ନାହାନ୍ତି ସୁଶାନ୍ତ: ଜନ୍ମଦିନ ପାଳୁଛନ୍ତି ପ୍ରଶଂସକ…

ମୁମ୍ବାଇ,୨୧।୧: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୩୫ତମ ଜୟନ୍ତୀ ଗୁରୁବାର ପାଳିତ ହେଉଛି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ। ଇଞ୍ଜିନିୟରିଂ ପାଠ ଶେଷ ପରେ ସେ ଛୋଟ ପରଦାରେ ପବିତ୍ର ରିସ୍ତା ସିରିଏଲ୍‌ରେ ଅଙ୍କିତା ଲୋଖଣ୍ଡେଙ୍କ ସହିତ ଅଭିନୟ କରି ଦେଶର ଘରେ ଘରେ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏହି ସିରିଏଲ୍‌ରୁ ଅଙ୍କିତାଙ୍କ ସହିତ ତାଙ୍କର ଅନ୍‌ସ୍କ୍ରିନ୍‌ ତଥା ଅଫ୍‌ସ୍କ୍ରିନ୍‌ ରୋମାନ୍ସ୍‌ ଆରମ୍ଭ ହୋଇଥିଲା। ପରେ ସୁଶାନ୍ତଙ୍କୁ ବଲିଉଡ୍‌ରୁ ମିଳିଥିଲା ଅଫର। ପିକେ ଫିଲ୍ମ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପରେ ଅଙ୍କିତାଙ୍କ ସହିତ ତାଙ୍କର ୬ ବର୍ଷର ସମ୍ପର୍କରେ ଫାଟ ଦେଖାଦେଇଥିଲା। ଦୁହିଁଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା। ଏହାପରେ କ୍ରିତି ସେନନଙ୍କ ସହିତ ତାଙ୍କର ଡେଟିଂ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏମ୍‌.ଏସ୍‌. ଧୋନୀ, କେଦାରନାଥ, ସୋନଚିରିଆ, ଛିଛୋରେ, ଡ୍ରାଇଭ୍‌ ଆଦି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ସେହିପରି ଦିଲ୍‌ ବେଚାରା, ପାନି ଆଦି ଫିଲ୍ମ ପ୍ରଶଂସକଙ୍କୁ ବେଶ୍‌ ଆକର୍ଷିତ କରିଥିଲା। ୨୦୨୦ ଜୁନ୍‌ ୧୪ରେ ମୁମ୍ବାଇର ଓ୍ବେଷ୍ଟବାନ୍ଦ୍ରାସ୍ଥିତ ବାସଭବନରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ମଧ୍ୟରେ ନିରାଶ ଭାବ ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାରାହ ଖାନ୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମା’ ମେନକା ଇରାନିଙ୍କ ନିଧନ

ବମ୍ବେ: ମା’ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରାହ ଖାନ୍‌। ଶୁକ୍ରବାର ତାଙ୍କର ମା’ ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଐଶ୍ୱର୍ଯ୍ୟାଙ୍କୁ ସରପ୍ରାଇଜ୍‌ ଦେଲେ ଅଭିଷେକ! ବିବାହ ବିଚ୍ଛେଦ ଖବର ଭିତରେ ଆସିଲା ନୂଆ ଟ୍ବିଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ହେବାର ୧୭ ବର୍ଷ ବିତିଗଲାଣି। ହେଲେ ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଲାଗି ରହିଛି।...

ଅଡୁଆରେ କଙ୍ଗନା, ହରାଇବେ ଏମପି ପଦ!

ନୂଆଦିଲ୍ଲୀ,୨୫।୭: ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ। ହରାଇପାରନ୍ତି ଏମପି ପଦ। ହିମାଚଳ ପ୍ରଦେଶର ମାଣ୍ଡି ଲୋକ ସଭା ଆସନରୁ କଙ୍ଗନାଙ୍କୁ...

ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ଅଭିନେତ୍ରୀ କାଜୋଲ ଅନ୍ୟତାମ। ବ୍ୟକ୍ତିଗତ ଜୀବନକୁ ନେଇ ଏହି ଷ୍ଟାର ଦମ୍ପତି ଅନେକବାର...

ଅଲଗା ହେବାପରେ ପ୍ରଥମଥର ନତାଶାଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୪।୭: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ ଶେଷରେ ଅଲଗା ହୋଇଯାଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି। ନତାଶା ପୁଅ...

ସବୁ ରେକର୍ଡ ଭାଙ୍ଗିଦେଲେ ଦୀପିକା: ପ୍ରଥମ ଭାରତୟ ଅଭିନେତ୍ରୀ ଭାବେ…

ବଲିଉଡ୍‌ ଅଭିନେତ୍ରୀ ୧୭ ବର୍ଷର ଅଭିନୟ କ୍ୟାରିୟରରେ ବିଶେଷ ନାମ ଅର୍ଜନ କରିଛନ୍ତି। ଆଜିକାଲି ଦୀପିକା ଫିଲ୍ମ ‘କଲକି 2898 AD’ ମାଧ୍ୟମରେ ଅନେକ ପ୍ରଶଂସକଙ୍କ...

ମୋ ପରିବାରକୁ ମାରିବାକୁ ଚାହୁଁଛନ୍ତି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍: ସଲମାନ ଖାନ୍

ମୁମ୍ବାଇ,୨୪ା୭: ବଲିଉଡ ଅଭିନେତା ସଲମାନ ଖାନ ପୋଲିସକୁ କହିଛନ୍ତି ଯେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଗୁଳି ଚଳାଇଥିଲେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri