ରାଶନ କାର୍ଡରୁ ବଞ୍ଚିତ ଶବର ପରିବାର

ମହାକାଳପଡ଼ା,୧୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁର ଗରିବ, ଖଟିଖିଆ, ଜନଜାତିମାନଙ୍କୁ ମାଗଣାରେ ରାଶନ ସାମଗ୍ରୀ ଚାଉଳ, ଗହମ, କିରୋସିନ ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି। ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛଲା ପଞ୍ଚାୟତ ଲୁଣିମାଠିଆ ଆଦିବାସୀ ଶବରପଡ଼ାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବର ପରିବାର ରାଶନ କାର୍ଡରୁ ବଞ୍ଚିତ ହୋଇଛନ୍ତି। ନାବାଳକ ଦୁଇ ପୁଅ ଠିକାଦାର ଅଧୀନରେ ମଜୁରି ଲାଗି ପରିବାର ପୋଷୁଛନ୍ତି। ବାପା ନିକଟ ନଦୀରୁ ମାଛ, କଙ୍କଡ଼ା ଧରି ଯାହା ଦୁଇ ପଇସା ପାଆନ୍ତି ପରିବାର ଚଳିଯାଏ। ମୁଣ୍ଡ ଗୁଞ୍ଜିବାକୁ ଥିବା ଚାଳ ଘରେ ୫ ପ୍ରାଣୀ କୁଟୁମ୍ବ ଆଶ୍ରୟ ନେଇଛନ୍ତି। ଶବରପଡ଼ାର ୫୦ ପରିବାର ଜଙ୍ଗଲ ଜମିରେ ଚାଳ ଘରେ ରହି ଆସିଛନ୍ତି। ନା ଅଛି ଜମି ନା ଅଛି ଶିକ୍ଷା। ଅଧିକାଂଶ ପରିବାରର ନାବାଳକ ପୁଅ ମଜୁରି ଖଟିବା ପାଇଁ ବାହାରକୁ ଯାଇଛନ୍ତି। ସରକାରୀ ଯୋଜନାରୁ ଏହି ଶ୍ରେଣୀର ଲୋକମାନେ ବଞ୍ଚିତ ହୋଇଛନ୍ତି।
ଶବରପଡ଼ାର ରତ୍ନାକର ଆହାଡ଼ି (୪୦), ସ୍ତ୍ରୀ କୁନି (୩୮)ଙ୍କ ବଡ଼ ପୁଅ ମୁନା (୧୭) ଠିକାଦାର ପାଖରେ ରହି ମଜୁରି ଲାଗନ୍ତି। ସେହିପରି ସାନ ପୁଅ ଅମିର ଆହାଡି (୧୩) ଭୁବନେଶ୍ୱରରେ ଏକ ଲୁଗା ଦୋକାନରେ କାମ କରନ୍ତି। ସାନ ଝିଅ ଘରେ ରହିଛନ୍ତି। ଏହି ପରିବାର ଲୋକମାନେ ସରକାରୀ ଯୋଜନା ରାଶନ କାର୍ଡ ପାଇବାରୁ ବଞ୍ଚିତ। ବ୍ଲକଠାରୁ ଜିଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଧିକାରୀଙ୍କୁ ନେହୁରା ହୋଇଥିଲେ ମଧ୍ୟ ରାଶନ କାର୍ଡ ମିଳୁ ନ ଥିବା ରତ୍ନାକର କହିଛନ୍ତି। ୨ ପୁଅ ମଜୁରି ଲାଗି କେତେଦିନ ଆମକୁ ଚଳାଇବେ ବୋଲି ମା’ବାପା କହିଛନ୍ତି। ପରିବାରକୁ ବିଦ୍ୟୁତ୍‌ ଯୋଗାଣ ନ ଥିବାରୁ ସା ହେଲେ ମିଟିମିଟି ଅନ୍ଧାରରେ କାମ ଚଳିଯାଏ ତ କେତେବେଳେ ମହମବତିଟିଏ ଆଲୁଅ ଦିଏ ବୋଲି କହିଛନ୍ତି। ଏହି ପରିବାରକୁ ପ୍ରଶାସନ ପକ୍ଷରୁ ରାଶନ କାର୍ଡ ଯୋଗାଇ ଦେବାକୁ ସାମାଜିକ କର୍ମୀ ଅନାମ ନାୟକ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ସ୍ବରୂପ କୁମାର ଦାସଙ୍କୁ ପଚାରିବାରରେ ବ୍ଲକରେ ୪୮ ହଜାର ରାଶନ କାର୍ଡ ଅଛି, ଏଥିରେ ୧ଲକ୍ଷ୭୨ହଜାର ଲୋକ ଉପକୃତ ହେଉଛନ୍ତି। ତେବେ ରାଶନକାର୍ଡରୁ ବଞ୍ଚିତ ରତ୍ନାକର ଆହାଡ଼ି ଅନ୍‌ଲାଇନରେ ଆବଶ୍ୟକ କାଗଜପତ୍ର ସହ ଆବେଦନ କରନ୍ତିୁ। ଫୋଟାଲ ଖୋଲିଲା ପରେ ଏହି ପରିବାରକୁ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ: ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri