ଭଲ ଫସଲ ଅମଳ ପାଇଁ ଆଶା ବାନ୍ଧିଛି ଚାଷୀ

ପାରଳାଖେମୁଣ୍ଡି, ୧୫ା୭(ଗିରିଧାରୀ ପରିଛା) : ଗଜପତି ଜିଲାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। କିଏ ଅର୍ଥକାରୀ ଫସଲ ତ ଆଉ କିଏ ପରିବା ଚାଷ କରନ୍ତି। ମୋଟ ୮୪୮୦୩ ହେକ୍ଟର ଚାଷଜମି ମଧ୍ୟରୁ ୮୨ .୧୨୫ ହେକ୍ଟର ଚାଷଜମି ଖରିଫ ଫସଲ ଉପଯୋଗୀ ରହିଛି। ସେଥିମଧ୍ୟରୁ ୩୫୧୨୧ ହେକ୍ଟର ଚାଷଜମି ଜଳିସେଚନର ସୁବିଧା ରହିଛି। ଜିଲାର ଭାତ ହାଣ୍ଡି କୁହାଯାଉଥିବା ଗୋଷାଣି ବ୍ଳକରେ ସର୍ବାଧିକ ଧାନ ଚାଷ ଉପରେ ର୍ନିଭର କରିଥାନ୍ତି। ସେହି ବ୍ଳକରେ ହିଁ ଅଧିକ ଜଳସେଚିତ ଜମି ରହିଛି। ଅନ୍ୟ ବ୍ଲକରେ ମୁଖ୍ୟତଃ ସମତଳ ଅଞ୍ଚଳକୁ ଛାଡି ଦେଲେ ଧାନଚାଷ ଉପଯୋଗୀ ନଥିବାରୁ କେବଳ ଗୋଷାଣୀ ଓ କାଶୀନଗର ବ୍ଲକ ଅଞ୍ଚଳରେ ୨୧୪୭୧ ହେକ୍ଟର ଜମିରେ ଧାନଚାଷ କରାଯାଏ, ଯାହାକି ଜିଲ୍ଲାରେ ୍‌ମୋଟ ଜଳସେଚିତ ଚାଷଜମିର ୫୦ ପ୍ରତିଶତରୁ ଅଧିକ।
ବର୍ଷ ଖରିଫ ଋତୁ ପୂର୍ବରୁ ବର୍ଷାର ପରିମାଣ ଆପାତତଃ ଠିକ ରହିଥିବା ହେତୁ ଧାନ ଫସଲ ଭଲ ହେବ ବୋଲି ଆଶା ରଖିଛି ଚାଷୀ । ସରକାରୀ ତଥ୍ୟ ଅନୁସାରେ ଜିଲାରେ ମୋଟାମୋଟି ଭାବରେ ୧୯୯.୭ ମିଲିମିଟର ବର୍ଷାର ଆବଶ୍ୟକ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧୮.୧୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଘୁଚାପ ଜନିତ ବର୍ଷା ମଧ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଜିଲାର ସମସ୍ତ ୭ଟି ବ୍ଳକରେ ୪୭ ଲ୍ୟାମ୍ପ ଓ ୩୭ଟି ଘରୋଇ ଡିଲର ଜରିଆରେ ୫୫୦୦ କୁଇଣ୍ଟାଲ ବିହନ ବିକ୍ରି ହୋଇଛି। ଏବେବି ଆବଶ୍ୟକ ପରିମାଣର ବିହନ ଉପଲବ୍ଧ ରହିଛି। ତେଣୁ ଚାଷ କାର୍ଯ୍ୟରେ କୌଣସି ସମସ୍ୟା ଉପଯିବ ନାହିଁ ବୋଲି କହିଛନ୍ତି ଜିଲା ମୁଖ୍ୟ କୃଷି ଅଧିକାରୀ ଆରୀନେଶ୍ୱ ପ୍ରଧାନ। ଏ ସମ୍ପର୍କରେ ଚାଷୀ ନେତାଙ୍କ କହିବା ହେଲା ପୂର୍ବ ଭଳି ଆଉ ଚାଷ କାର୍ଯ୍ୟରେ ମନ ବଳାଉନାହାନ୍ତି ଚାଷୀ। ଚାଷ ଜମି ମଧ୍ୟ କମି କମି ଆସିଲାଣି। ଆବଶ୍ୟକ କିସମର ବିହନ ମିଳୁନି। ତେଣୁ ଅଧିକାଂଶ ଚାଷୀ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ବିହନ ଚଢ଼ା ଦରରେ କିଣୁଛନ୍ତି। ବର୍ଷା ଆବଶ୍ୟକ ଠାରୁ କମ ହୋଇଛି। ଆଗକୁ ନିଅଣ୍ଟିଆ ବର୍ଷା ହେଲେ ପୂର୍ବଭଳି ମରୁଡି ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି। କାରଣ ନଦୀ ଜଳ ଉପରେ ଆଉ ଭରସା କରି ହେଉନି। ପୂର୍ବ ଭଳି ନଦୀରେ ମଧ୍ୟ ଜଳ ରହୁନି। ମହେନ୍ଦ୍ରତନୟା ଓ ବଂଶଧାରାର ପାଣି ଆନ୍ଧ୍ର ଶୋଷି ନେଉଛି। ଆମ ଜିଲା ମଧ୍ୟରେ ନଦୀ ଜଳ ସଂଗ୍ରହ କରି ରଖିବାକୁ କୌଣସି ଆନିକଟର ବ୍ୟବସ୍ଥା ଏବେ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ ବୋଲି କହିଛନ୍ତି ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri