ମନ୍ଦିରକୁ ବଜ୍ରପାତ ଭୟ

ନୟାଗଡ଼,୩।୯(ଲୋକନାଥ ମିଶ୍ର)ମନ୍ଦିରକୁ ବଜ୍ରପାତ ଭୟ। ନୟାଗଡ଼ ଜିଲାର ଦେବୋତ୍ତର ବିଭାଗ, ଏଣ୍ଡାଓମେଣ୍ଟ କମିଶନଙ୍କ ଅଧୀନରେ ଥିବା ମନ୍ଦିର, ବେସରକାରୀ ମନ୍ଦିର ପରି ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ମନ୍ଦିରରେ ଲାଇଟ ଆରେଷ୍ଟର ଓ ଡବଲ ଆର୍ଥିଂ ବ୍ୟବସ୍ଥା ନ ଥିବାରୁ ବିଭିନ୍ନ ମନ୍ଦିରକୁ ବଜ୍ରପାତ ଭୟ ରହୁଛି। ବଜ୍ରପାତ ପ୍ରଭାବରେ ବିଭିନ୍ନ ସମୟରେ ମନ୍ଦିରର ଦଧିନଉତି ଓ ମନ୍ଦିର ଭାଙ୍ଗି ନଷ୍ଟ ହେଉଛି। ଦେବୋତ୍ତର ବିଭାଗ ଅଧୀନରେ ଥିବା ଶରଣକୁଳ ଲଡୁବାବା ମନ୍ଦିର, ଓଡ଼ଗଁାର ରଘୁନାଥ ମନ୍ଦିର ପରି ୨୧ ମନ୍ଦିରରୁ ୨୦ ମନ୍ଦିରରେ ଲାଇଟ ଆରେଷ୍ଟର ଓ ଡବଲ ଆର୍ଥିଂ ବ୍ୟବସ୍ଥା ନାହିଁ। ଏଣୁ ବଜ୍ରପାତ ସମୟରେ ମନ୍ଦିର ନିରାପଦ ନୁହେଁ। ୧୨ବର୍ଷ ତଳେ ନୟାଗଡ଼ ପୁରୁଣା ସହରର ଜଗନ୍ନାଥ ମନ୍ଦିରରେ ବଜ୍ରପାତ ହେବା ପରେ ଏହାର ଅଁଳାବେଢ଼ା ଭାଙ୍ଗି ଯାଇଥିଲା। ଏହା ପରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କେବଳ ଜଗନ୍ନାଥ ମନ୍ଦିରର ଲାଇଟ ଆରେଷ୍ଟର ଓ ଡବଲ ଆର୍ଥିଂ କରାଯାଇଥିଲା। ଅନ୍ୟପକ୍ଷେ ସବୁ ଦେବୋତ୍ତର ବିଭାଗର ମନ୍ଦିରରେ ଲାଇଟ ଆରେଷ୍ଟର ଓ ଡବଲ ଆର୍ଥିଂ କରାଯିବ ବୋଲି ତତ୍କାଳୀନ ଉପଜିଲାପାଳ ମାନସ ରଞ୍ଜନ ଦେବତା କହିଥିଲେ ହେଁ ୧୨ବର୍ଷ ପରେ ବି ତାଙ୍କ ନିର୍ଦ୍ଦେଶ ଶୀତଳଭଣ୍ଡାରରେ ରହି ଯାଇଛି। ସେହିପରି ୨୦୨୨ ନୟାଗଡ଼ ପୁରୁଣା ସହରର ରଥଯାତ୍ରା ପ୍ରସ୍ତୁତି ବୈଠକରେ ଦେବୋତ୍ତର ବିଭାଗର ଅଧୀନରେ ଥିବା ମନ୍ଦିରଗୁଡ଼ିକରେ ବଜ୍ରପାତ ପ୍ରତିରୋଧକ ବ୍ୟବସ୍ଥା କରାଯିବାକୁ ତତ୍‌କାଳୀନ ଉପଜିଲାପାଳ ଲଗ୍ନଜିତ୍‌ ରାଉତ ନିର୍ଦ୍ଦେଶ ଦେଇଥିଲେ। ଶରଣକୁଳ ଲଡୁବାବା ମନ୍ଦିର, ଓଡଗଁାର ରଘୁନାଥ ମନ୍ଦିର ପରି ୨୦ ମନ୍ଦିରରେ ଲାଇଟ ଆରେଷ୍ଟର ଓ ଡବଲ ଆର୍ଥିଂ ବ୍ୟବସ୍ଥା କରିବାକୁ ପ୍ରତ୍ନତତ୍ତ୍ୱ ବିଭାଗକୁ ଚିଠି ଲେଖିବାକୁ ଦେବୋତ୍ତର ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ୨ ଜଣ ଉପଜିଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ପାରିନାହିଁ। ଉପଜିଲାପାଳଙ୍କ ବଦଳି ପରେ ସେମାନଙ୍କର ନିର୍ଦ୍ଦେଶ ଶୀତଳଭଣ୍ଡାରକୁ ଚାଲି ଯାଉଛି। ଅନ୍ୟପକ୍ଷେ ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ନୀରବ ରହୁଛି।

୨୦୧୧ ମେ ୩ ଅପରାହ୍ନ ସାଢ଼େ ୫ଟାରେ ଝିପିଝିପି ବର୍ଷା ହେବା ସହ ବଜ୍ରପାତ ହୋଇଥିଲା। ଏଥିରେ ପୁରୁଣା ସହରରେ ଥିବା ଜଗନ୍ନାଥ ମନ୍ଦିରର ଅଁଳାବେଢ଼ାର କିଛି ଅଂଶ ଭାଙ୍ଗି ଯାଇଥିଲା। ଦଧିନଉତି ତଳେ ଥିବା ଅଁଳାବେଢ଼ାରୁ ପଥର ଖସି ମନ୍ଦିରର ଉତ୍ତର ଓ ଦକ୍ଷିଣ ଦିଗରେ ପଡିଥିଲା। ଦକ୍ଷିଣ ଦିଗରେ ୩ଟି ଲୁହାର ଶିକୁଳି ମଧ୍ୟ ଖସି ପଡ଼ିଥିଲା। ଏପରିକି ମନ୍ଦିରର ଭିତର ପାର୍ଶ୍ୱର ବିଦ୍ୟୁତ୍‌ ସଂଯୋଗ ବଜ୍ରପାତରେ ନଷ୍ଟ ହୋଇ ଯାଇଥିଲା। ସେ ସମୟରେ ତତ୍କାଳିନ ଉପଜିଲାପାଳ ଦେବତା କହିଥିଲେ, ନୟାଗଡ଼ ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିର ଗୁଡିକରେ ଖୁବ୍‌ ଶିଘ୍ର ବୈଦୁତିକ ଆଘାତ ପ୍ରତିରୋଧକ ଠିକ୍‌ ବ୍ୟବସ୍ଥା ସ୍ବରୂପ ଲାଇଟ ଆରେଷ୍ଟର ଓ ଡବଲ ଆର୍ଥିଂ ଖୁବ୍‌ ଶୀଘ୍ର କରାଯିବ। ସେହିବର୍ଷ ଜୁଲାଇରେ କେବଳ ଜଗନ୍ନାଥ ମନ୍ଦିରରେ ୧ଲକ୍ଷ ୧୭ ହଜାର ଟଙ୍କାରେ ବ୍ୟୟ କରାଯାଇ ମରାମତି କରାଯିବ ସହ ଲାଇଟ ଆରେଷ୍ଟର ଓ ଡବଲ ଆର୍ଥିଂ ବ୍ୟବସ୍ଥା କରାଯାଇଥିଲା। ଏ ନେଇ ନୟାଗଡ ଦେବୋତ୍ତର ମ୍ୟାନେଜର ତାପସ ରଞ୍ଜନ ପଟ୍ଟନାୟକଙ୍କୁ ପଚାରିବାରେ ୫-ଟି ଅନୁଦାନରେ ଜିଲାର ୨୦ଟି ମନ୍ଦିରର ରୂପାନ୍ତରଣ କରାଯିବ। ସେହି ଅନୁଦାନରେ ଲାଇଟ ଆରେଷ୍ଟର ଓ ଡବଲ ଆର୍ଥିଂ ବ୍ୟବସ୍ଥା ହେବ । ଏଣୁ ବଜ୍ରପାତ ହେଲେ ଆଉ ମନ୍ଦିରକୁ ଭୟ ରହିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?