ପ୍ରବାସୀଙ୍କୁ ଦେଇପାରିଲେନି ଦକ୍ଷତା ତାଲିମ

ନୂଆଦିଲ୍ଲୀ, ୨୮ା୭: କରୋନା ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚ ୨୫ରେ କେନ୍ଦ୍ର ସରକାର ହଠାତ୍‌ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିଥିଲେ। କଳକାରଖାନା ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ତାଲା ପଡ଼ିବାରୁ କୋଟିଏରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଜୀବିକା ହରାଇଥିଲେ। ବିଭିନ୍ନ ରାଜ୍ୟରେ ଫସିରହିଥିବା ଶ୍ରମିକମାନେ ହଜାର ହଜାର କି.ମି. ପାଦରେ ଚାଲି ଘରକୁ ଫେରୁଥିବା ସେତେବେଳେ ଦେଖାଯାଇଥିଲା। ଏହି ଧାରା ଅଦ୍ୟାବଧି ଅବ୍ୟାହତ ରହିଛି। କୋଭିଡ୍‌-୧୯ର ଦ୍ୱିତୀୟ ଲହର ନ ଯାଉଣୁ ତୃତୀୟ ଲହରର ଆତଙ୍କ ସୃଷ୍ଟି ହେଲାଣି। କିନ୍ତୁ ଗତବର୍ଷ ପ୍ରବାସୀଙ୍କୁ ଦକ୍ଷତା ବିକାଶ ପାଇଁ ତାଲିମ ଦେବାକୁ ରଖାଯାଇଥିବା ଲକ୍ଷ୍ୟ ଏଯାଏ ପୂରଣ ହୋଇପାରି ନାହିଁ। ଏହି ବିଷୟ ଖୋଦ କେନ୍ଦ୍ର ସରକାର ସ୍ବୀକାର କରିଛନ୍ତି। ଉପଯୁକ୍ତ ସମନ୍ବୟ ଅଭାବରୁ ସରକାରୀ ଯୋଜନାଗୁଡ଼ିକ କିପରି ବାଟବଣା ହେଉଛି ଏହା ତା’ର ଜ୍ୱଳନ୍ତ ଦୃଷ୍ଟାନ୍ତ।

ଗତ ବର୍ଷ ମହାମାରୀ ବେଳେ ସୃଷ୍ଟି ହୋଇଥିବା ସ୍ଥିତି ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଲକ୍‌ଡାଉନ ପରେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ଦକ୍ଷତା ତାଲିମ ଦ୍ୱାରା ସେମାନେ ଯେମିତି ନିଜ ଘର ପାଖରେ କାମ ପାଇବେ ସେ ଦିଗକୁ କେନ୍ଦ୍ର ସରକାର ବିଚାର କରିଥିଲେ। ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟର ୧୧୩ ଜିଲାର ପ୍ରାୟ ୩ ଲକ୍ଷ ପ୍ରବାସୀଙ୍କୁ ଦକ୍ଷତା ତାଲିମ ପ୍ରଦାନ ନେଇ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଏହି ଲକ୍ଷ୍ୟ ହାସଲ କରିବାକୁ ମନ୍ତ୍ରଣାଳୟ ଏ ପପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୭୧ ହଜାର ଶ୍ରମିକଙ୍କୁ ତାଲିମ ଦିଆଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ଗତ ବର୍ଷ ପ୍ରବାସୀମାନେ ଯେଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଭାରତର ବ୍ୟବସ୍ଥାଗତ ଦୁର୍ବଳତାକୁ ବିଶ୍ୱ ସମୁଦାୟ ଆଗକୁ ଆଣିଥିଲା। କେନ୍ଦ୍ର ସରକାର ଦେଇଥିବା ତଥ୍ୟ ମୁତାବକ, ୨୦୨୦ ମାର୍ଚ୍ଚରେ ଘୋଷଣା ହୋଇଥିବା ପ୍ରଥମ ଲକ୍‌ଡାଉନରେ ୧.୦୮କୋଟି ପ୍ରବାସୀ ଘରକୁ ଫେରିଥିଲେ। ବିଶେଷକରି ଦେଶର ୬ ରାଜ୍ୟରେ ଏହି ପ୍ରବାସୀ ରହିଥିଲେ। ଉତ୍ତର ପ୍ରଦେଶରେ ସର୍ବାଧିକ ୩୨ ଲକ୍ଷ ଏବଂ ବିହାରରେ ୧୫ ଲକ୍ଷ ପ୍ରବାସୀ ଘରମୁହଁା ହୋଇଥିଲା। ମାତ୍ର ଫେରିଥିବା ୧ କୋଟି ଲୋକଙ୍କ ମଧ୍ୟରୁ ୩ ଲକ୍ଷ ଲୋକଙ୍କୁ ତାଲିମ ଦେବାକୁ ହୋଇଥିବା ଯୋଜନାକୁ ସରକାର କାହିଁକି ସଫଳ କରାଇପାରିଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ମିଳିଥିବା ତଥ୍ୟ ମୁତାବକ, ୭୦,୮୨୩ ପ୍ରବାସୀ ତାଲିମ ନେଇଥିବାବେଳେ ୫୯,୮୮୮ ପ୍ରବାସୀଙ୍କୁ ତାଲିମ ଦେବା ଲାଗି ଧାର୍ଯ୍ୟ କରାଯାଇଛି। ଓଡ଼ିଶାରେ ଏହି କାର୍ଯ୍ୟକ୍ରମରେ ୧୬୯୦ ଲୋକ ତାଲିମ ପାଇଛନ୍ତି। ତାଲିକାରେ ବିହାର ସବୁଠାରୁ ଆଗରେ ରହିଛି। ଏଠାରେ ୩୧,୬୧୯ ପ୍ରବାସୀ ତାଲିମ ପାଇଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଥିବା ଉତ୍ତର ପ୍ରଦେଶରେ ୧୩,୭୨୪ ଜଣ ଦକ୍ଷତା ତାଲିମ ପାଇବାକୁ ସକ୍ଷମ ହୋଇଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଆସାମରେ ୧୨,୪୪୮, ୧୦,୫୯୮ ଏବଂ ୭୪୧ ଜଣକୁ ତାଲିମ ଦିଆଯାଇଛି।
ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ ପ୍ରବାସୀ ଶ୍ରମିକଙ୍କ ସ୍ପଲ ମ୍ୟାପିଂ ଦ୍ୱାରା ସେମାନଙ୍କ ଦକ୍ଷତା ବୃଦ୍ଧି ଦ୍ୱାରା ଘର ପାଖରେ କର୍ମନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଥିଲା। ଯୋଜନା କାର୍ଯ୍ୟକାରୀ କରିବା ଲାଗି ଜିଲା କର୍ତ୍ତୃପକ୍ଷଙ୍କ ସହ କେନ୍ଦ୍ର ସରକାର ମିଳିତ ହୋଇ କାମ କରୁଥିଲେ। ଜିଲା ସ୍ତରରେ ସ୍କିମ କମିଟି ଦ୍ୱାରା ବ୍ୟକ୍ତିଙ୍କୁ ଚୟନ ସହ ତାଲିମ ଭଳି ଦିଗ ଉପରେ ଯୋଜନା କରାଯାଇଥିଲା। ରାଜମିସ୍ତ୍ରି, ଟେଲରିଂ, ମେଶିନ ଅପରେଟର, ସହକାରୀ ଇଲେକ୍ଟ୍ରିସିଆନ ଏବଂ ଜୈବିକ କୃଷି ଭଳି ଅନ୍ୟ କ୍ଷେତ୍ରରେ ତାଲିମ ବ୍ୟବସ୍ଥା ରଖାଯାଇଛି। ଏ କ୍ଷେତ୍ରରେ ମନ୍ତ୍ରଣାଳୟ ବିଭିନ୍ନ ଆହ୍ବାନ ସାମ୍ନା କରୁଥିବା ଦେଖାଯାଇଛି। ଅଧିକରୁ ଅଧିକ ଲୋକ ଯେଭଳି ତାଲିମ ପାଇବେ ତାକୁ ଧ୍ୟାନରେ ରଖିବାକୁ ସଂସଦୀୟ କମିଟି ଦକ୍ଷତା ବିକାଶ ମନ୍ତ୍ରଣାଳୟକୁ କହିଛି। ପ୍ରଥମ ଲହର ଯାଇ ଦ୍ୱିତୀୟ ଲହର ଜନିତ ଲକ୍‌ଡାଉନ କଟକଣା ଏବେ କୋହଳ ହେଉଛି। ମାତ୍ର ସରକାର ତାଙ୍କ ଯୋଜନାକୁ ଠିକ୍‌ ରୂପାୟନ କରିବାରେ ସକ୍ଷମ ହୋଇ ନ ଥିବା ଦେଖାଯାଇଛି। ଅପରପକ୍ଷରେ ରାଜ୍ୟଗୁଡିକ ସ୍ତରରେ ଯଦି ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯାନ୍ତା ତେବେ ଆଗାମୀ ଦିନରେ ପ୍ରବାସୀଙ୍କ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇ ପାରନ୍ତା ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?