Posted inଜାତୀୟ

ଫାରୁକ ଅବଦୁଲ୍ଲାଙ୍କ ବୈଠକରେ ପହଞ୍ଚିଲେ ମୁଫତି

ଶ୍ରୀନଗର,୨୨ ।୮: ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ଘରେ ଶ୍ରୀନଗରରେ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି । ରାଜ୍ୟରେ ରହୁଥିବା ରାଜ୍ୟ ବାହାରର ଲୋକଙ୍କୁ ନିର୍ବାଚନ କମିଶନ ଦେଇଥିବା ମତଦାନ ଅଧିକାରକୁ ନେଇ ଅବଦୁଲ୍ଲା ଜମ୍ମୁ-କଶ୍ମୀରର ସମସ୍ତ ରାଜନୈତିକ ଦଳଙ୍କର ଏକ ବୈଠକ ଡାକିଥିଲେ । ଏହି ବୈଠକରେ ପିଡିପି ମୁଖ୍ୟ ମେହେବୁବା ମୁଫତି ବି ଯୋଗ ଦେଇଥିଲେ । ତେବେ ବୈଠକରେ ଯୋଗ ଦେଇଥିବା ସମସ୍ତ ନେତା ରାଜ୍ୟରେ ହେବାକୁ ଯାଉଥିବା ନୂଆ ଭୋଟର ତାଲିକା ବା ରାଜ୍ୟ ବାହାରର ଭୋଟରଙ୍କୁ ନେଇ ଆପତ୍ତି ଉଠାଇଥିଲେ ।
ନ୍ୟାଶନାଲ କନଫରେନ୍ସର ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି ବୈଠକରେ ଏହା ସ୍ଥିର ହେଲା କି ଆମେ ଜମ୍ମୁ-କଶ୍ମୀର ବାହାରର ଲୋକଙ୍କୁ ଏଠାରେ ଦିଆଯାଇଥିବା ମତଦାନ ଅଧିକାରକୁ ବିରୋଧ କରୁଛୁ । ସେ କହିଛନ୍ତି ଏମିତି କରି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ରାଜନୈକ ଦିଶାକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ଫାରୁକ ଅବଦୁଲ୍ଲା କହିଛନ୍ତି ଯେଉଁମାନେ ଏଠିକାର ବାସିନ୍ଦା ନୁହେଁ ସେମାନଙ୍କୁ କିପରି ମତଦାନର ଅଧିକାର ଦିଆଯିବ ।
ସୂଚନାଯୋଗ୍ୟ, ଗତ ବୁଧବାର ରାଜ୍ୟ ନିର୍ବାଚନ କମିଶନ କହିଥିଲେ କି ରାଜ୍ୟ ବାହାରର ଯେଉଁ ଲୋକେ ଜମ୍ମୁ-କଶ୍ମୀରରେ ରହୁଛନ୍ତି, ସେମାନେ ବିନା ଆବାସ ପ୍ରମାଣ ପତ୍ରରେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିପାରିବେ ଓ ଆସନ୍ତା ବିଧାନସଭା ନିର୍ବାଚନରେ ଭୋଟ ଦେଇ ପାରିବେ । ଏବେ ଏହାକୁ ନେଇ ଘାଟିରେ ରାଜନୀତି ହୋଇଛି ସରଗରମ ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri