ସରିନି ଧାନବିକ୍ରି, ବର୍ଷା ସାଜିଲା କାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। ଜିଲାରେ ବର୍ତ୍ତମାନ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଏବେ ମଧ୍ୟ ଜିଲାର ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ବହୁ ପରିମାଣରେ ଧାନ ପଡି ରହିଛି। ଗୋଦାମ ଅଭାବରୁ ଅନେକ ସ୍ଥାନରେ ଖୋଲା ଆକାଶ ତଳେ ଧାନ ପଡିଛି। ଏଭଳି ସ୍ଥିତିରେ ବର୍ଷା ହେବା ଯୋଗୁ ସେହି ଧାନ ପ୍ରଭାବିତ ହୋଇଛି ଏବଂ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଅପରପକ୍ଷରେ ସାମାନ୍ୟ ବର୍ଷା ହେଲେ ମଣ୍ଡି ଗୁଡିକରେ କଟନୀଛଟନୀ ଜୋର୍‌ ଧରୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଆର୍ଦ୍ରତା ଆଳଦେଖାଇ କୁଇଣ୍ଟାଲ ପ୍ରତି ୫ରୁ ୭କି.ଗ୍ରା ଧାନ କଟନିଛଟନି କରାଯାଉଥିବା ଅଭିଯୋଗ ହେଉଛି। ତେବେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ କଟନିଛଟନି ଚାଲିଥିଲେ ସୁଦ୍ଧା ସେଥିରେ ଅଙ୍କୁଶ ଲଗା ନ ଯିବାରୁ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି।
ଗତମାସ ୧୦ତାରିଖରୁ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନ ମଣ୍ଡିଗୁଡିକରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଜିଲାର ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନ ମଣ୍ଡି ଖୋଲିଥିଲା। ତେବେ ଏଥର ଚିରାଚରିତ ଢଙ୍ଗରେ ଧାନ କିଣାବିକା ଆରମ୍ଭ ହୋଇଥିଲା। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଅବ୍ୟବସ୍ଥା ଦେଖାଯାଇଥିଲା। ଯେଉଁ ଚାଷୀମାନେ ଧାନ ଅମଳ କରିଥିଲେ, ସେମାନଙ୍କୁ ସେତେବେଳେ ମିଳିଥିବା ଟୋକନରେ ନିର୍ଦ୍ଧାରିତ ବିକ୍ରି ଦିବସ ଯଥେଷ୍ଟ ବିଳମ୍ବ ରହିଥିବାବେଳେ ଧାନ ଅମଳ କରି ନ ଥିବା ଚାଷୀଙ୍କ ଟୋକନରେ ବିକ୍ରି ଦିବସ ଆଗୁଆ ରହିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଚାଷୀ ହରଡ଼ଘଣାରେ ପଡିଥିଲେ। କାହାର ଧାନ ବିକ୍ରି ବିଳମ୍ବ ହୋଇଥିଲା ତ ଆଉ କେହି ଚାଷୀଙ୍କ ଟୋକନ ଅବଧି ସରି ବସିଥିଲା।
ସେହିପରି ଜିଲାରେ ଖୋଲିଥିବା ମଣ୍ଡିଗୁଡିକରେ ଧାନକ୍ରୟ ସଂସ୍ଥା, ମଣ୍ଡି କର୍ମଚାରୀ ଏବଂ ମିଲର୍ସଙ୍କ ସ୍ବେଚ୍ଛାଚାରିତା ଯୋଗୁ ଚାଷୀମାନଙ୍କୁ ଆହୁରି ହଟହଟା ହେବାକୁ ପଡୁଥିବା ଅଭିଯୋଗ ହୋଇଛି। ବିନା କଟନିଛଟନିରେ ଧାନ କିଣିବାକୁ ସେମାନେ ସିଧାସଳଖ ମନା କରି ଦେଉଥିବା ଅଭିଯୋଗ ହୋଇଛି। ଏପରିକି ସେଭଳି ଆଳଦେଖାଇ ଦୀର୍ଘଦିନ ଧରି ମଣ୍ଡିରୁ ଧାନ ଉଠାଉ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ସେଭଳି ସ୍ଥିତିରେ କେତେକ ଚାଷୀ ବାଧ୍ୟହୋଇ ବେପାରୀ ତଥା ମିଲର୍ସଙ୍କ ଏଜେଣ୍ଟଙ୍କ ହାତରେ କମ ଦରରେ ଧାନ ଟେକି ଦେଉଥିବା ପରିଲକ୍ଷିତ ହୋଇଛି। ଅନ୍ୟପଟେ ଅନେକ ଚାଷୀ ସେମାନଙ୍କ ଅମଳ ଧାନକୁ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବା ପାଇଁ ମଣ୍ଡିରେ ପକାଇଛନ୍ତି। ତେବେ ସେମାନଙ୍କୁ କାଳବୈଶାଖୀ କାଳ ସାଜିଛି। ଗୁରୁବାର ଅପରାହ୍ନରୁ ବର୍ଷା ଲାଗି ରହିଥିବାରୁ ଚାଷୀମାନଙ୍କୁ ହଟହଟା ହେବାକୁ ପଡିଛି। ଗୋଦାମ ଅଭାବରୁ ତାରପୋଲିନ ଘୋଡାଇ ମଣ୍ଡିର ଖୋଲା ଆକାଶ ତଳେ ସେମାନେ ବିକ୍ରି ପାଇଁ ଧାନ ରଖିଥିଲେ। କିନ୍ତୁ ବର୍ଷା ହେବା ଯୋଗୁ ଆର୍ଦ୍ରତା ଆଳରେ ଧାନ କ୍ରୟ ସଂସ୍ଥା କର୍ମଚାରୀମାନେ ସେମାନଙ୍କ ଧାନ ଉଠାଇବା ସମୟରେ ଅଧିକ କଟନିଛଟନି କରିବେ, ଏହି ଆଶଙ୍କାରେ ସମ୍ପୃକ୍ତ ଚାଷୀମାନେ ଅଛନ୍ତି। ତେବେ ଏ ନେଇ ଚାଷୀନେତା ହର ବଣିଆଁ କହିଛନ୍ତି, ମଣ୍ଡିକୁ ଚାଷୀ ଧାନ ପହଞ୍ଚାଇବା ପରେ ତାକୁ ସୁରକ୍ଷିତ ରଖିବା ନିୟନ୍ତ୍ରିତ ବଜାର କମିଟିର କର୍ତ୍ତବ୍ୟ। ଏହାସତ୍ତ୍ୱେ ସେଭଳି ସ୍ଥିତିରେ ମଣ୍ଡି କର୍ମଚାରୀମାନେ କଟନିଛଟନି କରିବା ଦୁର୍ଭାଗ୍ୟଜନକ ଏବଂ ଚାଷୀମାନେ ତା’ର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?