Posted inଜାତୀୟ

ଏଫ୍‌ସିଆଇ ଦୁର୍ନୀତି: ୫୦ ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୧୨।୧: ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ସହ ସମ୍ପୃକ୍ତ ଦୁର୍ନୀତି ମାମଲାରେ ସିବିଆଇ ବୁଧବାର ଦେଶର ୫୦ଟି ସ୍ଥାନରେ ଚଢ଼ାଉ କରି ନଗଦ ୬୦ ଲକ୍ଷ ଟଙ୍କା ଜବତ କରିଛି। ଦୁର୍ନୀତିରେ ସମ୍ପୃକ୍ତ କେତେଜଣ ଧାନ ଓ ଅଟା କଳ ମାଲିକ, ଏଜେଣ୍ଟ ଏବଂ ସରକାରୀ ଅଧିକାରୀଙ୍କ ଘରେ ଚଢ଼ାଉ କରାଯାଇଥିଲା।

ଏଫ୍‌ସିଆଇ ପାଇଁ ଖାଦ୍ୟଶସ୍ୟ ସଂଗ୍ରହ, ଗଚ୍ଛିତ ରଖିବା ଓ ବଣ୍ଟନରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏଫ୍‌ସିଆଇରେ ଦୁର୍ନୀତିପୂର୍ଣ୍ଣ ଉପାୟ ଅବଲମ୍ବନ କରାଯାଉଥିବା ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ସଂସ୍ଥାର ଉପମହାପ୍ରବନ୍ଧକ ରାଜୀବ କୁମାର ମିଶ୍ର ପଞ୍ଜାବର ରବିନ୍ଦର ସିଂ ଖେରାଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲା।

ଏହାର ଦୁଇଦିନ ପୂର୍ବରୁ ସିବିଆଇ କେତେଜଣ ସରକାରୀ ଅଧିକାରୀ, ଘରୋଇ ସଂସ୍ଥା, ଏଜେଣ୍ଟ ଏବଂ ମିଲ୍‌ ମାଲିକଙ୍କ ସମେତ ୭୪ ଜଣଙ୍କ ବିରୋଧରେ ଏତଲା ଦାଏର କରିଥିଲା। ଦିଲ୍ଲୀ, ପଞ୍ଜାବ ଓ ହରିୟାଣାରେ ଏହି ଚଢ଼ାଉ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀଙ୍କୁ ଟୁଇଟ୍ ପରେ ୨୩ ମିନିଟ ମଧ୍ୟରେ ଟ୍ରେନ୍‌ରେ ମିଳିଲା ଭୋକିଲା ଶିଶୁ ପାଇଁ କ୍ଷୀର

କାନପୁର,୧୮ ।୧: ଲୋକମାନ୍ୟ ତିଲକ ଟର୍ମିନାଲରୁ ସୁଲତାନପୁର ଯାଉଥିବା ଏଲଟିଟି ଏକ୍ସପ୍ରେସର ଏସି ଥ୍ରି କୋଚରେ ଯାତ୍ରା କରୁଥିଲେ ଅଞ୍ଜଳୀ ତିୱାରୀ । ଅଧାବାଟରେ ତାଙ୍କ...

ଶ୍ରୀନଗରରେ ୨ ଡଜନ ଆତଙ୍କବାଦୀ: ଦୋକାନୀଙ୍କୁ ଦେଉଛନ୍ତି ଖୋଲା ଧମକ

ଶ୍ରୀନଗର,୧୬ା୯(ପି.ଟି.): ଶ୍ରୀନଗରରେ ଏବେ ଦୁଇ ଡଜନ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ସେମାନେ ସହର ଓ ଏହାର ଆଖପାଖରେ ଅବାଧରେ ବୁଲୁଛନ୍ତି ଏବଂ ବ୍ୟବସାୟୀମାନଙ୍କୁ ଦୋକାନ ନ...

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୨୭ ।୨: କରୋନା ମହାମାରୀ ସଂକ୍ରମଣ ଦେଶରେ ଲଗାତାର ଭାବେ ବଢି ଚାଲିଥିବା ବେଳେ ଏବେ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଉପରେ ରୋକ ଲାଗିଛି ।...

ଦିଲ୍ଲୀ ଚିଡିଆଖାନାରେ ଫିଲ୍ମ ଦୃଶ୍ୟ: ସିଂହ ସାମ୍ନାକୁ ଡେଇଁଲେ ଯୁବକ

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଚିଡିଆଖାନା ବୁଲି ଯାଇଥିବା ଜଣେ ଯୁବକଙ୍କ ଅଜବ ବ୍ୟବହାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଯୁବକ ଜଣକ ସେଠାରେ...

ସୁସ୍ଥତା ହାର ୯୮.୮୦ ପ୍ରତିଶତ…

ନୂଆଦିଲ୍ଲୀ, ୨୨।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୭ ହଜାର...

କରୋନା ଭାଇରସ ସଂକ୍ରମଣରେ ପ୍ରଥମ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୩।୩: ଡରାଇଲାଣି କରୋନା ଭାଇରସ। ବେଳକୁ ବେଳ ଏହା ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। କର୍ନାଟକର ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ...

ଶିବମୋଗାରେ ପୋଲିସ ଛାଉଣି

ବେଙ୍ଗାଲୁରୁ,୨୧।୨: ଦକ୍ଷିଣପନ୍ଥୀ ଗୋଷ୍ଠୀ ବଜରଙ୍ଗ ଦଳର ୨୬ ବର୍ଷୀୟ ସଦସ୍ୟଙ୍କୁ ରବିବାର ରାତିରେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପରେ କର୍ନାଟକର ଶିଭମୋଗା ଅଞ୍ଚଳରେ ସୃଷ୍ଟି...

ବାଲାକୋଟରେ ତାଲିମ ନେଉଛନ୍ତି ୫୦ ଆତଙ୍କବାଦୀ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ବାଲାକୋଟର ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀ ଶିବିରକୁ ଭାରତୀୟ ବାୟୁସେନା ଧ୍ୱଂସ କରିବାର ୮ ମାସ ପରେ ଉକ୍ତ...

Advertisement
Archives

Model This Week