ଛାତିଥରା ଘଟଣା…ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୮: ହରିୟାଣାର ଫରିଦାବାଦ ଜିଲାର ସିକରୌନା ଗାଁରେ ଥିବା ଏକ ସ୍କୁଲରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜଣେ ମୁଖା ପିନ୍ଧିଥିବା ଯୁବକ ସ୍କୁଲ ପରିସରକୁ ପଶି ଶିକ୍ଷୟିତ୍ରୀ ସନ୍ଧ୍ୟାଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ସକାଳ ପ୍ରାୟ ୯ଟା ୪୦ ମିନିଟ୍ ସମୟରେ ଅଭିଯୁକ୍ତ ସ୍କୁଲରେ ପହଞ୍ଚି ମାତ୍ର ୩୨ ସେକେଣ୍ଡ ମଧ୍ୟରେ ୩୪ ଥର ଛୁରି ଆଘାତ କରିଥିଲା। ଗୁରୁତର ଆହତ ଅବସ୍ଥାରେ ସନ୍ଧ୍ୟା ତଳେ ପଡ଼ିଯାଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଶିକ୍ଷୟିତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍କୁଲର ପ୍ରିନ୍ସିପାଲ ଡ଼ଃ ତେଜପାଲ ଶର୍ମା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ଉପରେ ମଧ୍ୟ ଛୁରିରେ ଆକ୍ରମଣ କରିବାକୁ ଅଭିଯୁକ୍ତ ଚେଷ୍ଟା କରିଥିଲା। ସମଗ୍ର ଘଟଣା ସ୍କୁଲର CCTV କ୍ୟାମେରାରେ କଏଦ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କିଛି ଦିନ ପୂର୍ବରୁ ଶିକ୍ଷୟିତ୍ରୀ ସନ୍ଧ୍ୟା ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ ।ସେତେବେଳେ ଅଭିଯୁକ୍ତ ସର୍ବସାଧାରଣଙ୍କ ସାମ୍ନାରେ କ୍ଷମା ମାଗିଥିଲା। ପ୍ରତିଶୋଧ ନେବା ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ।

ସ୍କୁଲ ପରିଚାଳକ ତେଜପାଲ ସିଂ କହିଛନ୍ତି, ସନ୍ଧ୍ୟା ଗତ ଏକ ବର୍ଷ ଧରି ସ୍କୁଲରେ ପାଠ ପଢ଼ାଉଥିଲେ। ଅଭିଯୁକ୍ତ ସୁରକ୍ଷାକର୍ମୀଙ୍କୁ କହିଥିଲା ଯେ ସେ ପରିଚାଳକଙ୍କୁ ଭେଟିବାକୁ ଆସିଛି ଏବଂ ଶିକ୍ଷୟିତ୍ରୀଙ୍କୁ ଡାକିବାକୁ କହିଥିଲା। ଘଟଣା ପରେ ସେ ନମ୍ବର ପ୍ଲେଟ୍‌ ନଥିବା ଏକ ମୋଟରସାଇକେଲରେ ଫେରାର ହୋଇଯାଇଥିଲା। ଆହତ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଅଲଫାଲାହ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ସନ୍ଧ୍ୟା ବଲ୍ଲଭଗଡ଼ର ଡବୁଆ ଅଞ୍ଚଳର ବାସିନ୍ଦା ଥିବାବେଳେ ବର୍ତ୍ତମାନ ସ୍ୱାମୀ ବିକ୍କିଙ୍କ ସହ ଫିରୋଜପୁର କଲାଁରେ ରହୁଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। CCTV ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରକ୍ରିୟା ଜାରି ରଖିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?