Posted inଖେଳ

ମ୍ୟାଚ୍‌ ପୂର୍ବରୁ ପ୍ରାର୍ଥନା କଲେ ଦୁଇ ଦେଶର ପ୍ରଶଂସକ

ଦୁବାଇ,୨୪।୧୦: ଶନିବାର ସନ୍ଧ୍ୟାରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଟି୨୦ ବିଶ୍ୱକପ୍‌ର ବହୁ ପ୍ରତିକ୍ଷିତ ମ୍ୟାଚ୍‌ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରାର୍ଥନା କରିଛନ୍ତି ପ୍ରଶଂସକ। ଯାହା ଫଳରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପଡ଼ୋଶୀ ଦେଶ ମଧ୍ୟରେ ଅଧିକ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ମିଳିବ। ଉଲ୍ଲେଖଯୋଗ୍ୟ, ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ କାରଣରୁ ୨୦୦୭ରୁ ଦୁଇ କ୍ରିକେଟ ପାଗଳ ଦେଶମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍‌ ଖେଳାଯାଉ ନାହିଁ। କେବଳ ୨୦୧୨-୧୩ରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ୨ଟି ଟ୨୦ ମ୍ୟାଚ୍‌ ଖେଳାଯାଇଥିଲା। ଏହାପରଠୁ କେବଳ ଆଇସିସି ଇଭେଣ୍ଟରେ ଦୁଇ ଦଳ ପରସ୍ପର ସହ ଖେଳୁଛନ୍ତି।

ଆମକୁ ପରସ୍ପର ସହ ଅଧିକ ମ୍ୟାଚ୍‌ ଖେଳିବା ଦରକାର। କ୍ରିକେଟ ଫିଲ୍ଡରେ ଦୁଇ ଦଳକୁ ଦେଖିବାର ମଜା ନିଆରା। ରାଜନେତାମାନେ ନିଜ ଫାଇଦା ପାଇଁ ଏହାକୁ ବିଗାଡ଼ିବା ଉଚିତ ନୁହେଁ। ପାକିସ୍ତାନକୁ ମଧ୍ୟ କ୍ରିକେଟ ଖେଳିବାକୁ ଦିଅ। ମୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ଲାଗି ପ୍ରାର୍ଥନା କରୁଛି ବୋଲି ୟୁଏଇରେ ରହୁଥିବା ଜଣେ ପାକିସ୍ତାନ ନାଗରିକ ମହମ୍ମଦ ଅଶ୍ରଫ କହିଛନ୍ତି।

ସେହିଭଳି ୨୦୧୭ରୁ ୟୁଏଇରେ କାମ କରୁଥିବା ପଙ୍ଖୁରି ରାଜ ମେହତା କହିଛନ୍ତି, ମ୍ୟାଚ୍‌ ଟିକେଟ୍‌ ଅନଲାଇନ୍‌ରେ ଉପଲବ୍ଧ ହେବାର ତୁରନ୍ତ ପରେ ମୁଁ ଟିକେଟ୍‌ କିଣିଥିଲି। ଏଭଳି ମ୍ୟାଚ୍‌କୁ ଉପଭୋଗ କରିବାର ସୁଯୋଗ କିଏ ବା ଛାଡ଼ି ପାରିବ। ପାକିସ୍ତାନ ସହ ସର୍ବଦା ସମସ୍ୟା ଲାଗି ରହିଛି। ରାଜନେତାମାନେ ଏହାର ସମାଧାନ କରିବା ଉଚିତ। ଯାହା ବି ହେଉ, ମୁଁ ମୋ ସ୍ବାମୀଙ୍କ ସହ ମ୍ୟାଚ୍‌ ଏଞ୍ଜେୟ କରିବି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri