Posted inଫୁରସତ

ଚାଷମୁହାଁ ଯୁବପିଢ଼ି

ଆଜିର ଯୁବପିଢ଼ି ଚାକିରି ପାଇଁ ଅନେକ କଷ୍ଟ କରୁଛନ୍ତି। ସଫଳ ହେବା ଲାଗି କିଏ ବର୍ଷ ବର୍ଷ କୋଚିଂ ନେଉଥିବା ବେଳେ କିଏ ଅଧିକ ଦରମା ଆଶାରେ ରାଜ୍ୟ ତଥା ଦେଶ ବାହାରକୁ ଯିବାକୁ ବି ପଛାଉନାହାନ୍ତି। ହେଲେ ଏମିତି ବି କିଛି ଯୁବପିଢ଼ି ଅଛନ୍ତି, ଯେଉଁମାନେ ଚାକିରି ପଛରେ ନ ଧାଇଁ ଉଚ୍ଚଶିକ୍ଷିତ ହୋଇ ମଧ୍ୟ ପେସା ଭାବେ ବାଛି ନେଇଛନ୍ତି ଚାଷ କାର୍ଯ୍ୟକୁ। ଆଉ ନିଜେ ଭଲ ଅର୍ଥ ଉପାର୍ଜନ କରିବା ସହ ଅନ୍ୟମାନଙ୍କୁ ବି ଦେଇପାରିଛନ୍ତି ରୋଜଗାରକ୍ଷମ ହେବାର ସୁଯୋଗ…

ଅନ୍ୟକୁ ରୋଜଗାରକ୍ଷମ
କରାଇ ବହୁତ ଖୁସି
ଗୋଟେପଟେ ଚାଷୀ ଚାଷ କାମ ଛାଡ଼ି ଚାକିରି ପାଇଁ ରାଜ୍ୟ ବାହାରକୁ ଯାଉଥିବା ବେଳେ ଅନ୍ୟପଟେ କେତେକ ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ଚାକିରି ଛାଡ଼ି ଚାଷକୁ ଆପଣାଉଛନ୍ତି। ଆଧୁନିକ ପ୍ରଣାଳୀରେ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇବାକୁ ଇଚ୍ଛାପ୍ରକାଶ କରୁଛନ୍ତି। ଏଭଳି ଜଣେ ଯୁବ ଚାଷୀ ହେଲେ ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ଅମ୍ଳାଭଟା ଗ୍ରାମର ସତ୍ୟ ପ୍ରବୀଣ। ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲି କମ୍ୟୁନିକେଶନରେ ବି.ଟେକ୍‌ କରି ସେ ବିଭିନ୍ନ ବଡ଼ କମ୍ପାନୀରେ କାମ କରିଛନ୍ତି। ମାଲେସିଆର ଏକ ଘରୋଇ କମ୍ପାନୀରେ କାମ କରି ଭଲ ଦରମା ମଧ୍ୟ ପାଉଥିଲେ। ହେଲେ ଦେଶ ବାହାରେ କାମ କରିବା ବଦଳରେ ଗାଁରେ ଚାଷ କରି ଅନ୍ୟ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସକାଶେ ସେ ଚିନ୍ତା କରି ଗାଁକୁ ଫେରିଥିଲେ। ଏବେ ସେ ଆତ୍ମର୍ନିଭରଶୀଳ ହେବା ସହ ୪୦ ଜଣଙ୍କୁ କାମ ଯୋଗାଇ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି। ପାରମ୍ପରିକ ଚାଷ ବଦଳରେ ସେ ଆଧୁନିକ ଚାଷ ପ୍ରଣାଳୀକୁ ଆପଣାଇ ସଫଳତା ପାଇଛନ୍ତି। ସତ୍ୟ ପ୍ରବୀଣଙ୍କ ବାପା କପା ଏବଂ ପାମ୍‌ ଅଏଲ ଚାଷ କରି ସତ୍ୟ ପ୍ରବୀଣଙ୍କ ସମେତ ଅନ୍ୟ ୨ ପୁଅଙ୍କୁ ଉଚ୍ଚ ଶିକ୍ଷିତ କରାଇଛନ୍ତି। ଏବେ ସେ ବାପାଙ୍କ ପଥକୁ ଅନୁସରଣ କରିଛନ୍ତି। ସେ କୁହନ୍ତି, ପ୍ରଥମେ ଚାକିରି ଛାଡ଼ି ଚାଷ କରିବା ନିଷ୍ପତ୍ତିକୁ ମୋ ପରିବାର ଲୋକ ଗ୍ରହଣ କରି ନ ଥିଲେ। ହେଲେ ଇଚ୍ଛାଶକ୍ତି ଏବଂ ନିଷ୍ଠା ବଳରେ ସଫଳ ହେବା ପରେ ପରିବାର ବେଶ୍‌ ଖୁସି ଅଛନ୍ତି। ଜମି ଲିଜ୍‌ରେ ନେଇ ୧୦ ଏକର ଜମିରେ ଫୁଲକୋବି, ୬ ଏକର ଜମିରେ ଲେମନ ଗ୍ରାସ୍‌, ସାଢ଼େ ୩ ଏକରରେ ଟମାଟୋ ଲଗାଇଛି। ପାରମ୍ପରିକ ବର୍ଷାଜଳ ଉପରେ ନିର୍ଭର ନ କରି ବୋର୍‌ଓ୍ବେଲରୁ ପାଇପ୍‌ ଦ୍ୱାରା ସିଧାସଳଖ ଡ୍ରିପ୍‌ ଜଳସେଚନ ମାଧ୍ୟମରେ ଚାଷ କରୁଛି। ଏହାଦ୍ୱାରା ବାଟରେ ପାଣି ଅପଚୟ ମଧ୍ୟ ହେଉନାହିଁ। ତେବେ ମୋର ଏହି କାର୍ଯ୍ୟ ଦ୍ୱାରା ଯୁବଗୋଷ୍ଠୀ ଉତ୍ସାହିତ ହୋଇ ଆଗେଇ ଆସୁଥିବାରୁ ଭାରି ଖୁସି ଲାଗୁଛି।

 

ଯୁବସମାଜ ଚାଷ କାର୍ଯ୍ୟରୁ ମୁହଁ ଫେରାଉଥିବା ବେଳେ ଦୁଇ ଭାଇ ଉଚ୍ଚ ଶିକ୍ଷା ଲାଭ ପରେ ଚାଷକାର୍ଯ୍ୟକୁ ଆପଣାଇ ସଫଳ ଚାଷୀ ହୋଇପାରିଛନ୍ତି। ଚାକିରି ପଛରେ ଗୋଡ଼ାଇବା ପରିବର୍ତ୍ତେ ନିଜ ବିଲରେ ଚାଷ କରି ସ୍ବାବଲମ୍ବୀ ହେବା ସହ ଅନ୍ୟ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ପିଚୁକୁଳି ପଞ୍ଚାୟତ ସାନବାଡ଼ ଗ୍ରାମର ଦୁଇଭାଇ ଅଶୋକ ସାହୁ ଓ ଅରୁଣ ସାହୁ। ନିଜର ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ଟାଙ୍ଗରା ଜମିରେ ସୁନାର ଫସଲ କରିଛନ୍ତି। ତାଙ୍କ ଉଦ୍ୟମରେ ଏବେ ଓଡ଼ିଶା ମାଟିରେ ଫଳୁଛି ଥାଇଲାଣ୍ଡର କୋଳି। ଏହି ଚାଷ କରି ଦୁଇ ଭାଇ ଲାଭାନ୍ବିତ ହେବା ସହ ଜଣେ ସଫଳ ଯୁବ ଚାଷୀ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ”କଥାରେ ଅଛି ଇଚ୍ଛା ଥିଲେ ସଫଳତା ଆପେ ମିଳିଥାଏ ଏବଂ କଷ୍ଟ କଲେ କୃଷ୍ଣ ମିଳେ“। ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଏହି ଦୁଇ ଭାଇ। ପାଠପଢ଼ା ସରିବା ପରେ ଦୁହେଁ ପିଚୁକୁଳି ବଜାରରେ ଦୋକାନ କଲେ। ଅରୁଣ କୁହନ୍ତି, ବଜାରରେ ଦୋକାନ ଦେଇଥିଲେ ମଧ୍ୟ ଆମ ପଡ଼ିଆ ପଡ଼ିଥିବା ଜମିରେ କିଛି ନୂଆ ଚାଷ ପାଇଁ ଇଚ୍ଛା ଥିଲା। ସୋସିଆଲ ମିଡିଆରୁ ଥାଇଲାଣ୍ଡ ଚାଷ ସମ୍ପର୍କରେ ଜାଣି ଏହି ଚାଷ କରିବା ପାଇଁ ଆଗ୍ରହ ବଢ଼ିଥିଲା। ଗତ ମାର୍ଚ୍ଚ ମାସରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲୁ। ଅଶୋକ କୁହନ୍ତି, ଆମ ଜମି ଚାଷ ନ ହେବାରୁ ଟାଙ୍ଗରା ପାଲଟି ଯାଇଥିଲା। ଥାଇଲାଣ୍ଡ କୋଳି ଚାଷ ପାଇଁ ଜମିକୁ ପ୍ରସ୍ତୁତ କରିଥିଲୁ। ଦୀର୍ଘ ମାସର ପରିଶ୍ରମ ପରେ ଏହି ସଫଳତା ମିଳିଛି। କମ୍‌ ଖର୍ଚ୍ଚରେ ଜୈବିକ ପଦ୍ଧତିରେ ଆଧୁନିକ ଜ୍ଞାନକୌଶଳରେ ଏହି ଚାଷ କରୁଛୁ। ଏଭଳି ଲାଭଦାୟକ ଫସଲ ଦ୍ୱାରା ବେକାରି ସମସ୍ୟା ଦୂର ହୋଇପାରିବ ବୋଲି ଆମେ ଆଶା ରଖିଛୁ। ଆଜିର ଯୁବସମାଜ ଚାକିରି ପଛରେ ଗୋଡ଼ାଇ ସମୟ ଅପଚୟ କରିବା ଅପେକ୍ଷା ନିଜସ୍ବ ପ୍ରଚେଷ୍ଟାରେ ଚାଷ କଲେ ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ ବୋଲି ସେମାନେ ମତ ରଖିଛନ୍ତି।

ଚାଷକାର୍ଯ୍ୟ ଦେଉଛି ଆତ୍ମସନ୍ତୋଷ

ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମର ୨୮ ବର୍ଷୀୟ ଯୁବକ ଉଜ୍ଜ୍ୱଳ ଦେହୁରୀ। ୨୦୧୭ ମସିହାରେ ବି.ଟେକ୍‌ ଡିଗ୍ରୀ ହାସଲ କରିଥିଲେ ା ଇଂଜିନିୟରିଂ ପଢ଼ା ସାରିଥିଲେ ସୁଦ୍ଧା ଚାକିରି ନ ଖୋଜି ୨୦୧୮ରେ ଆରମ୍ଭ କରିଥିଲେ ନିଜର କୃଷିଦ୍ୟୋଗ ା ପ୍ରଥମେ ଅଳ୍ପ ଚାଷ ଜମିରେ ସେ ବିଭିନ୍ନ ପ୍ରକାର ପନିପରିବା ଚାଷ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ୮ ଏକର ପରିମିତ ଚାଷଜମିରେ କରୁଛନ୍ତି କୁକୁଡ଼ା ଚାଷ, ମାଛଚାଷ ଓ ପନିପରିବା ଚାଷ ା ୫ ହଜାର ବ୍ରଏଲର କୁକୁଡ଼ା ସହ ପାଳିଛନ୍ତି ଏକ ହଜାରରୁ ଅଧିକ କଲର ବାର୍ଡ ା ପୋଖରୀରେ ୨ ହଜାରରୁ ଅଧିକ ଯଁାଳ ଛାଡ଼ି ମାଛଚାଷ କରିଛନ୍ତି। କଲରା, ବାଇଗଣ, ଲଙ୍କା, ଟମାଟୋ ଆଦି ପରିବା ସହ ଧାନଚାଷକୁ ମଧ୍ୟ ସେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସେ କୁହନ୍ତି, ପ୍ରଥମେ ଇଂଜିନିୟର ହେବାକୁ ଇଚ୍ଛା ଥିବାରୁ ବି.ଟେକ୍‌ ପାଠ ପଢ଼ିଲି, ହେଲେ ଚାକିରିରେ ଏକ ନିର୍ଦ୍ଦିଷ୍ଟ ଦରମା ପାଇବା ଅପେକ୍ଷା ଚାଷ କରି ଅଧିକ ଲାଭବାନ୍‌ ହୋଇପାରିବି ବୋଲି ଭାବି ଏଥିରେ ମନ ନିବେଶ କଲି। ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଚାଷରୁ ବାର୍ଷିକ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ରୋଜଗାର କରିପାରୁଛି। ତେବେ ଏଥିପାଇଁ କେବଳ ନିଜେ ଲାଭବାନ୍‌ ନ ହୋଇ ସ୍ଥାନୀୟ ଅଞ୍ଚଳର ଅନେକ ଲୋକଙ୍କୁ ରୋଜଗାର ଯୋଗାଇ ଦେଇପାରିଥିବାରୁ ବେଶି ଖୁସି ଲାଗୁଛି। ଏହି କାର୍ଯ୍ୟ ମୋତେ ଆତ୍ମସନ୍ତୋଷ ଦେଉଛି। ଭବିଷ୍ୟତରେ ଛେଳି ଏବଂ ଗାଈ ଫାର୍ମ କରିବାକୁ ମନସ୍ଥ କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?