Posted inଜାତୀୟ

କାହିଁକି ହେଉନି ପେଗାସସ୍‌ ତଦନ୍ତ

ନୂଆଦିଲ୍ଲୀ,୨୮ା୭ :ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ବିକଶିତ ସ୍ପାଏଓ୍ବେରକୁ ନେଇ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ନେତା, ଖବରଦାତା, ମାନବାଧିକାର କର୍ମୀ ଓ ବିଜ୍‌ନେସମ୍ୟାନଙ୍କ ଭିତିରି କଥା ଜାଣିବା ପାଇଁ ଏହାକୁ ଗୁପ୍ତଚର ଭାବେ ବ୍ୟବହାର କରାଯାଇଛି। ବିଶେଷକରି ଶାସକ ଗୋଷ୍ଠୀ ବିରୋଧରେ ଭିନ୍ନ ମତ ପୋଷଣ କରୁଥିବା ହାଇପ୍ରୋଫାଇଲ ବ୍ୟକ୍ତିମାନଙ୍କୁ ଏହି ଅସ୍ତ୍ରରେ ଟାର୍ଗେଟ କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ବିବାଦ ବଢ଼ିବାରେ ଲାଗିଛି। ଫ୍ରାନ୍ସ, ଆଲଜେରିଆ ସମେତ ଅନ୍ୟ କେତେକ ରାଷ୍ଟ୍ର ଏନେଇ ତନାଘନା ଆରମ୍ଭ କଲେଣି। ହେଲେ ଭାରତରେ ପେଗାସସ୍‌ ପ୍ରସଙ୍ଗରେ ପାର୍ଲାମେଣ୍ଟରେ ଅଚଳାବସ୍ଥା ଜାରିରହିବା ସତ୍ତ୍ୱେ ତଦନ୍ତ ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଉନାହିଁ। ଏଥିଯୋଗୁ ମୋଦି ସରକାରଙ୍କ ଭୂମିକା ଓ ଅଭିସନ୍ଧିକୁ ନେଇ ଦେଶବାସୀଙ୍କ ମନକୁ ଅନେକ ପ୍ରଶ୍ନ ଆନ୍ଦୋଳିତ କରିଛି।

ନ୍ୟାୟିକ ତଦନ୍ତ ଜରୁରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସାକ୍ଷାତ ପରେ ମମତା ଗଣମାଧ୍ୟମକୁ କହିଛନ୍ତି, ପେଗାସସ୍‌ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯିବା ଜରୁରୀ। ଏହି ତଦନ୍ତ ଉପରେ ନିଷ୍ପତ୍ତି ନେବା ଲାଗି ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ସେ ଦାବି କରିଛନ୍ତି। ପ୍ରକାଶ ଯେ, ଇସ୍ରାଏଲର ପେଗାସସ୍‌ ସ୍ପାଏଓ୍ବେର କେବଳ ସରକାରମାନଙ୍କୁ ବିକ୍ରି କରାଯାଇଥାଏ। ଏହି ସଫ୍ଟଓ୍ବେରକୁ ୨ କେନ୍ଦ୍ରମନ୍ତ୍ରୀ, ଅନେକ ବିରୋଧୀ ଦଳ ନେତା ଓ ୪୦ ଖବରଦାତାଙ୍କ ବିରୋଧରେ ଲଗାଯାଇଛି। ବିରୋଧୀ ଦଳଗୁଡ଼ିକ ଏଭଳି ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତି ଦାବିରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନକୁ ଚଳାଇ ଦେଉନାହାନ୍ତି। ମମତାଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ଫୋନ୍‌କୁ ମଧ୍ୟ ଏହି ସ୍ପାଏଓ୍ବେର ଜରିଆରେ ଟ୍ୟାପ୍‌ କରାଯାଇଥିବା ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ମମତା ସୋମବାର ଏକ ନ୍ୟାୟିକ ତଦନ୍ତ କମିଟି ଗଠନ କରିଛନ୍ତି।
ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ପରେ ମୋଦିଙ୍କ ସହ ଏହା ହେଉଛି ତାଙ୍କର ପ୍ରଥମ ସାକ୍ଷାତ। ମମତା ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀଙ୍କ ସହ ପଶ୍ଚିମବଙ୍ଗର କୋଭିଡ୍‌ ସ୍ଥିତି ଓ ରାଜ୍ୟକୁ ଭାକ୍ସିନ ପଠାଇବା ସମ୍ପର୍କରେ ଆଲୋଚନା ହୋଇଥିବା କହିଛନ୍ତି।

ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ବିରୋଧୀ

ପେଗାସସ୍‌ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିରୋଧୀ। ପାର୍ଲାମେଣ୍ଟରେ ପେଗାସସ୍‌ ଫୋନ୍‌ ଟ୍ୟାପିଂ ଓ ଚାଷୀଙ୍କ ପ୍ରସଙ୍ଗରେ ବିତର୍କ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ୭ ବିରୋଧୀ ଦଳ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେ ଏନେଇ ସୂଚନା ଦେଇଛନ୍ତି। ଏନ୍‌ସିପି ସମେତ ବହୁଜନ ସମାଜ ପାର୍ଟି (ବିଏସ୍‌ପି), ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆର୍‌ଏଲ୍‌ପି), ଶିରୋମଣି ଅକାଳୀ ଦଳ (ଏସ୍‌ଏଡି), ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି), ଭାରତର କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଏବଂ ଭାରତର ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌) ନେତାମାନେ ଉକ୍ତ ଚିଠିରେ ସ୍ବାକ୍ଷର କରିଛନ୍ତି।

ସୁପ୍ରିମକୋର୍ଟ ଗଲେ ବରିଷ୍ଠ ସାମ୍ବାଦିକ

ପେଗାସସ୍‌ ପ୍ରସଙ୍ଗରେ ନିରପେକ୍ଷ ତଦନ୍ତ କରାଇବା ଦାବିରେ ବରିଷ୍ଠ ସାମ୍ବାଦିକ ଏନ୍‌. ରାମ ଏବଂ ଶଶୀ କୁମାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଇସ୍ରାଏଲର ଏନ୍‌ଏସ୍‌ଓ କମ୍ପାନୀ ଦ୍ୱାରା ବିକଶିତ ଏହି ସ୍ପାଏଓ୍ବେର ଜରିଆରେ ଭାରତରେ ଅଭିବ୍ୟକ୍ତି ସ୍ବାଧୀନତା ଓ ଭିନ୍ନ ସ୍ବର ପରିପ୍ରକାଶକୁ ବନ୍ଦ କରିବା ପାଇଁ ଉଦ୍ୟମ ହୋଇଥିବା ଦୁହେଁ ଦର୍ଶାଇଛନ୍ତି। ସରକାରୀ ସଂସ୍ଥାଗୁଡ଼ିକ ଏହି ସ୍ପାଏଓ୍ବେର ବଳରେ ବିଶିଷ୍ଟ ନାଗରିକ, ରାଜନେତା ଓ ଖବରଦାତାମାନଙ୍କ ଗୁପ୍ତଚରଗିରି କରିଛନ୍ତି। ତେଣୁ ସୁପ୍ରିମକୋର୍ଟରେ ଅବସ୍ଥାପିତ ଜଣେ ବିଚାରପତି କିମ୍ବା ଅବସରପ୍ରାପ୍ତ ଜଷ୍ଟିସ୍‌ଙ୍କ ଦ୍ୱାରା ଏହାର ତଦନ୍ତ କରାଯାଉ ବୋଲି ଆବେଦନକାରୀ ସାମ୍ବାଦିକ ଦ୍ୱୟ ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି। ସରକାର କିମ୍ବା ଅନ୍ୟ କୌଣସି ସଂସ୍ଥା ପେଗାସସ୍‌ ସ୍ପାଏଓ୍ବେର ଲାଇସେନ୍ସ ପାଇଛନ୍ତି କି ଏବଂ ସର୍ଭିଲାନ୍ସ ପାଇଁ ଏହାକୁ ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ବ୍ୟବହାର କରିଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଉଭୟେ ଦାବି କରିଛନ୍ତି। ଆବେଦନକାରୀଙ୍କ ମତରେ ୧୪୨ ଭାରତୀୟଙ୍କୁ ସ୍ପାଏଓ୍ବେର ଜରିଆରେ ଟାର୍ଗେଟ କରାଯାଇଛି। ଏହା ସମ୍ବିଧାନର ଅନୁଚ୍ଛେଦ ୧୪ (ଆଇନ ଆଗରେ ସମସ୍ତେ ସମାନ), ୧୯ (ଅଭିବ୍ୟକ୍ତି ସ୍ବାଧୀନତା) ଏବଂ ୨୧ (ଜୀବନ ଓ ବ୍ୟକ୍ତିଗତ ସ୍ବାଧୀନତାର ସୁରକ୍ଷା) ଭଳି ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଉଭୟେ କହିଛନ୍ତି। ଆସନ୍ତା କିଛିଦିନ ମଧ୍ୟରେ ଏହି ପିଟିଶନର ଶୁଣାଣି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri