୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ ଉପରେ ଲଦି ଦିଆଯାଇଥିବା ମହଙ୍ଗା ପେଟ୍ରୋଲ ଦରକୁ ନେଇ ମଧ୍ୟ ଅଭିଯୋଗ କରିବା ପାଇଁ ସମୟ ବାହାର କରିବେ। ଆମେରିକୀୟ ଗଣମାଧ୍ୟମକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୁଏ ଯେ ଆମେରିକୀୟମାନେ ନକାରାତ୍ମକ ଭାବରେ ପ୍ରଭାବିତ ନ ହେବା କଥା ଚିନ୍ତାକରି ବୋଧହୁଏ ଅନ୍ୟମାନଙ୍କୁ ବୋମାମାଡ଼ ଏବଂ ହତ୍ୟା କରିବା ପାଇଁ ଦୂର ଦେଶଗୁଡ଼ିକୁ ଯାତ୍ରା କରୁଛନ୍ତି। ଭେନେଜୁଏଲାର ତୈଳ କ୍ଷେତ୍ରକୁ ଆୟତ୍ତ କରି ସେଠାରେ ଆକ୍ରମଣ ସହିତ ଲୁଟପାଟ କରିବା ହେଉଛି ସେମାନଙ୍କ ପାଇଁ ଆଦର୍ଶ। ହେଲେ ଇରାନୀୟଙ୍କ ବିରୋଧରେ ଯୁଦ୍ଧ ଯୋଗୁ ସୃଷ୍ଟି ହେଉଥିବା ମୁଦ୍ରାସ୍ଫୀତି ଅସୁବିଧା ନୁହେଁ ବୋଲି ଭାବୁଛନ୍ତି। ଚଳିତ ମାସରେ ଆମେରିକା ଘୋଷଣା କରିଛି ଯେ, ଏକ ଆମେରିକୀୟ କମ୍ପାନୀକୁ ଭେନେଜୁଏଲାର ୧୭ଟି ତୈଳ କ୍ଷେତ୍ର ଉପରେ ୧୦୦ ବର୍ଷର ଅଧିକାର ଦିଆଯିବ। ଏହି ତୈଳକ୍ଷେତ୍ରଗୁଡ଼ିକରେ ପ୍ରାୟ ୬୫ ବିଲିୟନ ବ୍ୟାରେଲ ଅଶୋଧିତ ତୈଳ ରହିଛି। ଟ୍ରମ୍ପ୍‌ କହିଛନ୍ତି, ଆମେରିକା ଏହି ଦେଶକୁ ଚଳାଇବ। ବିବିସିରେ ଖବର ପ୍ରକାଶ ପାଇଛି ଯେ, ଆମେରିକାର ଅଦ୍ଭୁତ ତୈଳ ଚୁକ୍ତି ବିଶ୍ଳେଷକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ଏବଂ ଅନେକ ଭେନେଜୁଏଲାବାସୀଙ୍କୁ କ୍ରୋଧିତ କରିଛି। ଅବଶ୍ୟ ଏଥିରେ ଅଳ୍ପ କେତେଜଣ ଆମେରିକୀୟ କ୍ରୋଧିତ ହୋଇଥିଲେ।
ଆମେରିକାର ସାମ୍ରାଜ୍ୟବାଦର ଏକ ସ୍ପଷ୍ଟ ଉଦାହରଣ ହେଉଛି ଇରାକ। ସଦାମ ହୁସେନଙ୍କୁ ୨୦ ବର୍ଷ ପୂର୍ୱେ ଫାଶୀ ଦିଆଯାଇଥିଲା। ତାଙ୍କ ଦେଶ ଉପରେ ଆକ୍ରମଣ କରାଯାଇଥିଲା। କାରଣ ଆମେରିକୀୟଙ୍କୁ ମିଛ କୁହାଯାଇଥିଲା ଯେ ସେମାନଙ୍କୁ ବିପଦରେ ପକାଇବା ପାଇଁ ଇରାକ ପରମାଣୁ କାର୍ଯ୍ୟକ୍ରମ ଚଳାଇଛି। ଇରାନୀଙ୍କୁ ହତ୍ୟା କରିବା ପାଇଁ ଠିକ୍‌ ସେହି ସମାନ ମିଛର ପୁନରାବୃତ୍ତି କରାଯାଉଛି ଏବଂ ସେଥିରେ ଆମେରିକୀୟମାନେ କୌଣସି ଆପତ୍ତି ଉଠାଉନାହାନ୍ତି। ସେମାନଙ୍କର ମୁଖ୍ୟ ଚିନ୍ତା ହେଉଛି ଇରାନ ଯେପରି ସେମାନଙ୍କ ଜୀବନକୁ ପ୍ରଭାବିତ ନ କରୁ। ଏକ ଖବରର ଶୀର୍ଷକ ଥିଲା, ”ଡିଜେଲ ହେଉଛି ଅର୍ଥନୀତିର ରକ୍ତ: ଆମେରିକାରେ ମୂଲ୍ୟ ସର୍ୱକାଳୀନ ସର୍ୱୋଚ୍ଚ ସ୍ତର ଗ୍ୟାଲନ ପିଛା ୫.୮୪୮ ଡଲାରରେ ପହଞ୍ଚତ୍ଛି।“ ବୋଧହୁଏ ‘ରକ୍ତ’ ଶବ୍ଦ ବ୍ୟବହାର ବିଚିତ୍ର ନ ଥିଲା; କାରଣ ଆକ୍ରମଣ ସମୟରେ ଇରାକ ରକ୍ତାକ୍ତ ହୋଇଯାଇଥିଲା। ଆଜି ମଧ୍ୟ ଆମେରିକୀୟମାନେ ସେହି ଦେଶ ଉପରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଛନ୍ତି। ଆମେରିକା ଇରାକର ତୈଳ ଆୟକୁ ନିୟନ୍ତ୍ରଣ କରୁଛି, ଯାହାକୁ ନ୍ୟୁୟର୍କ ଫେଡେରାଲ ରିଜର୍ଭରେ ଥିବା ଇରାକୀ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ପଡ଼ିଥାଏ। ୨୦୦୩ରୁ ଅର୍ଥାତ୍‌ ୨୩ ବର୍ଷ ଧରି ଏହା ଚାଲିଛି। ଅଶୋଧିତ ତୈଳ ହେଉଛି ଇରାକର ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ଉତ୍ସ, ଯାହା ତା’ ବଜେଟର ପ୍ରାୟ ୯୦%। ୧୧ ଜାନୁଆରୀ ୨୦୨୦ରେ, ୱାଲ ଷ୍ଟ୍ରିଟ ଜର୍ନାଲରେ ପ୍ରକାଶ ପାଇଥିଲା ଯେ, ଯଦି ସୈନ୍ୟମାନଙ୍କୁ ଚାଲିଯିବାକୁ କୁହାଯାଏ, ତେବେ ମୁଖ୍ୟ ବ୍ୟାଙ୍କ ଆକାଉଣ୍ଟର ବ୍ୟବହାର ଅଧିକାର ହରାଇବାର ଆଶଙ୍କା ରହିଛି ବୋଲି ଆମେରିକା ଇରାକକୁ ଚେତାବନୀ ଦେଇଛି। ଇରାକୀମାନେ ପଛଘୁଞ୍ଚା ଦେଲେ ଏବଂ ଆମେରିକାକୁ ଇରାକରୁ ତା’ର ସେନା ପ୍ରତ୍ୟାହାର କରିବାକୁ କହିଲେ ନାହିଁ। ଏସବୁ ଘଟଣା ଆମେରିକୀୟ କିମ୍ୱା ସେମାନଙ୍କ ରାଜନୀତିକୁ ଆଦୌ ପ୍ରଭାବିତ କରେ ନାହିଁ। ଆମେରିକାର ୯/୧୧ ପରବର୍ତ୍ତୀ ଯୁଦ୍ଧଗୁଡ଼ିକରେ ଇରାକ ଓ ଆଫଗାନିସ୍ତାନରେ ମୃତ୍ୟୁବରଣ କରିଥିବା ୫ ଲକ୍ଷ ଲୋକଙ୍କ ବିଷୟରେ ଆମେରିକୀୟମାନେ ଚିନ୍ତା କରିବା ଦେଖାଯାଏ ନାହିଁ। ବ୍ରାଉନ ୟୁନିଭର୍ସିଟିର ଏକ ଅଧ୍ୟୟନ ଅନୁଯାୟୀ, ଆମେରିକାର ୯/୧୧ ପରବର୍ତ୍ତୀ ପ୍ରତ୍ୟକ୍ଷ ଯୁଦ୍ଧରେ ପ୍ରାୟ ୯ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ଏବଂ ପରୋକ୍ଷରେ ୪୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନ, ପାକିସ୍ତାନ, ଇରାକ, ସିରିଆ, ଲିବିଆ, ୟେମେନ, ସୋମାଲିଆ ଏବଂ ଫିଲିପାଇନ୍ସରେ ଚାଲିଥିବା ଯୁଦ୍ଧ ଯୋଗୁ ପାଖାପାଖି ୪ କୋଟି ଲୋକ ବିସ୍ଥାପିତ ହୋଇଛନ୍ତି। ସେ ସମୟରେ ଅର୍ଥ ଅପଚୟକୁ ନେଇ ୟୁନିଭର୍ସିଟି ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ଯେ, ଇରାକ, ଆଫଗାନିସ୍ତାନ, ପାକିସ୍ତାନ, ସିରିଆ ଏବଂ ଅନ୍ୟାନ୍ୟ ସ୍ଥାନରେ ୯/୧୧ ପରବର୍ତ୍ତୀ ଯୁଦ୍ଧର ସମୁଦାୟ ଖର୍ଚ୍ଚ ପ୍ରାୟ ୮ ଟ୍ରିଲିୟନ ଡଲାର। ଏଥିରେ ଯୁଦ୍ଧ ପାଇଁ ନିଆଯାଇଥିବା ଋଣର ଭବିଷ୍ୟତର ସୁଧ ଖର୍ଚ୍ଚ ଅନ୍ତର୍ଭୁକ୍ତ ନୁହେଁ। ଯେଉଁ ଆମେରିକୀୟ ନେତାମାନେ ଯୁଦ୍ଧ ପ୍ରସଙ୍ଗ ଉଠାନ୍ତି, ଯେପରି କି ନ୍ୟୁୟର୍କର ଯୁବ ମେୟର, ସେମାନଙ୍କୁ ଆକ୍ରମଣ କରାଯାଏ। ମୁଁ ଏହା ଲେଖିବା ସମୟରେ, ଚଳିତ ମାସ ଶେଷରେ ନ୍ୟୁୟର୍କରେ ହେବାକୁ ଥିବା ୯/୧୧ ସମାରୋହରେ ଯୋଗ ନ ଦେବା ପାଇଁ ସେମାନଙ୍କୁ ଧମକ ଦିଆଯାଉଛି। ମେୟରଙ୍କ ବିରୋଧୀମାନେ ଦର୍ଶାଇଥିବା କାରଣଗୁଡ଼ିକ ଅସ୍ପଷ୍ଟ, କିନ୍ତୁ ବୁଝାପଡ଼ୁଛି ଯେ ସେ ମୁସଲମାନ ହୋଇଥିବାରୁ ଏପରି କରାଯାଉଛି। ଏହି ଧମକ ସହିତ ତାଙ୍କୁ ଅପବାଦ ମଧ୍ୟ ଦିଆଯାଉଛି ଯେ ପ୍ରକୃତରେ ସେ ଜଣେ ଧର୍ମାନ୍ଧ ବ୍ୟକ୍ତି। ଆମେରିକାର କ୍ଷେପଣାସ୍ତ୍ର ଇରାନରେ ସ୍କୁଲ ଛାତ୍ରୀମାନଙ୍କୁ ହତ୍ୟା କରିଥିବା ଘଟଣାକୁ ଆମେରିକୀୟ ଗଣମାଧ୍ୟମ ସ୍ୱୀକାର କରିଛି, କିନ୍ତୁ ରାଜନୈତିକ ସ୍ତରରେ କ୍ଷତି ଘଟିବା ଭୟରେ ନିଜ ସେନାର କାର୍ଯ୍ୟକଳାପକୁ ନିନ୍ଦା କରାଯାଉନାହିଁ।
ନିଶ୍ଚିତ ଭାବରେ, ସ୍ମୃତି ସଭାରେ ଏସବୁ ବିଷୟରେ କିଛି ବି କଥା ଉଠିବ ନାହିଁ। ଅନ୍ୟମାନଙ୍କ ସହିତ ଆମେରିକା ଯାହା କରୁଛି ତାହା ଏକ ଭିନ୍ନ ବିଷୟ ଏବଂ ଏହା ୯/୧୧ର ସ୍ମୃତି ଏବଂ ଏହାର ପୀଡ଼ିତଙ୍କ ସ୍ମୃତିଚାରଣରେ ବାଧା ସୃଷ୍ଟି କରିବ ନାହିଁ। ଭାରତୀୟମାନେ ଇରାନକୁ ମଧ୍ୟପ୍ରାଚ୍ୟର ଅଂଶ ଭାବନ୍ତି ଏବଂ ସେଠାରେ ଯାହା ଘଟୁଛି, ତାହା ଆମ ପଡ଼ୋଶୀରେ ହିଁ ଘଟୁଛି। ବର୍ଷେ ପୂର୍ୱେ, ୯ ସେପ୍ଟେମ୍ୱର ୨୦୨୫ରେ, ଟ୍ରମ୍ପ୍‌ ଡିପାର୍ଟମେଣ୍ଟ ଅଫ୍‌ ଡିଫେନ୍ସ (ପ୍ରତିରକ୍ଷା ବିଭାଗ)ର ନାମ ବଦଳାଇ ‘ଡିପାର୍ଟମେଣ୍ଟ ଅଫ୍‌ ୱାର୍‌’ (ଯୁଦ୍ଧ ବିଭାଗ) କରିଦେଇଥିଲେ। ଆମେରିକାର ସେନା ନିଜକୁ ରକ୍ଷା କରିବା ପାଇଁ ରହିନାହିଁ; ବରଂ ଏହା ଅନ୍ୟମାନଙ୍କ ଉପରେ ଆକ୍ରମଣ କରିବା ଲାଗି ରହିଛି। ନ୍ୟୁୟର୍କର ସେହି ବିଶ୍ୱ-ପରିବର୍ତ୍ତନକାରୀ ସକାଳର ୨୫ତମ ବାର୍ଷିକୀରେ ବିଶ୍ୱର ଅବଶିଷ୍ଟ ଲୋକଙ୍କ ପାଇଁ ଆତ୍ମସମୀକ୍ଷାର ସମୟ ଆସିଛି। କେବଳ ସେହିମାନଙ୍କ ପାଇଁ ନୁହେଁ ଯେଉଁମାନେ ମୃତ୍ୟୁବରଣ କରିଥିଲେ, ବରଂ ସେହି ଘଟଣା କାହିଁକି ଘଟିଲା, କେଉଁ କାରଣରୁ ଏହା ହେଲା ଏବଂ ଏହାପରେ କ’ଣ ହେଲା, ସେ ସବୁ ବିଷୟରେ ଚିନ୍ତା କରାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri