ବ୍ରିଟେନରେ ଡେଲ୍ଟା ଭାରିଆଣ୍ଟ ଭୟ

ଲଣ୍ଡନ, ୧୬ା୬: ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଡେଲ୍ଟା ଭାରିଆଣ୍ଟ ଏବେ ଡେଲ୍ଟା ପ୍ଲସ୍‌ର ରୂପ ନେଇଛି। ଏହି ଷ୍ଟ୍ରେନ୍‌ ବ୍ରିଟେନରେ ଆତଙ୍କ ସୃଷ୍ଟି କରିବାରୁ ଏହାର ମୁକାବିଲା ପାଇଁ ବୋରିସ୍‌ ଜନ୍‌ସନ ସରକାର ଅନ୍‌ଲକ୍‌ ପ୍ରକ୍ରିୟାକୁ ବିଳମ୍ବିତ କରିଛନ୍ତି। କଟକଣା ବୃଦ୍ଧିକୁ ବ୍ରିଟେନବାସୀ ବିରୋଧ କରି ଦୃଢ଼ ପ୍ରତିବାଦ ଜଣାଇଛନ୍ତି।
ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ସୋମବାର କରୋନାଜନିତ କଟକଣାକୁ ଆଉ ୪ ସପ୍ତାହ ବଢ଼ାଇଦେଇଛନ୍ତି। ଭାରତୀୟ ଭାରିଆଣ୍ଟ ଅଧିକ ସଂକ୍ରାମକ ଓ ଘାତକ ହୋଇଥିବାରୁ କଟକଣା ବୃଦ୍ଧି ଜରୁରୀ ଥିଲା ବୋଲି ସେ କହିଛନ୍ତି। ଡେଲି ମେଲ୍‌ ସମେତ ବ୍ରିଟେନର କେତେକ ଖବରକାଗଜ ସରକାରଙ୍କ ଏହି ନିଷ୍ପତ୍ତିକୁ ଲୋକଙ୍କ ଉପରେ ଦମନଲୀଳା ବୋଲି ଅଭିହିତ କରିଛନ୍ତି। ସେହିପରି ‘ଆମେ କେବେ ମୁକ୍ତ ହୋଇପାରିବା’ ବୋଲି ସନ୍‌ ଖବରକାଗଜ ପକ୍ଷରୁ ପ୍ରଶ୍ନ କରାଯାଇଛି। ସୋମବାର ବୋରିସ୍‌ ଏହି ଘୋଷଣା କରିବା ପୂର୍ବରୁ ଶଟ୍‌ଡାଉନ୍‌ ବିରୋଧରେ ଡାଉନିଂ ଷ୍ଟ୍ରିଟ୍‌ ବାହାରେ ବିକ୍ଷୋଭ କରୁଥିବା ବିବିସି ଜର୍ନାଲିଷ୍ଟ ନିକ୍‌ ଓ୍ବାଟ୍‌ଙ୍କୁ ଘଉଡ଼ାଯିବା ସହ ଦୁର୍ବ୍ୟବହାର କରାଯାଉଥିବାର ଭିଡିଓ ସାମ୍‌ନାକୁ ଆସିଛି। ଏପରି କି ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଥିବା ଫୁଟେଜ୍‌ରେ ଦେଖିବାକୁ ମିଳିଛି। ଏହି ଭିଡିଓ ଟୁଇଟରରେ ବହୁଳ ପ୍ରସାରିତ ହୋଇଥିବାବେଳେ କରୋନା ଭୂତାଣୁ କିପରି ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିଛି ତାହା ଦେଖିବାକୁ ମିଳିଛି। ସମାଲୋଚକଙ୍କ ମତରେ ବୋରିସ୍‌ ପୂର୍ବରୁ ରେଡ୍‌ ଟ୍ରାଭେଲ୍‌ ଲିଷ୍ଟରେ ଭାରତକୁ ସାମିଲ କରି ସୀମା ନିୟନ୍ତ୍ରଣରେ କଡ଼ା ପଦକ୍ଷେପ ଗ୍ରହଣ କରିବା ଉଚିତ ଥିଲା। ପ୍ରକାଶ ଯେ, ଏପ୍ରିଲ ୨୩ ପର୍ଯ୍ୟନ୍ତ ବ୍ରିଟେନ ଭାରତ ଉପରେ ଯାତ୍ରା କଟକଣା ଜାରି କରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଟ୍ରେନ ଯାତ୍ରା ପୂର୍ବରୁ ପ୍ରିନ୍ସ ହ୍ୟାରିଙ୍କୁ ୨୮ ଦିନରେ ନୋଟିସ ଦେବା ବାଧ୍ୟତାମୂଳକ…

ଲଣ୍ଡନ,୧୯।୩ : ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ରିଟିଶ ସରକାରଙ୍କ ସହ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ବ୍ରିଟେନ ଗସ୍ତ ପୂର୍ବରୁ ପ୍ରିନ୍ସ...

ଗଳାବାଟ ଦେଇ ଆସୁଛି କରୋନା

ପୁରୀ ଅଫିସ,୨୪।୭: ପୁରୀ ଜିଲାରେ କରୋନା ସ୍ଥିତି ଅଣାୟତ୍ତ ହେଉଛି। ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ...

ନେପାଳରେ ବର୍ଷା ସହ ଭୂସ୍ଖଳନ

କାଠମାଣ୍ଡୁ,୧୪।୭: ନେପାଳରେ ଗତ ୪ ଦିନ ହେବ ଲଗାଣ ବର୍ଷା ଓ ଭୂସ୍ଖଳନ ଜାରି ରହିଛି। ଏଥିଯୋଗୁ ୬୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪୧...

ଘରୋଇ-ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଜାରି ହେଲା ନୂଆ କ୍ୱାରାଣ୍ଟାଇନ୍‌ ମାର୍ଗଦର୍ଶିକା

ନୂଆଦିଲ୍ଲୀ,୨୪।୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଘରୋଇ ତଥା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନୂଆ କ୍ୱାରାଣ୍ଟାଇନ୍‌ ମାର୍ଗଦର୍ଶିକା ଜାରି କରାଯାଇଛି। ନୂଆ...

ଭାରତକୁ ଆମେରିକାର ଖୋଲା ଖୋଲି ଧମକ

ୱାଶିଂଟନ,୭ ।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତର ନିରବତାକୁ ଆମେରିକା ଆଦୌ ସହ୍ୟ କରିପାରୁନି । ପୂର୍ବରୁ କେତେଥର ଏହି ପ୍ରସଙ୍ଗରେ...

ରାଜଧାନୀରେ ଡରାଉଛି କରୋନା: ଗତ ୨୪ଘଣ୍ଟାରେ ୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୬: ଗତ କିଛି ଦିନରୁ ରାଜଧାନୀ ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ୨୪...

୩୮ ବୋଇଂ ବିମାନରେ ଦେଖାଦେଲା ତ୍ରୁଟି

ନ୍ୟୁୟର୍କ,୧୨।୧୦: ବିମାନ ଓ ରକେଟ୍‌ ପ୍ରସ୍ତୁତକାରୀ ଆମେରିକା କମ୍ପାନୀ ବୋଇଂ ଏରୋସ୍ପେଶ ଏବେ ପୁଣିଥରେ ଅଡୁଆରେ ପଡିଛି। ଗତବର୍ଷ ଅକ୍ଟୋବର ଓ ଚଳିତ ବର୍ଷ ମାର୍ଚ୍ଚରେ...

କୋଭିଡ୍‌- ୧୯ ସବୁ ବିଶ୍ୱକପ୍‌ଠାରୁ ବଡ଼: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୫।୪(ପି.ଟି.): ଭାରତୀୟ କ୍ରିକେଟ କୋଚ୍‌ ରବି ଶାସ୍ତ୍ରୀ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢେଇକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଦେଶରେ ଚାଲିଥିବା ଏହି ଲଢେଇ ସବୁ...

Advertisement
Archives

Model This Week