Posted inଜାତୀୟ

‘ଜିଦି ଛାଡ଼ନ୍ତୁ କୃଷକ’

ନୂଆଦିଲ୍ଲୀ, ୧୮।୧: ନୂଆ କୃଷି ଆଇନ ପ୍ରତ୍ୟାହାର ନ କରିବା ଆଭିମୁଖ୍ୟକୁ କେନ୍ଦ୍ର ସରକାର ରବିବାର ପୁଣିଥରେ ଦୋହରାଇଛନ୍ତି। କୃଷକମାନେ ଆଇନ ପ୍ରତ୍ୟାହାର ଜିଦି ଛାଡନ୍ତୁ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ୧୯ରେ ହେବାକୁ ଥିବା ଦଶମ ପର୍ଯ୍ୟାୟ ବୈଠକରେ ଆଇନର ବିଭିନ୍ନ ଧାରା ଉପରେ ଆଲୋଚନା କରିବା ଲାଗି ସେ ଆନ୍ଦୋଳନରତ କୃଷକମାନଙ୍କୁ ଆହ୍ବାନ ଦେଇଛନ୍ତି। ଦେଶର ଅଧିକାଂଶ କୃଷକ ଓ ବିଶେଷଜ୍ଞ ଆଇନକୁ ସମର୍ଥନ କରୁଥିତ୍ବା ତୋମାର କହିଛନ୍ତି। ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ୫୩ ଦିନରେ ପହଞ୍ଚତ୍ଥିବାବେଳେ ସୁପ୍ରିମକୋର୍ଟ ଉକ୍ତ ଆଇନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ଆଇନକୁ କାର୍ଯ୍ୟକାରୀ କରାଯାଇପାରୁନାହିଁ। ମଙ୍ଗଳବାର ବୈଠକରେ ଚାଷୀମାନେ ଆଇନରେ ବିଭିନ୍ନ ଧାରା ଉପରେ ଆଲୋଚନା କରିବା ସରକାର ଆଶା କରୁଛନ୍ତି। ଏହି ମର୍ମରେ ଚାଷୀଙ୍କ ପାଖକୁ ଏକ ପ୍ରସ୍ତାବ ପଠାଯାଇଛି। ମଣ୍ଡି, ବ୍ୟବସାୟୀ ପଞ୍ଜୀକରଣ ଓ ଅନ୍ୟାନ୍ୟ ବିଷୟକୁ ନେଇ ଚାଷୀଙ୍କ ମନରେ ରହିଥିବା ଆଶଙ୍କା ଦୂର କରିବାକୁ ସରକାର ପ୍ରସ୍ତୁତ ବୋଲି ଉକ୍ତ ପ୍ରସ୍ତାବରେ କୁହାଯାଇଛି।
ଓ ବିଦ୍ୟୁତ ପ୍ରସଙ୍ଗରେ ସରକାର ଆଲୋଚନା ପାଇଁ ପୂର୍ବରୁ ରାଜି ହୋଇଥିଲେ, ତେବେ କୃଷକ ସଂଗଠନଗୁଡ଼ିକ ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଥିତ୍ବାରୁ ୯ ଥର ଆଲୋଚନା ବିଫଳ ହେଲାଣି ବୋଲି ତୋମାର କହିଛନ୍ତି। ନଡ଼ାପୋଡ଼ି ଅଧ୍ୟାଦେଶରେ ଥିବା ଜରିମାନା ବ୍ୟବସ୍ଥା ଏବଂ ବିଦ୍ୟୁତ୍‌ (ସଂଶୋଧନ) ବିଲ୍‌-୨୦୧୯ ପ୍ରତ୍ୟାହାର କରିନେବାକୁ ସରକାର ରାଜି ହୋଇଥିବା କୃଷିମନ୍ତ୍ରୀ କହିଥିଲେ।
କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହେଉ ନ ଥିବା ଅନୁଭବ କରି ସୁପ୍ରିମକୋର୍ଟ ୪ ଜଣିଆ ବିଶେଷଜ୍ଞ କମିଟି ଗଢ଼ିବାକୁ ପ୍ରସ୍ତାବ ଦେଇଥିଲେ ହେଁ ସେଥିରେ କୃଷକ ସଂଗଠନ ସହମତ ନୁହନ୍ତି। ଉକ୍ତ କମିଟିରୁ ଜଣେ ସଦସ୍ୟ ଓହରି ଯାଇଥିବାବେଳେ ଅନ୍ୟ ୩ ଜଣଙ୍କୁ ବାଦ୍‌ ଦେବା ଲାଗି ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?