ଏଆର୍‌ସିଏସ୍‌ଙ୍କୁ ଭେଟିଲେ ଚାଷୀ

ରାଜକନିକା,୨୧।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକରେ ଥିବା କଟକ ସେଣ୍ଟ୍ରାଲ କ୍ରେଡିଟ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ଲିଃ ଶାଖା ଅଧୀନରେ ୧୬ଟି ପ୍ରାଥମିକ କୃଷି ସମବାୟ ସମିତି ଲିଃ (ପାକ୍ସ) ଅବସ୍ଥାପିତ। ସମସ୍ତ ସମବାୟ ସମିତିରେ ଚାଷୀଙ୍କ ଟଙ୍କା ହେର୍‌ଫେର ହେଉଥିବା ନେଇ ଅନେକ ଚାଷୀ ଅଭିଯୋଗ କରୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସେହିପରି ବରୁଣା ସମବାୟ ସମିତିରେ ମାତ୍ରାଧିକ ଟଙ୍କା ହେରଫେର ନେଇ ୧୦ଜଣ ଚାଷୀ ନିକଟରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଚାପରେ ପଡ଼ି ପୋଲିସ ଏକ ସପ୍ତାହ ପରେ ନଂ.୩୨୪/୨୪ରେ ଏକ ମାମଲା ରୁଜୁକରି ଚୁପ୍‌ ବସିବା ଚାଷୀଙ୍କୁ ବ୍ୟଥିତ କରିଛି। ପାଖାପାଖି ଏକମାସ ହେବ ସମ୍ପୃକ୍ତ ସମ୍ପାଦକ ଓ ଶାଖା ପରିଚାଳକଙ୍କ ନାମରେ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି କ୍ରମରେ ମଙ୍ଗଳବାର ଏଆର୍‌ସିଏସ୍‌ ଯୋଗେନ୍ଦ୍ର ବିଶ୍ୱାଳ ଓ ଡିଆର୍‌ସିଏସ୍‌ ସନ୍ତୋଷ ଦାସ ସମ୍ପୃକ୍ତ ସମ୍ପାଦକଙ୍କ ଘରକୁ ଭୋଜି ଖାଇବା ପାଇଁ ଆସିଥିଲେ। ଖବରପାଇ ଚାଷୀ ଏଆର୍‌ସିଏସ୍‌ ବିଶ୍ୱାଳଙ୍କୁ ଭେଟି ଗୁହାରି କରିଥିଲେ କି, ବରୁଣା ସମବାୟ ସମିତିର ସମ୍ପାଦକ ଆମ ଅଜାଣତରେ ଟଙ୍କା ଉଠାଇ ନେଇଛନ୍ତି। ପାସ୍‌ ବହି ଆମକୁ ଦେଉନାହାନ୍ତି। ଚେକ୍‌ରେ ଦସ୍ତଖତ କରାଇ ନେଇଛନ୍ତି। କାହିଁକି ବିଭାଗୀୟ ତଦନ୍ତ ହେଉନାହିଁ ବୋଲି ଚାଷୀ ସୂର୍ଯ୍ୟମଣି ସାହୁ, ଅଲେଖ ଚନ୍ଦ୍ର ସାହୁ, ଅଜାମିଳ ମଲ୍ଲିକ, ମିନତି ମଲ୍ଲିକ, ଅଭିନମ ମଲ୍ଲିକ, ଉଦେକର ମଲ୍ଲିକ, ଧରଣୀ ମଲ୍ଲିକ, ଜଳଧର ମଲ୍ଲିକ, ପୀତାମ୍ବର ମଲ୍ଲିକ, ପ୍ରିୟରଞ୍ଜନ ପରିଡା, ଅଞ୍ଜନ ସାହୁ, ଗୌତମ ରଣା, ମହେଶ୍ୱର ପରିଡା ଏବଂ ସଂଗ୍ରାମ ମଲ୍ଲିକଙ୍କ ସହିତ ପେଗରପଡ଼ା ସମିତି ସଭ୍ୟ ପ୍ରବେଶନ ମଲ୍ଲିକ ପ୍ରମୁଖ ଅଭିଯୋଗ କରିଥିଲେ। ତେବେ ଖୁବ୍‌ଶୀଘ୍ର ଚାଷୀମାନଙ୍କ ସମସ୍ୟା ସମାଧାନ ହେବା ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଆର୍‌ସିଏସ୍‌ ବିଶ୍ୱାଳ ଚାଷୀମାନଙ୍କୁ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଗଞ୍ଜାମ,୭ା୫(ବିଦ୍ୟାଧର ସାହୁ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ରାମଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଏପରିକି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ…

ସରକାର ଗଠନ ପାଇଁ ବିଜୟଙ୍କ ନୂଆ ପ୍ଲାନ: ଏହି ଦଳଠାରୁ ସମର୍ଥନ ଲୋଡିଲେ, ବିଧାୟକମାନଙ୍କୁ ରିସର୍ଟକୁ ସ୍ଥାନାନ୍ତରିତ

ଚେନ୍ନାଇ,୭।୫: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଅଭିନେତା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ଏବେ ଜଣେ ଅତିରିକ୍ତ ବିଧାୟକଙ୍କ…

ଶ୍ୱଶୁର ଘରୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଥୁଆମୂଳ ରାମପୁର, ୭ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଡୁମେରପଦର ମୁଖ୍ୟ ରାସ୍ତାର ଲାଠିଆଗୁଡ଼ା ଛକ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ୱାମୀଙ୍କ ମୃତ୍ୟୁ…

ବିଜୟ ଥାଲାପତି ସରକାର ଗଠନ ପାଇଁ BJPର ସମର୍ଥନ ଲୋଡିବେ? ଟିଭିକେଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଖୁସି ହେବ ନା ନିରାଶ ହେବ?ଜାଣନ୍ତୁ…

ଚେନ୍ନାଇ,୭।୫: ବିଜୟ ଥାଲାପତିଙ୍କ ଦଳ, TVK (ତାମିଜାଗା ଭେଟ୍ଟ୍ରି କାଝାଗମ), ସରକାର ଗଠନ ପାଇଁ ତା’ର ପ୍ରୟାସକୁ ତୀବ୍ର କରିଛି। ଟିଭିକେ ବିଧାନସଭାରେ ୧୦୮ଟି ଆସନ ପାଇଛି,…

ଫଟୋ ଶେୟାର କରି ଖୁସି ଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୭।୫: ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ…

ରାସ୍ତା ପାର ହେଉଥିଲେ ହରିଣ, ଦ୍ରୁତ ଗତିରେ ଆସି ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରସାଦ ଜାତୀୟ ରାଜପଥର ସୋରାଦେବୀ ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଏକ ମାଈ ହରିଣ ଛୁଆ ଗୁରୁତର…

ପରିବାରର ଚାରି ଜଣଙ୍କ ମୃତ୍ୟୁ ଘଟଣାରେ ଆଶ୍ଚର୍ଯ୍ୟଜନକ ଖୁଲାସା: ତରଭୁଜ ନମୁନାରେ ମିଳିଲା…

ମୁମ୍ବାଇ,୭।୫: ତରଭୁଜ ଖାଇବା ପରେ ଗୋଟିଏ ପରିବାରର ଚାରି ଜଣଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇର ଭିଣ୍ଡି ବଜାର ଅଞ୍ଚଳରେ ଏହି…

ଆବାସ ଯୋଜନାରୁ ବଞ୍ଚିତ ଦାଶକାଠିଆ କଳାକାରଙ୍କ ପରିବାର

ରିଷିଡ଼ା,୭ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରାଜପୁର ପଞ୍ଚାୟତ ଗ୍ରାମର ଲୋକପ୍ରିୟ ଦାଶକାଠିଆ କଳାକାର ସ୍ୱର୍ଗତ ଇନ୍ଦ୍ରମଣି ଭୋଇଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri