ସମ୍ପର୍କଲେ ଲାଗିଲା କଳଙ୍କ: ବୋହୂକୁ ବଳାତ୍କାର କରି ୧୦ ଫୁଟ ଗାତରେ ପୋତିଲେ ଶ୍ୱଶୁର ,ପରେ ପୁଅକୁ କହିଲେ …

ଚଣ୍ଡିଗଡ଼,୨୭।୬:ସମ୍ପର୍କଲେ ଲାଗିଲା କଳଙ୍କ। ବାପା ସମାନ ଶ୍ୱଶୁର ବୋହୂକୁ କଲେ ବଳାତ୍କାର । ପରେ ୧୦ ଫୁଟ ଗଭୀର ଗାତ ଖୋଳି ପୋତି ଦେଇଥିଲେ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ହରିୟାଣାର ଫରିଦାବାଦରେ। ଘଟଣାର ତଦନ୍ତ ସମୟରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି।
ଉତ୍ତରପ୍ରଦେଶର ଜଣେ ୨୪ ବର୍ଷୀୟା ମହିଳାଙ୍କ ହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏପ୍ରିଲ ମାସରେ ଉକ୍ତ ମହିଳାଙ୍କ ସହ ଏସବୁ ଘଟଣା ଘଟିଥିଲେ ମଧ୍ୟ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ତାଙ୍କ ଶ୍ୱଶୁର ଘର ଲୋକେ ସେ ନିଖୋଜ ଥିବା କହିଥିଲେ ।
ସୂଚନାଯୋଗ୍ୟ, ଫିରୋଜାବାଦ ଜିଲାର ସିକୋହାବାଦର ଉକ୍ତ ମହିଳା ୨୦୨୩ ଜୁଲାଇ ମାସରେ ଫରିଦାବାଦରେ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ତଦନ୍ତରୁ ଜଣା ପଡିଛି । ଜୁନ ୨୧ରେ ଘର ବାହାରେ ୧୦ ଫୁଟ ଗଭୀର ଗର୍ତ୍ତ ଭିତରୁ ତାଙ୍କ ମୃତଦେହ ମିଳିବା ପରେ ସବୁ ଘଟଣା ଜଣାପଡ଼ିଛି।
ସୂଚନାଯୋଗ୍ୟ, ପଚରାଉଚରା ବେଳେ ଅଭିଯୁକ୍ତ ଶ୍ୱଶୁର ତାଙ୍କ ଦୋଷ ସ୍ବୀକାର କରିଛନ୍ତି । ପୋଲିସ ତିନି ଦିନିଆ ରିମାଣ୍ଡରେ  ତାଙ୍କୁ ନେଇଛି । ପୋଲିସ କହିଛି ଯେ, ଏପ୍ରିଲ ୧୪ରେ ମହିଳାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା। ଯୋଜନାସ୍ବ ରୂପ, ମହିଳାଙ୍କ ଶାଶୁଙ୍କୁ ଉତ୍ତରପ୍ରଦେଶର ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପଠା ଯାଇଥିଲା । ଏପ୍ରିଲ ୨୧ରେ ମହିଳାଙ୍କ ସ୍ବାମୀ ଓ ତାଙ୍କ ଭଉଣୀଙ୍କୁ ଖାଦ୍ୟରେ ନିଦ ବଟିକା ଦିଆଯାଇ ଅଚେତ କରାଯାଇଥିଲା । ଉକ୍ତ ମହିଳାଙ୍କୁ ମଧ୍ୟ ନିଦ ବଟିକା ଦିଆ ଯାଇଥିଲା । ସେମାନେ ଭିନ୍ନ ଭିନ୍ନ କୋଠରୀରେ ଶୋଇଥିଲେ । ଶ୍ୱଶୁର ବୋହୂ ଶୋଇଥିବା ରୁମକୁ  ହତ୍ୟା କରିବାକୁ ଯାଇଥିଲେ। ହେଲେ ତା ପୂର୍ବରୁ ସେ ତାଙ୍କ ଅଚେତ ଅବସ୍ଥାରେ ଥିବା ବୋହୂଙ୍କୁ ବଳାତ୍କାର କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ସେ ଏହି ଘଟଣା ତାଙ୍କ ସ୍ତ୍ରୀ କିମ୍ବା ପୁଅଙ୍କୁ ଜଣାଇ ନଥିଲେ । ହତ୍ୟାକାଣ୍ଡ ଘଟାଇବା ପରେ ସେ ତାଙ୍କ ପୁଅକୁ ଛାତ ଉପରକୁ ଡାକି ମହିଳାଙ୍କ ମୃତଦେହକୁ ଏକ ଜରିରେ ଗୁଡାଇ ରାସ୍ତାରେ ପୂର୍ବରୁ ଖୋଳା ଯାଇଥିବା ଗର୍ତ୍ତରେ ଫିଙ୍ଗିଥିଲେ । ମୃତଦେହ ଫିଙ୍ଗି ତା ଉପରେ ସ୍ଲାବ ପକାଇ ଦେଇଥିଲେ ।
ପୋଲିସ କହିଛି ଯେ, ଏହି ଗର୍ତ୍ତକୁ ଡ୍ରେନ କାମ କରିବା ପାଇଁ ଖୋଳା ଯାଇଥିଲା। ଏହି ଘଟଣା ଘଟାଇବା ପରେ ଏପ୍ରିଲ ୨୫ରେ ସେ ନିଖୋଜ ଖବର ରୁଜୁ କରିଥିଲେ। ତଦନ୍ତ ବେଳେ ଶ୍ୱଶୁରଙ୍କ ସମେତ ଶାଶୁ, ସ୍ବାମୀ ଓ ନଣନ୍ଦଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି। ପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

ଶନିଙ୍କ ଚଳନରେ ମାଲାମାଲ ହେବେ ୪ ରାଶି: ଅଚାନକ ବଦଳିଯିବ ଭାଗ୍ୟ, ହେବ ଧନବର୍ଷା

ବୈଦିକ ଜ୍ୟୋତିଷରେ ଶନିଦେବଙ୍କ ଚଳନ ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ମହତ୍ତ୍ୱ ଦିଆଯାଏ। ଶନି ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କଲେ ଏହାର ପ୍ରଭାବ ସମସ୍ତ ୧୨ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri