୮ ବର୍ଷ ହେଲା ପଢ଼ାଉଥିଲେ ନକଲି ଶିକ୍ଷୟିତ୍ରୀ

ବଲାଙ୍ଗୀର ଅଫିସ,୨୮ା୫: ଜଣେ ଛାତ୍ରୀଙ୍କୁ ମାଡ଼ ମାରିବା ପରେ ଜଣାପଡ଼ିଛି ସତ। ୮ ବର୍ଷ ହେଲା ଏକ ସ୍କୁଲରେ ଦୁଇଜଣ ନକଲି ଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା ଘଟଣା ନଜରକୁ ଆସିଛି। ଏହି ଶିକ୍ଷୟିତ୍ରୀଦ୍ୱୟ ଏନ୍‌ଜିଓ ଦ୍ୱାରା ନିଯୁକ୍ତ ହୋଇଥିବା ବେଳେ ଶିକ୍ଷା ବିଭାଗ ପାଖରେ ଖବର ନାହିଁ। ବଲାଙ୍ଗୀର ସହର ଇଚ୍ଛାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଥିବା ଜାଣିବାକୁ ମିଳିଛି। ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।
ପ୍ରକାଶ ଯେ, ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଉକ୍ତ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀ ଗତ ସୋମବାର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଦଣ୍ଡମୁକ୍ତ ଅଞ୍ଚଳ ଭାବେ ପରିଗଣିତ ସ୍କୁଲରେ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଜଣକ ମାଡ଼ ମାରିଥିବା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଶୁକ୍ରବାର ପୂର୍ବାହ୍ନରେ କେତେଜଣ ଅଭିଭାବକ ସ୍କୁଲକୁ ଯାଇ କେଉଁ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ମାଡ଼ ମାରିଲେ ସେନେଇ ତନାଘନା କରିଥିଲେ। ଏହାକୁ ନେଇ ସେଠାରେ ତର୍କବିତର୍କ ଚାଲିଥିବା ବେଳେ ମାଡ଼ ମାରିଥିବା ଶିକ୍ଷୟିତ୍ରୀଙ୍କ ପରିଚୟ ମିଳିଥିଲା। ତେବେ ସେହି ଶିକ୍ଷୟିତ୍ରୀ ଜଣକ ସରକାରୀ ନିଯୁକ୍ତିପ୍ରାପ୍ତ ନୁହେଁ ବରଂ ଏକ ଏନ୍‌ଜିଓ ଦ୍ୱାରା ନିଯୁକ୍ତ ବୋଲି ଜଣାପଡ଼ିଥିଲା। ଏହାକୁ ନେଇ ସେଠାରେ ଅଭିଭାବକମାନେ ହୋହଲ୍ଲା କରିଥିଲେ। ଖବର ପାଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ (ଡିସିପିୟୁ) ଅଧିକାରୀ ଏବଂ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ଟିମ୍‌ ସ୍କୁଲରେ ପହଞ୍ଚତ୍ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ।
ଗତ ୨୦୧୪ରେ ପେଲେସ ଲାଇନ୍‌ସ୍ଥିତ ଏକ ଏନ୍‌ଜିଓ ଜନସେବା ସଂସ୍ଥା ସମ୍ପୃକ୍ତ ଦୁଇ ଯୁବତୀଙ୍କୁ ଉକ୍ତ ସ୍କୁଲରେ ନିଯୁକ୍ତି ଦେବାକୁ ତତ୍କାଳୀନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କୁଆଡ଼େ କହିଥିଲେ। ସେମାନେ ସ୍କୁଲ ପଢ଼ାରେ ପଛେଇ ଯାଉଥିବା ଦୁର୍ବଳ ଛାତ୍ରୀଛାତ୍ରଙ୍କୁ ପଢ଼ାଇବେ ବୋଲି କହିଥିଲେ। ସେହିଦିନଠାରୁ ସେମାନେ ସେ ସ୍କୁଲରେ ପାଠ ପଢ଼ାଇ ଆସୁଥିବା ଜଣାପଡ଼ିଛି। ଏହି ସ୍କୁଲରେ ଏବେ ୭୪ ଛାତ୍ରୀଛାତ୍ର ପଢୁଛନ୍ତି। ୪ ଜଣ ଶିକ୍ଷୟିତ୍ରୀ ମଧ୍ୟ ରହିଛନ୍ତି। ଏଠାରେ ଛାତ୍ର ଶିକ୍ଷକ ଅନୁପାତରୁ ଅଧିକ ଶିକ୍ଷୟିତ୍ରୀ ଥିବା ସତ୍ତ୍ୱେ ପୁଣି ଦୁଇଜଣ ଏନ୍‌ଜିଓ ପ୍ରକଳ୍ପ ଶିକ୍ଷୟିତ୍ରୀ କାମ କରୁଛନ୍ତି। ଏଠାରେ ସରକାରୀ ଶିକ୍ଷୟିତ୍ରୀମାନେ ନିଜେ ପାଠ ନ ପଢ଼ାଇ ନକଲି ଶିକ୍ଷୟିତ୍ରୀଙ୍କ ଜରିଆରେ ପଢ଼ାଉଥିବା ଆଲୋଚନାର ବିଷୟ ହୋଇଛି। ଏନେଇ ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କୁ ପଚରାଯିବାରେ ଘଟଣା ସମ୍ପର୍କରେ ତଦନ୍ତ କରାଯିବ ଏବଂ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ପାଇଁ ଡିଇଓଙ୍କୁ ସେ ଲିଖିତ ଜଣାଇବେ ବୋଲି କହିଥିଲେ। ଏହି ଘଟଣାକୁ ନେଇ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ସିଡବ୍ଲୁସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri