ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା ଚାଇନା ଅନୁପ୍ରବେଶ ଯୋଗୁ ସ୍ଥାନୀୟ ଜନତା ଭୟଭୀତ ଅବସ୍ଥାରେ ଅଛନ୍ତି। ଏଠାରେ ଡୋକଲାମ ଭଳି ପରିସ୍ଥତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଗତ ମୌସୁମୀ ଅଧିବେଶନ ସମୟରେ ସେ ପାର୍ଲାମେଣ୍ଟରେ କହିଛନ୍ତି ା ତେବେ ଭାରତୀୟ ସ୍ଥଳ ସେନା ମୁଖ୍ୟ ଅରୁଣାଚଳ ସୀମା ସୁରକ୍ଷିତ ରହିଛି ବୋଲି କହି ଆସୁଛନ୍ତି ା କାହା ବକ୍ତବ୍ୟକୁ ଆମେ ବିଶ୍ୱାସକୁ ନେବା? ଏହି ଘଟଣା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ଚାଇନା ଗସ୍ତରେ ଗଲେ ା ସାଂସଦ ତାପିର ଗାଓ ରାଜ୍ୟ ଭାଜପା ସଭାପତି ମଧ୍ୟ ଅଛନ୍ତି ା
ତେଜସ୍‌ ଏମ୍‌କେ-୨ ଯୁଦ୍ଧ ବିମାନକୁ ନେଇ ଅବସରପା୍ରପ୍ତ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶଲ ନଗେଶ କପୁର କହିଲେ, ସ୍ବଦେଶୀ ଜ୍ଞାନ କୌଳଶରେ ନିର୍ମିତ ଏହି ବିମାନ ବର୍ତ୍ତମାନ ସମୟ ପାଇଁ ଏକ ଅନୁପଯୁକ୍ତ ପ୍ରତିରକ୍ଷା ଉପତ୍ାଦ। ଚାଇନା, ପାକିସ୍ତାନ ୫ମ ଓ ୬ଷ୍ଠ ପିଢ଼ି ଲଢ଼ୁଆ ବିମାନ କଥା ଚିନ୍ତାକରିବା ସମୟରେ ଭାରତ ୪ର୍ଥ ପିଢ଼ି ଯୁଦ୍ଧ ବିମାନ ନିର୍ମାଣ କରି ଏହାକୁ ମୁତୟନ କରିବା ଏକ ଅସଙ୍ଗତ ଯୋଜନା ବୋଲି ସେ କହିଛନ୍ତି ା ତେବେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ତେଜସ୍‌ ପ୍ରକଳ୍ପକୁ ସ୍ବଦେଶୀ ଜ୍ଞାନକୌଶଳ ବୋଲି ବର୍ଣ୍ଣନା କରିଛନ୍ତି ା ତେବେ ପ୍ରଥମ ତେଜସ୍‌ ୨୦୨୪ ମସିହାରେ ରାଜସ୍ଥାନର ଜୟଶାଲମରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ା ଠିକ୍‌ ବର୍ଷକ ପରେ ୨୦୨୫ରେ ଦୁବାଇ ଏୟାର ଶୋ’ରେ ଅନ୍ୟ ଏକ ତେଜସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ା ଏଥିରେ ପାଇଲଟ ପ୍ରାଣ ହରାଇଥିଲେ ା ଏହି ଦୁର୍ଘଟଣା ତେଜସ୍‌ର ଦୁର୍ବଳତାକୁ ବିଶ୍ୱରେ ପରିପ୍ରକାଶ କରିଦେଲା ା ୨୦୨୬ରେ ଭାରତୀୟ ଅନ୍ୟ ଏକ ବିମାନ ପ୍ରଯୁକ୍ତି ତ୍ରୁଟି ଯୋଗୁ ଭାରତୀୟ ବାୟୁସେନା ରନ-ୱେ ବାହାରକୁ ଚାଲିଯାଇ କ୍ଷତିଗ୍ରସ୍ତ ହୋଇଥିଲା ା ତେଜସ୍‌ରେ ଅନେକ ତ୍ରୁଟି ବିଚୁ୍ୟୁତି ଥିବା ବିଷୟ କ୍ୟାଗ୍‌ ମଧ୍ୟ ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ା
ନୀତି ଆୟୋଗ ରିପୋର୍ଟ କହୁଛି ଦେଶରେ ଶିକ୍ଷାଗତ ଯୋଗ୍ୟତା ତୁଳନାରେ ଚାକିରି ନାହିଁ। କେବଳ ଡିଗ୍ରୀ ପ୍ରମାଣପତ୍ର ଧରି ବୁଲିବା ସାର୍‌ ହେଉଛି ା ଦେଶର ୯ କୋଟି ଯୁବକ ନା ପାଠ ପଢ଼ିଛନ୍ତି ନା ଉପତ୍ାଦନକ୍ଷମ ା ଏମାନଙ୍କୁ ‘ନିଟ୍‌’ (ନଟ୍‌ ଇନ୍‌ ଏଜୁକେସନ, ଏମ୍ପ୍ଲୟମେଣ୍ଟ ଅର ଟ୍ରେନିଂ) ଭାବେ ନୀତି ଆୟୋଗ ପକ୍ଷରୁ ବର୍ଗୀକରଣ କରାଯାଇଛି ା
ଉପରୋକ୍ତ ବିଷୟଗୁଡ଼ିକୁ ଯଦି ତର୍ଜମା କରିବା ତାହାଲେ ଆମେ ବୁଝିବା ଭାରତବର୍ଷ କେବଳ କ’ଣ ସ୍ଲୋଗାନରେ ବିକଶିତ ହୋଇଯିବ। ଅଚ୍ଛେ ଦିନ ଭଳି ନୂଆ ଶବ୍ଦ ସମ୍ଭାର, ସ୍ବାଧୀନତା ସଂଗ୍ରାମ ସମୟ ସଂଗୀତକୁ ନେଇ ୮୦ ବର୍ଷର ଭାରତ ସମୃଦ୍ଧ ହୋଇପାରିବ ତ ? ସ୍ବଦେଶୀ ନୀତି ଦେଶ ଆପଣେଇଥିଲା, ଯେତେବେଳେ ଆମେ ଥିଲୁ ପରାଧୀନ ା ତାହା ଥିଲା କୁଟି ଖାଅ, କାଟି ପିନ୍ଧ। ଭାରତ ଥିଲା ଗରିବ। ଖାଦ୍ୟର ଥିଲା ଅଭାବ ା ସେ ସମୟ ଚାଲିଯାଇଛି। ୟୁରୋପୀୟ ୟୁନିୟନ ସହ ଭାରତ ମୁକ୍ତ ବାଣିଜ୍ୟ କାରବାର ନେଇ ଚୁକ୍ତିନାମା ସ୍ବାକ୍ଷର କରି ଶସ୍ତାରେ ବିଦେଶୀ ସ୍କଚ୍‌ ଭାରତକୁ ଆଣିବା ନିମନ୍ତେ ପଦକ୍ଷେପ ନେଇଥିବାବେଳେ ସ୍ବଦେଶୀ ନୀତି କଥା କହିବା ହାସ୍ୟାସ୍ପଦ ବିଷୟ। ଏବେ ମୁକ୍ତ ବାଣିଜ୍ୟ ବ୍ୟବସ୍ଥାରେ ବିଶ୍ୱ ଚାଲିଛି। ଆଧୁନିକ ବିଜ୍ଞାନର ଜୟଯାତ୍ରାରେ ବିଶ୍ୱରେ ଏବେ ପ୍ରଯୁକ୍ତିଠାରୁ ଆରମ୍ଭ କରି ଆର୍ଥିକ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ା ଏହି ପ୍ରତିଦ୍ୱନ୍ଦ୍ୱିତା ସହ ତାଳ ଦେଇ ଭାରତ ଚାଲିପାରୁ ନ ଥିବା ବା ଅଗ୍ରଗତି କରୁ ନ ଥିବା ପରିଲକ୍ଷିତ ହେଉଛି, ଯାହା ନୀତି ଆୟୋଗ ରିପୋର୍ଟରୁ ଜଣାପଡ଼ୁଛି ା ଦେଶର ଶିକ୍ଷା ବ୍ୟବସ୍ଥା କ୍ରମଶଃ ଦିଗହରା ହୋଇ ଚାଲିଛି। ନିଯୁକ୍ତି ପରୀକ୍ଷା ପ୍ର୍ରକ୍ରିୟାର ଘରୋଇକରଣ ହୋଇଛି। କହିବାକୁ ଗଲେ ସରକାରୀ କାର୍ଯ୍ୟଧାରା ଅତ୍ୟଧିକ ଓଜସ୍ବିନୀ ଭାଷଣ ଓ ପ୍ରତିଶ୍ରୁତିକୁ ନେଇ ଚାଲିଛି। ଗତ ୧୦ ବର୍ଷ ହେଲା ଦିଆଯାଉଥିବା ସ୍ବପ୍ନିଳ ପ୍ରତିଶ୍ରୁତି ସଂପ୍ରତି ପ୍ରବଞ୍ଚନାର ପାହାଡ଼ରେ ପରିଣତ ହୋଇଥିବା ପରି ଦେଖାଯାଉଛି ା ଏହାକୁ ଯୁବ ପିଢ଼ି ଏବେ ଅନୁଭବ କରିବା ଆରମ୍ଭ କଲେଣି। ଫଳରେ ସେମାନଙ୍କ କ୍ରୋଧ କେତେବେଳେ ଶାନ୍ତିପୂର୍ଣ୍ଣ ତ କେତେବେଳେ ହିଂସାତ୍ମକ ହେବା ସ୍ବାଭାବିକ। ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟ ହ୍ରାସ ପାଇଚାଲିଛି। ଏହା କ’ଣ ଭାରତର ନିମ୍ନଗାମୀ ଆର୍ଥିକ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି ? ଗୋଟିଏ ପକ୍ଷେ ସ୍ବଚ୍ଛ ଭାରତ କଥା କୁହାଯାଉଥିବାବେଳେ ପଲିଥିନର ମୂଳ ଉତ୍ସ ବନ୍ଦ କରିବାରେ ସରକାର ଅସମର୍ଥ ହୋଇଛନ୍ତି ା
ସରକାରୀ ନୀତି ନିର୍ଦ୍ଧାରଣରେ ଏକ ଶୂନ୍ୟତା ସୃଷ୍ଟି ହୋଇଥିବା ପରି ମନେହେଉଛି। ଚାଇନା ସହ ସୀମା ବିବାଦ ସମୟରେ ପୂର୍ବତନ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ ପ୍ରତିପକ୍ଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ତ୍ୱରିତ ଭାବେ ପ୍ରତିରକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି ଲୋଡ଼ିଲେ ା ଦୀର୍ଘ ସମୟ ଧରି ଏହାର ଉତ୍ତର ମିଳିଲା ନାହିଁ ା ପରିଶେଷରେ ପ୍ରତିରକ୍ଷା ମନ୍ତ୍ରୀ ଉତ୍ତର ଦେଲେ ‘ଯାହା ଉଚିତ ମନେକରୁଛ ତାହା କର’ ା ଏ ବିଷୟ ନର୍ଭାଣେଙ୍କ ଆତ୍ମଜୀବନୀରେ ଉଲ୍ଲେଖ ରହିଛି ା ଏହାକୁ ଉଚ୍ଚ ସ୍ତରୀୟ ନିଷ୍ପତ୍ତି ଗ୍ରହଣରେ ଶୂନତା ବୋଲି କ’ଣ କୁହାଯିବ ନାହିଁ? ଏହି ବହି ବିତରଣ ଉପରେ ସରକାରଙ୍କ ନିଷେଧାଦେଶ ରହିଛି ା ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ଘନଘନ ବିଦେଶ ଗସ୍ତ ଭାରତର ବିଦେଶ ନୀତିକୁ ବିସ୍ତାରିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଥିବାବେଳେ ପଡ଼ୋଶୀ ନେପାଳ, ଚାଇନା, ପାକିସ୍ତାନ ଓ ବାଂଲାଦେଶ ସହ ଭାରତର ସମ୍ପର୍କ ସ୍ବାଭାବିକ ରହିନାହିଁ ା ପଡ଼ୋଶୀ ସହ ସୁସମ୍ପର୍କ ରକ୍ଷା କରିବାରେ ଆମେ ବିଫଳ ହୋଇଥିବା ସମୟରେ କ୍ଷୁଦ୍ର ଆଫ୍ରିକୀୟ ଦେଶ ସହ ସମ୍ପର୍କ ରକ୍ଷା କରିବା ନିମନ୍ତେ କ’ଣ ପାଇଁ ଆଗ୍ରହୀ, ଯେଉଁ ଦେଶଗୁଡ଼ିକ ସହ ଭାରତର ବିଶେଷ ନେଣଦେଣ ନାହିଁ ା ଗୋଟିଏ ବିଫଳତାର ଠିକ୍‌ କାରଣ ଓ ନିରାକରଣ ନ ଖୋଜି ବା ଏହାର ଉତ୍ତର ଦେଶବାସୀଙ୍କ ନିକଟରେ ନ ରଖି ସରକାରୀ କଳ ଏହି ପ୍ରସଙ୍ଗରେ ଆଉ ଏକ ନୂଆ ବକ୍ତବ୍ୟ ଉପସ୍ଥାପନ କରୁଛନ୍ତି, ଯାହା ଜନସାଧାରଣଙ୍କୁ ଭ୍ରମିତ କରିବା ବା ଦୃଷ୍ଟି ଏଡ଼ାଇବା ନିମନ୍ତେ ଉଦ୍ଦିଷ୍ଟ ା ଏହାକୁ କୂଟନୀତି କୁହାଯାଇପାରେ ା କିନ୍ତୁ ରାଜନୀତି ଏକ ଭିନ୍ନ ବିଷୟ ା ରାଜନୀତିକୁ ଶ୍ରେଷ୍ଠ ନୀତି ବୋଲି ଗ୍ରହଣ କରାଯାଇଥାଏ ା ପ୍ରଜାଙ୍କ କଲ୍ୟାଣ, ରାଷ୍ଟ୍ର ସୁରକ୍ଷା, ଧାର୍ମିକ ଭାବନା ଆଦି ଉତ୍ତମ ରାଜାଙ୍କ ଲକ୍ଷଣ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ା
ଜାତିସଂଘର ଏଲିମିନେସନ ଅଫ ରେସିଆଲ ଡିସକ୍ରିମିନେସନ (ସିଇଆର୍‌ଡି) କମିଟି ରିପୋର୍ଟରେ ଭାରତରେ ସଂଖ୍ୟାଲଘୁଙ୍କ ପ୍ରତି ନିର୍ଯାତନା ବଢ଼ୁଥିବା ବିଷୟ ଉଲ୍ଲେଖ କରାଯାଇଛି ା ଏହି ବ୍ୟକ୍ତିଙ୍କ ମଧ୍ୟରେ ରୋହିଗିୟାଁ, ବଙ୍ଗୀୟ ଭାଷା କହୁଥିବା ମୁସଲିମ ଅନ୍ତର୍ଭୁକ୍ତ ା ଭାରତ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ବାସ୍ତବ ସତ୍ୟତା ଭିନ୍ନ ା ବିଭିନ୍ନ ସମୟରେ ମାଂସ କଟା ବନ୍ଦ ଓ ବିକ୍ରି, ୱାକଫ ବିଲ, ଏଫସିଆରଏ ବିଲ ଏହି ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ା ବିବିଧତା ମଧ୍ୟରେ ଭାରତର ଏକତା ଜାଜ୍ୱଲ୍ୟମୟ ା ଗତ କିଛିବର୍ଷ ହେଲା ମୁକ୍ତ ବିଚାରଧାରା, ପ୍ରତିବାଦ, ଭିନ୍ନମତ, ଲେଖକୀୟ ସୃଜନଶୀଳତା ଉପରେ ଅଙ୍କୁଶ ଲଗାଯାଉଥିବା ଦେଖାଯାଉଛି ା ଏହାକୁ ଗଣତାନ୍ତ୍ରିକ ବିଚାରଧାରା ବୋଲି କୁହାଯାଇପାରିବ ନାହିଁ ା ବର୍ତ୍ତମାନର ବିକାଶ ଏବେକାର ବୋଲି ମଧ୍ୟ କହିହେବ ନାହିଁ ା ବିକାଶ ଏକ ପ୍ରବହମାନ ଧାରା ା ଏହା ଦୀର୍ଘଦିନରୁ ଗଡ଼ି ଆସିଥାଏ ା ଏଣୁ ଯୋଜନାର ବାର୍ଷିକ ଉତ୍ସବ ପାଳନ, କ୍ଷମତାସୀନ ବ୍ୟକ୍ତିଙ୍କ ଶାସନର ଦିନ ସଂଖ୍ୟା ଗଣନା କରିବା, ଦେଶ ବିଭାଜନ ଦିବସ ପାଳନ କରିବା, ଜରୁରୀ ପରିସ୍ଥିତିର ସ୍ମରଣ କରିବା ଆଦି ବିଷୟକୁ ଗୁରୁତ୍ୱ ଦିଆଯିବା ବର୍ତ୍ତମାନ ସମୟର ଆବଶ୍ୟକତା ନୁହେଁ ା ଏଣୁ ରାଜନୈତିକ ଫାଇଦା ନିମନ୍ତେ ଦ୍ୱନ୍ଦ୍ୱ, ବିଭେଦ ଓ ଗୋଳିଆ ପରିସ୍ଥିତି ମଧ୍ୟକୁ ଦେଶବାସୀଙ୍କୁ ଠେଲି ଦେବାକୁ ଚେଷ୍ଟା କରାଗଲେ ଏହାର ପରିଣାମ ରାଜନୈତିକ ଦଳଗୁଡ଼ିକୁ ଭୋଗ କରିବାକୁ ପଡ଼ିବ ା
ମୋ:୯୪୩୭୨୨୯୨୩୩

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri