କୁମ୍ଭୀର ଆକ୍ରମଣ ଭୟ

ବର୍ଷାଦିନ ସହିତ ନଦୀରେ ବଢ଼ି ଆସିଲେ କୁମ୍ଭୀର ଆକ୍ରମଣର ଆଶଙ୍କା ଓ ଭୟ ଥାଏ, ଯାହାକି ଚିନ୍ତାର ବିଷୟ। ଏଥିପାଇଁ ନଦୀକୂଳରେ ବାସ କରୁଥିବା ଅଧିବାସୀ ଏବଂ ବନ୍ୟପ୍ରାଣୀ ସଂସ୍ଥା ଖୁବ୍‌ ସତର୍କତା ଅବଲମ୍ବନ କରିବା ଉଚିତ। ୧୪ ଜୁନ୍‌ ୨୦୨୩ରେ ଏକ ଖବରକାଗଜରେ ”ବ୍ରାହ୍ମଣୀରେ ଅଭାବନୀୟ ଘଟଣା: ମା’ ହାତରୁ ପୁଅକୁ ଟାଣିନେଲା କୁମ୍ଭୀର“ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଉକ୍ତ ଲେଖାଟିକୁ ପଢ଼ିଲି। ଏଥିସହିତ ଅନ୍ୟାନ୍ୟ ପ୍ରିଣ୍ଟ ତଥା ଇଲେକ୍ଟ୍ରୋନିକ ମିଡିଆରେ ଏହି ଖବର ମଧ୍ୟ ପ୍ରଚାର ହେଲା। ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗଁାର ୧୦ ବର୍ଷର ବାଳକ ଆଶୁତୋଷ ଆଚାର୍ଯ୍ୟ ମା’ ସହିତ ବ୍ରାହ୍ମଣୀ ନଦୀରେ ଗାଧୋଇବା ସମୟରେ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଲା। ଏହା ଖୁବ୍‌ ଦୁଃଖଦ ଘଟଣା, ଯାହାକି ଆମ ସମସ୍ତଙ୍କୁ ବ୍ୟଥିତ ଓ ମର୍ମାହତ କରିଛି।
ବ୍ରାହ୍ମଣୀ-ଖରସ୍ରୋତା ଏବଂ ବୈତରଣୀ ନଦୀଗୁଡ଼ିକର ତଳମୁଣ୍ଡ କେନ୍ଦ୍ରାପଡ଼ା ଜିଲା ଭିତରକନିକା ଅଭୟାରଣ୍ୟ ତଥା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ହୋଇ ଶେଷରେ ବଙ୍ଗୋପସାଗର ଜଳରାଶିରେ ମିଶିଛି। ଏହି ନଦୀଗୁଡ଼ିକରୁ ଅନେକ ଛୋଟବଡ଼ ଶାଖା ନଦୀ-ନାଳ ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ହେବା ଦ୍ୱାରା ଘଞ୍ଚ ଲୁଣା ଜଙ୍ଗଲର ସୃଷ୍ଟି ହୋଇଛି, ଯାହାଫଳରେ ଏହି ଅଞ୍ଚଳଟି ବଉଳା କୁମ୍ଭୀରମାନଙ୍କର ରହିବା ଏବଂ ବଂଶ ବୃଦ୍ଧି କରିବା ପାଇଁ ଏକ ଉପଯୁକ୍ତ ବାସସ୍ଥଳୀ ରୂପେ ପରିଗଣିତ ହୋଇଛି। ଏହି ଜୁଆରିଆ ନଦୀ-ନାଳ ସହିତ ଲୁଣା ଜଙ୍ଗଲରେ ଜାତିଜାତିକା ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ି ମିଳନ୍ତି। ଫଳରେ କୁମ୍ଭୀରଙ୍କର ଖାଦ୍ୟାଭାବ ହୁଏ ନାହିଁ। କୁମ୍ଭୀର ଅଳ୍ପାହାରୀ ସରୀସୃପ ଜାତୀୟ ଜୀବ। ଥରେ ଖାଇଲେ ୪-୫ଦିନ ପର୍ଯ୍ୟନ୍ତ ଖାଆନ୍ତି ନାହିଁ ଏବଂ ଯଦି ଖାଦ୍ୟ ନ ମିଳେ, ଏମାନେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବଞ୍ଚତ୍ବାର ମଧ୍ୟ ନଜିର ଅଛି।
ଏହା ସତ୍ୟ ଯେ, ଭିତରକନିକାରେ ୧୯୭୫ ମସିହା ମଧ୍ୟଭାଗରୁ କାର୍ଯ୍ୟକାରୀ ହେଉଥିବା ସଂରକ୍ଷଣ ଓ ଗବେଷଣା ଖୁବ୍‌ ସଫଳ ହୋଇ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛି। କିନ୍ତୁ ଭିତରକନିକା ନଦୀ-ନାଳରେ କୁମ୍ଭୀର ସଂଖ୍ୟା ଏପରି ବୃଦ୍ଧି ପାଇ ନାହିଁ, ଯାହାଫଳରେ ତାଙ୍କ ପାଇଁ ଖାଦ୍ୟର ଅଭାବ ହେବ। ଭିତରକନିକା ନଦୀ-ନାଳରେ ପ୍ରାପ୍ତ ବୟସ୍କ ମାଈ ଏବଂ ଅଣ୍ଡିରା କୁମ୍ଭୀର ପ୍ରାୟ ୩୦୦ ଅଛନ୍ତି। ଏଥିମଧ୍ୟରୁ ଜାତୀୟ ଉଦ୍ୟାନର ନଦୀ-ନାଳରେ ୯୦ ଭାଗରୁ ଊର୍ଦ୍ଧ୍ୱ କୁମ୍ଭୀର ଥିବାବେଳେ ୧୦ ଭାଗରୁ କମ୍‌ କୁମ୍ଭୀର ଜାତୀୟ ଉଦ୍ୟାନ ସୀମା ବାହାରେ କିଛି ଅଭୟାରଣ୍ୟ ମଧ୍ୟରେ ଅଛନ୍ତି। କୁମ୍ଭୀରମାନଙ୍କର ବଂଶବୃଦ୍ଧି ଓ ଖାଦ୍ୟାଭାବ କାରଣରୁ ଭିତରକନିକା ନଦୀ-ନାଳ ଛାଡ଼ି ନଦୀର ଉପରମୁଣ୍ଡକୁ ଏମାନେ ପ୍ରବେଶ କରୁଥିବା ଧାରଣା ଠିକ୍‌ ନୁହେଁ।
ବର୍ଷାଦିନେ ନଦୀରେ ବଢ଼ି ଆସିଲେ, ନଦୀର ଉପରମୁଣ୍ଡରୁ ପ୍ରଚୁର ମିଠାପାଣି ସମୁଦ୍ରକୁ ପ୍ରବାହିତ ହୁଏ। ଏହି ସମୟରେ ସମୁଦ୍ରରୁ ବହୁତ ମାଛ ନଦୀର ଉପର ମୁଣ୍ଡକୁ ଉଠିଯାଆନ୍ତି। ଏହାର ସୁବିଧା ନେଇ ଅଭୟାରଣ୍ୟ ମଧ୍ୟରେ ଥିବା ଗୋଟିଏ ବା ଦୁଇଟି କୁମ୍ଭୀର ନଦୀ (ବ୍ରାହ୍ମଣୀ-ଖରସ୍ରୋତା, ବୈତରଣୀ)ର ଉପର ମୁଣ୍ଡକୁ ଉଠି ଯାଆନ୍ତି। ମାତ୍ର ଅକ୍ଟୋବରରେ ବଢ଼ିପାଣି କମିବା ପରେ ଜାତୀୟ ଉଦ୍ୟାନରେ ପ୍ରବାହିତ ହେଉଥିବା ନଦୀ-ନାଳକୁ କୁମ୍ଭୀର ପୁଣି ଫେରିଆସିଥାନ୍ତି।
ଯେଉଁସବୁ କାରଣ ଯୋଗୁ କୁମ୍ଭୀର ଆକ୍ରମଣ ଦ୍ୱାରା ଏପରି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଥାଏ, ସେ ସବୁକୁ ଏଡ଼ାଇବା ପାଇଁ ନଦୀକୂଳରେ ବସବାସ କରୁଥିବା ଅଧିବାସୀ ଏବଂ ବନ୍ୟପ୍ରାଣୀ ବିଭାଗ ଖୁବ୍‌ ସତର୍କତା ଅବଲମ୍ବନ କରିବା ଉଚିତ। କୁମ୍ଭୀର ଆକ୍ରମଣରୁ ରକ୍ଷା ପାଇବା ପାଇଁ କେତେକ ଉପାଦେୟ ପରାମର୍ଶ ତଥା ପ୍ରତିଷେଧକମୂଳକ
ସତର୍କତା ନିମ୍ନରେ ପ୍ରଦାନ କରାଗଲା:
୧-ଗାଧୋଇବା, ଲୁଗା ସଫା କରିବା, ବାସନ ମାଜିବା ପ୍ରଭୃତି କାର୍ଯ୍ୟ ପାଇଁ ଜୁଆରିଆ ନଦୀ-ନାଳକୁ ପ୍ରବେଶ କରନ୍ତୁ ନାହିଁ। ଗଁାରେ ଥିବା ନଳକୂପ ଏବଂ ପାଇପ ଦ୍ୱାରା ଯୋଗାଯାଇ ଥିବା ପାଣିକୁ ବ୍ୟବହାର କରନ୍ତୁ।
୨-ନଦୀ-ନାଳ କୂଳକୁ ଖୋଲା ଶୌଚାଳୟ ରୂପେ ବ୍ୟବହାର କରନ୍ତୁ ନାହିଁ କିମ୍ବା ନଦୀକୁ ଶୌଚ ହେବାକୁ ଆଦୌ ପଶନ୍ତୁ ନାହିଁ।
୩-ପିଲାମାନଙ୍କୁ ନଦୀ-ନାଳରେ ଗାଧୋଇବା ତଥା ପହଁରିବାକୁ ସମ୍ପୂର୍ଣ୍ଣ ବାରଣ କରନ୍ତୁ।
୪-ରାଜନଗର ବନ୍ୟପ୍ରାଣୀ ବିଭାଗ ଗ୍ରାମକୁ ଲାଗି ବହିଯାଇଥିବା ନଦୀ-ନାଳର ସୁବିଧାଜନକ ସ୍ଥାନରେ ବାଡ଼ଘେରାଇ ବ୍ୟାରିକେଡ୍‌ ତିଆରି କରିଛନ୍ତି। ଏ ପର୍ଯ୍ୟନ୍ତ ବିଭିନ୍ନ ନଦୀ-ନାଳରେ ଗ୍ରାମବାସୀଙ୍କର ସୁରକ୍ଷିତ ଗାଧୋଇବା ପ୍ରଭୃତି କାର୍ଯ୍ୟ ପାଇଁ ୧୦୦ରୁ ଊର୍ଦ୍ଧ୍ୱ ବ୍ୟାରିକେଡ୍‌ ତିଆରି କରିଛନ୍ତି। ଯଦି ଆପଣଙ୍କ ଗ୍ରାମକୁ ଲାଗି ନଦୀ-ନାଳରେ ବ୍ୟାରିକେଡ୍‌ ନାହିଁ ତୁରନ୍ତ ରାଜନଗର ବନ୍ୟପ୍ରାଣୀ ବିଭାଗକୁ ଯୋଗାଯୋଗ କରନ୍ତୁ। ସରକାରୀ ସ୍ତରରେ ବ୍ୟାରିକେଡ୍‌ ତିଆରି କରିବା ପାଇଁ ସମୟ ଲାଗୁଛି। ଗ୍ରାମବାସୀ ମିଳିତ ଭାବେ ଶ୍ରମଦାନ କରି ଏକ ଅସ୍ଥାୟୀ ବ୍ୟାରିକେଡ୍‌ ତିଆରି କରି ବ୍ୟବହାର କରିପାରିବେ। ପୁରୁଣା ବ୍ୟାରିକେଡ୍‌ର ଯଦି ମରାମତି ଦରକାର ପଡ଼େ ତୁରନ୍ତ ରାଜନଗର ବନ୍ୟପ୍ରାଣୀ ଡିଭିଜନ ସହିତ ଯୋଗାଯୋଗ କରନ୍ତୁ।
୫-ସାଧାରଣତଃ କୁମ୍ଭୀରମାନେ କୋଲଟାର ବୋଳା ଯାଇଥିବା କଳାରଙ୍ଗର ଆହୁଲା ମରା ଡଙ୍ଗା-ଡିଙ୍ଗି ପାଖକୁ ଆସନ୍ତି ନାହିଁ। ତେଣୁ ଅନୁଭୂତିରୁ ଆମେ ଡଙ୍ଗା-ଡିଙ୍ଗି ବ୍ୟବହାରକୁ ଖୁବ୍‌ ଉପଯୋଗୀ ମନେ କରୁଛୁ। ବିନା ଡଙ୍ଗା ବା ଡିଙ୍ଗିରେ ନଦୀ-ନାଳ ଅତିକ୍ରମ କରନ୍ତୁ ନାହିଁ।
୬-ନଦୀକୂଳ ତଥା ନଦୀପଠାକୁ ଗୃହପାଳିତ ପଶୁମାନଙ୍କୁ ଛାଡନ୍ତୁ ନାହିଁ। ଅଥବା ସେମାନଙ୍କୁ ପହଁରାଇ ନଦୀ-ନାଳ ପାର କରନ୍ତୁ ନାହିଁ।
୭- ନଦୀ-ନାଳ ମଧ୍ୟରେ ଜାଲ ବିଛାଇ ମାଛ ଧରିବା ସମୟରେ ଡଙ୍ଗା-ଡିଙ୍ଗିର ବ୍ୟବହାର କରନ୍ତୁ।
ନଦୀ-ନାଳରେ କୁମ୍ଭୀର ଆକ୍ରମଣକୁ ରୋକିବା ପାଇଁ ରାଜନଗର ବନ୍ୟପ୍ରାଣୀ ଡିଭିଜନ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପଦକ୍ଷେପ ଯଥା ନଦୀକୂଳରେ ନୂଆ ବ୍ୟାରିକେଡ୍‌ ତିଆରି କରିବା, ପୁରୁଣା ବ୍ୟାରିକେଡ୍‌କୁ ବର୍ଷାଦିନ ପୂର୍ବରୁ ମରାମତି କରିବା, ନଦୀ-ନାଳରେ ନିୟମିତ ବ୍ୟବଧାନରେ ପଇଁତରା ମାରି କୁମ୍ଭୀର ଗତିବିଧି ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଇବା, ପୁରୁଣା ସାଇନ ବୋର୍ଡ଼କୁ ବଦଳାଇ ନୂତନ ସାଇନବୋର୍ଡକୁ ନଦୀକୂଳ ଗଁାରେ ଲଗାଇବା ପ୍ରଭୃତି ତ୍ୱରାନ୍ବିତ କରାଯାଉଅଛି। ନଦୀକୂଳିଆ ଗ୍ରାମବାସୀଙ୍କର ପୂର୍ଣ୍ଣ ସହଯୋଗ ଏବଂ ବନବିଭାଗର ନିଷ୍ଠାପର ଉଦ୍ୟମ ଦ୍ୱାରା କୁମ୍ଭୀର ଆକ୍ରମଣ ଭଳି ଦୁଃଖଦ ଘଟଣାକୁ ରୋକାଯାଇପାରିବ।

  • ଡ. ସୁଧାକର କର
    ଅବସରପ୍ରାପ୍ତ ଗବେଷଣା ଅଧିକାରୀ (ବନ୍ୟପ୍ରାଣୀ), ଓଡ଼ିଶା ବନ ବିଭାଗ, ଭୁବନେଶ୍ୱର

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?