କ୍ଷତିପୂରଣ ଦାବିରେ ରାସ୍ତାକାମ ବନ୍ଦ କଲା ପରିବାର, ଫେରିଗଲେ ପ୍ରଶାସନିକ ଅଧିକାରୀ

କୋକସରା,୨୨ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବୋବରିଆ ଛକରୁ ଡେଙ୍ଗାଗୁଡା ମହିମା ପର୍ଯ୍ୟନ୍ତ ୬.୧୭୦ କିମି ରାସ୍ତା ପାଇଁ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଠିକାସଂସ୍ଥା କାର୍ଯ୍ୟାଦେଶ ପାଇ କାର୍ଯ୍ୟ ସମ୍ପାଦନ କରିଥିଲେ। ତେବେ ବୋବରିଆରୁ ଡେଙ୍ଗାଗୁଡା ଗାଁ ମଝିରେ ଥିବା ପାଖାପାଖି ୩୦୦ ମିଟର ରାସ୍ତାକୁ ସ୍ଥାନୀୟ ବୋବରିଆ ଗ୍ରାମର ସ୍ବର୍ଗତ ରାମନାଥ ଦଳପତିଙ୍କ ପୁଅମାନେ ନିଜର ମାଲିକାନା ଥିବା ଦର୍ଶାଇ ରାସ୍ତା ନିର୍ମାଣ ସମୟରୁ କ୍ଷତିପୂରଣ ଦାବି କରି ବନ୍ଦ କରି ରଖିଛନ୍ତି। ଏହାକୁ ନେଇ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋକସରା ତହସିଲ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ସହ ରାସ୍ତା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିବାକୁ ବିଭାଗୀୟ ଚିଠି ଲେଖାଯାଇଥିଲା। ଘଟଣାର ତଦନ୍ତ କରି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଧର୍ମଗଡ଼ ଉପ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ତହସିଲଦାରଙ୍କ ରିପୋର୍ଟକୁ ଆଧାର କରି ଉପଜିଲାପାଳ ଦୀର୍ଘ ୫୦ ବର୍ଷରୁ ଊଦ୍ଧର୍‌ବ ସମୟ ହେବ ଏହି ରାସ୍ତା ସର୍ବସାଧାରଣଙ୍କ ଯାତାୟାତ ପାଇଁ ରହିଛି। ଏଣୁ ସର୍ବସାଧାରଣ ରାସ୍ତା ନିର୍ମାଣରେ କୌଣସି ବ୍ୟକ୍ତି ଅବରୋଧ କରିପାରିବେ ନାହଁ ଓ ଯଦି କରନ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାସହ ରାସ୍ତା ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ଠିକାସଂସ୍ଥା ପକ୍ଷରୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଆମପାଣି ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଓ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ସୁରେଶ ବରିହା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଆସିଥିବା ବେଳେ ଜମି ମାଲିକାନା ଦର୍ଶାଇ ପରିବାର ଲୋକେ ବିରୋଧ କରିଥିଲେ। ପ୍ରଶାସନ ପକ୍ଷରୁ ଲିଖିତ ଭାବେ କ୍ଷତିପୂରଣ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଦେବୁ ନାହିଁ ବୋଲି କହି ଭାରିଯାନ ଆଗରେ ମାଲିକାନା ଦାବି କରୁଥିବା ପିତାମ୍ବର ଦଳପତି, ହିମାଦ୍ରୀ ଦଳପତି, ଯୋଗିନ୍ଦ୍ର ଦଳପତି ଓ ତାଙ୍କ ପରିବାର ସଦସ୍ୟ ବସି ପଡ଼ିଥିଲେ। ଉପସ୍ଥିତ ଅଧିକାରୀମାନେ ପରିବାର ଲୋକଙ୍କୁ ବୁଝାଇବା ସତ୍ତ୍ୱେ ସେମାନେ ନିଜ ଜିଦରେ ଅଡ଼ି ବସିଥିବାରୁ ଶେଷରେ ରାସ୍ତା କାର୍ଯ୍ୟ ଅଧାରେ ଛାଡି ପ୍ରଶାସନିକ ଅଧିକାରୀ ଓ ପୋଲିସ ଟିମ ଫେରି ଯାଇଥିଲେ। ଏ ନେଇ କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗଙ୍କ ପ୍ରତିକ୍ରିୟା ନେବାରୁ ମାଲିକାନା ଥିବା ବ୍ୟକ୍ତିଙ୍କ ସହ ଆଲୋଚନା ଜାରି ରହିଛି, ଶୀଘ୍ର ରାସ୍ତା ନିର୍ମାଣ ପାଇଁ ସମସ୍ୟା ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?