Posted inଜାତୀୟ

ସମ୍ପର୍କରେ କଳଙ୍କ: ଦୁଇ ନାବାଳିକା ଝିଅଙ୍କୁ ଭୟଭୀତ କରି ବଳାତ୍କାର କରୁଥିଲେ ବାପା; ମା’ ଜାଣିବା ପରେ…

ବସ୍ତି,୧୫।୭: ଉତ୍ତର ପ୍ରଦେଶର ବସ୍ତି ଜିଲା କଲୱାରୀ ଥାନା ଅଞ୍ଚଳରୁ ଏକ ଅତି ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ପିତା ନିଜର ଦୁଇ ନାବାଳିକା ଝିଅଙ୍କ ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ମା’ କଲୱାରୀ ଥାନାରେ ପହଞ୍ଚି ନିଜ ସ୍ବାମୀ ବିରୋଧରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ପୋଲିସ ଅଭିଯୁକ୍ତ ବାପା ବିରୋଧରେ ମାମଲା ରୁଜୁ କରି ତା’ର ସନ୍ଧାନ ଜାରି ରଖିଛି।

ପୋଲିସ ଦୁଇ ପୀଡ଼ିତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଇବା ସହ କୋର୍ଟରେ ସେମାନଙ୍କ ବୟାନ ରେକର୍ଡ କରାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ବାପା ଜଣକ ମୂଳତଃ ଆମ୍ବେଦକରନଗର ଜିଲାର ବାସିନ୍ଦା। ସେ କଲୱାରୀ ଥାନା ଅଞ୍ଚଳର ଏକ ଗ୍ରାମରେ ନିଜ ସ୍ତ୍ରୀ ଏବଂ ୧୫ ଓ ୧୬ ବର୍ଷର ଦୁଇ ନାବାଳିକା ଝିଅଙ୍କ ସହ କୁଡ଼ିଆ ଘର କରି ରହୁଥିଲେ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଦୁଇଟି ପୃଥକ କୁଡ଼ିଆ ଘରେ ରହୁଥିଲେ। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସ୍ବାମୀ ଝିଅମାନେ ରହୁଥିବା ଘରକୁ ଯାଇ ସେମାନଙ୍କ ସହ ବଳାତ୍କାର କରୁଥିଲେ। ଏ ବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ସେ ଝିଅମାନଙ୍କୁ ଧମକ ଦେଇଥିବାରୁ ସେମାନେ ଭୟରେ ଚୁପ୍‌ ରହିଥିଲେ। ଗତ ଜୁନ ୧୪ ତାରିଖରେ ଅଭିଯୁକ୍ତ ବାପା କୌଣସି କାରଣରୁ ଘରୁ ଫେରାର୍‌ ହୋଇଯାଇଥିଲେ। ସେ ଯିବାର କିଛି ଦିନ ପରେ ଝିଅମାନେ ସାହସ ସଞ୍ଚୟ କରି ନିଜ ମା’ଙ୍କୁ ଏହି ପୈଶାଚିକ କାଣ୍ଡ ବିଷୟରେ ଜଣାଇଥିଲେ।

ମହିଳା ଜଣକ ଏ ବିଷୟରେ ଆମ୍ବେଦକରନଗରରେ ରହୁଥିବା ତାଙ୍କ ଶାଶୁଘର ଲୋକଙ୍କୁ ଜଣାଇଥିଲେ। ଏହା ପରେ ତାଙ୍କୁ ବିଭିନ୍ନ ଅଜ୍ଞାତ ନମ୍ବରରୁ ଫୋନ କଲ ଆସିବା ସହ ମାମଲା ରୁଜୁ ନ କରିବାକୁ ଧମକ ଓ ଚାପ ପ୍ରୟୋଗ କରାଯାଇଥିଲା। କଲୱାରୀ ଥାନା ପ୍ରଭାରୀ ନିରୀକ୍ଷକ ସନ୍ତୋଷ କୁମାର କହିଛନ୍ତି ଯେ, ମହିଳାଙ୍କ ଏତଲା ଆଧାରରେ ପୋକ୍ସୋ (POCSO) ଆକ୍ଟ ସହ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଛି। ଦଣ୍ଡ ପ୍ରକ୍ରିୟା ସଂହିତା (CrPC) ର ଧାରା ୧୬୪ ଅନୁଯାୟୀ ଝିଅମାନଙ୍କ ବୟାନ ରେକର୍ଡ କରାଯାଇଛି ଏବଂ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଚଢ଼ଉ ଜାରି ରଖିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ବ୍ୟାଙ୍କ ଆକାଉଣ୍ଟ ରଖୁଛନ୍ତି କି? ସାବଧାନ! ଆପଣଙ୍କ ପକେଟ୍‌ ଉପରେ ପଡ଼ିପାରେ ଭାରି…

ନୂଆଦିଲ୍ଲୀ, ୧୫।୭: ଆଜିର ଡିଜିଟାଲ ଯୁଗରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଅତ୍ୟନ୍ତ ସହଜ ହୋଇଯାଇଛି। ବ୍ୟାଙ୍କକୁ ନଯାଇ ଘରେ ବସି ମୋବାଇଲ୍ ସାହାଯ୍ୟରେ ମିନିଟ୍‌କ ମଧ୍ୟରେ ନୂଆ…

କାର ଭିତରୁ ରାଇଫଲ ସହ ୯୩ ହଜାର ଜବତ: ୩ ଜଣଙ୍କୁ କୋର୍ଟଚାଲାଣ

କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପୋଲିସ ଚେକିଂ ଚାଲିଥିବା ସମୟରେ ଗତକାଲି ଏକ ବେଆଇନ ଦେଶୀ ବନ୍ଧୁକ ସହ ୯୩ ହଜାର ଜବତ ହୋଇଛି। ଏହି…

ମ୍ୟାଚ ଜିତିବା ପରେ ଶୁବମନଙ୍କ ପାଇଁ କୋହଲି କଲେ ଏମିତି କିଛି, ଜିତିନେଲେ ସମସ୍ତଙ୍କ ମନ; ଭାଇରାଲ ଭିଡିଓ ଦେଖିଲେ…

ବର୍ମିଂହାମ,୧୫।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଚମତ୍କାର ବିଜୟ ପରେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ…

୨ ଯୁବକଙ୍କୁ ପ୍ରେମ କରୁଥିଲେ ନର୍ସ: ଧରାପଡ଼ିବା ପରେ ନେଲେ ଚରମ ନିଷ୍ପତ୍ତି

ଭୁବନେଶ୍ୱର,୧୫।୭: ତ୍ରିକୋଣୀୟ ପ୍ରେମ ପାଇଁ ସାଜିଲା କାଳ। ଝୁଲି ପଡ଼ିଲେ ଯୁବତୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର। ମୃତ ଯୁବତୀ ଜଣଙ୍କ ପଟିଆର ଏକ…

କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ

ବ୍ରହ୍ମପୁର, ୧୫।୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗରରେ ଏକ ଅଭାବନୀୟ ଘଟଣା ବୁଧବାର ଘଟିଛି। ଜଣେ ଯୁବତୀ ଘର ଭିତରେ ନିଜ…

ଭିଟାମାଟି ଛାଡ଼ି ଯିବା ପରେ ବି ପିଛା ଛାଡ଼ିଲାନି ମୃତ୍ୟୁ, ୧୪ ବର୍ଷ ପରେ ଖୋଜିଖୋଜି ମାରିଲା ହାତୀ, ଲୋମ ଟାଙ୍କୁରି ଉଠିବ ଏହି ଘଟଣା

କାଠମାଣ୍ଡୁ, ୧୫।୭: ମୃତ୍ୟୁମୁଖରୁ ବୋଧହୁଏ କେହି ବର୍ତ୍ତିପାରିବେ ନାହିିଁ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛି ନେପାଳର ଏକ ଭୟଙ୍କର ଜଙ୍ଗଲୀ ହାତୀ। ଯାହାର ନାଁ…

୯ ଶ୍ରେଣୀକୁ ୩ ଶିକ୍ଷକ: ପାଠପଢାରେ ବ୍ୟାଘାତ: ସ୍କୁଲ ଭିତରେ ଅଭିଭାବକଙ୍କ ଧାରଣା

ରୁପ୍ରା ରୋଡ, ୧୫।୭(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧିନସ୍ତ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଓ ଶିଶୁବାଟିକାକୁ ମିଶାଇ ମୋଟ…

ଭରଣପୋଷଣ ଟଙ୍କା ଉପରେ ହାଇକୋର୍ଟଙ୍କ ବଡ଼ ରାୟ: ପରିସ୍ଥିତି ଦେଖି ବଦଳିବ ଟଙ୍କା, ସ୍ୱାମୀଙ୍କ ସବୁ ଦରମା ଉପରେ ନାହିଁ ପତ୍ନୀଙ୍କ ହକ୍!

ନୂଆଦିଲ୍ଲୀ, ୧୫।୭: ଭତ୍ତା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସ୍ୱାମୀଙ୍କ ଦରମାର ୨୫% ଦେବା ବାଧ୍ୟତାମୂଳକ ନୁହେଁ, ପରିସ୍ଥିତି ଅନୁସାରେ ବଦଳିପାରେ ରାଶି ଆଲ୍ଲାହାବାଦ ହାଇକୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri