ଗୁହାଳ କଲେ: ପ୍ରାପ୍ୟ ପାଇଲେନି ଦୁଗ୍ଧଚାଷୀ

ଟିଟିଲାଗଡ଼, ୬ା୨ (ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକରେ ଦୁଗ୍ଧଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ୨୦୨୧ ଜାନୁଆରୀ ମାସରେ ୨୧୦ଚାଷୀଙ୍କୁ ଗାଈ ଗୁହାଳ ନିର୍ମାଣ କରିବାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଜିଲାପାଳ ତଥା ଓମଫେଡ କେବିଏନ ମହାପ୍ରବନ୍ଧକଙ୍କ ସୁପାରିଶରେ ଚାଷୀଙ୍କୁ ଧାର୍ଯ୍ୟ ସମୟରେ ଗାଈଗୁହାଳ ନିର୍ମାଣ ପାଇଁ କୁହାଯାଇଥିଲା। ଧାରଉଧାର କରି ଚାଷୀମାନେ ଗୁହାଳ ନିର୍ମାଣ କଲେ। ହେଲେ ୩ ବର୍ଷ ବିତି ଯାଇଥିଲେ ବି ଅଦ୍ୟାବଧି ପ୍ରାପ୍ୟ ମିଳିନାହିଁ। ଏନେଇ ଅନେକ ଥର ଚାଷୀମାନେ ଟିଟିଲାଗଡ ବିଡିଓ, ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସୋମବାର ବ୍ଲକ ଅନ୍ତର୍ଗତ କତରକେଲା ଗ୍ରାମର ଦୁଗ୍ଧଚାଷୀ ପୀତାମ୍ବର ବେହେରା, ସଞ୍ଜିବ ସିଂ ଚୌଧୁରୀ, ଆଶିଷ ବେହେରା, ଲୋକନାଥ ସାହୁ, ରାଜିନ୍ଦ୍ର ବାରିକ, ପୁଷ୍ପାଞ୍ଜଳି ସାହୁ, ଦିନେଶ ସାହୁ, ଲିଳାବତି ସାହୁ, କମଲିନି ସାହୁ, ଅଶୋକ କଟା, କଂସ କଟା ଉପଜିଲାପାଳ ରେହାନ କ୍ଷେତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଆମେ ଗୁହାଳ ମାଗି ଯାଇ ନ ଥିଲୁ। ଦୁଗ୍ଧଚାଷୀଙ୍କ ପାଇଁ ଯୋଜନା ଆସିଥିବା କହି ବ୍ଲକ ପ୍ରଶାସନ ଗୁହାଳ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେଇଥିଲା। ଧାରଉଧାର କରି ସିମେଣ୍ଟ, ବାଲି, ଇଟା, ଆଜବେଷ୍ଟସ କ୍ରୟ କରିଥିଲୁ। ହେଲେ ଧାର୍ଯ୍ୟ ପ୍ରାପ୍ୟ ୬୨ହଜାର ଟଙ୍କା ଅଦ୍ୟାବଧି ମିଳି ନ ଥିବା ଚାଷୀମାନେ ଉପଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, କତରକେଲାଠାରେ ଓମଫେଡ ପକ୍ଷରୁ ଦୁଗ୍ଧଚାଷୀଙ୍କ ପାଇଁ ୧୫୦୦ ଲିଟର କ୍ଷମତା ବିଶିଷ୍ଟ ଚିଲିଂ ପ୍ଲାଣ୍ଟ ବସାଯାଇଛି। ଅଞ୍ଚଳର ଚାଷୀ ସେଠାରେ ଦୁଗ୍ଧ ବିକ୍ରୟ କରିଥାନ୍ତି। ଦୁଗ୍ଧଚାଷୀଙ୍କୁ ପ୍ରୋତ୍ସାହନ ବଦଳରେ ସେମାନଙ୍କ ପ୍ରାପ୍ୟ ହରଣଚାଲ ହେବା ଆଲୋଚନାର ବିଷୟ ହୋଇଛି।

୨୦୨୧ ଜାନୁୟାରୀରୁ ଅଦ୍ୟାବଧି ଦୁଗ୍ଧଚାଷୀ ସେମାନଙ୍କ ଗୁହାଳର ପାଉଣା ପାଇଁ ଧାଇଁ ଚାଲିଛନ୍ତି। ତେବେ ଚିରାଚରିତ ଭାବରେ ବ୍ଲକ ପ୍ରଶାସନ ସେମାନଙ୍କ ପାଉଣା ଅନ୍ୟ କାହାରି ନାମରେ ପକାଇ ହରଣଚାଲ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ପାଉଣା ନ ମିଳିଲେ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ ପାଇଁ ଆମେ ବାଧ୍ୟ ହେବୁ ବୋଲି ଏ ରାଜ୍ୟ ସରକାରଙ୍କ ପକ୍ଷରୁ ଏକଦା ଶେଷ୍ଠ ଚାଷୀ ଭାବେ ପୁରସ୍କାର ପାଇଥିବା ପୀତାମ୍ବର ବେହେରା ଦୁଃଖର ସହ କହିଛନ୍ତି। ଚାଷୀଙ୍କ କଥା ଶୁଣିଲା ପରେ ଖୁବ୍‌ଶୀଘ୍ର ଟିଟିଲାଗଡ ବିଡିଓ ଘଟଣାର ତଦନ୍ତ କରି ଆବଶ୍ୟକ ନେବେ ବୋଲି ଉପଜିଲାପାଳ କ୍ଷେତ୍ରୀ ପ୍ରତିଶ୍ରୁତି ଦେଇଥିବା ଚାଷୀମାନେ କହିଛନ୍ତି। ରାଜ୍ୟ ସରକାର ଧ୍ୟାନ ଦେବାକୁ ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?