ଭଲ ଫସଲ ଅମଳ ପାଇଁ ଆଶା ବାନ୍ଧିଛି ଚାଷୀ

ପାରଳାଖେମୁଣ୍ଡି, ୧୭।୭ (ଗିରିଧାରୀ ପରିଛା): ଗଜପତି ଜିଲାର ସମସ୍ତ ୭ଟି ବ୍ଲକ ଲୋକସଂଖ୍ୟାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। କିଏ ଅର୍ଥକାରୀ ଫସଲ ଧାନ ତ ଆଉ କିଏ ଫଳ, ପରିବା ଚାଷ ଉପରେ ନିର୍ଭର କରନ୍ତି। ମୋଟ ୮୪୮୦୩ ହେକ୍ଟର ଚାଷଜମି ମଧ୍ୟରୁ ୮୨ .୧୨୫ ହେକ୍ଟର ଚାଷଜମି ଖରିଫ ଫସଲ ଉପଯୋଗୀ ରହିଛି। ସେଥିମଧ୍ୟରୁ ୩୫୧୨୧ ହେକ୍ଟର ଚାଷଜମି ଜଳିସେଚନର ସୁବିଧା ରହିଛି। ଜିଲାର ଭାତ ହାଣ୍ଡି କୁହାଯାଉଥିବା ଗୋଷାଣି ବ୍ଲକରେ ସର୍ବାଧିକ ପରିମାଣରେ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି ଏବଂ ସେହି ବ୍ଲକରେ ହିଁ ଅଧିକ ଜଳସେଚିତ ଜମି ରହିଛି। ଅନ୍ୟ ସବୁ ବ୍ଲକରେ ମୁଖ୍ୟତଃ ସମତଳ ଅଞ୍ଚଳକୁ ଛାଡ଼ିଦେଲେ ଧାନଚାଷ ଉପଯୋଗୀ ନଥିବାରୁ କେବଳ ଗୋଷାଣୀ ଓ କାଶୀନଗର ବ୍ଲକ ଅଞ୍ଚଳରେ ୨୧୪୭୧ ହେକ୍ଟର ଜମିରେ ଧାନଚାଷ କରାଯାଏ, ଯାହାକି ଜିଲାରେ ଧାନ ଫସଲ ଉପଯୋଗୀ ରହିଥିବା ମୋଟ ଜଳସେଚିତ ଚାଷଜମିର ୫୦ ପ୍ରତିଶତରୁ ଅଧିକ।
ବର୍ଷ ଖରିଫ ରୁତୁ ପୂର୍ବରୁ ଚାଷ ପାଇଁ ପାଗ ଅନୁକୂଳ ସାଙ୍ଗକୁ ବର୍ଷାର ପରିମାଣ ଆପାତତଃ କମ ହୋଇଥିଲେ ମଧ୍ୟ ଚାଷୀ ନିଜ ନିଜ ଖର୍ଚ୍ଚରେ ପାଣି ଯୋଗାଡିବା ସହ ଆଗକୁ ଠିକ ପରିମାଣରେ ବର୍ଷା ହେବା ସହ ଧାନ ଫସଲ ଭଲ ହେବ ବୋଲି ଆଶା ରଖିଛନ୍ତି ଚାଷୀକୁଳ । ସରକାରୀ ତଥ୍ୟ ଅନୁସାରେ ଜିଲାରେ ମୋଟାମୋଟି ଭାବରେ ଜୁଲାଇ ମାସରେ ୨୩୦.୬ ମିଲିମିଟର ବର୍ଷାର ଆବଶ୍ୟକ ରହିଥିବା ବେଳେ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ୯୩.୭୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କିନ୍ତୁ ଚାଷୀ ଆଶା ବାନ୍ଧିଛନ୍ତି ଯେ ଆଗକୁ ଅନୁକୂଳ ପାଣିପାଗ ସାଙ୍ଗକୁ ମୌସୁମୀ ଓ ଲଘୁଚାପ ଜନିତ ବର୍ଷା ମଧ୍ୟ ଜାରି ରହିବ। ତେଣୁ ଜଳାଭାବ ରହିବ ନାହିଁ ବୋଲି ଆଶା କରାଯାଉଛି। ବର୍ଷାର ପରିମାଣ ଆବଶ୍ୟକ ପରିମାଣର ଠାରୁ କମ ରହିଥିଲେ ମଧ୍ୟ ଚଳିତ ମାସରେ ବଢିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଜିଲାରେ ୪୭ ଲ୍ୟାମ୍ପସ୍‌ ଓ ୩୭ଟି ଘରୋଇ ଡିଲର ଜରିଆରେ ୫୫୦୦ କୁଇଣ୍ଟାଲ ବିହନ ବିକ୍ରି ହୋଇଛି ଏବଂ ଏବେବି ଆବଶ୍ୟକ ପରିମାଣର ବିହନ ଉପଲବ୍ଧ ରହିଛି। ତେଣୁ ଚାଷ କାର୍ଯ୍ୟରେ କୌଣସି ସମସ୍ୟା ଉପଯିବ ନାହିଁ ବୋଲି କହିଛନ୍ତି ଜିଲା ମୁଖ୍ୟ କୃଷି ଅଧିକାରୀ ବଳରାମ ସୁବୁଦ୍ଧି ।
ସମୟ ଅନୁସାରେ ମୌସୁମୀ ଆସିଥିଲେ ମଧ୍ୟ ବର୍ଷାର ପରିମାଣ କମ ରହିଥିଲା ଏବେ ଗୋଟିଏରୁ ଦୁଇ ସପ୍ତାହ ହେଲା ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ଯୋଗୁଁ ଚାଷୀ ସାହାସ ଜୁଟାଇ ଚାଷ କାର୍ଯ୍ୟ ଆରମ୍ଭ କରିଛି। ବର୍ତ୍ତମାନ ଅଧିକାଂଶ ବିହନ ପକାସରିଛି।
ତଳି ଠିକ ରହିଛି, କୌଣସି ପ୍ରାକୃତିକ ବିପର୍ଯ୍ୟୟ ନ ଆସୁ ବୋଲି ପ୍ରକୃତି ଉପରେ ଭରସା ରଖି ଚାଷ କାର୍ଯ୍ୟରେ ଲାଗି ପଡିଛି ଚାଷୀ। ଏ ସମ୍ପର୍କରେ ଚାଷୀ ନେତାଙ୍କ କହିବା ହେଲା ପୂର୍ବଭଳି ଆଉ ଚାଷ କାର୍ଯ୍ୟରେ ମନ ବଳାଉନାହାନ୍ତି ଚାଷୀ। ଅନ୍ୟ କୌଣସି କାର୍ଯ୍ୟ ନ ପାଇ ପେଟ ପୋଷିବା ସହ ବେଉସା ବଞ୍ଚାଇବାକୁ ବାଧ୍ୟ ହୋଇ ଚାଷ କାର୍ଯ୍ୟ କରୁଛୁ। ଚାଷ ଜମି ମଧ୍ୟ କମି କମି ଆସିଲାଣି। ଧାନ ଫସଲ ଉପଯୋଗୀ ସହର ତଳି ସମତଳ ଜମି ସବୁ କୋଠା ହେଲାଣି। ପ୍ରଶାସନ କହିବା ପ୍ରକାରେ ଆବଶ୍ୟକ ପରିମାଣର ବିହନ ଉପଲବ୍ଧ ରହିଛି। କିନ୍ତୁ ବିହନର ମାନ ଭଲ ନାହିଁ। ଆବଶ୍ୟକ କିସମର ବିହନ ମିଳୁନି। ତେଣୁ ଅଧିକାଂଶ ଚାଷୀ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ବିହନ ଚଢା ଦରରେ କିଣୁଛନ୍ତି। ବର୍ଷା ଆବଶ୍ୟକ ଠାରୁ କମ ହୋଇଛି। ଆଗକୁ ନିଅଣ୍ଟିଆ ବର୍ଷା ହେଲେ ପୂର୍ବଭଳି ମରୁଡି ପରିସ୍ଥିତି ଉପୁଜିବା ଆଶଙ୍କା। କାରଣ ନଦୀ ଜଳ ଉପରେ ଆଉ ଭରସା କରି ହେଉନି। ପୂର୍ବ ଭଳି ନଦୀରେ ମଧ୍ୟ ଜଳ ରହୁନି। ମହେନ୍ଦ୍ରତନୟା ଓ ବଂଶଧାରାର ପାଣି ଆନ୍ଧ୍ର ଶୋଷିନେଉଛି। ଆମ ଜିଲା ମଧ୍ୟରେ ନଦୀ ଜଳ ସଂଗ୍ରହ କରି ରଖିବାକୁ କୌଣସି ଆନ୍ନିକଟର ବ୍ୟବସ୍ଥା ଏବେ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ ବୋଲି କହିଛନ୍ତି ଜିଲା କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?