ସିନେ ଜଗତର ଏହି ସବୁ ଅଭିନେତ୍ରୀ ବିବାହିତ କି ନାହିଁ ଜାଣନ୍ତିନି ପ୍ରଶଂସକ

ପ୍ରତ୍ୟେକ ପ୍ରଶଂସକ ସେମାନଙ୍କର ପ୍ରିୟ ଅଭିନେତ୍ରୀ, ଅଭିନେତାଙ୍କ ସମ୍ପର୍କରେ ଜାଣିବାକୁ ଆଗ୍ରହୀ। ସେମାନେ ତାଙ୍କ ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଜାଣିବାକୁ ଚାହାନ୍ତି। କେବଳ ଷ୍ଟାରଙ୍କ ଖାଦ୍ୟପେୟ ନୁହେଁ ବରଂ ସେମାନଙ୍କର ସମ୍ପର୍କ ସ୍ଥିତି ବିଷୟରେ ମଧ୍ୟ ଜାଣିବାକୁ ଚାହାନ୍ତି। ତେବେ ସିନେ ଜଗତରେ ଏପରି କେତେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କୁ ଅଧିକାଂଶ ପ୍ରଶଂସକ ଜାଣନ୍ତିନି ସେମାନେ ବିବାହିତ। ତେବେ ଜାଣନ୍ତୁ ସେମାନଙ୍କ ସମ୍ପର୍କରେ….

ରାଧିକା ଆପ୍ଟେ
ରାଧିକା ଆପ୍ଟେ ୨୦୧୨ ମସିହାରେ ବିଦେଶୀ ସଙ୍ଗୀତଜ୍ଞ ବେନେଡିକ୍ଟ ଟେଲରଙ୍କୁ ବିବାହ କରିଥିଲେ। ମାତ୍ର ଏହି ସମ୍ପର୍କକୁ ଏକ ବର୍ଷ ପାଇଁ ଲୁଚାଇ ରଖିଥିଲେ। କୁହାଯାଏ ଯେ, ସେମାନେ ୨୦୧୧ରେ ସାକ୍ଷାତ କରିଥିଲେ। ଯେତେବେଳେ ରାଧିକା ସମସାମୟିକ ନୃତ୍ୟ ଶିଖିବାକୁ ଲଣ୍ଡନ ଯାଇଥିଲେ। ଏକ ବର୍ଷ ଡେଟିଂ ପରେ ଦୁହେଁ ୨୦୧୨ରେ ବିବାହ କରିଥିଲେ। ରାଧିକାଙ୍କ ସ୍ବାମୀ ଲଣ୍ଡନରେ ରୁହନ୍ତି।

ସୁର୍ବିନ ଚାଓ୍ବଲା
ସୁର୍ବିନ ଚାଓ୍ବଲା ୨୮ ଜୁଲାଇ ୨୦୧୫ରେ ଇଟାଲୀରେ ବ୍ୟବସାୟୀ ଅକ୍ଷୟ ଠାକୁରଙ୍କୁ ବିବାହ କରିଥିଲେ। ସୁର୍ବିନ ଅକ୍ଷୟଙ୍କୁ ୨୦୧୩ ରେ ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ଭେଟିଥିଲେ। ସେ ଫିଲ୍ମ ‘ହେଟ୍‌ ଷ୍ଟୋରୀ-୨’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

ମାହି ଗିଲ
ଅନେକ ଚଳଚ୍ଚିତ୍ରରେ ବୋଲ୍ଡ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମାହି ଗିଲ ମଧ୍ୟ ବିବାହିତ। ସେ ବହୁତ ଶୀଘ୍ର ବିବାହ କରିଥିଲେ। ଏକ ସାକ୍ଷାତକାରରେ, ମାହି ସ୍ବୀକାର କରିଛନ୍ତି ଯେ, ମୋର ପ୍ରଥମ ବିବାହ ସମୟରେ ମୋର ବୟସ ହୋଇ ନ ଥିଲା। ଖବର ଅନୁଯାୟୀ, ମାହି ବର୍ତ୍ତମାନ ଗୋଆର ଏକ ହୋଟେଲ ମାଲିକଙ୍କୁ ଡେଟ୍‌ କରୁଛନ୍ତି। ମାହି ଗିଲଙ୍କର ଏକ ତିନି ବର୍ଷର ଝିଅ ମଧ୍ୟ ଅଛି।

ଆଦିତି ରାଓ ହାଇଦରୀ
ଆଦିତି ରାଓ ହାଇଡାରୀ ୨୧ ବର୍ଷ ବୟସରେ ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଥିଲେ। ମାତ୍ର ଏହି କଥାକୁ ଆଦିତ ବଲିଉଡ୍‌ରେ ପ୍ରବେଶ ସମୟରେ ଲୁଚାଇ ରଖିଥିଲେ। ତେବେ ଉଭୟଙ୍କ ବର୍ତ୍ତମାନ ଛାଡପତ୍ର ହୋଇଯାଇଛି। ତାଙ୍କ ସ୍ବାମୀ ବର୍ତ୍ତମାନ ନୀତା ଗୁପ୍ତାଙ୍କ ଝିଅ ମାସାବାଙ୍କୁ ଡେଟ କରୁଛନ୍ତି।

ନାରାୟଣୀ ଶାସ୍ତ୍ରୀ
ନାରାୟଣୀ ଶାସ୍ତ୍ରୀ ୨୦୧୫ ମସିହାରେ ବିଦେଶୀ ପ୍ରେମିକ ଷ୍ଟିଭେନଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେତାହା ପ୍ରକାଶ କରିଥିଲୋ। ନାରାୟଣୀ ସେତେବେଳେ କହିଥିଲେ- ‘ମୁଁ ମୋର ବିବାହ ବିଷୟରେ ଜଣାଇବାକୁ ଚାହୁଁ ନ ଥିଲି। ମୁଁ ତାଙ୍କୁ ଭଲ ପାଉଥିଲି ପରେ ବିବାହ କରିଥିଲି ଏବଂ ମୁଁ ବହୁତ ଖୁସି ଅଛି’। ନାରାୟଣୀ ଶାସ୍ତ୍ରୀଙ୍କ ସ୍ବାମୀ ଲଣ୍ଡନରୁ ଆସି ଗତ ଦଶ ବର୍ଷ ଧରି ମୁମ୍ବାଇରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଟ୍‌ଖା ଡାନ୍ସ

ନୂଆଦିଲ୍ଳୀ: ସୋସିଆଲ ମିଡିଆ ସମୟରେ ଏବେ କୌଣସି ଖବର ଲୋକଙ୍କ ଦୃଷ୍ଟିରୁ ଅଛପା ରହୁନାହିଁ। ଗୋଟିଏ ଛୋଟ ଖବର ହେଲେ ବି ନିମିଷକରେ ଖବର ଚାରିଆଡ଼େ...

ଇନ୍ଦ୍ରଜାଲ

ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ। ଆଉ ତାହାର ଆଶାତୀତ ଦଣ୍ଡ...

ସ୍କ୍ରିନ୍‌ରେ ଅବିବାହିତ, ଅସଲରେ ତିନି ସନ୍ତାନର ପିତା

ବମ୍ବେ: ପରଦାରେ ବାଡୁଅ ଯୁବକଙ୍କ ଭୂମିକା। ହେଲେ ବ୍ୟକ୍ତିଗତ ଜୀବନରେ ସେ ତିନୋଟି ସନ୍ତାନର ବାପା। ଆମେ କଥା ହେଉଛୁ ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା...

ସ୍ବାମୀଙ୍କ ସହ ପୂଜା କରି ଫଟୋ ଶେୟାର କଲେ ପ୍ରିୟଙ୍କା ଚୋପ୍ରା

  ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସହ ଦୀପାବଳି ପାଳନ କରିଛନ୍ତି। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ପ୍ରିୟଙ୍କା ଚୋପ୍ରା...

‘ଆଶିକି ୩’ରେ କାର୍ତ୍ତିକଙ୍କ ସହ ଜମିବ ଏହି ଟିଭି ଆର୍ଟିଷ୍ଟଙ୍କ ଯୋଡି

ମୁମ୍ବାଇ: ବଲିଉଡରେ ଚଳିତ ବର୍ଷ କିଛି ଫିଲ୍ମ ଧମାଲ କରିବା ଅପେକ୍ଷାରେ ରହିଛି । ଏମିତି ବି କିଛି ଫିଲ୍ମ ଚଳିତ ବର୍ଷ ଧମାଲ କରି...

ୟୁଟ୍ୟୁବ୍‌ରେ ଓଡ଼ିଆ ପ୍ରତିଭା

ବାରିପଦା ଅଫିସ, ୧୨ା୭-ଆଗଭଳି ଆଉ କଳାକାରମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁନାହିଁ। ନିଜ ପ୍ରତିଭାକୁ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିବା ପରେ...

୨ ମାସ ପରେ ଜେଲ୍‌ରୁ ମୁକୁଳିଲେ ଶିଳ୍ପାଙ୍କ ସ୍ବାମୀ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଶେଷରେ ଜେଲ୍‌ରୁ ମୁକୁଳିଛନ୍ତି। ରାଜ୍‌ଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକ୍ତ କରାଯାଇଛି। ଏଥି ସହ...

ମା’ଙ୍କ ମୃତ୍ୟୁର ଦିନକ ପରେ କରୋନାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟରେ ହଠାତ୍‌ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ମଙ୍ଗଳବାର ହିମାଚଳପ୍ରଦେଶରେ କରୋନାରେ ୧୨ଜଣଙ୍କର...

Advertisement
Archives

Model This Week