ବିପ୍ଳବଙ୍କ ଭୟ

ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଇଣ୍ଡିଆନ୍‌-ପଲିଟିକାଲ ଆକ୍ସନ କମିଟି (ଆଇ-ପିଏସି)ର ଏକ ଟିମ୍‌ ନିକଟରେ ତ୍ରିପୁରା ଗସ୍ତରେ ଯାଇଥିଲା। ରାଜ୍ୟର କେତେକ ସ୍ଥାନ ବୁଲି ସେଠାକାର ଶାସନ ସଂକ୍ରାନ୍ତରେ ସାଧାରଣରେ ମତ ସଂଗ୍ରହ କରୁଥିବା ୨୨ ଜଣିଆ ଏହି ଟିମ୍‌ ଅଗରତାଲାର ଏକ ହୋଟେଲରେ ଥିବା ବେଳେ ସ୍ଥାନୀୟ ପୋଲିସ ୨୫ ତାରିଖରେ ସେମାନଙ୍କୁ ଘେରିଯାଇଥିଲା। ସେମାନେ କେଉଁ ଉଦ୍ଦେଶ୍ୟରେ ସେଠାକୁ ଆସିଛନ୍ତି ବୋଲି ପୋଲିସ ପ୍ରଶ୍ନ କରିଥିଲା। ଏଥିସହିତ କୋଭିଡ୍‌-୧୯ ପାଇଁ ସେମାନଙ୍କଠାରୁ ଆର୍‌ଟି-ପିସିଆର୍‌ ରିପୋର୍ଟ ମଧ୍ୟ ମାଗିଥିଲା। ଅବଶ୍ୟ ମହାମାରୀ ସମୟରେ ବାହାର ରାଜ୍ୟରୁ ଯାଇଥିବା ଲୋକଙ୍କୁ ଆର୍‌ଟି-ପିସିଆର୍‌ ଟେଷ୍ଟ ରିପୋର୍ଟ ମାଗିବା ଅତ୍ୟନ୍ତ ସ୍ବାଭାବିକ। ସେଥିରେ ତ୍ରିପୁରା ପୋଲିସ କୌଣସି ତ୍ରୁଟି କରିନାହିଁ। ଉକ୍ତ ଟିମ୍‌ର ଜଣେ ସଦସ୍ୟ କହିଥିଲେ ଯେ, ସେମାନେ ଅଗରତାଲା ଆସିବା ପୂର୍ବରୁ ଆର୍‌ଟି-ପିସିଆର୍‌ ଟେଷ୍ଟ କରିଥିଲେ ଓ ନେଗେଟିଭ୍‌ ରିପୋର୍ଟ ଆଣିଛନ୍ତି। ହେଲେ ପୋଲିସ ସେସବୁ ଶୁଣି ନ ଥିଲା। ଯେଉଁଭଳି ଭାବେ ଟିମ୍‌ର ସଦସ୍ୟଙ୍କ ଗସ୍ତର ଉଦ୍ଦେଶ୍ୟ ପଚରାଯାଇଥିଲା, ସେଥିରୁ ମହାମାରୀ ଚିନ୍ତା କମ୍‌ ବରଂ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଜଣାପଡ଼ିଯାଉଛି। ଆଇ-ପିଏସିର ସଦସ୍ୟଙ୍କୁ ଅଟକ ରଖାଯାଇଥିବା ବିଷୟ ପ୍ରଘଟ ହେବା ପରେ ପଶ୍ଚିମ ତ୍ରିପୁରାର ଆରକ୍ଷୀ ଅଧୀକ୍ଷକ କହିଛନ୍ତି ଯେ, ତାହା ଥିଲା ପୋଲିସର ଏକ ରୁଟିନ୍‌ ଚେକ୍‌ ଅପ୍‌। ଉଲ୍ଲେଖଯୋଗ୍ୟ, ପେଗାସସ୍‌ ସ୍ପାଏଓ୍ବେର ବିଷୟ ଚାରିଆଡ଼େ ଚହଳ ପକାଇବାର ଦିନକ ପରେ ଦିଲ୍ଲୀ ପୋଲିସ ଜାତୀୟ ନ୍ୟୁଜ୍‌ ପୋର୍ଟାଲ ‘ଦି ଓ୍ବେର’ କାର୍ଯ୍ୟାଳୟକୁ ଯାଇ ‘ବିନୋଦ ଦୁଆ’ ଓ ‘ସ୍ବାରା ଭାସ୍କର’ଙ୍କ ସମ୍ପର୍କରେ ପଚରାଉଚୁରା କରିଥିଲା। ପରେ ଯେତେବେଳେ ପୋଲିସର ପରିଦର୍ଶନକୁ ନେଇ ପ୍ରଶ୍ନ କରାଗଲା ସେତେବେଳେ ଦିଲ୍ଲୀ ପୋଲିସ ସଫେଇ ଦେଇଥିଲା ଯେ, ତାହା ଏକ ରୁଟିନ୍‌ ଚେକ୍‌ ଅପ୍‌ ଥିଲା।
ତ୍ରିପୁରା ପୋଲିସ ୨୬ ଜୁଲାଇ ସକାଳେ ଆଇ-ପିଏସି ଟିମ୍‌ ସଦସ୍ୟଙ୍କ ଆର୍‌ଟି-ପିସିଆର୍‌ ପରୀକ୍ଷା କରିଥିବାରୁ ଅତିବେଶିରେ ୭୨ ଘଣ୍ଟା ଯାଏ ସେମାନଙ୍କୁ ସେଠାରେ ରଖିପାରିବ। ମାତ୍ର ଯେଉଁଭଳି ଭାବେ ପୋଲିସ ସେମାନଙ୍କ ଉପରେ ନଜର ରଖିଥିବା ବିଷୟ ଗଣମାଧ୍ୟମରେ ଆଲୋଚନା ହେଉଛି, ସମାଲୋଚକଙ୍କ କହିବା ଅନୁଯାୟୀ ସ୍ଥାନୀୟ ଭାଜପା ସରକାର ଇଙ୍ଗିତରେ ଏଭଳି କାର୍ଯ୍ୟସବୁ ହେଉଛି। ୨୦୨୩ ପ୍ରାରମ୍ଭରେ ସେଠାରେ ବିଧାନସଭା ନିର୍ବାଚନ ହେବାର ଅଛି। ପଶ୍ଚିମବଙ୍ଗ ନିର୍ବାଚନରେ ତ୍ରୁଣମୂଳ କଂଗ୍ରେସକୁ ବିଜୟୀ କରାଇବାରେ ପ୍ରଶାନ୍ତଙ୍କ ରଣକୌଶଳ କାମ ଦେଖାଇଥିଲା ବୋଲି ସମସ୍ତେ ଜାଣନ୍ତି। ଏଭଳି ସ୍ଥଳେ ତ୍ରୁଣମୂଳ କଂଗ୍ରେସ ତ୍ରିପୁରାରେ ପ୍ରାର୍ଥୀ ଠିଆ କରାଇଲେ କେତେ ଆସନ ଅକ୍ତିଆର କରିପାରିବ ହୁଏତ ଉକ୍ତ ଟିମ୍‌ର ଲକ୍ଷ୍ୟ ଥାଇପାରେ। ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ ଶାସନ ଓ ତାଙ୍କ ବକ୍ତବ୍ୟ ଅନେକ ସମୟରେ ବିବାଦୀୟ ହୋଇପଡ଼ିଛି। ପ୍ରଶାନ୍ତଙ୍କ ସହଯୋଗୀମାନେ ତ୍ରିପୁରା ବୁଲି ମତାମତ ସଂଗ୍ରହ କରିବା ଭାଜପା ସରକାରଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ମୁଖ୍ୟମନ୍ତ୍ରୀ ବିପ୍ଳବ ସନ୍ଦେହ କରିଥାଇପାରନ୍ତି।
ଏକ ଗଣତାନ୍ତ୍ରିକ ଦେଶରେ ଲୋକଙ୍କ ଆନ୍ତଃରାଜ୍ୟ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଗଲେ ବ୍ୟକ୍ତିଙ୍କ ସ୍ବାଧୀନତା ଓ ଅଧିକାର କ୍ଷୁଣ୍ଣ କରାଯାଉଛି ବୋଲି ବିଚାର କରାଯାଇଥାଏ। ଦେଶରେ ଏହି କିଛି ବର୍ଷ ହେବ ଯେଭଳି ଭାବେ ପୋଲିସ ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସରକାରୀ ବ୍ୟବସ୍ଥାରେ ତ୍ରୁଟି ଦର୍ଶାଉଥିବା ବ୍ୟକ୍ତି ଓ ସଙ୍ଗଠନ ପଛରେ ଲଗାଇ ଦିଆଯାଇଛି, ସେଥିରୁ ସେହିଭଳି ସରକାରଗୁଡ଼ିକର ଉଦ୍ଦେଶ୍ୟ ବୁଝିବା କଷ୍ଟକର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri