କ୍ଷତିପୂରଣ ଦାବିରେ ଚାଷୀଙ୍କ ଧାରଣା

କଣ୍ଟାପଡା,୧୮।୯(ଡି.ଏନ.ଏ.): ଲଘୁଚାପ ବର୍ଷାରେ ହୋଇଥିବା ଫସଲହାନୀ ଜନିତ କ୍ଷତିପୂରଣ ଦାବିରେ କଣ୍ଟାପଡା ବ୍ଲକ ଅଞ୍ଚଳର କେତେଜଣ ଚାଷୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଧାରଣାରେ ବସିଥିଲେ। କଟକ ସଦର ଉପଜିଲାପାଳ ପ୍ରତାପ ବେଉରା ଅପରାହ୍ନରେ ପହଞ୍ଚି ଧାରଣାରତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ସରକାରୀ ନିୟମ ଅନୁସାରେ କୃଷି ବିଭାଗ ଦ୍ୱାରା କ୍ଷୟକ୍ଷତିର ଆକଳନ କରାଯାଇ ପ୍ରକୃତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ବେଉରା ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ ରୁ ୧୪ତାରିଖ ପର୍ଯ୍ୟନ୍ତ ହୋଇଥିବା ଲଗାଣ ବର୍ଷା ଯୋଗୁ ଉକ୍ତ ବ୍ଲକ ଅଞ୍ଚଳର ଅନେକ ଚାଷଜମି ପାଣି ଜମି ରହିଛି। ଏଥିସହ ଅନେକ ଘର ମଧ୍ୟ ଭାଙ୍ଗିଯାଇଛି। ଫଳରେ କୃଷିବିଭାଗ ପକ୍ଷରୁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରାଯାଇପାରିନାହିଁ। ସରକାରୀଭାବେ କଣ୍ଟାପଡା ବ୍ଲକ ଏଥିରୁ ବାଦପଡିବା ପ୍ରତିବାଦରେ ଚାଷୀମାନେ ଧାରଣା ଦେଇଥିଲେ। ଏ ସମ୍ପର୍କରେ ତହସିଲଦାର ଆର୍ତ୍ତତ୍ରାଣ ମଲ୍ଲିକ କହିଛନ୍ତି, ଫସଲ କ୍ଷୟକ୍ଷତି ତଦନ୍ତ କାମ କୃଷି ବିଭାଗର। ଉକ୍ତ ଅଞ୍ଚଳରେ ବୁଡି ରହିଥିବା ଚାଷଜମି ଓ ଭାଙ୍ଗି ଯାଇଥିବା ଘରର ତଦନ୍ତ ରିପୋର୍ଟ କୃଷି ବିଭାଗ ପ୍ରସ୍ତୁତ କରି ଜିଲାପାଳଙ୍କ ନିକଟକୁ ପଠାଇଛି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଆଦୌ ଚାଷ ନ କରି ଫସଲହାନୀ ସହାୟତା ନେବାକୁ ଉଦ୍ୟମ କରି ବିଫଳ ହେଉଥିବାରୁ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌, ଆକ୍ଟିଭା ଉପରେ ପଡ଼ିଲା ଆମ୍ଭଗଛ

ଢେଙ୍କାନାଳ ଅଫିସ,୨୯।୮: ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ରାସ୍ତାର ବାମ ପାର୍ଶ୍ୱରେ ଥିବା ଏକ ବହୁ ପୁରୁଣା ଆମ୍ବଗଛର ଗୋଟିଏ ବଡ଼ ଡାଳ ସୋମବାର ଅପରାହ୍ନରେ ଭାଙ୍ଗି...

ପୃଥକ ବିଦ୍ୟୁତ୍‌ ଦୁର୍ଘଟଣା: ଲାଇନ୍‌ମ୍ୟାନ୍‌ ମୃତ, ଶ୍ରମିକ ଗୁରୁତର

ନୟାଗଡ଼ ଅଫିସ,୧୬ା୭-ନୟାଗଡରେ ସୋମବାର ପୃଥକ ସ୍ଥାନରେ ବିଦ୍ୟୁତ୍‌ ଦୁର୍ଘଟଣାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ନୟାଗଡ଼ ପୁରୁଣା ସହରର ଜଣେ ଲାଇନ୍‌ମ୍ୟାନ୍‌ଙ୍କ...

କ୍ରୀଡ଼ା ଦିବସରେ ମନେପଡ଼ିଲେ ଧ୍ୟାନଚାନ୍ଦ

ବ୍ରହ୍ମପୁର ଅଫିସ,୨୯।୮: ଶହୀଦ ଲକ୍ଷ୍ମଣ ନାୟକ ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ସକାଳେ ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ...

ବୌଦ୍ଧକୁ ଫେରିଲା କରୋନା, ଗୋଟିଏ ଦିନରେ ୧୮ ପଜିଟିଭ

ବୌଦ୍ଧ,୨୦ା୧୦(ସ୍ବ.ପ୍ର.): ବୌଦ୍ଧ ଜିଲାରେ ବୁଧବାର ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ା ଦୀର୍ଘ ଦିନ ପରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହେବା...

ରାସ୍ତାରେ ପିଟି ବୃଦ୍ଧଙ୍କୁ ହତ୍ୟା

କୋରାପୁଟ/ଲକ୍ଷ୍ମୀପୁର,୭।୮(ସ୍ବ.ପ୍ର./ଡି.ଏନ୍‌.ଏ.): ଜଣେ ବୃଦ୍ଧଙ୍କୁ ଗାଁ ଦାଣ୍ଡରେ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିପିଟି ହତ୍ୟା କରାଯାଇଛି। ପୁଅ ଏବଂ ବୋହୂ ଏବଂ ସାନଭାଇ ମିଶି ଏହି କାଣ୍ଡ...

ମଇମୁରା ଜଙ୍ଗଲରେ ମାଫିଆଙ୍କ ଆଖି

ବଇଣ୍ଡା, ୯।୬(ଡି.ଏନ.ଏ.) – ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜର ମଇମୁରା ଗ୍ରାମ ଜଙ୍ଗଲରେ ଏବେ କାଠ ଚୋରଙ୍କ ନଜର। ପ୍ରତିଦିନ ଏଠାରୁ ଚୋରାରେ କାଠ ଚାଲାଣ...

ପାଲା ମାଧ୍ୟମରେ ବିକାଶର ବାର୍ତ୍ତା

ଖଇରା, ୫।୩(ଡି.ଏନ.ଏ.)-ଗୁରୁବାର ଖଇରା ବ୍ଲକ ପରିସରରେ ବିଜୁ ପଟ୍ଟନାୟକ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ପାଲା ପରିବେଷଣ କରାଯାଇଥିଲା। ଯୁବ ପାଲାଗାୟକ ଛାୟାକାନ୍ତ...

ଟୋଲ୍‌ ଗେଟ୍‌ରେ ଶୁଳ୍କ ଆଦାୟକୁ ନେଇ ବିକ୍ଷୋଭ

ବାରିପଦା ଅଫିସ/ସାରସକଣା,୧୧ା୪-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର କୁଳିଅଣା ନିକଟ ଶୁଖୁଆପୋଡା ଟୋଲ ଗେଟରୁ ଶୁଳ୍କ ଆଦାୟକୁ ବିରୋଧ କରି ଅଞ୍ଚଳବାସୀ ଶନିବାର...

Advertisement
Archives

Model This Week