କେନାଲ ନିର୍ମାଣ ପାଇଁ ପଡ଼ିଆ ପଡୁଛି ଚାଷଜମି

ଆନନ୍ଦପୁର, ୯।୫(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା ପଞ୍ଚାୟତର ମାଠିଆନେଣ୍ଡି ଗ୍ରାମର ବହୁ ଚାଷୀଙ୍କର ଏକର ଏକର ଚାଷ ଜମି ପଡିଆ ପଡୁଛି। ବୈତରଣୀ ନଦୀର ନାମପାର୍ଶ୍ୱ ଅଧପନ୍ତରିଆ କେନାଲ ନିର୍ମାଣ କାର୍ଯ୍ୟ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
୨୦୧୮ ମସିହାରୁ ଏଭଳି ପରିସ୍ଥିତି ଲାଗିରହିଛି। ଚକ୍ରତୀର୍ଥ ନାଳ, ବାହାଆନାଳ ଓ ପାହାଡ଼ପାଣି ନାଳ ଜଳ ଆସି ପୂର୍ବରୁ ବିସ୍ତୃତ ଭାବେ ଚାଷ ଜମି ଗୁଡିକରେ ରହୁଥିଲା। ଯାହାକି ବ୍ୟବହାର ଉପଯୋଗୀ ହୋଇପାରୁଥିଲା ଓ ଚାଷ ପାଇଁ ସୁବିଧା ମଧ୍ୟ ହେଉଥିଲା। କିନ୍ତୁ କେନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ଏହି ତିନିଗୋଟି ନାଳ ପାଣି ଅଧପନ୍ତରିଆ କେନାଲରେ ପଡୁଛି ଏବଂ କେନାଲ ବନ୍ଧର ଅପେକ୍ଷାକୃତ ନିଚ୍ଚା ଅଞ୍ଚଳରେ ଘାଇ ସୃଷ୍ଟି କରି ଚାଷ ଜମି ଗୁଡିକ ବହୁଳ ଭାବେ ପ୍ରଭାବିତ କରୁଛି। ଯାହାର ପ୍ରତିକାର ସ୍ବରୂପ ମାଠିଆନେଣ୍ଡି ଗ୍ରାମର ରାମଚନ୍ଦ୍ର ଆଏଚ ନାମକ ଚାଷୀ ୧।୯।୨୦୧୮ରେ ଆନନ୍ଦପୁର ବ୍ୟାରେଜ ଡିଭିଜନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଅଦ୍ୟାବଧି କୌଣସି ସୁଫଳ ମିଳିପାରି ନାହିଁ। ମାଠିଆନେଣ୍ଡି ଗ୍ରାମର ୩୦ ଏକରରୁ ଉର୍ଦ୍ଧ ଚାଷ ଜମି ପଡିଆ ପଡୁଛି। କେଉଁଠି ଜଳ ଅଭାବରୁ ତ ଆଉ କେଉଁଠି ଜଳର ପ୍ରଖର ସ୍ରୋତ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଘଟଣାକୁ ନେଇ ମେ’ ୫ ତାରିଖରେ ମାଠିଆନେଣ୍ଡି ଗ୍ରାମର ଚାଷୀ ମନୋରଞ୍ଜନ ଆଏଚ ଓ କେନାଲ ନିର୍ମାଣକାରୀ ଠିକା ସଂସ୍ଥା ମଧ୍ୟରେ ପାଟିତୁଣ୍ଡ ଭଳି ପରିସ୍ଥିତି ଚାଷୀମାନଙ୍କ ଅସନ୍ତୋଷକୁ ବୃଦ୍ଧି କରିଛି। ଘଟଣାକୁ ନେଇ କମ୍ପାନୀ କର୍ମଚାରୀଙ୍କ ଅଭିଯୋଗ ଆଧାରରେ (ନଂ.୧୦୮/୨୦୨୨) ଓ ଚାଷୀ ମନରୋଞ୍ଜନ ଆଏଚଙ୍କ ବାପା ଭରତ ଚନ୍ଦ୍ର ଆଏଚଙ୍କ ଅଭିଯୋଗ ଆଧାରରେ (ନଂ.୧୧୦/୨୦୨୨) ଦୁଇଟି ପୃଥକ ମାମଲା ଆନନ୍ଦପୁର ଥାନାରେ ରୁଜୁ ହୋଇଛି। କମ୍ପାନୀ କର୍ମଚାରୀଙ୍କ ଅଭିଯୋଗକ୍ରମେ ପୋଲିସ ଚାଷୀ ମନୋରଞ୍ଜନ ଆଏଚଙ୍କୁ ଗିରଫ କରି ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି। ଅନ୍ୟପକ୍ଷେ କମ୍ପାନୀ କର୍ମଚାରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ତଦନ୍ତ ଜାରି ରହିଛି। ଏବିଷୟରେ ଘଟଣାର ସତ୍ୟାସତ୍ୟ ଜାଣିବାକୁ ମାଠିଆନେଣ୍ଡି ଗ୍ରାମକୁ ଯାଇଥିବା କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଗ୍ରାମର ବହୁ ଚାଷୀ ସେମାନଙ୍କର ସମସ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି। ଏପରିକି ସ୍ଥାନୀୟ ପ୍ରଶାସନ ଚାଷୀମାନଙ୍କ ସମସ୍ୟା ଖୁବଶୀଘ୍ର ସୁଧାରିବାକୁ ପ୍ରୟାସ ନ କରିଲେ ସ୍ଥାନୀୟ ବହୁ ସଂଖ୍ୟାରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?