ଅନୁମତି ନ ନେଇ ପରିବାର ନିୟୋଜନ ଅସ୍ତ୍ରୋପଚାର

କେନ୍ଦୁଝର,୨୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳାଙ୍କ ବିନା ଅନୁମତିରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଛି। ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମହିଳାଙ୍କ ସ୍ବାମୀ ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ସୂଚନା ଅନୁଯାୟୀ, ଝୁମ୍ପୁରା ବ୍ଲକ୍‌ ଖେଣ୍ଡରା ଅଞ୍ଚଳର ସୁଶାନ୍ତ ବାରିକଙ୍କ ସ୍ତ୍ରୀ ପବିତ୍ରାଣୀ ବେହେରାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ରବିବାର ପୂର୍ବାହ୍ନ ୧୧ଟାରେ ଜିଲା ମୁଖ୍ୟ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ରାତି ପ୍ରାୟ ୭ଟା ୪୦ ବେଳେ ପବିତ୍ରାଣୀଙ୍କ ଅସ୍ତ୍ରୋପଚାର ପରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପୁଅ ଜନ୍ମ ହୋଇଥିବା ଶୁଣି ସୁଶାନ୍ତ ଖୁସି ହୋଇଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଥିବା ଓ ଏଥିରେ ତାଙ୍କ ସହମତି ଥିବା ନେଇ ତାଙ୍କୁ ଏକ ଫର୍ମରେ ଦସ୍ତଖତ କରିବାକୁ ଡାକ୍ତର କହିଥିଲେ। ଏହା ଶୁଣି ସୁଶାନ୍ତ ଆଶ୍ଚର୍ଯ୍ୟ ହେବା ସହ ପ୍ରତିବାଦ କରି ଦସ୍ତଖତ କରି ନ ଥିଲେ। ମନା କରିବାକୁ ଡାକ୍ତର ତାଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ। ତାଙ୍କ ଅଜାଣତରେ ଡାକ୍ତର ମିଛ ସତ କହି ପବିତ୍ରାଣୀଙ୍କ ଦସ୍ତଖତ ନେଇଯାଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଫୋନ୍‌ କରି ବନ୍ଧୁବାନ୍ଧବଙ୍କୁ ଡାକିବାରୁ ଡାକ୍ତର ସେଠାରୁ ଚାଲିଯାଇଥିଲେ। ଆକ୍ରୋଶମୂଳକ ଭାବେ ତାଙ୍କ ସ୍ତ୍ରୀ ଓ ନବଜାତକଙ୍କୁ ବାରଣ୍ଡାରେ ବିନା ପଙ୍ଖାରେ ଗରମରେ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ଟାଉନ ଥାନା ଅଧିକାରୀ ସୁନୀଲ କର କହିଛନ୍ତି, ଅଭିଯୋଗ ହସ୍ତଗତ ହୋଇଛି, ଘଟଣାର ତଦନ୍ତ ଚାଲିଛି। ଡାକ୍ତର ଅଭିଜିତ ମହାପାତ୍ର କହିଛନ୍ତି, ଉକ୍ତ ମହିଳାଙ୍କର ଏହା ଦ୍ୱିତୀୟ ସନ୍ତାନ। ପୂର୍ବରୁ ତାଙ୍କର ଏକ ଝିଅ ଥିଲା। ତେଣୁ ଉଭୟ ସ୍ତ୍ରୀ ଓ ସ୍ବାମୀଙ୍କ ମତାମତ ନିଆଯାଇ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିଲେ। କିନ୍ତୁ ପରିବର୍ତ୍ତୀ ସମୟରେ କାହିଁକି ଏଭଳି ଅଭିଯୋଗ କରୁଛନ୍ତି ସେ ଜାଣିପାରୁନାହାନ୍ତି ବୋଲି କହିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କିଶୋର ଚନ୍ଦ୍ର ପୃଷ୍ଟି କହିଛନ୍ତି, ଅସ୍ତ୍ରୋପଚାର ପୂର୍ବରୁ ଅନୁମତି ନିଆଯାଇଥାଏ। ଘଟଣା କ’ଣ ହୋଇଛି, ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri