ପ୍ରବାସୀଙ୍କୁ ଦେଇପାରିଲେନି ଦକ୍ଷତା ତାଲିମ

ନୂଆଦିଲ୍ଲୀ, ୨୮ା୭: କରୋନା ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚ ୨୫ରେ କେନ୍ଦ୍ର ସରକାର ହଠାତ୍‌ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିଥିଲେ। କଳକାରଖାନା ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ତାଲା ପଡ଼ିବାରୁ କୋଟିଏରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଜୀବିକା ହରାଇଥିଲେ। ବିଭିନ୍ନ ରାଜ୍ୟରେ ଫସିରହିଥିବା ଶ୍ରମିକମାନେ ହଜାର ହଜାର କି.ମି. ପାଦରେ ଚାଲି ଘରକୁ ଫେରୁଥିବା ସେତେବେଳେ ଦେଖାଯାଇଥିଲା। ଏହି ଧାରା ଅଦ୍ୟାବଧି ଅବ୍ୟାହତ ରହିଛି। କୋଭିଡ୍‌-୧୯ର ଦ୍ୱିତୀୟ ଲହର ନ ଯାଉଣୁ ତୃତୀୟ ଲହରର ଆତଙ୍କ ସୃଷ୍ଟି ହେଲାଣି। କିନ୍ତୁ ଗତବର୍ଷ ପ୍ରବାସୀଙ୍କୁ ଦକ୍ଷତା ବିକାଶ ପାଇଁ ତାଲିମ ଦେବାକୁ ରଖାଯାଇଥିବା ଲକ୍ଷ୍ୟ ଏଯାଏ ପୂରଣ ହୋଇପାରି ନାହିଁ। ଏହି ବିଷୟ ଖୋଦ କେନ୍ଦ୍ର ସରକାର ସ୍ବୀକାର କରିଛନ୍ତି। ଉପଯୁକ୍ତ ସମନ୍ବୟ ଅଭାବରୁ ସରକାରୀ ଯୋଜନାଗୁଡ଼ିକ କିପରି ବାଟବଣା ହେଉଛି ଏହା ତା’ର ଜ୍ୱଳନ୍ତ ଦୃଷ୍ଟାନ୍ତ।

ଗତ ବର୍ଷ ମହାମାରୀ ବେଳେ ସୃଷ୍ଟି ହୋଇଥିବା ସ୍ଥିତି ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଲକ୍‌ଡାଉନ ପରେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ଦକ୍ଷତା ତାଲିମ ଦ୍ୱାରା ସେମାନେ ଯେମିତି ନିଜ ଘର ପାଖରେ କାମ ପାଇବେ ସେ ଦିଗକୁ କେନ୍ଦ୍ର ସରକାର ବିଚାର କରିଥିଲେ। ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟର ୧୧୩ ଜିଲାର ପ୍ରାୟ ୩ ଲକ୍ଷ ପ୍ରବାସୀଙ୍କୁ ଦକ୍ଷତା ତାଲିମ ପ୍ରଦାନ ନେଇ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଏହି ଲକ୍ଷ୍ୟ ହାସଲ କରିବାକୁ ମନ୍ତ୍ରଣାଳୟ ଏ ପପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୭୧ ହଜାର ଶ୍ରମିକଙ୍କୁ ତାଲିମ ଦିଆଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ଗତ ବର୍ଷ ପ୍ରବାସୀମାନେ ଯେଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଭାରତର ବ୍ୟବସ୍ଥାଗତ ଦୁର୍ବଳତାକୁ ବିଶ୍ୱ ସମୁଦାୟ ଆଗକୁ ଆଣିଥିଲା। କେନ୍ଦ୍ର ସରକାର ଦେଇଥିବା ତଥ୍ୟ ମୁତାବକ, ୨୦୨୦ ମାର୍ଚ୍ଚରେ ଘୋଷଣା ହୋଇଥିବା ପ୍ରଥମ ଲକ୍‌ଡାଉନରେ ୧.୦୮କୋଟି ପ୍ରବାସୀ ଘରକୁ ଫେରିଥିଲେ। ବିଶେଷକରି ଦେଶର ୬ ରାଜ୍ୟରେ ଏହି ପ୍ରବାସୀ ରହିଥିଲେ। ଉତ୍ତର ପ୍ରଦେଶରେ ସର୍ବାଧିକ ୩୨ ଲକ୍ଷ ଏବଂ ବିହାରରେ ୧୫ ଲକ୍ଷ ପ୍ରବାସୀ ଘରମୁହଁା ହୋଇଥିଲା। ମାତ୍ର ଫେରିଥିବା ୧ କୋଟି ଲୋକଙ୍କ ମଧ୍ୟରୁ ୩ ଲକ୍ଷ ଲୋକଙ୍କୁ ତାଲିମ ଦେବାକୁ ହୋଇଥିବା ଯୋଜନାକୁ ସରକାର କାହିଁକି ସଫଳ କରାଇପାରିଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ମିଳିଥିବା ତଥ୍ୟ ମୁତାବକ, ୭୦,୮୨୩ ପ୍ରବାସୀ ତାଲିମ ନେଇଥିବାବେଳେ ୫୯,୮୮୮ ପ୍ରବାସୀଙ୍କୁ ତାଲିମ ଦେବା ଲାଗି ଧାର୍ଯ୍ୟ କରାଯାଇଛି। ଓଡ଼ିଶାରେ ଏହି କାର୍ଯ୍ୟକ୍ରମରେ ୧୬୯୦ ଲୋକ ତାଲିମ ପାଇଛନ୍ତି। ତାଲିକାରେ ବିହାର ସବୁଠାରୁ ଆଗରେ ରହିଛି। ଏଠାରେ ୩୧,୬୧୯ ପ୍ରବାସୀ ତାଲିମ ପାଇଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଥିବା ଉତ୍ତର ପ୍ରଦେଶରେ ୧୩,୭୨୪ ଜଣ ଦକ୍ଷତା ତାଲିମ ପାଇବାକୁ ସକ୍ଷମ ହୋଇଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଆସାମରେ ୧୨,୪୪୮, ୧୦,୫୯୮ ଏବଂ ୭୪୧ ଜଣକୁ ତାଲିମ ଦିଆଯାଇଛି।
ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ ପ୍ରବାସୀ ଶ୍ରମିକଙ୍କ ସ୍ପଲ ମ୍ୟାପିଂ ଦ୍ୱାରା ସେମାନଙ୍କ ଦକ୍ଷତା ବୃଦ୍ଧି ଦ୍ୱାରା ଘର ପାଖରେ କର୍ମନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଥିଲା। ଯୋଜନା କାର୍ଯ୍ୟକାରୀ କରିବା ଲାଗି ଜିଲା କର୍ତ୍ତୃପକ୍ଷଙ୍କ ସହ କେନ୍ଦ୍ର ସରକାର ମିଳିତ ହୋଇ କାମ କରୁଥିଲେ। ଜିଲା ସ୍ତରରେ ସ୍କିମ କମିଟି ଦ୍ୱାରା ବ୍ୟକ୍ତିଙ୍କୁ ଚୟନ ସହ ତାଲିମ ଭଳି ଦିଗ ଉପରେ ଯୋଜନା କରାଯାଇଥିଲା। ରାଜମିସ୍ତ୍ରି, ଟେଲରିଂ, ମେଶିନ ଅପରେଟର, ସହକାରୀ ଇଲେକ୍ଟ୍ରିସିଆନ ଏବଂ ଜୈବିକ କୃଷି ଭଳି ଅନ୍ୟ କ୍ଷେତ୍ରରେ ତାଲିମ ବ୍ୟବସ୍ଥା ରଖାଯାଇଛି। ଏ କ୍ଷେତ୍ରରେ ମନ୍ତ୍ରଣାଳୟ ବିଭିନ୍ନ ଆହ୍ବାନ ସାମ୍ନା କରୁଥିବା ଦେଖାଯାଇଛି। ଅଧିକରୁ ଅଧିକ ଲୋକ ଯେଭଳି ତାଲିମ ପାଇବେ ତାକୁ ଧ୍ୟାନରେ ରଖିବାକୁ ସଂସଦୀୟ କମିଟି ଦକ୍ଷତା ବିକାଶ ମନ୍ତ୍ରଣାଳୟକୁ କହିଛି। ପ୍ରଥମ ଲହର ଯାଇ ଦ୍ୱିତୀୟ ଲହର ଜନିତ ଲକ୍‌ଡାଉନ କଟକଣା ଏବେ କୋହଳ ହେଉଛି। ମାତ୍ର ସରକାର ତାଙ୍କ ଯୋଜନାକୁ ଠିକ୍‌ ରୂପାୟନ କରିବାରେ ସକ୍ଷମ ହୋଇ ନ ଥିବା ଦେଖାଯାଇଛି। ଅପରପକ୍ଷରେ ରାଜ୍ୟଗୁଡିକ ସ୍ତରରେ ଯଦି ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯାନ୍ତା ତେବେ ଆଗାମୀ ଦିନରେ ପ୍ରବାସୀଙ୍କ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇ ପାରନ୍ତା ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri