ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି ଦିନ ପରେ ଶାରଦୀୟ ଛୁଟିରେ ପ୍ରବଳ ଭିଡ଼ ଜମିବ। ହେଲେ ଦାରିଙ୍ଗବାଡିକୁ ଆସୁଥିବା ପର୍ଯ୍ୟଟକମାନେ କନ୍ଧମାଳରେ ଅମଳ ହେଉଥିବା ବିଶ୍ୱ ବିଖ୍ୟାତ ହଳଦୀ ସମେତ ମହୁ, ଝୁଣା, ଅଦା, ସୋରିଷ, ଗୋଲମରିଚ, କଫି, ଖୁଦ୍ରଦାନା ଶସ୍ୟ ମଧ୍ୟରେ କୁଏରୀ, କାଙ୍ଗୁ, ମାଣ୍ଡିଆ, ପାଳୁଅ ଆଦି କିଣିବାକୁ ଆଗ୍ରହ ପ୍ରକାଶ କରନ୍ତି କିନ୍ତୁ ହଳଦୀ ଗୋଟିଏ କିସମର ଏଠାରେ ଉତ୍ପାଦନ କରାଯାଉଥିବା ବେଳେ କିନ୍ତୁ ତାକୁ ପ୍ରସ୍ତୁତି କରାଯିବା ପରେ ଗୁଣ୍ଡ ଆକାରରେ ବିକ୍ରୀ କରାଯାଉଛି। ଏକାଧିକ ରଙ୍ଗର ହଳଦୀ ଗୁଣ୍ଡ ବିକ୍ରି କରାଯାଉଥିବା ବେଳେ ଅନେକ ବ୍ୟବସାୟୀ ନକଲି ହଳଦୀ ଗୁଣ୍ଡ, ଯାହାକି ବ୍ରହ୍ମପୁର ବଜାରରୁ ଅପମିଶ୍ରିତ ଗୁଣ୍ଡ ଆଣି ପର୍ଯ୍ୟଟନକ୍ଷେତ୍ର ସମ୍ମୁଖରେ ବିକ୍ରି କରାଯାଉଛି।

ଏନେଇ ଖାଦ୍ୟ ନିରାପତ୍ତା ଓ ମାନଦଣ୍ଡ ଦାୟିତ୍ୱରେ ଥିବା ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ପ୍ରକୃତ କନ୍ଧମାଳ ହଳଦୀ ବିକ୍ରି କରୁଥିବା ବ୍ୟବସାୟୀ ଓ ଜିଲା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ସେହିପରି କଫି ବଗିଚା ସମ୍ମୁଖରେ କଫି ଗୁଣ୍ଡ ପ୍ରସ୍ତୁତ କରି ବିକ୍ରି କରାଯାଉଛି। ତେବେ ଜିଲା ପ୍ରଶାସନ ପକ୍ଷରୁ କଫି ସଂଗ୍ରହ କରିବାକୁ ପଦକ୍ଷେପ ନେଉ ନ ଥିବା ବେଳେ କଫି ପ୍ରସ୍ତୁତ ଓ ପ୍ୟାକିଂ କୌଣସି ସ୍ବୀକୃତିପ୍ରାପ୍ତ କମ୍ପାନୀ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କରାଯାଉ ନ ଥିବା ବେଳେ ଦାରିଙ୍ଗବାଡି କଫି ନାମରେ ଲେବୁଲ ମାରି ଅବାଧରେ ବିକ୍ରି କରାଯାଉଛି, ଯାହାକି ଖାଉଟି ମାନଙ୍କ ଖାଦ୍ୟ ନିରାପତ୍ତା ଉପରେ ବିପଦ ରହିଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଉଛି।

ଦାରିଙ୍ଗବାଡିରେ କୌଣସି ମସଲା ଜାତୀୟ ତଥା ଡାଲଚିନି, ଗୁଜୁରାତି, ଜୁଆଣି, ଜୁଆଣିର ଫୁଲ, ଧଳା ସୋରିଷ, ଚେରୀ କୋଳି, ପୁସ୍ତା, ତେଜପତ୍ର, ଭଳି ସାମଗ୍ରୀ ଅମଳ ହେଉ ନ ଥିଲେ ସୁଦ୍ଧା କନ୍ଧମାଳ ଅଞ୍ଚଳର ନାମରେ ପ୍ୟାକିଂ କରି ବିକ୍ରି କରାଯାଉଛି । ଉକ୍ତ ଅଞ୍ଚଳରେ ଓଜନ ଓ ମାପ ବିଭାଗ ସହ ଖାଦ୍ୟ ନିରାପତ୍ତା ଓ ଏହାର ମାନଦଣ୍ଡକୁ ପରୀକ୍ଷା କରିବାକୁ ବିଭାଗ ବ୍ଲକ ସ୍ତରରେ ନ ଥିବାବେଳେ ଜିଲାସ୍ତରୀୟ ଅଧିକାରୀମାନେ ଏହାକୁ ଯାଞ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଫଳରେ ଜିଲା ତଥା ଜିଲା ବାହାରୁ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଖାଦ୍ୟ ନିରାପତ୍ତା ନେଇ ବିପଦ ରହୁଛି।

ଭୁବନେଶ୍ୱରର ଜଣେ ପର୍ଯ୍ୟଟକ ସମରେନ୍ଦ୍ର ସାହୁ କୁହନ୍ତି, ସେ ଅନେକ ଥର ଦାରିଙ୍ଗବାଡି ବୁଲିବାକୁ ଆସିଛନ୍ତି ହଳଦୀ ଗୋଟିଏ ପ୍ରକାର ଆମେ ଜାଣିଛୁ କିନ୍ତୁ ପର୍ଯ୍ୟଟନକ୍ଷେତ୍ର ସମ୍ମୁଖରେ କିଛି ବ୍ୟବସାୟୀମାନେ ଅପମିଶ୍ରିତ ହଳଦୀ ବିଭିନ୍ନ ଦରରେ ବିକ୍ରି କରୁଛନ୍ତି। ସେଠାକାର ଜନଜାତି କିମ୍ବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସଠିକ ଅଞ୍ଚଳର ଅମଳ ସାମଗ୍ରୀ ବିକ୍ରି କରୁଛନ୍ତି ବୋଲି ସେ କହିଛନ୍ତି। ଏନେଇ କନ୍ଧମାଳ ଜିଲା ଖାଦ୍ୟ ନିରାପତ୍ତା ଓ ମାନଦଣ୍ଡ କର୍ତ୍ତୃପକ୍ଷ ସତ୍ୟବ୍ରତ ଷେଣ୍ଢଙ୍କୁ ପଚାରିବାରୁ ସେ କହିଛନ୍ତି, କେବଳ ହଳଦୀ ନୁହଁ ଏକାଧିକ ସାମଗ୍ରୀ ନକଲି ଆଶଙ୍କାରେ ଯାଞ୍ଚ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ବହୁଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲି ହରିଦ୍ୱାରରେ ସନ୍ଦେହଜନକ ପରିସ୍ଥିତିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କୋଲି ଗତ କିଛି…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଆସୁଛି UPIର ‘ବାପା’, ‘ଡିଜିଟାଲ ରୁପି’ (Digital Rupee), ଏହା କ’ଣ? ବ୍ୟାଙ୍କ କିମ୍ବା ଇଣ୍ଟରନେଟ ସଂଯୋଗ ବିନା କିପରି ଟଙ୍କା ସ୍ଥାନାନ୍ତର ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୯: ମୂଳ କଥା ହେଉଛି UPI ଠାରୁ ମଧ୍ୟ ଏକ ବଡ଼ ଜିନିଷ ଆସିବାକୁ ଯାଉଛି। UPI ଶୁଳ୍କ (charges) କୁ ନେଇ ଚାଲିଥିବା ହଟଚମଟ ମଧ୍ୟରେ,…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?