ଦେଶୀଧାନକୁ ଝୁରୁଛନ୍ତି ଚାଷୀ

କଣାସ, ୫।୬(ସ୍ବ.ପ୍ର): ସମୟ ଓ ପାଣିପାଗର ପରିବର୍ତ୍ତନରେ ପାରମ୍ପରିକ ଚାଷର ପ୍ରଣାଳୀ ମଧ୍ୟ ବଦଳି ଚାଲିଛି। ଅତ୍ୟାଧୁନିକ ବିହନ ଓ ସାର, ଔଷଧର ବ୍ୟବହାର ଯୋଗୁ ପୁରାତନ ଦେଶୀଧାନ ବିହନକୁ ଚାଷୀ ଧୀରେ ଧୀରେ ଭୁଲିଯିବାକୁ ବସିଛି। ଫଳରେ ପୁରୁଷାନୁକ୍ରମେ ପାରମ୍ପରିକ ରୀତିରେ ଚାଷ କରାଯାଉଥିବା ୫୦ରୁ ଊର୍ଦ୍ଧ୍ୱ କିସମର ଧାନ ଲୁପ୍ତ ହୋଇଗଲାଣି। ପୁରୀ ଜିଲା ଚିଲିକା ଉପକୂଳବର୍ତ୍ତୀ କଣାସ ବ୍ଲକର ଚାଷୀମାନେ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରନ୍ତି। ଦୀର୍ଘ ୨୦ବର୍ଷ ହେଲା ଶାରଦ ଧାନ ଫସଲ ହରାଇ ଚାଷୀମାନେ ଦେଶୀଧାନ ବିହନ ପାଇଁ ଝୁରି ହେଉଛନ୍ତି। କଣାସ ବ୍ଲକ ଖାଲୁଆ ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ବର୍ଷା ଓ ବନ୍ୟା ଦାଉ ସାଧୁଛି। ପୂର୍ବରୁ ହେଉଥିବା ଶାରଦ ଧାନ ବନ୍ୟାଜଳ ଦ୍ୱାରା ୧୦ ରୁ ୧୫ଦିନ ବୁଡ଼ି ରହୁଥିଲେ ମଧ୍ୟ ଧାନଗଛ କ୍ଷତିଗ୍ରସ୍ତ ହେଉ ନ ଥିଲା। ସେ ସବୁ ବିହନ ଧୀରେ ଧୀରେ ବିଲୁପ୍ତ ହେବା ସାଙ୍ଗକୁ କମ୍‌ ଦିନରେ ଅଧିକ ଅମଳକ୍ଷମ (ହାଇବ୍ରିଡ୍‌) ଧାନ ବିହନ ଆଦୃତ ହେବା ଯୋଗୁ ଚାଷୀମାନେ ପୂର୍ବରୁ କରୁଥିବା ୫୦ପ୍ରକାରରୁ ଅଧିକ ଦେଶୀ ଧାନ ବିହନ ଲୋପ ପାଇଗଲାଣି। ପାଣିପାଗ ପରିବର୍ତ୍ତନ ଓ ବାରମ୍ବାର ବନ୍ୟା ଯୋଗୁ ହାଇବ୍ରିଡ୍‌ ଧାନ ବିହନ କ୍ଷତିଗ୍ରସ୍ତ ହୋଇଯାଉଥିବାରୁ ପୁରୁଖା ଚାଷୀମାନେ ଦେଶୀ ଧାନବିହନ ଖୋଜୁଛନ୍ତି। ଧଳାକାର୍ତ୍ତିକା, ସରୁବାଙ୍କୋଇ, ମୋଟା ବାଙ୍କୋଇ, କେଉଟିଆ ଚମ୍ପା, ପଖିଆ, ମାଗୁରା, ପଦ୍ମକେଶରୀ, ନିଶଙ୍କଲାଙ୍ଗୁରା, ତୁଳସୀବାସ, କଣ୍ଟାମୁର, କନିଅର, ଗଜରା, ବିଆଳି, ମଧୁରା, ବାଙ୍କୋଇ, ମହିପାଳ, ମୟୂରକଣ୍ଟା, ଚନ୍ଦ୍ରଉଦିଆ, ବାସୁଦେବ, ସରଗତାରା, ରଙ୍ଗିଆରାଇ, ଭାରିକଦମା, କର୍ପୂରକେଳି ଆଦି ଦେଶୀଧାନ ଆଉ ଦେଖିବାକୁ ମିଳୁନାହିଁ। ମରୁଡ଼ିି, ବନ୍ୟା, ରୋଗ, ପୋକ କାଟିବା ପ୍ରଭୃତି ସହିବା କ୍ଷମତା ଦେଶୀଧାନ ବିହନର ଅଧିକ ହୋଇଥିବାରୁ ଏବେ ଚାଷୀ ପୁଣି ଏଥିପ୍ରତି ଆଗ୍ରହ ପ୍ରକାଶ କଲେଣି। ତେଣୁ ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ଦେଶୀଧାନ ଯୋଗାଇଦିଆଯିବାକୁ ନିମିରି ଗ୍ରାମର ଶ୍ରୀକାନ୍ତ କୁମାର ପଟ୍ଟଯୋଶୀ, ସହନା ଗ୍ରାମର ସୁକାନ୍ତ କିଶୋର ସାମନ୍ତରାୟ ଏବଂ ବୈଦ୍ୟନାଥ ପାଟଣା ଗ୍ରାମର ହାଡ଼ିବନ୍ଧୁ ପାଢ଼ୀ ପ୍ରମୁଖ ବହୁ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?