ଏଇ ଭାରତରେ

ତେଲଙ୍ଗାନାର ଜଣେ ସରକାରୀ ଅଧିକାରୀ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତସ୍‌ଲିମା ମହମ୍ମଦ ତେଲଙ୍ଗାନାର ମୁଲୁଗୁ ଓ ଜୟଶଙ୍କର ଭୁପାଲପାଲି ଭଳି ଦୁଇ ଅନଗ୍ରସର ଜିଲାରେ ସବ୍‌-ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରନ୍ତି। ୩୪ ବର୍ଷୀୟ ଏହି ଯୁବ ଅଧିକାରୀ ରବିବାର ଦିନ ଚାଷୀମାନଙ୍କ ବିଲରେ କାମ କରି ୨୫୦ରୁ ୩୦୦ ଟଙ୍କା ଯାଏ ରୋଜଗାର କରନ୍ତି। ଏହି ଟଙ୍କାକୁ ସେ ଅସହାୟମାନଙ୍କୁ ଦେଇଥାନ୍ତି। ଅନେକ ସମୟରେ ଗରିବ ଚାଷୀଙ୍କୁ ବି ଏହା ଦିଅନ୍ତି। ସେ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ବିଲରେ କାମକରନ୍ତି। ତସ୍‌ଲିମା ହଳ ବୁଲାଇବାଠାରୁ ଆରମ୍ଭ କରି ଅନ୍ୟସବୁ କାର୍ଯ୍ୟ କରିଥାନ୍ତି। ସେ ଏହି କାମ ୬ ବର୍ଷ ହେବ କରିଆସୁଛନ୍ତି। ସରକାରଙ୍କ କୃଷି ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରୁଛନ୍ତି। ତସ୍‌ଲିମାଙ୍କ ବାପାଙ୍କୁ ମାଓବାଦୀ ହତ୍ୟା କରିବା ପରେ ତାଙ୍କ ମା’ ଚାଷ କରି ପରିବାର ଚଳାଇବା ସହ ତାଙ୍କ ପରୀକ୍ଷା ପାଇଁ କୋଚିଂ ଫି ଯୋଗାଇ ଦେଇଥିତ୍ଲେ। ସରକାରୀ ଚାକିରି ପାଇବା ପରେ ମା’ଙ୍କ ପ୍ରେରଣାରେ ସେ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି। ଅନାଥ ପିଲାମାନଙ୍କୁ ପଢିବା ଲାଗି ନିଜ ରୋଜଗାରରୁ ସାହାଯ୍ୟ ଯୋଗାଇ ଦେଉଛନ୍ତି। ୧୭ ଜଣ ଏଭଳି ପିଲାଙ୍କ ଜୀବନ ଗଢିପାରିଛନ୍ତି। ଚାଷକାମରେ ପରିବାରକୁ ସାହାଯ୍ୟ କରିବା ଲାଗି ପ୍ରାୟ ୩୦୦ ଛାତ୍ର ଓ ଯୁବକଙ୍କୁ ଉତ୍ସାହିତ କରିପାରିଛନ୍ତି। ଲକ୍‌ଡାଉନ ସମୟରେ ଗରିବ ପିଲାମାନଙ୍କୁ ପଢ଼ାଇବା ଲାଗି ଘରୋଇ ଶିକ୍ଷକଙ୍କୁ ପ୍ରେରିତ କରିଛନ୍ତି। ସରକାରୀ କାମ କରିବା ପରେ ସାମାଜିକ ସ୍ତରରେ ଏଭଳି ସେବା ତାଙ୍କୁ ଅଧିକ ଆନନ୍ଦ ଦିଏ ବୋଲି କହନ୍ତି ତସ୍‌ଲିମା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?