିବା ବେଳେ କେତେକଙ୍କୁ ଝାଡ଼ା ହେଉଛି। ପିଲାମାନଙ୍କ ଚିକିତ୍ସା କରାଯାଉଛି ଏବଂ ଅବସ୍ଥା ଭଲ ରହିଛି। ଭୂତାଣୁ ଜନିତ ଜ୍ୱର ହୋଇଥିବା ଆଶଙ୍କା କରାଯାଉଛି। କାରଣ ଅନୁଧ୍ୟାନ କରିବାକୁ ଏକ ଟିମ୍‌ ସହିତ ହଷ୍ଟେଲକୁ ଯାଇଥିଲୁ। ଅନ୍ୟମାନଙ୍କ ଅବସ୍ଥା ଭଲ ଅଛି। ଜ୍ୱର ହେଲେ ମେଡିକାଲକୁ ପିଲାମାନଙ୍କୁ ଆଣିବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri