Posted inଜାତୀୟ

ସମାଲୋଚନା ଭୟ: ଜେନ୍‌-ଜି ହରାଉଛନ୍ତି କ୍ୟାରିୟର ସୁଯୋଗ

ମୁମ୍ବାଇ, ୩ା୯: ଲୋକେ କ’ଣ ଭାବିବେ’ ବା ସମାଲୋଚନା ହେବାର ଭୟ ଯୋଗୁ ନୂଆପିଢ଼ିର ‘ଜେନ୍‌-ଜି’ ପେସାଦାରମାନେ ନେଟୱର୍କିଂ କରିବାରୁ ଓ କ୍ୟାରିୟରରେ ସହାୟକ ହୋଇପାରୁଥିବା ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରିବାରୁ ଓହରିଯାଉଛନ୍ତି। ଏହି କାରଣରୁ ସେମାନେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ୟାରିୟର ସୁଯୋଗ ହରାଉଛନ୍ତି ବୋଲି ପ୍ରସିଦ୍ଧ ପେସାଦାର ନେଟ୍‌ୱର୍କିଂ ପ୍ଲାଟ୍‌ଫର୍ମ ‘ଲିଙ୍କଡ୍‌ଇନ୍‌’ର ଏକ ରିପୋର୍ଟରୁ ପ୍ରକାଶ ପାଇଛି।
ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତର ୮୩% ଜେନ୍‌-ଜି ପେସାଦାର ସବୁବେଳେ ଅନ୍‌ଲାଇନ୍‌ରେ ସକ୍ରିୟ ରହୁଥିଲେ ହେଁ, ନିଜ କ୍ୟାରିୟରରେ ସାହାଯ୍ୟ କରିପାରୁଥିବା ଅଭିଜ୍ଞ ବ୍ୟକ୍ତିଙ୍କ ସହ ଆଲୋଚନା ବା ଯୋଗାଯୋଗ କରିବାକୁ ସଙ୍କୋଚବୋଧ କରୁଛନ୍ତି। ଏହାର ମୁଖ୍ୟ କାରଣ ମଧ୍ୟରେ ଲୋକଙ୍କ ସମାଲୋଚନାର ଭୟ ୪୪ ପ୍ରତିଶତ, ଅନ୍ୟକୁ ବିରକ୍ତ କରିବାର ଚିନ୍ତା ୩୯ ପ୍ରତିଶତ ଓ କଥାବାର୍ତ୍ତାରେ ଆନ୍ତରିକତା ନ ଥାଇପାରେ ବୋଲି ଆଶଙ୍କା ୩୭ ପ୍ରତିଶତ ଜେନ୍‌-ଜିଙ୍କୁ ଘାରୁଛି। ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ, ୭୯ ପ୍ରତିଶତ ଭାରତୀୟ ଜେନ୍‌-ଜି ସମ୍ପର୍କ ଓ ନେଟ୍‌ୱର୍କିଂର ମହତ୍ତ୍ୱ ବୁଝୁଥିଲେ ବି, ୫୨ ପ୍ରତିଶତ ପେସାଦାର ନେଟ୍‌ୱର୍କିଂ କିପରି ଆରମ୍ଭ କରିବେ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ଅନ୍ୟପଟେ ୫୯ ପ୍ରତିଶତଙ୍କ କହିବା ଅନୁଯାୟୀ, ସେମାନଙ୍କୁ ପେସାଦାର ସମ୍ପର୍କ ଗଢ଼ିବା ନେଇ କେହି ଠିକ ମାର୍ଗଦର୍ଶନ ଦେଇନାହାନ୍ତି।
ଲିଙ୍କଡ୍‌ଇନ୍‌ ତଥ୍ୟ ଅନୁଯାୟୀ, କୌଣସି ସଂସ୍ଥା ଭିତରେ ପୂର୍ବରୁ ସମ୍ପର୍କ ବା କନେକ୍ସନ ଥିବା ଆବେଦନକାରୀଙ୍କ ଚାକିରି ପାଇବାର ସମ୍ଭାବନା ଅନ୍ୟମାନଙ୍କ ତୁଳନାରେ ୮.୫ ଗୁଣା ଅଧିକ। ଅନ୍ୟପଟେ ନୂଆ ପିଢ଼ି କଥା ହେବାକୁ ଭୟ କରୁଥିବା ବେଳେ ବରିଷ୍ଠ ପିଢ଼ିର ‘ମିଲେନିଆଲ୍ସ’ (୯୨%) ଏବଂ ‘ଜେନ୍‌-ଏକ୍ସ’ (୯୫%) ପେସାଦାରମାନେ କହିଛନ୍ତି, ସେମାନେ କ୍ୟାରିୟରର ଆରମ୍ଭରେ ଥିବା ଯେକୌଣସି ନୂଆ ପେସାଦାରଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ, ଏପରିକି ଚିହ୍ନା ପରିଚୟ ନ ଥିଲେ ମଧ୍ୟ।
ଲିଙ୍କଡ୍‌ଇନ୍‌ର କ୍ୟାରିୟର ବିଶେଷଜ୍ଞ ତଥା ଇଣ୍ଡିଆ ସିନିୟର ମ୍ୟାନେଜିଂ ଏଡିଟର ନୀରଜିତା ବାନାର୍ଜୀ କହିଛନ୍ତି, ‘କ୍ୟାରିୟର ପାଥ ଏବେ ବଦଳୁଛି, ତେଣୁ ଦକ୍ଷତା ହାସଲ କରିବା ଯେତିକି ଜରୁରୀ, ସାରଗର୍ଭକ ସମ୍ପର୍କ ସ୍ଥାପନ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଛୋଟ ଛୋଟ ବାର୍ତ୍ତାଳାପ ମାଧ୍ୟମରେ ସ୍ବାଭାବିକ ଭାବେ ବିଶ୍ୱାସ ଓ ସମ୍ପର୍କ ଗଢ଼ିହେବ। ସୂଚନାଯୋଗ୍ୟ, ଲିଙ୍କଡ୍‌ଇନ୍‌ ପକ୍ଷରୁ ‘ସେନ୍ସସ୍‌ୱାଇଡ’ ମାଧ୍ୟମରେ ୨୦୨୬ ଜୁଲାଇ ୨୦ରୁ ଅଗଷ୍ଟ ୧୧ ମଧ୍ୟରେ ଭାରତ, ଆମେରିକା, ବ୍ରିଟେନ, ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ୟୁଏଇ ଭଳି ବିଭିନ୍ନ ଦେଶର ୧୮,୦୫୦ ଜଣ କର୍ମଜୀବୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri