ଭଲ ଫସଲ ଅମଳ ପାଇଁ ଆଶା ବାନ୍ଧିଛି ଚାଷୀ

ପାରଳାଖେମୁଣ୍ଡି, ୧୫ା୭(ଗିରିଧାରୀ ପରିଛା) : ଗଜପତି ଜିଲାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। କିଏ ଅର୍ଥକାରୀ ଫସଲ ତ ଆଉ କିଏ ପରିବା ଚାଷ କରନ୍ତି। ମୋଟ ୮୪୮୦୩ ହେକ୍ଟର ଚାଷଜମି ମଧ୍ୟରୁ ୮୨ .୧୨୫ ହେକ୍ଟର ଚାଷଜମି ଖରିଫ ଫସଲ ଉପଯୋଗୀ ରହିଛି। ସେଥିମଧ୍ୟରୁ ୩୫୧୨୧ ହେକ୍ଟର ଚାଷଜମି ଜଳିସେଚନର ସୁବିଧା ରହିଛି। ଜିଲାର ଭାତ ହାଣ୍ଡି କୁହାଯାଉଥିବା ଗୋଷାଣି ବ୍ଳକରେ ସର୍ବାଧିକ ଧାନ ଚାଷ ଉପରେ ର୍ନିଭର କରିଥାନ୍ତି। ସେହି ବ୍ଳକରେ ହିଁ ଅଧିକ ଜଳସେଚିତ ଜମି ରହିଛି। ଅନ୍ୟ ବ୍ଲକରେ ମୁଖ୍ୟତଃ ସମତଳ ଅଞ୍ଚଳକୁ ଛାଡି ଦେଲେ ଧାନଚାଷ ଉପଯୋଗୀ ନଥିବାରୁ କେବଳ ଗୋଷାଣୀ ଓ କାଶୀନଗର ବ୍ଲକ ଅଞ୍ଚଳରେ ୨୧୪୭୧ ହେକ୍ଟର ଜମିରେ ଧାନଚାଷ କରାଯାଏ, ଯାହାକି ଜିଲ୍ଲାରେ ୍‌ମୋଟ ଜଳସେଚିତ ଚାଷଜମିର ୫୦ ପ୍ରତିଶତରୁ ଅଧିକ।
ବର୍ଷ ଖରିଫ ଋତୁ ପୂର୍ବରୁ ବର୍ଷାର ପରିମାଣ ଆପାତତଃ ଠିକ ରହିଥିବା ହେତୁ ଧାନ ଫସଲ ଭଲ ହେବ ବୋଲି ଆଶା ରଖିଛି ଚାଷୀ । ସରକାରୀ ତଥ୍ୟ ଅନୁସାରେ ଜିଲାରେ ମୋଟାମୋଟି ଭାବରେ ୧୯୯.୭ ମିଲିମିଟର ବର୍ଷାର ଆବଶ୍ୟକ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧୮.୧୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଘୁଚାପ ଜନିତ ବର୍ଷା ମଧ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଜିଲାର ସମସ୍ତ ୭ଟି ବ୍ଳକରେ ୪୭ ଲ୍ୟାମ୍ପ ଓ ୩୭ଟି ଘରୋଇ ଡିଲର ଜରିଆରେ ୫୫୦୦ କୁଇଣ୍ଟାଲ ବିହନ ବିକ୍ରି ହୋଇଛି। ଏବେବି ଆବଶ୍ୟକ ପରିମାଣର ବିହନ ଉପଲବ୍ଧ ରହିଛି। ତେଣୁ ଚାଷ କାର୍ଯ୍ୟରେ କୌଣସି ସମସ୍ୟା ଉପଯିବ ନାହିଁ ବୋଲି କହିଛନ୍ତି ଜିଲା ମୁଖ୍ୟ କୃଷି ଅଧିକାରୀ ଆରୀନେଶ୍ୱ ପ୍ରଧାନ। ଏ ସମ୍ପର୍କରେ ଚାଷୀ ନେତାଙ୍କ କହିବା ହେଲା ପୂର୍ବ ଭଳି ଆଉ ଚାଷ କାର୍ଯ୍ୟରେ ମନ ବଳାଉନାହାନ୍ତି ଚାଷୀ। ଚାଷ ଜମି ମଧ୍ୟ କମି କମି ଆସିଲାଣି। ଆବଶ୍ୟକ କିସମର ବିହନ ମିଳୁନି। ତେଣୁ ଅଧିକାଂଶ ଚାଷୀ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ବିହନ ଚଢ଼ା ଦରରେ କିଣୁଛନ୍ତି। ବର୍ଷା ଆବଶ୍ୟକ ଠାରୁ କମ ହୋଇଛି। ଆଗକୁ ନିଅଣ୍ଟିଆ ବର୍ଷା ହେଲେ ପୂର୍ବଭଳି ମରୁଡି ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି। କାରଣ ନଦୀ ଜଳ ଉପରେ ଆଉ ଭରସା କରି ହେଉନି। ପୂର୍ବ ଭଳି ନଦୀରେ ମଧ୍ୟ ଜଳ ରହୁନି। ମହେନ୍ଦ୍ରତନୟା ଓ ବଂଶଧାରାର ପାଣି ଆନ୍ଧ୍ର ଶୋଷି ନେଉଛି। ଆମ ଜିଲା ମଧ୍ୟରେ ନଦୀ ଜଳ ସଂଗ୍ରହ କରି ରଖିବାକୁ କୌଣସି ଆନିକଟର ବ୍ୟବସ୍ଥା ଏବେ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ ବୋଲି କହିଛନ୍ତି ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଉଲ୍ଲାସ ପକ୍ଷରୁ ନିଆରା ପ୍ରୟାସ, ୧୮ ରୁ୬୦ ବର୍ଷର ଲୋକଙ୍କୁ ସାକ୍ଷାରତା କରିବ…

କେସିଙ୍ଗା,୨୦ା୯(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ୧୮ ରୁ ୬୦ବର୍ଷର ଲୋକଙ୍କୁ ସାକ୍ଷରତା କରିବା ପାଇଁ ଉଲ୍ଲାସ ପକ୍ଷରୁ ରବିବାର ପରୀକ୍ଷା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?