ଭିଡ଼ମୁକ୍ତ ଓ ଅଭ୍ୟର୍ଥନାଯୁକ୍ତ ଭୋଜି

ଶୁଭନାରାୟଣ ଶତପଥୀ

 

କରୋନାର ସମୟ ଚାଲିଛି। ବାହାଘରରେ ଭିଡ ନ କରିବାକୁ ପଡିଛି ତାଲା। ଗହଳି ଚହଳି ଦିଶିବନି। ଡିଜେ, ମାଇକ ବାଜିବନି। ବନ୍ଧୁବାନ୍ଧବ ଆସିବେନି। ସାଙ୍ଗସାଥୀଙ୍କ ମେଳ ଜମିବନି। ଏଥିପାଇଁ ଆନୁଷ୍ଠାନିକ କାର୍ଯ୍ୟ ଆୟୋଜକଙ୍କ ମନ ଊଣା। କାରଣ ଗୋଟିଏ ବୋଲି ପୁଅ। ଲଭ୍‌ ମ୍ୟାରେଜ୍‌ କରିବ। ବାପା ଚିତ୍ରସେନଙ୍କର ଅପେକ୍ଷା। କାଳେ ଆଉ କିଛି ଦିନ ଗଲେ ଏ ପରିସ୍ଥିତି ସୁଧୁରିଯିବ। ପୂର୍ବଭଳି ବାହାଘରକୁ ଧୁମ୍‌ଧାମ୍‌ରେ ପାଳନ କରିବେ। ପୁଣି ମନରେ ଆସୁଛି ସଙ୍ଗେସଙ୍ଗେ ବାହାଘର ନ କଲେ ପୁଅ ଝିଅ ଯଦି ପଳେଇଯିବେ, ସିଏ ପୁଣି ଦୁଶ୍ଚିନ୍ତାର ଅନ୍ୟ ଏକ କାରଣ ହେବ। ଏହି ଡରରେ ବାପା ପୁଣି ବିନା ଭିଡରେ ବାହାଘର କରିବାକୁ ଅଣ୍ଟା ଭିଡିଛନ୍ତି। ୟା ଭିତରେ ସାମାଜିକ ସମ୍ମାନକୁ ଦୃଷ୍ଟିରେ ରଖି ଲଭ ମ୍ୟାରେଜ୍‌କୁ ଟାଣିଟୁଣି ଆରେଞ୍ଜ କରିବାକୁ ମନସ୍ଥ କରୁଛନ୍ତି। ଠିକ୍‌ ଏହି ସମୟରେ ଭଦ୍ରଲୋକ ବିଜୟବାବୁ କହିଲେ କଥା କ’ଣ କି କନ୍ୟାପିତା ଚାହୁଁଛନ୍ତି ଏଇ ମଉକାରେ କମ୍‌ ଭୋଜି ଖର୍ଚ୍ଚରେ ଖସିଯିବେ। ଆଉ ଝିଅପକ୍ଷ କହିଛନ୍ତିି ପଚାଶ ଲୋକରୁ ଅଧିକ ବରଯାତ୍ରୀ ଯେମିତି ହେବେନି। କାରଣ ଉଭୟ ପକ୍ଷ ପଚାଶ ଲୋକରୁ ଉର୍ଦ୍ଧ୍ୱଲୋକଙ୍କୁ ନିମନ୍ତ୍ରଣ କରିବେନି ବୋଲି ଥାନାବାବୁଙ୍କୁ ପ୍ରତିଶ୍ରୁତି ଦେଇଆସିଛନ୍ତି।
ବାହାଘରରେ ଭୋଜି ଭିଡ କହିଲେ ମୁଖ୍ୟତଃ ବରଯାତ୍ରୀ ଓ ରିସେପ୍‌ସନ ଭୋଜିକୁ ନିମନ୍ତ୍ରିତ ଅତିଥିଙ୍କ ସଂଖ୍ୟାକୁ ହିଁ ବୁଝାଇଥାଏ। ମଧ୍ୟସ୍ଥତା କରୁଥିବା ଭଦ୍ରଲୋକ ବିଜୟବାବୁ ବାହାଘର ଦିନ କନ୍ୟାପିତାଙ୍କ ଘରେ ପହଞ୍ଚତ୍ଲେ। ଖନ୍ଦାଶାଳକୁ ଯାଇ ଯାହା ଦେଖିଲେ ତାଙ୍କର ସନ୍ଦେହ ହେଲା। କନ୍ୟାପିତାଙ୍କୁ ପଚାରିଲେ ଇଏ କେତେ ଜଣଙ୍କର ରୋଷେଇ? କନ୍ୟାପିତା ଉତ୍ତର ଦେଲେ ଏଇ ଦଶ ତିରିଶ ଜଣଙ୍କର। କିନ୍ତୁ ଭଦ୍ରଲୋକ ଜାଣିପାରିଲେ ଯେ ଏହା ପ୍ରାୟ ଦୁଇଶହ ଲୋକଙ୍କ ନିମନ୍ତେ ରୋଷେଇ ହୋଇଛି। କନ୍ୟାପିତା କହିଲେ ହଁ ହିସାବ କଲେ ହେବନି କି, ପଚାଶ ବରଯାତ୍ରୀ ବାଦେ ଆମ ଗଁା ଲୋକେ, ବନ୍ଧୁବାନ୍ଧବ ଇତ୍ୟାଦି। ୟାଙ୍କୁ ତ ମୁଁ ଛାଡି ପାରିବିନିନା। କରୋନା ସଂକ୍ରମଣ କଥା ମନେଅଛି ତ, ଏହା କହି ଭଦ୍ରଲୋକ ଜଣକ ସେଠାରୁ ଚାଲିଗଲେ? ବିବାହ ଓ ଭୋଜି ସରିଲା।
ଇତିମଧ୍ୟରେ କରୋନା ପୂର୍ବବର୍ତ୍ତୀ ସମୟର ଅନ୍ୟ ଏକ ଘଟଣା ବିଜୟବାବୁଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା। ଘଟଣାଟି ହେଉଛି, ଦୁଇବର୍ଷ ପୂର୍ବେ ବିଜୟବାବୁ ଏକ ବାହାଘର ଭୋଜିରେ ସାମିଲ ହେବାକୁ ପାଖ ଗଁାର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। ତାଙ୍କୁ ଗେଟ୍‌ ପାଖରୁ ଦୁଇଜଣ ମହିଳା ଅଭ୍ୟର୍ଥନା ଜଣାଇଲେ। ପୁଅଝିଅଙ୍କୁ ଗିଫ୍ଟ ଦେବାପରେ ଭିତରକୁ ଯାଇ ଭୋଜିର ଭିଡ ଦେଖି ଭୟ କରିଗଲେ ବିଜୟବାବୁ। ଆଗକୁ ଯାଇ ଦେଖିଲେ ଅତିଥିଙ୍କ ନିମନ୍ତେ ଉଭୟ ଡାଇନିଂ ଟେବୁଲ ଓ ବଫେର ବ୍ୟବସ୍ଥା ହୋଇଛି। ବଫେ ଭୋଜିରେ ଲମ୍ବା ଲାଇନ ଦେଖି ବିଜୟବାବୁ ଡାଇନିଂ ଆଡକୁ ମୁହଁାଇଲେ। ବୁଝିବାରୁ ଜଣାପଡିଲା, ଡାଇନିଂର ଏହା ୪ନଂ. ବ୍ୟାଚର ଭୋଜନ ଚାଲିଛି। ୫ନଂ. ବ୍ୟାଚ ପାଇଁ ଅପେକ୍ଷାରତ ଅତିଥିମାନେ ଡାଇନିଂ ଟେବୁଲରେ ବସିଥିବା ଅତିଥିଙ୍କ ପଛପଟେ ଠିଆ ହୋଇଛନ୍ତି। ସତେଯେମିତି ବ୍ୟସ୍ତ ପ୍ରାୟ ଗ୍ରାହକମାନେ ଏକ ଭିଡ ହୋଟେଲ ଭିତରେ ଖାଦ୍ୟ ଗ୍ରହଣ ପାଇଁ ଲାଇନ୍‌ ଲଗାଇଛନ୍ତି। ଭଦ୍ରଲୋକଙ୍କ ମନରେ ପ୍ରଶ୍ନ ଉଠୁଥିଲା, ଅତିଥିଙ୍କୁ ସସମ୍ମାନ ଭୋଜନରେ ଆପ୍ୟାୟିତ କରିବା ବଦଳରେ ଆୟୋଜକଙ୍କ ଏ କି ପ୍ରକାର ଆୟୋଜନ? ଲଜ୍ଜା ଅନୁଭବ କରି ଭଦ୍ରଲୋକ ବିଜୟବାବୁ ଗିଫ୍ଟ ପ୍ରଦାନ କରି ଘରକୁ ଫେରିଲେ। ଫରିଲାବେଳେ ବିଶ୍ଲେଷଣ କରୁଥିଲେ, ଭୋଜିପର୍ବରେ ଅତିଥିଙ୍କୁ ଏ ଅଭ୍ୟର୍ଥନା କେତେ ଆନ୍ତରିକତାପୂର୍ଣ୍ଣ? ଘରେ ପହଞ୍ଚି କାହାରିକୁ କିଛି ନ କହି ବେଡ୍‌ରୁମ୍‌କୁ ଗଲେ। ଉପରୋକ୍ତ ଦୁଇଟି ଘଟଣାରେ କର୍ତ୍ତାଙ୍କ ଭୋଜି ଆୟୋଜନରେ ଅସନ୍ତୁଷ୍ଟ ବିଜୟବାବୁୁ ହିସାବ କଲେ ଯେ, ଦୁଇଦିନ ପରେ ବର ପକ୍ଷର ରିସେପ୍‌ସନ ଭୋଜି। ଦେଖିବା ସେ କ’ଣ ବ୍ୟବସ୍ଥା କରିଛନ୍ତି।
ଅତିଥିଙ୍କ ଲମ୍ବା ତାଲିକାକୁ ବରପିତା ଚିତ୍ରସେନବାବୁ ଯେତିକି କାଟୁଥାନ୍ତି ତାଙ୍କ ପୁଅ ସେତିକି ଯୋଡି ଦେଉଥାଏ। ସେ ଯାହାହେଉ ଶେଷରେ ସାଙ୍ଗସାଥୀ ବନ୍ଧୁବାନ୍ଧବ, ପ୍ରିୟପରିଜନଙ୍କୁ ମିଶାଇ ତିନିଶହ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ ସେ। ଦୁଇଦିନ ପରେ ବିଜୟବାବୁ ଆନୁଷ୍ଠାନିକ ଭାବେ ବରପକ୍ଷଙ୍କ ରିସେପ୍‌ସନ ଭୋଜିରେ ଯୋଗଦେବାକୁ ଆସିଲେ। ଭୋଜିଦିନ ଭଦ୍ରଲୋକ ବିଜୟବାବୁ ଠିକ୍‌ ଦ୍ୱିପ୍ରହର ୧ଟାରେ ଚିତ୍ରସେନବାବୁଙ୍କ ଘରେ ପହଞ୍ଚତ୍ଲେ। ଭଦ୍ରଲୋକ ବୋଲି ଚର୍ଚ୍ଚା ଭିନ୍ନ ପ୍ରକାର ହେଉଥାଏ। ବିଜୟବାବୁ ଭୋଜିରେ ସାମିଲ ହେବାପରେ ବସି ଗପସପ କରୁକରୁ ଅପରାହ୍ନ ୩ଟା ହେଲାଣି। ସେ ଲକ୍ଷ୍ୟକଲେ ଭିଡ ଦ୍ୱିପ୍ରହର ୧ଟାରେ ଯେତିକିଥିଲା ବର୍ତ୍ତମାନ ବି ସେତିକି। ସନ୍ଦେହ ହେବାରୁ ଚିତ୍ରସେନବାବୁଙ୍କୁ ପଚାରିଲେ ଓ ଜାଣିବାକୁ ପାଇଲେ ଯେ ପଚାଶ ଜଣ ପ୍ରତି ଅଧ ଘଣ୍ଟା ଅନ୍ତରରେ ଅର୍ଥାତ୍‌ ଦୁଇଶହ ଅତିଥି ଭୋଜି ଖାଇ ସାରିଲେଣି। ଅର୍ଥାତ ନିମନ୍ତ୍ରଣ ସେହି ପ୍ରକାରର କରାଯାଇଛି। ଏଠାରେ ବି ଭଦ୍ରଲୋକ ଜଣଙ୍କ ସେହି ଏକା କଥା ଦୋହରାଇ କହିଲେ, କରୋନା ସଂକ୍ରମଣ କଥା ମନେଅଛି ତ?
ଚିତ୍ରସେନବାବୁଙ୍କ ଭୋଜିର ଆୟୋଜନରେ ସରକାରୀ ନିର୍ଦ୍ଦେଶକୁ ଆଖିଠାର, ପ୍ରକାରାନ୍ତରେ ଭଦ୍ରଲୋକ ଓ ଅତିଥିଙ୍କ ନିମନ୍ତେ ସୁବିଧା ସୃଷ୍ଟି କରିପାରିଥିଲା। ସେଥିପାଇଁ ବିଜୟବାବୁ ଭୋଜିର ଆନନ୍ଦ ଉଠାଇପାରିଲେ ସିନା ଯୁକ୍ତିତଃ ଅନୁଭବ କରୁଥିଲେ ସାମାଜିକ ଓ ମାନସିକସ୍ତରର ବିଶୃଙ୍ଖଳାକୁ। କରୋନା କାଳରେ ମୃତ୍ୟୁର ତାଣ୍ଡବକୁ ଭ୍ରୂକ୍ଷେପ ନ କରି ଏମିତି ଅନେକ ଲୋକ ବାହାଘର, ବ୍ରତଘର, ଜନ୍ମଦିନ, ଶୁଦ୍ଧିକ୍ରିୟା କରିବାରେ ବ୍ୟସ୍ତ। ଏସବୁ ଆନୁଷ୍ଠାନିକ ବିଧିବିଧାନ। ବର୍ତ୍ତମାନ ପରିସ୍ଥିତିରେ କେବଳ ଆନୁଷ୍ଠାନିକ ବିଧି ସାମାନ୍ୟ ଅନୁପାଳନ ପୂର୍ବକ କାଯର୍‌ୟ ସମାପାନ କଲେ କ’ଣ ଅସୁବିଧା ହେବ? ଏ ମାନସିକତା ନିଜ ଭିତରେ ନ ଆସିଲେ କରୋନାର କଳାବାଦଲ ସମାଜରୁ ହଟିବ ନାହିଁ। ଏପରି ମାନସିକତା ପାଇଁ ଶବ୍ଦ ଶୁଭୁନି ସିନା କିନ୍ତୁ ଭିଡ କମୁନି। ବଦଳୁନି ମାନସିକତା ବରଂ ବଦଳୁଛି ପାରିବାପଣିଆର ଚତୁରତା। ଚକମା ଦେଖାଇ ବିନା ଆଡମ୍ବର ଭିତରେ ବହୁ ଆଡମ୍ବରର ଗନ୍ଧ ସବୁଠି ବାରି ହୋଇଯାଉଛି। ସାହି, ପଡୋଶୀ, ଗଁା, ସହରବାସୀ ସବୁ ଜାଣନ୍ତି। ତୁ ତ ମୂତୁରି ମଁୁ ବି ମୂତୁରି ନ୍ୟାୟରେ କିଏ ବା କାହା କଥା କହିବ?
ଦିନକୁଦିନ କରୋନା ସଂକ୍ରମଣଜନିତ ରୋଗୀ ଓ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ସରକାରଙ୍କ ତରଫରୁ ନିଜେ ସତର୍କତା ଅବଲମ୍ବନ କରିବା ପାଇଁ ବାରମ୍ବାର ନିର୍ଦ୍ଦେଶ ଆସୁଛି। ସାମାଜିକ ଦୂରତା, ମୁଖା ପିନ୍ଧା, ଛେପ ନ ପକାଇବା, ଭିଡକୁ କମ୍‌ କରିବା ବଦଳରେ ଏସବୁ ଉଲ୍ଲଂଘନ କରି ଚାଲିଛି ଶିକ୍ଷିତ ମଣିଷ। ଜଣେ ସଂକ୍ରମିତ ଯେ ଶହ ଶହ ଲୋକଙ୍କୁ ଏହି ଆନୁଷ୍ଠାନିକ ଭିଡ ମାଧ୍ୟମରେ ସଂକ୍ରମିତ କରିପାରିବ, ଏକଥା ଭୁଲିବା ଉଚିତ ନୁହେଁ। ଭିଡ ଜମାଇ ନିଜର ପ୍ରତିଷ୍ଠା ଦେଖାଇବା ବୁଦ୍ଧିମତ୍ତା ନୁହେଁ ବରଂ ଭିଡକୁ ସୀମିତ କରି ଅତିଥିଙ୍କ ସ୍ବାର୍ଥକୁ ଗୁରୁତ୍ୱଦେବା ହେଉଛି ପାରିବାପଣିଆ। ଏଥିପାଇଁ ନିଜେ ବ୍ୟକ୍ତିଗତ ଓ ଗୋଷ୍ଠୀ ସ୍ତରରେ ସଚେତନ ହେଲେ କରୋନାକୁ ରୋକାଯାଇପାରିବ ଓ ଏ ଉଦ୍ୟମ ଭବିଷ୍ୟତରେ ଏକ ଭିଡମୁକ୍ତ, ଅଭ୍ୟର୍ଥନାଯୁକ୍ତ ଭୋଜି ଆୟୋଜନର ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?