ରଜ ପାଇଁ ଉତ୍ସବମୁଖର କେନ୍ଦୁଝର

କେନ୍ଦୁଝର,୧୪।୬ କେନ୍ଦୁଝରର ଗଣପର୍ବ ହେଉଛି ରଜ। ଏହାକୁ ଲୋକେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଝିଅବୋହୂମାନେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ବସ୍ତ୍ର ପରିଧାନ କରି ଉତ୍ସବକୁ ପାଳନ କରିଥାଆନ୍ତି। ବିଭିନ୍ନ ରଜ ଗୀତ ଗାଇ ଏହି ଉତ୍ସବକୁ କେନ୍ଦୁଝର ଜିଲାର ପୁରପଲ୍ଲୀରେ ପାଳିତ ହୋଇଥାଏ। ବହୁ ପୁରୁଣା ପାରମ୍ପାରିକ ଗୀତର ବାସ୍ତବତା ଧୀରେ ଲୋପ ପାଇବାକୁ ବସିଛି। ସେହିପରି ଆଧୁନିକତାର ଚାକଚକ୍ୟରେ ହଜିବାକୁ ବସିଛି ପାରମ୍ପାରିକ ରଜ। ନା ଘରେ ଘରେ ଦେଖିବାକୁ ମିଳୁଛି କାଠ ଦୋଳି ଓ ନା ଏହାର କଟ କଟ ଶବ୍ଦ। ଏହା ମଧ୍ୟରେ ରଜ ସମୟରେ କେତେକ ସ୍ଥାନରେ ଏହି ପରମ୍ପରାକୁ ବଜାଇ ରଖିବା ପାଇଁ ଭିନ୍ନ ଭାବେ ଆରମ୍ଭ କରାଯାଉଛି ରଜ ମହୋତ୍ସବ। ଦୋଳି ଖେଳ ସହିତ ଦୋଳି ଗୀତ ପ୍ରତିଯୋଗିତା, ଲଡୁ, ତାସ, ବାଗୁଡ଼ି ଖେଳ ପ୍ରତିଯୋଗିତା ମଧ୍ୟ କରଯାଉଛି।
୨ବର୍ଷ ହେଲା କୋଭିଡ୍‌ କଟକଣା ପାଇଁ ଏହି ଗଣପର୍ବ ଫିକା ପଡିଯାଇଥିବାବେଳେ ଚଳିତ ବର୍ଷ କଟକଣା ନ ଥିବାରୁ ଜାକଜମକରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ରଜ ଦୋଳି ପ୍ରସ୍ତୁତ ସରିଯାଇଛି। ଏହି ପର୍ବକୁ ଧୁମଧାମରେ ପାଳନ କରିବା ପାଇଁ ଗ୍ରାମାଞ୍ଚଳର ଲୋକମାନେ ଘର ଲିପାପୋଛା, ପରିବାର ସମସ୍ତ ନୂଆ ପୋଷାକ କିଣା କିଣି, ପିଠା ପଣା ପ୍ରସ୍ତୁତି ଆଦି ସାରିଛନ୍ତି। ସୋମବାର ସଜବାଜ ଥିବାର ପ୍ରସ୍ତୁତି ସବୁ ସରିଗଲାଣି। ମଙ୍ଗଳବାରଠାରୁ ତିନିଦିନ ଧରି ରଜ ପର୍ବକୁ ପାଳନ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ବିଭିନ୍ନ ପ୍ରକାରର ଦୋଳି, କାଠ ଦୋଳି, ଚକ୍ରି ଦୋଳି, ରାମ ଦୋଳି ଆଦି ନିର୍ମାଣ ସରିଛି। କେନ୍ଦୁଝର ସହର କାଳୀପଡିଆରେ ରଜ ଉତ୍ସବ ପାଳନ ହେଉଥିବା ବେଳେ ଜିଲାର ଅନ୍ୟାନ୍ୟ ସ୍ଥାନ ସିତାବିଞ୍ଜ, ବିଣାଝରି, ରାଇସୁଆଁ, ପଦ୍ମପୁର, ଆନନ୍ଦପୁର, ଆଦି ଅଞ୍ଚଳରେ ବିଭିନ୍ନ କମିଟି ପକ୍ଷରୁ ରଜ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପୁଟୁଳିଆରେ ବିରାଟକାୟ ରାମ ଦୋଳି ଅନେକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏଥିରେ ଏକାଥରେ ୧୬ ଜଣ ଦୋଳି ଖେଳିଥାନ୍ତି। ଚାଷୀ ଚାଷ କାର୍ଯ୍ୟରୁ ବିରତ ହୋଇ ପର୍ବ ପାଳନ କରିଥାଏ। ଆଦିବାସୀ ଅଞ୍ଚଳରେ ଦଳ ଦଳ ପୁଅ ଓ ଝିଅ ହାତକୁ ହାତ ଧରି ମାଦଳର ତାଳେ ତଳେ ରାତି ତମାମ ନାଚିଥାନ୍ତି। ଚଳିତ ବର୍ଷ କଟକଣା ନ ଥିବାରୁ ଦୋଳି ଖେଳିବାସହ ପିଠା ପଣା ଖାଇ ମଜା କରିବା ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି। ଏଣୁ ଧୁମ୍‌ଧାମରେ ଏହା ପାଳନ ହେବ ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ହେଉ: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୧୯।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗନ୍ନାଥପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପଇଛି।...

ଉନ୍ନତି ଭବନ ଲୋକାର୍ପିତ: ଓଏମ୍‌ଏସ୍‌, ଓଏମ୍‌ପିଏସ୍‌ ଅଧିକାରୀଙ୍କୁ ନିଯୁକ୍ତିପତ୍ର

ଭୁବନେଶ୍ୱର,୧।୩(ବ୍ୟୁରୋ): ନୂତନ ଭାବେ ଚୟନ ହୋଇଥିବା ଓଡିଶା ପୌର କ୍ୟାଡର ଅନ୍ତଭୁର୍କ୍ତ ଓଡିଶା ପୌର ପ୍ରଶାସନ ସେବା (ଓଏମ୍‌ଏସ୍‌) ଏବଂ ଓଡିଶା ପୌର ଯୋଜନା ସେବା...

ନବୀନ ସରକାରଙ୍କ ସମସ୍ତ ମନ୍ତ୍ରୀ ଦେଲେ ଇସ୍ତଫା

ଭୁବନେଶ୍ୱର,୪।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନିଜ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ...

ଚମ୍ପୁଆ ସେକ୍ସନକୁ ଫେରିଲେ ୨୪ ହାତୀ

ଚମ୍ପୁଆ,୧୬ା୫(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବାଲିବନ୍ଧ ସେକ୍ସନରୁ ରବିବାର ରାତିରେ ୨୪ ଟିକିଆ ହାତୀପଲ ଚମ୍ପୁଆ ସେକନ୍ସକୁ ଫେରିଛନ୍ତି। କାଳିକାପ୍ରସାଦ ରିଜର୍ଭ ଜଙ୍ଗଲରେ...

କଂଗ୍ରେସ କ୍ଷମତାକୁ ଆସିଲେ ୨୦୦ ୟୁନିଟ୍‌ ବିଦ୍ୟୁତ୍‌ ଛାଡ଼

ବାରିପଦା ଅଫିସ,୨୯ା୬: ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ପ୍ରତି ଘରକୁ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭୁଜାଲି ମାଡ଼: ଜଣେ ଅଟକ

ଯୋଡ଼ା,୬।୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ବାଚୁ ହଣ୍ଟିଠାରେ ଶୁକ୍ରବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଜଣ ବ୍ୟକ୍ତିଙ୍କୁ ଭୁଜାଲି ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ...

ରାସ୍ତାରେ ଅଳିଆ ପଡ଼ିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୦।୧ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ସୁଧୁରିବାର ନାଁ ଧରୁନି। କାନ୍ଥବାଡ଼ରେ ଯେତେ ରଙ୍ଗ ବୋଳି ସୌନ୍ଦର୍ଯ୍ୟକରଣ କରାଗଲେ ବି ସହରର ବିଭିନ୍ନ ସ୍ଥାନରେ...

ଏସ୍‌ଆଇଙ୍କ ନାମରେ ମାମଲା ରୁଜୁ

ହାଟଡିହୀ,୪।୭(ଡି.ଏନ୍‌.ଏ.): ଗତ ପଞ୍ଚାୟତ ନିର୍ବାଚନରେ ଆକ୍ରୋଶମୂଳକ ଭାବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଧରିତ୍ରୀ ଖବରଦାତା ଶୁଭକାନ୍ତ ନାୟକଙ୍କ ଘରେ ପଶି ପରିବାର ଲୋକଙ୍କୁ ଧମକ...

Advertisement
Archives

Model This Week