Posted inଖେଳ

୩୯୧୧ ଦିନ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌

ସାଉଥାମ୍ପଟନ, ୧୩।୮: ଦୀର୍ଘ ଏକ ଦଶନ୍ଧିର ବ୍ୟବଧାନ ପରେ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଛନ୍ତି ବ୍ୟାଟ୍ସମ୍ୟାନ ଫାଓ୍ବଦ ଆଲାମ୍‌। ଗୁରୁବାରଠାରୁ ସାଉଥାମ୍ପଟନରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଲାଗି ପାକିସ୍ତାନ ପକ୍ଷରୁ ଘୋଷିତ ଚୂଡ଼ାନ୍ତ ଏକାଦଶରେ ଆଲମ୍‌ଙ୍କୁ ସ୍ଥାନ ମିଳିଛି। ଫଳରେ ୩୪ ବର୍ଷୀୟ ଏହି ବାମହାତୀ ବ୍ୟାଟ୍ସମ୍ୟାନ ଦୀର୍ଘ ୧୦ ବର୍ଷ ୮ ମାସ ୧୬ ଦିନ ପରେ ପୁଣିଥରେ ପାକିସ୍ତାନ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି। ଶେଷଥର ପାଇଁ ସେ ନଭେମ୍ବର ୨୦୦୯ରେ ପାକିସ୍ତାନ ପକ୍ଷରୁ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହି ସମୟ ମଧ୍ୟରେ ପାକିସ୍ତାନ ଦଳ ୮୮ ଟେଷ୍ଟ ମ୍ୟାଚ୍‌ ଖେଳିସାରିଛି। କିନ୍ତୁ ଆଲାମ୍‌ଙ୍କ କ୍ୟାରିୟରର ଏହା ୪ର୍ଥ ଟେଷ୍ଟ ମ୍ୟାଚ୍‌ ହୋଇଛି।
୨୫ତମ କ୍ରିକେଟର୍‌ ଭାବେ ଆଲାମ୍‌ ୧୦ ବର୍ଷର ଅପେକ୍ଷା ପରେ ଜାତୀୟ ଦଳ ପକ୍ଷରୁ ପୁନର୍ବାର ଟେଷ୍ଟ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଛନ୍ତି। ସେହିଭଳି ଦ୍ୱିତୀୟ ପାକିସ୍ତାନ କ୍ରିକେଟର୍‌ ଭାବେ ସେ ଏହି କ୍ଲବରେ ସାମିଲ ହୋଇଛନ୍ତି। ପୂର୍ବରୁ ୟୁନିସ୍‌ ଅହମ୍ମଦ ୧୭ ବର୍ଷର ବ୍ୟବଧାନ ପରେ ୧୯୮୭ରେ ପାକିସ୍ତାନ ପକ୍ଷରୁ ପୁଣିଥରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ମାତ୍ର ୧୯ ବର୍ଷ ବୟସରେ ପଦାର୍ପଣ କରିଥିବା ଫାଓ୍ବଦ ୩ଟି ଟେଷ୍ଟ ପରେ ୨୦୦୯ରେ ଦଳରୁ ବାଦ୍‌ ପଡ଼ିଥିଲେ। କିନ୍ତୁ ପୁନର୍ବାର ଦଳକୁ ପ୍ରତ୍ୟାବର୍ତ୍ତନ ଲାଗି କଠୋର ପରିଶ୍ରମ କରିଥିଲେ। ପାକିସ୍ତାନ ଘରୋଇ କ୍ରିକେଟ୍‌ରେ ସିନ୍ଧ ପକ୍ଷରୁ ଖେଳୁଥିବା ଫାଓ୍ବଦ ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ୬୫.୭୮ ଆଭରେଜରେ ସେ ୧୨,୨୬୫ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୩୪ ଶତକ ସାମିଲ ରହିଛି। ୨୦୦୯ ପରେ ଯଦି ବିଶ୍ୱ କ୍ରିକେଟ୍‌ରେ ପ୍ରଥମ ଶ୍ରେଣୀ ମ୍ୟାଚ୍‌କୁ ନଜର ପକାଯାଏ ତେବେ ବିରାଟ କୋହଲି ଓ ଏବି ଡି ଭିଲର୍ସଙ୍କଠାରୁ ଆଲାମ୍‌ଙ୍କ ଆଭରେଜ ବହୁତ ଭଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ୯ ଉଇକେଟରେ ହରାଇଲା ନ୍ୟୁଜିଲାଣ୍ଡ

ହାମିଲ୍‌ଟନ, ୨୧ା୧୨ (ଏପି)-ସ୍ଥାନୀୟ ସେଡନ ପାର୍କଠାରେ ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ୯ ଉଇକେଟରେ ବିଜୟ ଲାଭ କରିଛି। ଓପନର...

ଉଇକେଟ ପାଇଁ ସଂଘର୍ଷ କରୁଛନ୍ତି

ଜୋହାନ୍ସବର୍ଗ,୫।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟରେ ଭାରତୀୟ ବୋଲର ଉଇକେଟ ଲାଗି ସଂଘର୍ଷ କରୁଛନ୍ତି। ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍‌ର...

ଅଭ୍ୟାସ ବେଳେ ବିଜୟ ଶଙ୍କର ଆହତ: ଛାଡ଼ିବାକୁ ପଡିଲା ଟ୍ରେନିଂ ସେସନ

ସାଉଥାମ୍ପଟନ,୨୧।୬(ପି.ଟି.)- ଟିମ୍‌ ଇଣ୍ଡିଆର ଆଘାତ ସମସ୍ୟା ବଢ଼ିବାରେ ଲାଗିଛି। ଏହାର ସଦ୍ୟତମ ଶିକାର ହୋଇଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର। ବୁଧବାର ଅଭ୍ୟାସ ଅବସରରେ ସେ ଆହତ...

କୋହଲିଙ୍କୁ ଦଳରୁ ବାହାର କରିଦେବେ କି? ପ୍ରଶ୍ନ ଶୁଣି ଏଭଳି କହିଲେ ରୋହିତ

ନୂଆଦିଲ୍ଲୀ,୧୫।୨: କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି। ତିନୋଟିଯାକ ଫର୍ମାଟରେ ତାଙ୍କ ପ୍ରଦର୍ଶନ ବହୁତ ଖରାପ...

ମୁମ୍ବାଇ ସିନିୟର ଦଳରୁ ପଦାର୍ପଣ ମ୍ୟାଚ ଖେଳିଲେ ଅର୍ଜୁନ

ମୁମ୍ବାଇ, ୧୬ା୧ (ପି.ଟି.)-ଆଇକନିକ ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ତଥା ଉଦୀୟମାନ ବାମହାତୀ ପେସ୍‌ ବୋଲର ଅର୍ଜୁନ ତେନ୍ଦୁଲକର ଶୁକ୍ରବାର ମୁମ୍ବାଇ ସିନିୟର ଦଳରୁ...

ପୁଷ୍ପା ପାଇଁ ପାଗଳ ଜାଡେଜା: ଖାଲି ଲୁକ୍‌ ନୁହେଁ , ଡାଏଲଗ କହି ଭିଡିଓ କଲେ ଶେୟାର

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ନୂଆ ଲୁକ୍‌ ପାଇଁ ଲଗାତାର ଭାବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । କେତେବେଳେ...

ଏନ୍‌ସିଏ ମୁଖ୍ୟ ଡ୍ରାଭିଡଙ୍କୁ ଭେଟିବେ ଗାଙ୍ଗୁଲି

ନୂଆଦିଲ୍ଲୀ, ୨୯|୧୦(ପି.ଟି.)- ଦୀର୍ଘଦିନ ଧରି ଟିମ୍‌ମେଟ୍‌ ରହିଆସିଥିବା ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ ବୁଧବାର ବେଙ୍ଗାଲୁରୁରେ ପରସ୍ପରକୁ ଭେଟିବେ। ଗାଙ୍ଗୁଲି ବର୍ତ୍ତମାନ ଭାରତୀୟ କ୍ରିକେଟ୍‌...

ଭାରତୀୟ ଖେଳାଳିଙ୍କ ମାଲିସ୍‌ କଲେ ପାକିସ୍ତାନ କ୍ରିକେଟର୍‌

ଦୁବାଇ,୧୮।୧୦: ଆଗାମୀ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥି ସହିତ...

Advertisement
Archives

Model This Week