କେନାଲ ନିର୍ମାଣ ପାଇଁ ପଡ଼ିଆ ପଡୁଛି ଚାଷଜମି

ଆନନ୍ଦପୁର, ୯।୫(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା ପଞ୍ଚାୟତର ମାଠିଆନେଣ୍ଡି ଗ୍ରାମର ବହୁ ଚାଷୀଙ୍କର ଏକର ଏକର ଚାଷ ଜମି ପଡିଆ ପଡୁଛି। ବୈତରଣୀ ନଦୀର ନାମପାର୍ଶ୍ୱ ଅଧପନ୍ତରିଆ କେନାଲ ନିର୍ମାଣ କାର୍ଯ୍ୟ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
୨୦୧୮ ମସିହାରୁ ଏଭଳି ପରିସ୍ଥିତି ଲାଗିରହିଛି। ଚକ୍ରତୀର୍ଥ ନାଳ, ବାହାଆନାଳ ଓ ପାହାଡ଼ପାଣି ନାଳ ଜଳ ଆସି ପୂର୍ବରୁ ବିସ୍ତୃତ ଭାବେ ଚାଷ ଜମି ଗୁଡିକରେ ରହୁଥିଲା। ଯାହାକି ବ୍ୟବହାର ଉପଯୋଗୀ ହୋଇପାରୁଥିଲା ଓ ଚାଷ ପାଇଁ ସୁବିଧା ମଧ୍ୟ ହେଉଥିଲା। କିନ୍ତୁ କେନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ଏହି ତିନିଗୋଟି ନାଳ ପାଣି ଅଧପନ୍ତରିଆ କେନାଲରେ ପଡୁଛି ଏବଂ କେନାଲ ବନ୍ଧର ଅପେକ୍ଷାକୃତ ନିଚ୍ଚା ଅଞ୍ଚଳରେ ଘାଇ ସୃଷ୍ଟି କରି ଚାଷ ଜମି ଗୁଡିକ ବହୁଳ ଭାବେ ପ୍ରଭାବିତ କରୁଛି। ଯାହାର ପ୍ରତିକାର ସ୍ବରୂପ ମାଠିଆନେଣ୍ଡି ଗ୍ରାମର ରାମଚନ୍ଦ୍ର ଆଏଚ ନାମକ ଚାଷୀ ୧।୯।୨୦୧୮ରେ ଆନନ୍ଦପୁର ବ୍ୟାରେଜ ଡିଭିଜନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଅଦ୍ୟାବଧି କୌଣସି ସୁଫଳ ମିଳିପାରି ନାହିଁ। ମାଠିଆନେଣ୍ଡି ଗ୍ରାମର ୩୦ ଏକରରୁ ଉର୍ଦ୍ଧ ଚାଷ ଜମି ପଡିଆ ପଡୁଛି। କେଉଁଠି ଜଳ ଅଭାବରୁ ତ ଆଉ କେଉଁଠି ଜଳର ପ୍ରଖର ସ୍ରୋତ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଘଟଣାକୁ ନେଇ ମେ’ ୫ ତାରିଖରେ ମାଠିଆନେଣ୍ଡି ଗ୍ରାମର ଚାଷୀ ମନୋରଞ୍ଜନ ଆଏଚ ଓ କେନାଲ ନିର୍ମାଣକାରୀ ଠିକା ସଂସ୍ଥା ମଧ୍ୟରେ ପାଟିତୁଣ୍ଡ ଭଳି ପରିସ୍ଥିତି ଚାଷୀମାନଙ୍କ ଅସନ୍ତୋଷକୁ ବୃଦ୍ଧି କରିଛି। ଘଟଣାକୁ ନେଇ କମ୍ପାନୀ କର୍ମଚାରୀଙ୍କ ଅଭିଯୋଗ ଆଧାରରେ (ନଂ.୧୦୮/୨୦୨୨) ଓ ଚାଷୀ ମନରୋଞ୍ଜନ ଆଏଚଙ୍କ ବାପା ଭରତ ଚନ୍ଦ୍ର ଆଏଚଙ୍କ ଅଭିଯୋଗ ଆଧାରରେ (ନଂ.୧୧୦/୨୦୨୨) ଦୁଇଟି ପୃଥକ ମାମଲା ଆନନ୍ଦପୁର ଥାନାରେ ରୁଜୁ ହୋଇଛି। କମ୍ପାନୀ କର୍ମଚାରୀଙ୍କ ଅଭିଯୋଗକ୍ରମେ ପୋଲିସ ଚାଷୀ ମନୋରଞ୍ଜନ ଆଏଚଙ୍କୁ ଗିରଫ କରି ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି। ଅନ୍ୟପକ୍ଷେ କମ୍ପାନୀ କର୍ମଚାରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ତଦନ୍ତ ଜାରି ରହିଛି। ଏବିଷୟରେ ଘଟଣାର ସତ୍ୟାସତ୍ୟ ଜାଣିବାକୁ ମାଠିଆନେଣ୍ଡି ଗ୍ରାମକୁ ଯାଇଥିବା କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଗ୍ରାମର ବହୁ ଚାଷୀ ସେମାନଙ୍କର ସମସ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି। ଏପରିକି ସ୍ଥାନୀୟ ପ୍ରଶାସନ ଚାଷୀମାନଙ୍କ ସମସ୍ୟା ଖୁବଶୀଘ୍ର ସୁଧାରିବାକୁ ପ୍ରୟାସ ନ କରିଲେ ସ୍ଥାନୀୟ ବହୁ ସଂଖ୍ୟାରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri