ସିନେ ଜଗତର ଏହି ସବୁ ଅଭିନେତ୍ରୀ ବିବାହିତ କି ନାହିଁ ଜାଣନ୍ତିନି ପ୍ରଶଂସକ

ପ୍ରତ୍ୟେକ ପ୍ରଶଂସକ ସେମାନଙ୍କର ପ୍ରିୟ ଅଭିନେତ୍ରୀ, ଅଭିନେତାଙ୍କ ସମ୍ପର୍କରେ ଜାଣିବାକୁ ଆଗ୍ରହୀ। ସେମାନେ ତାଙ୍କ ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଜାଣିବାକୁ ଚାହାନ୍ତି। କେବଳ ଷ୍ଟାରଙ୍କ ଖାଦ୍ୟପେୟ ନୁହେଁ ବରଂ ସେମାନଙ୍କର ସମ୍ପର୍କ ସ୍ଥିତି ବିଷୟରେ ମଧ୍ୟ ଜାଣିବାକୁ ଚାହାନ୍ତି। ତେବେ ସିନେ ଜଗତରେ ଏପରି କେତେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କୁ ଅଧିକାଂଶ ପ୍ରଶଂସକ ଜାଣନ୍ତିନି ସେମାନେ ବିବାହିତ। ତେବେ ଜାଣନ୍ତୁ ସେମାନଙ୍କ ସମ୍ପର୍କରେ….

ରାଧିକା ଆପ୍ଟେ
ରାଧିକା ଆପ୍ଟେ ୨୦୧୨ ମସିହାରେ ବିଦେଶୀ ସଙ୍ଗୀତଜ୍ଞ ବେନେଡିକ୍ଟ ଟେଲରଙ୍କୁ ବିବାହ କରିଥିଲେ। ମାତ୍ର ଏହି ସମ୍ପର୍କକୁ ଏକ ବର୍ଷ ପାଇଁ ଲୁଚାଇ ରଖିଥିଲେ। କୁହାଯାଏ ଯେ, ସେମାନେ ୨୦୧୧ରେ ସାକ୍ଷାତ କରିଥିଲେ। ଯେତେବେଳେ ରାଧିକା ସମସାମୟିକ ନୃତ୍ୟ ଶିଖିବାକୁ ଲଣ୍ଡନ ଯାଇଥିଲେ। ଏକ ବର୍ଷ ଡେଟିଂ ପରେ ଦୁହେଁ ୨୦୧୨ରେ ବିବାହ କରିଥିଲେ। ରାଧିକାଙ୍କ ସ୍ବାମୀ ଲଣ୍ଡନରେ ରୁହନ୍ତି।

ସୁର୍ବିନ ଚାଓ୍ବଲା
ସୁର୍ବିନ ଚାଓ୍ବଲା ୨୮ ଜୁଲାଇ ୨୦୧୫ରେ ଇଟାଲୀରେ ବ୍ୟବସାୟୀ ଅକ୍ଷୟ ଠାକୁରଙ୍କୁ ବିବାହ କରିଥିଲେ। ସୁର୍ବିନ ଅକ୍ଷୟଙ୍କୁ ୨୦୧୩ ରେ ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ଭେଟିଥିଲେ। ସେ ଫିଲ୍ମ ‘ହେଟ୍‌ ଷ୍ଟୋରୀ-୨’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

ମାହି ଗିଲ
ଅନେକ ଚଳଚ୍ଚିତ୍ରରେ ବୋଲ୍ଡ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମାହି ଗିଲ ମଧ୍ୟ ବିବାହିତ। ସେ ବହୁତ ଶୀଘ୍ର ବିବାହ କରିଥିଲେ। ଏକ ସାକ୍ଷାତକାରରେ, ମାହି ସ୍ବୀକାର କରିଛନ୍ତି ଯେ, ମୋର ପ୍ରଥମ ବିବାହ ସମୟରେ ମୋର ବୟସ ହୋଇ ନ ଥିଲା। ଖବର ଅନୁଯାୟୀ, ମାହି ବର୍ତ୍ତମାନ ଗୋଆର ଏକ ହୋଟେଲ ମାଲିକଙ୍କୁ ଡେଟ୍‌ କରୁଛନ୍ତି। ମାହି ଗିଲଙ୍କର ଏକ ତିନି ବର୍ଷର ଝିଅ ମଧ୍ୟ ଅଛି।

ଆଦିତି ରାଓ ହାଇଦରୀ
ଆଦିତି ରାଓ ହାଇଡାରୀ ୨୧ ବର୍ଷ ବୟସରେ ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଥିଲେ। ମାତ୍ର ଏହି କଥାକୁ ଆଦିତ ବଲିଉଡ୍‌ରେ ପ୍ରବେଶ ସମୟରେ ଲୁଚାଇ ରଖିଥିଲେ। ତେବେ ଉଭୟଙ୍କ ବର୍ତ୍ତମାନ ଛାଡପତ୍ର ହୋଇଯାଇଛି। ତାଙ୍କ ସ୍ବାମୀ ବର୍ତ୍ତମାନ ନୀତା ଗୁପ୍ତାଙ୍କ ଝିଅ ମାସାବାଙ୍କୁ ଡେଟ କରୁଛନ୍ତି।

ନାରାୟଣୀ ଶାସ୍ତ୍ରୀ
ନାରାୟଣୀ ଶାସ୍ତ୍ରୀ ୨୦୧୫ ମସିହାରେ ବିଦେଶୀ ପ୍ରେମିକ ଷ୍ଟିଭେନଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେତାହା ପ୍ରକାଶ କରିଥିଲୋ। ନାରାୟଣୀ ସେତେବେଳେ କହିଥିଲେ- ‘ମୁଁ ମୋର ବିବାହ ବିଷୟରେ ଜଣାଇବାକୁ ଚାହୁଁ ନ ଥିଲି। ମୁଁ ତାଙ୍କୁ ଭଲ ପାଉଥିଲି ପରେ ବିବାହ କରିଥିଲି ଏବଂ ମୁଁ ବହୁତ ଖୁସି ଅଛି’। ନାରାୟଣୀ ଶାସ୍ତ୍ରୀଙ୍କ ସ୍ବାମୀ ଲଣ୍ଡନରୁ ଆସି ଗତ ଦଶ ବର୍ଷ ଧରି ମୁମ୍ବାଇରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri