ନାହାନ୍ତି ସୁଶାନ୍ତ: ଜନ୍ମଦିନ ପାଳୁଛନ୍ତି ପ୍ରଶଂସକ…

ମୁମ୍ବାଇ,୨୧।୧: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୩୫ତମ ଜୟନ୍ତୀ ଗୁରୁବାର ପାଳିତ ହେଉଛି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ। ଇଞ୍ଜିନିୟରିଂ ପାଠ ଶେଷ ପରେ ସେ ଛୋଟ ପରଦାରେ ପବିତ୍ର ରିସ୍ତା ସିରିଏଲ୍‌ରେ ଅଙ୍କିତା ଲୋଖଣ୍ଡେଙ୍କ ସହିତ ଅଭିନୟ କରି ଦେଶର ଘରେ ଘରେ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏହି ସିରିଏଲ୍‌ରୁ ଅଙ୍କିତାଙ୍କ ସହିତ ତାଙ୍କର ଅନ୍‌ସ୍କ୍ରିନ୍‌ ତଥା ଅଫ୍‌ସ୍କ୍ରିନ୍‌ ରୋମାନ୍ସ୍‌ ଆରମ୍ଭ ହୋଇଥିଲା। ପରେ ସୁଶାନ୍ତଙ୍କୁ ବଲିଉଡ୍‌ରୁ ମିଳିଥିଲା ଅଫର। ପିକେ ଫିଲ୍ମ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପରେ ଅଙ୍କିତାଙ୍କ ସହିତ ତାଙ୍କର ୬ ବର୍ଷର ସମ୍ପର୍କରେ ଫାଟ ଦେଖାଦେଇଥିଲା। ଦୁହିଁଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା। ଏହାପରେ କ୍ରିତି ସେନନଙ୍କ ସହିତ ତାଙ୍କର ଡେଟିଂ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏମ୍‌.ଏସ୍‌. ଧୋନୀ, କେଦାରନାଥ, ସୋନଚିରିଆ, ଛିଛୋରେ, ଡ୍ରାଇଭ୍‌ ଆଦି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ସେହିପରି ଦିଲ୍‌ ବେଚାରା, ପାନି ଆଦି ଫିଲ୍ମ ପ୍ରଶଂସକଙ୍କୁ ବେଶ୍‌ ଆକର୍ଷିତ କରିଥିଲା। ୨୦୨୦ ଜୁନ୍‌ ୧୪ରେ ମୁମ୍ବାଇର ଓ୍ବେଷ୍ଟବାନ୍ଦ୍ରାସ୍ଥିତ ବାସଭବନରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ମଧ୍ୟରେ ନିରାଶ ଭାବ ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Plane Crash: ଭୟଙ୍କର ବିମାନ ଦୁର୍ଘଟଣା, ୧୩ ମୃତ, ଦେଖନ୍ତୁ ଭୟଙ୍କର Video

ଲିମା,୨।୮: ଶନିବାର ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି, ଯାହା ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ବିମାନଟି…

ସକାଳୁ ସକାଳୁ ଥରିଲା ରାଜଧାନୀ, ଭୂକମ୍ପର ତୀବ୍ରତା ଥିଲା…

ନୂଆଦିଲ୍ଲୀ,୨।୮: ରାଜଧାନୀ ଦିଲ୍ଲୀରେ ରବିବାର (୨ ଅଗଷ୍ଟ) ଭୋର ପ୍ରାୟ ୪ଟା୧୪ ସମୟରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ୨.୯ ତୀବ୍ରତାର ଭୂମିକମ୍ପର ପ୍ରଭାବ…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri