ତେଜିଲା ରାଜନୀତି

କେନ୍ଦୁଝର,୧ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଶାଳଦେଇ ବାଲିଘାଟ ବିବାଦରୁ ମହିଳାଙ୍କ ହତ୍ୟା ଘଟଣାକୁ ନେଇ ଘଷିପୁରା ରାଜନୀତି ଉଷ୍ମ ହୋଇଛି। ଘଟଣାରେ ହତ୍ୟାକାରୀଙ୍କୁ ଗିରଫ ଦାବି କରିବା ସହ ହତ୍ୟାକାରୀମାନେ ଘଷିପୁରା ବିଧାୟକ ଓ ତାଙ୍କ ପୁଅଙ୍କ ସମର୍ଥକ ଥିବାରୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଭାଜପା ଦାବି କରିଛି। ଏନେଇ ଦଳ ପକ୍ଷରୁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥିରାଜ କୁଅଁର, ଜିତେନ୍ଦ୍ର କୁମାର ପଲେଇ, ରୁଦ୍ର ପ୍ରସାଦ ବେହେରା ଓ ପଦ୍ମନାଭ ମହାନ୍ତ ପ୍ରମୁଖ କର୍ମକର୍ତ୍ତା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ମୁତାବକ, ଥାନା ଅନ୍ତର୍ଗତ ଶାଳଦେଇ ଗ୍ରାମରେ ବେଆଇନ ବାଲିଘାଟକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ। ତେବେ ଘଷିପୁରା ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ବାମୀ ବାବନ ସାହୁଙ୍କ ସମେତ ତରୁଆଁ ପଞ୍ଚାୟତର ବଳରାମ ବେହେରା ଓ ଶାଳଦେଇ ଗ୍ରାମର ରାମକୃଷ୍ଣ ବୋଇତେଇଙ୍କ ନେତୃତ୍ୱରେ ଶତାଧିକ ଯୁବକ ଆନ୍ଦୋଳନକାରୀ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ହୋଇ ମଲ୍ଲୀ ଜେନା ୬ ଦିନ କଟକ ମେଡିକାଲରେ ଚିକିତ୍ସିତ ହେବା ପରେ ମୃତ୍ୟୁବରଣ କରିଥିଲେ। ଗଣ୍ଡଗୋଳ ପଛରେ ସ୍ଥାନୀୟ ବିଧାୟକ ତଥା ତାଙ୍କ ପୁଅମାନଙ୍କ ହାତ ରହୁଥିବାରୁ ଏଭଳି ହତ୍ୟାକାଣ୍ଡ ଘଟିଛି ବୋଲି କୁଅଁର ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲିି ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷେ ପୂର୍ବରୁ ୨୦୨୨ରେ ଖଲଣା ଗ୍ରାମରେ ସୁନନ୍ଦା ସେଠୀ ନାମକ ଯୁବକକୁ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରାଯାଇଥିଲା। ଏବେ ପୁଣି ଏଭଳି ହତ୍ୟାକାଣ୍ଡ ଉକ୍ତ ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଭାଜପା ପକ୍ଷରୁ କୁହାଯାଇଛି ା ଘଟଣା ପରେ ଭାଜପା ଜିଲା ପରିଷଦ ସଭ୍ୟା ଅସୀମା ମିଶ୍ର ପୀଡ଼ିତାଙ୍କ ଘରକୁ ଯାଇ ସମସ୍ୟା ବୁଝିଛନ୍ତି।
କଂଗ୍ରେସ ଜିଲା ସଭାପତି ବିପ୍ଳବ ମିଶ୍ର କହିଛନ୍ତି, ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ବାଲିଘାଟ ବିବାଦକୁ ନେଇ ହତ୍ୟାକାଣ୍ଡ ଅତ୍ୟନ୍ତ ସମ୍ବେଦନଶୀଳ। ପୋଲିସ ସତର୍କ ରହିଥିଲେ ଏଭଳି ଘଟଣାକୁ ଏଡ଼ାଇ ଦିଆଯାଇପାରଥାନ୍ତା। ଘଟଣାରେ ଜଡ଼ିତ ଅଭିଯୁକ୍ତମାନେ ଶାସକ ଦଳର ସମର୍ଥକ ଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି କହିଥିଲେ। ଏନେଇ ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି, ଶାଳଦେଇ ହତ୍ୟା ଘଟଣାକୁ ନେଇ ସେ ଦାବିପତ୍ର ପାଇଛନ୍ତି। ଉକ୍ତ ଘଟଣାକୁ ନେଇ ଥାନାରେ କେସ୍‌ ରୁଜୁ ହୋଇ ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ୍‌ ଗଠନ କରାଯାଇଛି ବୋଲି କହିଥିଲେ। ଏନେଇ ବିଧାୟକଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିବା ବେଳେ ତାହା ସମ୍ଭବ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri